ଖ୍ରୀଷ୍ଟିୟ ଆତ୍ମିକତା କ'ଣ?


ପ୍ରଶ୍ନ: ଖ୍ରୀଷ୍ଟିୟ ଆତ୍ମିକତା କ'ଣ?

ଉତ୍ତର:
ଯେତେବେଳେ ଆମେ ପୁନଃଜନ୍ମପ୍ରାପ୍ତ ହେଉ, ଆମେ ପବିତ୍ରଆତ୍ମାଙ୍କୁ ପାଇଥାଉ ଯିଏକି ଆମ୍ଭମାନଙ୍କୁ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ କରିଥାନ୍ତି (ଏଫିସୀୟ ୧:୧୩; ୪:୩୦) । ଯୀଶୁ ପ୍ରତିଜ୍ଞା କଲେ ଯେ ପବିତ୍ରଆତ୍ମା "ସମସ୍ତ ସତ୍ୟ"ରେ କଢାଇ ନେବେ (ଯୋହନ ୧୬:୧୩) । ସେହି ସତ୍ୟତାର କିଛି ଅଂଶ ଈଶ୍ବରଙ୍କ କିଛି ବିଷୟକୁ ନେଇ ଆମ୍ଭମାନଙ୍କ ଜୀବନରେ ପ୍ରୟୋଗ କରିଥାଏ । ଯେତେବେଳେ ସେହି ପ୍ରୟୋଗ କରାଯାଏ, ବିଶ୍ବାସୀ ତା'ପରେ ତାକୁ ନିୟନ୍ତ୍ରଣ କରିବା ନିମନ୍ତେ ପବିତ୍ରଆତ୍ମାଙ୍କୁ ଅନୁମତି ପ୍ରଦାନ କରିଥାଏ । ବାସ୍ତବ ଖ୍ରୀଷ୍ଟିୟ ଆତ୍ମିକତା ସେହି ପରିରସରେ ଆଧାରିତ ଯେତେବେଳେ କି ଜଣେ ପୁନଃଜନ୍ମପ୍ରାପ୍ତ ବିଶ୍ବାସୀ ତା' ଜୀବନକୁ ନିୟନ୍ତ୍ରଣ କରିବା ନିମନ୍ତେ ପବିତ୍ରଆତ୍ମାଙ୍କୁ ଅନୁମତି ଦେଇଥାଏ ।

ପ୍ରେରିତ ପାଉଲ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ନିମନ୍ତେ ବିଶ୍ବାସୀମାନଙ୍କୁ କହିଛନ୍ତି । "ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ..." (ଏଫିସୀୟ ୫:୧୮) । ଏହି ଶାସ୍ତ୍ରାଂଶରେ ଥିବା କାଳ ଅବିଶ୍ରାନ୍ତ ଅଟେ ଏବଂ ସେଇଥିଯୋଗୁଁ ଏହା ଏହିପରି ଭାବେ ବୁଝାଯିବ "ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଚାଲିଥାଅ" । ପବିତ୍ରଆତ୍ମାରେ ପୂର୍ଣ୍ଣ ହେବା ହେଉଛି ଆମ୍ଭମାନଙ୍କ ନିଜ ଶାରିରୀକ ଇଛାର ବଶବର୍ତ୍ତୀ ନ ହୋଇ ଆମ୍ଭମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ପବିତ୍ରଆତ୍ମାଙ୍କୁ ଅନୁମତି ଦେବା । ଏହି ଶାସ୍ତ୍ରାଂଶରେ ପାଉଲ ଏକ ତୁଳନା କରୁଛନ୍ତି । ଯେତେବେଳେ କେହି ଦ୍ରାକ୍ଷାରସ ଦ୍ବାରା ନିୟନ୍ତ୍ରିତ ହୋଇଥାଏ, ସେ ମାତାଲ ହୁଏ ଏବଂ କିଛି ଗୁଣ ପରିପ୍ରକାଶ କରେ, ଯେପରିକି ଅସ୍ବଷ୍ଟ କଥନ, ଟଳମଳ ଚାଲି ଏବଂ କ୍ଷତିପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ଠିକ୍ ଯେପରି ଜଣେ ମାତାଲ୍ ବ୍ୟକ୍ତି ପ୍ରକାଶ କରୁଥିବା କେତେକ ଗୁଣ ଯୋଗୁଁ ତାକୁ ମାତାଲ୍ ବୋଲି କୁହନ୍ତି ଠିକ୍ ସେହିପରି ଜଣେ ପୁନଃଜନ୍ମପ୍ରାପ୍ତ ଖ୍ରୀଷ୍ଟିୟାନ ପବିତ୍ରଆତ୍ମାଙ୍କର ଗୁଣସମୂହ ପ୍ରକାଶ କରିଥାଏ । ଆମେ ଏହି ଗୁଣ ବା ବୈଶିଷ୍ଟ୍ୟଗୁଡିକୁ ଗାଲାତୀୟ ୫:୨୨-୨୩ରେ ଦେଖିଥାଉ ଯେଉଁଠିକି ସେଗୁଡିକ "ଆତ୍ମାଙ୍କ ଫଳ" ବୋଲି ଜଣାଯାଆନ୍ତି । ଏହାହିଁ ପ୍ରକୃତ ଖ୍ରୀଷ୍ଟିୟ ଆତ୍ମିକତା, ଯାହା ଜଣେ ବିଶ୍ବାସୀଙ୍କଠାରେ ଓ ମାଧ୍ୟମରେ ପବିତ୍ରଆତ୍ମାଙ୍କ ଦ୍ବାରା ଉତ୍ପନ୍ନ ହୋଇଥାଏ । ଏହି ଗୁଣସବୁ ଆତ୍ମ ପ୍ରଚେଷ୍ଟା ଦ୍ବାରା ଉତ୍ପନ୍ନ ହୋଇପାରିବ ନାହିଁ । ପବିତ୍ରଆତ୍ମାଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବା ଜଣେ ପୁନଃଜନ୍ମପ୍ରାପ୍ତ ବିଶ୍ବାସୀ ସୁନ୍ଦର ଓ ସ୍ବଷ୍ଟ କଥନ, ଏକ ସ୍ଥିର ଆତ୍ମିକ ଚଳନ, ଏବଂ ଈଶ୍ବରଙ୍କ ବାକ୍ୟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାର ପ୍ରକାଶ କରିବ ।

