settings icon
share icon
ପ୍ରଶ୍ନ

ବର୍ତ୍ତମାନ ସମୟରେ ବାଇବଲ ପ୍ରାସଙ୍ଗିକ ଅଟେକି?

ଉତ୍ତର


ଏବ୍ରୀ ୪:୧୨ କୁହେ “କାରଣ ଈଶ୍ଵରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ଵିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ ।” ବାଇବଲ ପାଖାପାଖି ୧୯୦୦ ବର୍ଷ ତଳେ ଯେବେ ସମ୍ପୂର୍ଣ୍ଣ ହେଲା, ଏହାର ନିର୍ଭୁଲତା ଓ ପ୍ରାସଙ୍ଗିକତା ବର୍ତ୍ତମାନ ସମୟରେ ମଧ୍ୟ ପରିବର୍ତ୍ତନ ହୋଇନାହିଁ । ଈଶ୍ଵର ଆପଣା ବିଷୟରେ ଦେଇଥିବା ପ୍ରକାଶନ ଓ ମନୁଷ୍ୟଜାତି ପାଇଁ ଯେଉଁ ଯୋଜନା କରିଛନ୍ତି ସେ ସବୁର ମୁଖ୍ୟ ଆଧାର ହେଉଛି ବାଇବଲ ।

ବାଇବଲ ପ୍ରାକୃତିକ ଜଗତର ଅନେକଗୁଡ଼ିଏ ତଥ୍ୟ ପ୍ରଦାନ କରେ ଯାହା ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ଓ ଗବେଷଣା ଦ୍ୱାରା ନିଶ୍ଚିତ ହୋଇଛି । ଏହି ଶାସ୍ତ୍ରାଂଶଗୁଡ଼ିକ ମଧ୍ୟରୁ କେତେକ ହେଉଛି ଲେବୀୟ ୧୭:୧୧; ଉପଦେଶକ ୧:୬-୭ ; ଆୟୁବ ୩୬:୨୭-୨୯ ; ଗୀତସଂହିତା ୧୦୨:୨୫-୨୭ ଓ କଲସୀୟ ୧:୧୬-୧୭ । ଯେତେବେଳେ ବାଇବଲର କାହାଣୀରେ ମାନବଜାତି ପାଇଁ ଈଶ୍ଵରଙ୍କ ପରିତ୍ରାଣର ଯୋଜନାର କଥା ପ୍ରକାଶ ପାଇଲା, ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବିଷୟରେ ସ୍ପଷ୍ଟ ରୂପେ ବର୍ଣ୍ଣନା କରାଗଲା । ଏହି ସମସ୍ତ ବର୍ଣ୍ଣନାରେ, ମନୁଷ୍ୟର ଆଚରଣ ଓ ପ୍ରବଣତା ବିଷୟରେ ଅନେକଗୁଡ଼ିଏ ସୂଚନା ପ୍ରକାଶିତ ହେଲା । ଆମ ଦୈନନ୍ଦିନ ଅନୁଭୂତି ପ୍ରକାଶ କରେ ଯେ କୌଣସି ମନୋବିଜ୍ଞାନ ପୁସ୍ତକ ମନୁଷ୍ୟର ଅବସ୍ଥା ବିଷୟରେ ଯେତେ ନିର୍ଭୁଲ ବର୍ଣ୍ଣନାତ୍ମକ ବିବରଣୀ ଦେବ, ତାହା ଅପେକ୍ଷା ଏହା ଯଥେଷ୍ଟ ଅଧିକ ପରିମାଣର ସୂଚନା ଦେଇଥାଏ । ବାଇବଲରେ ଲେଖାଥିବା ଅନେକ ଐତିହାସିକ ବିବରଣୀ ଅତିରିକ୍ତ-ବାଇବଲ ଲେଖାଗୁଡ଼ିକ ଦ୍ଵାରା ନିଶ୍ଚିତ ହୋଇଛି । ଐତିହାସିକ ଗବେଷଣା ଅନେକ ସମୟରେ ବାଇବଲ ବିବରଣୀ ଅତିରିକ୍ତ-ବାଇବଲ ଲେଖାଗୁଡ଼ିକ ଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖାଏ ।

