settings icon
share icon
ପ୍ରଶ୍ନ

ଈଶ୍ବର କାହିଁକି ତାଙ୍କ ମନୋନୀତ ଲୋକ ହେବା ନିମନ୍ତେ ଇଶ୍ରାୟେଲଙ୍କୁ ମନୋନୀତ କଲେ?

ଉତ୍ତର


ଇଶ୍ରାୟେଲ ଦେଶ ବିଷୟରେ କହିବାକୁ ଗଲେ, ଦ୍ବିତୀୟ ବିବରଣ ୭:୭-୯ ଆମ୍ଭମାନଙ୍କୁ କୁହେ "ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ । ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହଁ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତ ଦ୍ବାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ ମିଶରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି । ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ବର, କେବଳ ଯେ ପରମେଶ୍ବର, ସେ ବିଶ୍ବସନୀୟ ପରମେଶ୍ବର; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି ।"

ଈଶ୍ବର ଇଶ୍ରାୟେଲ ଜାତିକୁ ଏପରି ଲୋକମାନେ ହେବା ନିମନ୍ତେ ମନୋନୀତ କଲେ ଯେଉଁମାନଙ୍କ ଠାରୁ ଯୀଶୁଖ୍ରୀଷ୍ଟ ଜନ୍ମଲାଭ କରିବେ ଯିଏ କି ପାପ ଓ ମୃତ୍ୟୁରୁ ଉଦ୍ଧାରକାରୀ ଅଟନ୍ତି (ଯୋହନ ୩:୧୬) । ଈଶ୍ବର ଆଦମ ଓ ହବାଙ୍କ ପାପରେ ପତନ ପରେ ସେହି ମଶୀହଙ୍କ ବିଷୟରେ ପ୍ରତିଜ୍ଞା କରିଥିଲେ (ଆଦି ୩ ଅଧ୍ୟାୟ) । ଈଶ୍ବର ପରେ ନିଶ୍ଚିତ କଲେ ଯେ ମଶୀହ ଅବ୍ରହାମ, ଇସହାକ୍ ଓ ଯାକୁବଙ୍କ ବଂଶଧରରୁ ଆସିବେ (ଆଦି ୧୨:୧-୩) । ଯୀଶୁଖ୍ରୀଷ୍ଟ ହେଉଛନ୍ତି ଚୂଡାନ୍ତ କାରଣ ଯେ ଈଶ୍ବର ତାଙ୍କ ଲୋକ ହେବା ନିମନ୍ତେ ଇଶ୍ରାୟେଲଙ୍କୁ କାହିଁକି ମନୋନୀତ କଲେ । ମନୋନୀତ ଲୋକମାନଙ୍କୁ ରଖିବା ଈଶ୍ବରଙ୍କର ଆବଶ୍ୟକତା ନ ଥିଲା କିନ୍ତୁ ସେ ସେହିପରି ଭାବରେ ହେବାର ଚାହିଁଲେ । ଯୀଶୁ କୌଣସି ଜାତିର ଲୋକମାନଙ୍କଠାରୁ ଆସିବାକୁ ଥିଲା ଏବଂ ଈଶ୍ବର ଇଶ୍ରାୟେଲଙ୍କୁ ମନୋନୀତ କଲେ ।

ଅଥଚ, ଇଶ୍ରାୟେଲ ଜାତିକୁ ଈଶ୍ବର ମନୋନୀତ କରିବାର କାରଣ କେବଳ ମଶୀହଙ୍କୁ ଉତ୍ପନ୍ନ କରିବା ନ ଥିଲା । ଇଶ୍ରାୟେଲ ନିମନ୍ତେ ଈଶ୍ବରଙ୍କର ଇଛା ଥିଲା ଯେପରି ସେମାନେ ଯାଇ ଅନ୍ୟମାନଙ୍କୁ ତାଙ୍କ ବିଷୟରେ କହିବେ । ଇଶ୍ରାୟେଲ ଜଗତରେ ଯାଜକଗଣଙ୍କର ଏକ ଜାତି, ଭାବବାଦୀମାନଙ୍କର ଏକ ଜାତି ଏବଂ ମିଶନାରୀମାନଙ୍କର ଏକ ଜାତି ହେବାକୁ ଥିଲା । ଇଶ୍ରାୟେଲ ନିମନ୍ତେ ଈଶ୍ବରଙ୍କ ଉଦ୍ଦେଶ୍ୟ ଥିଲା ଯେ ସେମାନେ ଯେପରି ଏକ ପୃଥକୀକୃତ ଗୋଷ୍ଠୀ ହେବେ, ଏକ ଜାତି ହେବେ ଯେଉଁମାନେ କି ଅନ୍ୟମାନଙ୍କୁ ଈଶ୍ବରଙ୍କ ପ୍ରତି ଏବଂ ଜଣେ ମୁକ୍ତିକର୍ତ୍ତା ଏବଂ ଉଦ୍ଧାରକର୍ତ୍ତାଙ୍କ ବିଷୟରେ ତାହାଙ୍କ ଦାନ ପ୍ରତି ସୂଚୀତ କଲେ । ଅଧିକାଂଶରେ ଇଶ୍ରାୟେଲ ସେମାନଙ୍କର ନ୍ୟସ୍ତ କାର୍ଯ୍ୟରେ ବିଫଳ ହେଲେ । ଅଥଚ, ଇଶ୍ରାୟେଲ ନିମନ୍ତେ ଈଶ୍ବରଙ୍କ ଅନ୍ତିମ ଉଦ୍ଦେଶ୍ୟ ଯେ ଜଗତକୁ ମଶୀହଙ୍କୁ ଆଣିବା - ତାହା ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବରେ ସିଦ୍ଧ ଭାବରେ ସଫଳୀକୃତ ହେଲା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବର କାହିଁକି ତାଙ୍କ ମନୋନୀତ ଲୋକ ହେବା ନିମନ୍ତେ ଇଶ୍ରାୟେଲଙ୍କୁ ମନୋନୀତ କଲେ?
© Copyright Got Questions Ministries