ଖ୍ରୀଷ୍ଟିୟାନମାନେ ଅନ୍ୟ ଲୋକମାନଙ୍କ ଧର୍ମ ବିଶ୍ବାସ ପ୍ରତି ସହନଶୀଳ ହେବା ଉଚିତ୍ କି?


ପ୍ରଶ୍ନ: ଖ୍ରୀଷ୍ଟିୟାନମାନେ ଅନ୍ୟ ଲୋକମାନଙ୍କ ଧର୍ମ ବିଶ୍ବାସ ପ୍ରତି ସହନଶୀଳ ହେବା ଉଚିତ୍ କି?

ଉତ୍ତର:
ଆମର "ସହନଶୀଳତା" ଯୁଗରେ, ନୈତିକ ଆପେକ୍ଷିକବାଦ ଏକ ସର୍ବଶ୍ରେଷ୍ଠ ଗୁଣ ଭାବରେ ଜବରଦସ୍ତ ବିଚାର କରାଯାଏ | ଆପେକ୍ଷିକବାଦୀମାନେ କୁହନ୍ତି ଯେ, ପ୍ରତ୍ୟେକ ଦର୍ଶନଶାସ୍ତ୍ର, ଧାରଣା ଏବଂ ବିଶ୍ବାସ ପଦ୍ଧତିର ସମତୁଲ ଉପକାରିତା ଅଛି, ଏବଂ ସେଗୁଡିକର ସମତୁଲ ସମ୍ମାନ ପାଇବାର ଯୋଗ୍ୟ ଅଟନ୍ତି | ଯେଉଁମାନେ ଗୋଟିଏ ବିଶ୍ବାସ ପଦ୍ଧତି ଅପେକ୍ଷା ଅନ୍ୟ ଏକ ବିଶ୍ବାସ ପଦ୍ଧତି କିମ୍ବା ତା' ଅପେକ୍ଷା ସବୁଠାରୁ ଅଧିକ ମନ୍ଦ ବିଶ୍ବାସ ପଦ୍ଧତିର ସପକ୍ଷରେ ଅଛନ୍ତି ସେମାନେ ଏକ ସମ୍ପୂର୍ଣ୍ଣ ସତ୍ୟତା ଜାଣିବାର ଦାବୀ କରନ୍ତି ଏବଂ ସେମାନଙ୍କୁ ସଂକୀର୍ଣ୍ଣ ମନୋଭାବାପନ୍ନ, ଜ୍ଞାନାଲୋକପ୍ରାପ୍ତି ବିହୀନ ଏବଂ ଏପରିକି ଅସହିଷ୍ଣ ଭାବରେ ବିବେଚନା କରାଯାଏ |

ବାସ୍ତବରେ, ବିଭିନ୍ନ ଧର୍ମ ପାରସ୍ପରିକ ଭାବରେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇନଥିବା ଦାବୀସବୁ କରନ୍ତି, ଏବଂ ଆପେକ୍ଷିକବାଦୀମାନେ ତାର୍କିକ ଭାବରେ ପ୍ରକାଶ୍ୟ ବିରୋଧାଭାସଗୁଡିକୁ ମନାନ୍ତି | ଉଦାହରଣ ସ୍ବରୂପ, ବାଇବଲ ଦାବୀ କରେ ଯେ "ମନୁଷ୍ୟ ନିମନ୍ତେ ଥରେମାତ୍ର ମୃତ୍ୟୁ, କିନ୍ତୁ ପରେ ବିଚାର ନିରୂପିତ ଅଛି" (ଏବ୍ରୀ ୯:୨୭ -୨୮(କ)), ଯେତେବେଳେ କି କିଛି ପୂର୍ବଦେଶୀୟ ଧର୍ମଗୁଡିକ ପୁନଃଜନ୍ମ ବିଷୟରେ ଶିକ୍ଷା ଦିଅନ୍ତି | ତେଣୁ, ଆମେ ଥରେ ମୃତ୍ୟୁଭୋଗ କରୁ ନା ଅନେକ ଥର ମୃତ୍ୟୁଭୋଗ କରୁ? ଉଭୟ ଶିକ୍ଷା ସତ୍ୟ ହୋଇପାରିବନାହିଁ | ଆପେକ୍ଷିକବାଦୀମାନେ ବହୁଗୁଣିତ ଏବଂ ବିରୋଧାଭାସର "ସତ୍ୟତା ଗୁଡିକ" ସହାବସ୍ଥାନ କରୁଥିବା ଏକ ସ୍ବବିରୋଧାଭାସୀ ଜଗତର ସୃଷ୍ଟି ନିମନ୍ତେ ମୂଳତଃ ସତ୍ୟକୁ ପୁନଃବ୍ୟାଖ୍ୟା କରନ୍ତି |