ଅତଏବ, ଖ୍ରୀଷ୍ଟିୟ ଆତ୍ମିକତା ଆମ୍ଭମାନଙ୍କ ଜୀବନରେ ପବିତ୍ରଆତ୍ମାଙ୍କ ସେବାକାର୍ଯ୍ୟକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭମାନଙ୍କ ଦୈନିକ ସମ୍ପର୍କକୁ ଅର୍ପଣ କରିବାରେ "ଜାଣିବା ଓ ବୃଦ୍ଧି ପାଇବା"ର ଏକ ନିଷ୍ପତ୍ତି ନେବା ସହ ସଂଶ୍ଲିଷ୍ଟ ଅଟେ । ଏହାର ଅର୍ଥ ହେଉଛି ଯେ, ବିଶ୍ବାସୀ ଭାବରେ, ସ୍ବଷ୍ଟ ଭାବେ ସ୍ବୀକାର କରି ଆତ୍ମାଙ୍କ ସହ ଆମ୍ଭମାନଙ୍କ ସମ୍ପର୍କ ରଖିବା ନିମନ୍ତେ ଆମେ ଏକ ନିଷ୍ପତ୍ତି ଗ୍ରହଣ କରିବା (୧ଯୋହନ ୧:୯) । ଆମେ ଯେତେବେଳେ ପାପ କରି ଆତ୍ମାଙ୍କୁ ଦୁଃଖ ଦେଇଥାଉ (ଏଫିସୀୟ ୪:୩୦; ୧ଯୋହନ ୧:୫-୮), ଆମେ ଆମ ନିଜ ଓ ଈଶ୍ବରଙ୍କ ମଧ୍ୟରେ ଏକ ପ୍ରତିବନ୍ଧକକୁ ଠିଆ କରାଇଥାଉ । ଯେତେବେଳେ ଆମେ ଆତ୍ମାଙ୍କ ସେବାକାର୍ଯ୍ୟ ନିକଟରେ ସମର୍ପିତ ହେଉ, ଆମ୍ଭମାନଙ୍କର ସମ୍ପର୍କ ବିଛିନ୍ନ ହୁଏନାହିଁ (୧ଥେସଲନିକୀୟ ୫:୧୯) । ଖ୍ରୀଷ୍ଟିୟ ଆତ୍ମିକତା ହେଉଛି ଏକ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସହ ଏକ ସହଭାଗୀତା, ଶାରିରୀକ ଭାବ ଓ ପାପ ଦ୍ବାରା ଅବିଛିନ୍ନତାର ଏକ ବୋଧ ବା ଚେତନା । ଖ୍ରୀଷ୍ଟିୟ ଆତ୍ମିକତା ସେତେବେଳେ ବିକଶିତ ହୁଏ ଯେତେବେଳେ କି ଜଣେ ପୁନଃଜନ୍ମପ୍ରାପ୍ତ ଖ୍ରୀଷ୍ଟିୟାନ ପବିତ୍ରଆତ୍ମାଙ୍କ ସେବାକାର୍ଯ୍ୟକୁ ସମର୍ପିତ ହେବା ନିମନ୍ତେ ଏକ ସ୍ଥିର ଏବଂ ଚାଲୁ ନିଷ୍ପତ୍ତିଅ ଗ୍ରହଣ କରିବ ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଖ୍ରୀଷ୍ଟିୟ ଆତ୍ମିକତା କ'ଣ?