ବାଇବଲ ଏକ ଇତିହାସ ପୁସ୍ତକ, ମନୋବିଜ୍ଞାନ ପୁସ୍ତକ, କିମ୍ବା ଏକ ବୈଜ୍ଞାନିକ ପତ୍ରିକା ନୁହେଁ । ଈଶ୍ଵର କିଏ ଅଟନ୍ତି ଓ ମନୁଷ୍ୟ ପାଇଁ ତାହାଙ୍କ ଯୋଜନା କ’ଣ ତାହା ସେ ଆମ୍ଭମାନଙ୍କୁ ବାଇବଲରେ କହିଅଛନ୍ତି । ଏହି ପ୍ରକାଶନର ସବୁଠାରୁ ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ ଉପାଦାନ ବା ଅଂଶ ହେଉଛି ପାପ କରିବା ଦ୍ବାରା ଈଶ୍ଵରଙ୍କଠାରୁ ଆମ୍ଭମାନଙ୍କର ପୃଥକୀକରଣ ଓ ତାହାଙ୍କ ପୁଅ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ବଳି ଦେବା ଦ୍ଵାରା ପୁନର୍ବାର ସହଭାଗୀତା ନିମନ୍ତେ ଥିବା ଈଶ୍ଵରଙ୍କ ଯୋଜନା ଅଟେ । ପ୍ରାୟଶ୍ଚିତ ହେବା ନିମନ୍ତେ ଆମ୍ଭମାନଙ୍କର ଆବଶ୍ୟକତା ପରିବର୍ତ୍ତିତ ହୁଏନାହିଁ । ଈଶ୍ଵର ନିଜଠାରେ ଆମ୍ଭମାନଙ୍କୁ ସମ୍ମିଳିତ କରିବା ନିମନ୍ତେ ମଧ୍ୟ ତାହାଙ୍କର ଇଛା ନୁହେଁ ।

ବାଇବଲରେ ଅନେକ ନିର୍ଭୁଲ ଓ ପ୍ରାସଙ୍ଗିକ ତଥ୍ୟ ରହିଛି । ବାଇବଲର ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ସମ୍ବାଦ ପ୍ରାୟଶ୍ଚିତ ଓ ମନୁଷ୍ୟ ନିମନ୍ତେ ସାର୍ବଜନୀନ ଓ ସମସ୍ତ ସମୟରେ ପ୍ରାସଙ୍ଗିକ ଅଟେ । ଈଶ୍ଵରଙ୍କ ବାକ୍ୟ କେବେ ସୁଦ୍ଧା ଅକାମୀ ବା ସମୟ ଅନୁପଯୋଗୀ ନୁହେଁ କିମ୍ବା ଏହାକୁ କେବେ ବିକଶିତ କରାଯାଇନାହିଁ । ସଂସ୍କୃତି ପରିବର୍ତ୍ତନ ହୁଏ, ନିୟମ ବଦଳିଯାଏ, ପିଢି ଆସେ ଓ ଯାଏ, କିନ୍ତୁ ଈଶ୍ଵରଙ୍କ ବାକ୍ୟ ପ୍ରଥମେ ଲେଖାଯିବା ସମୟରେ ଯେପରି ଥିଲା, ତାହା ଏବେ ସୁଦ୍ଧା ସେପରି ରହିଛି । ଶାସ୍ତ୍ରର ସମସ୍ତ ଅଂଶ ଆଜି ଆମ୍ଭମାନଙ୍କ ନିମନ୍ତେ ପ୍ରତକ୍ଷ ଭାବରେ ଲାଗୁ ହୁଏ ନାହିଁ , କିନ୍ତୁ ସମସ୍ତ ଶାସ୍ତ୍ରରେ ଯେଉଁ ସତ୍ୟତା ରହିଛି ତାହା ଆଜି ଆମ୍ଭମାନଙ୍କ ଜୀବନରେ ବର୍ତ୍ତମାନ ସମୟରେ ପ୍ରୟୋଗ କରାଯିବା ଉଚିତ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବର୍ତ୍ତମାନ ସମୟରେ ବାଇବଲ ପ୍ରାସଙ୍ଗିକ ଅଟେକି?
© Copyright Got Questions Ministries