ଯୀଶୁ କହିଲେ, "ମୁଁ ପଥ, ସତ୍ୟ ଏବଂ ଜୀବନ | ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏନାହିଁ" (ଯୋହନ ୧୪:୬) | ଜଣେ ଖ୍ରୀଷ୍ଟିୟାନ ସତ୍ୟକୁ କେବଳ ଏକ ଧାରଣା ଭାବରେ ଗ୍ରହଣ କରିନାହିଁ, କିନ୍ତୁ ସତ୍ୟକୁ ଏକ ବ୍ୟକ୍ତି ଭାବରେ ଗ୍ରହଣ କରିଛି | ସତ୍ୟର ଏହି ସ୍ବୀକାରୋକ୍ତିଟି ଆଜିର ତଥାକଥିତ "ମୁକ୍ତ-ମାନସିକତା" ଥିବା ଲୋକମାନଙ୍କଠାରୁ ଖ୍ରୀଷ୍ଟିୟାନକୁ ପୃଥକ୍ କରେ | ଖ୍ରୀଷ୍ଟିୟାନ ସର୍ବସାଧାରଣରେ ସ୍ବୀକାର କରେ ଯେ ଯୀଶୁ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି (ରୋମୀୟ ୧୦:୯-୧୦) | ଯଦି ସେ ବାସ୍ତବରେ ପୁନରୁତ୍ଥାନରେ ବିଶ୍ବାସ କରେ, ତେବେ ଯୀଶୁ କେବେ ମଧ୍ୟ ମୃତ୍ୟୁରୁ ଉତ୍ଥିତ ହୋଇନାହାନ୍ତି ବୋଲି ଜଣେ ଅବିଶ୍ବାସୀର ଦୃଢ ଘୋଷଣା ବିଷୟରେ ସେ କିପରି "ମୁକ୍ତ-ମନା" ହୋଇପାରିବ? ଜଣେ ଖ୍ରୀଷ୍ଟିୟାନ ନିମନ୍ତେ ଈଶ୍ବରଙ୍କ ବାକ୍ୟର ସ୍ବଷ୍ଟ ଶିକ୍ଷାକୁ ଅସ୍ବୀକାର କରିବା ବାସ୍ତବରେ ଈଶ୍ବରଙ୍କ ପ୍ରତି ବିଶ୍ବାସଘାତକତା ହେବ |

ଲକ୍ଷ୍ୟ କରନ୍ତୁ ଯେ, ଆମେ ଆମ୍ଭମାନଙ୍କର ଉଦାହରଣଗୁଡିକରେ ବିଶ୍ବାସର ପ୍ରାଥମିକ ବିଷୟଗୁଡିକ ବିଷୟରେ ଦର୍ଶାଉଅଛୁ | କିଛି ବିଷୟ (ଯେପରିକି ଖ୍ରୀଷ୍ଟଙ୍କ ଶାରିରୀକ ପୁନରୁତ୍ଥାନ) ଆଲୋଚନା ନିମନ୍ତେ ଉନ୍ମୁକ୍ତ ନୁହେଁ | ଅନ୍ୟ ବିଷୟଗୁଡିକ ବିତର୍କ ନିମନ୍ତ୍ନେ ମୁକ୍ତ ହୋଇପାରେ, ଯେପରିକି ଏବ୍ରୀ ପୁସ୍ତକ କିଏ ଲେଖିଥିଲେ କିମ୍ବା ପାଉଲଙ୍କ "ଶରୀରରେ କଣ୍ଟକ"ର ପ୍ରକୃତି | ଆମେ ଗୌଣ ବିଷୟଗୁଡିକ ଉପରେ ବିବାଦ ଉଭା କରି ସେଥିରେ ଲାଖି ରହିଯିବାରୁ ଦୂରେଇ ରହିବା ଉଚିତ୍ (୨ତିମଥି ୨:୨୩; ତିତସ ୩:୯) |

ଏପରିକି ଯେତେବେଳେ ମୁଖ୍ୟ ତତ୍ତ୍ବଗୁଡିକ ଉପରେ ବିବାଦ କରାଯାଏ/କଥାଭାଷା କରାଯାଏ, ଜଣେ ଖ୍ରୀଷ୍ଟିୟାନ ସଂଯମ ଆଚରଣ କରିବାକୁ ଏବଂ ସମ୍ମାନ ପ୍ରଦର୍ଶନ କରିବାକୁ ପଡିବ | ଏକ ସ୍ଥିତି ବା ବିଷୟ ଉପରେ ଅସମ୍ମତ ହେବା ଗୋଟିଏ ବିଷୟ; ଜଣେ ବ୍ୟକ୍ତିଙ୍କୁ ତାଚ୍ଛଲ୍ୟ କରି ମର୍ଯ୍ୟାଦାହାନୀ କରିବା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ବିଷୟ ଅଟେ | ଯେଉଁମାନେ ଆମ୍ଭମାନଙ୍କ ସତ୍ୟ ବିଷୟରେ ପ୍ରଶ୍ନ କରନ୍ତି, ଆମେ ସତ୍ୟତାକୁ ଜାବୁଡି ଧରିବା ସଙ୍ଗେ ସଙ୍ଗେ ଆମକୁ ପଚାରୁଥିବା ବ୍ୟକ୍ତିଙ୍କୁ ଦୟା ପ୍ରଦର୍ଶନ କରିବା ଉଚିତ୍ | ଯୀଶୁଙ୍କ ପରି, ଆମେ ଉଭୟ ଅନୁଗ୍ରହ ଓ ସତ୍ୟତାରେ ପୂର୍ଣ୍ଣ ହେବାକୁ ପଡିବ (ଯୋହନ ୧:୧୪) | ପିତର ଉତ୍ତର ଦେବା ଏବଂ ନମ୍ର ହେବା ମଧ୍ୟରେ ଥିବା ଏକ ଉତ୍ତମ ସନ୍ତୁଳନକୁ ପରିଦୃଷ୍ଟ କରନ୍ତି: "... ତୁମ୍ଭମାନଙ୍କଠାରେ ଥିବା ଭରସା ଭରସାର କାରଣ ସମ୍ବନ୍ଧରେ ଯେକେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ," (୧ପିତର ୩:୧୫) |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଖ୍ରୀଷ୍ଟିୟାନମାନେ ଅନ୍ୟ ଲୋକମାନଙ୍କ ଧର୍ମ ବିଶ୍ବାସ ପ୍ରତି ସହନଶୀଳ ହେବା ଉଚିତ୍ କି?