settings icon
share icon
ପ୍ରଶ୍ନ

କଅଣ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ?

ଉତ୍ତର


ହଁ, ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ | ଅତ୍ୟ-ଆଧୁନିକ ଯୁଗରେ ଏହି ପ୍ରକାର ପୃଥକୀକରଣ ବକ୍ତବ୍ୟ ଲୋକମାନଙ୍କୁ ବିଚଳିତ କରିପାରେ, କିନ୍ତୁ ଏହି ବାକ୍ୟଟି ସତ୍ୟ ଅଟେ | ବାଇବଲ୍ ଶିକ୍ଷା ଦିଏ ଯେ, ଯୀଶୁଙ୍କ ବୀନା ପରିତ୍ରାଣ ପାଇଁ ଆଉ କୌଣସି ପଥ ନାହିଁ | ଯୀଶୁ ସ୍ଵୟଂ କହିଲେ, ଯୋହନ ୧୪:୬ “ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ” | ସେ ଅନେକଙ୍କ ମଧ୍ୟରେ ଏକ ପଥ ନୁହଁନ୍ତି, ମାତ୍ର କେବଳ ସେ ହିଁ ପଥ, ଏକ ଓ ଏକମାତ୍ର ପଥ ଅଟନ୍ତି | ଯୀଶୁଙ୍କ ବୀନା କେହି ସୁଧା ନିଜ ଖ୍ୟାତି, ସଫଳତା, ସ୍ଵତନ୍ତ୍ରଜ୍ଞାନ ଅବା ପବିତ୍ର ଜୀବନ ଦ୍ଵାରା ପିତା ଈଶ୍ଵରଙ୍କ ନିକଟବରତି ହୋଇପାରେ ନାହିଁ ।

ଅନେକ କାରଣ ହେତୁ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ କେବଳ ଏକମାତ୍ର ପଥ, | ଉଦ୍ଧାରକର୍ତ୍ତା ହେବା ନିମନ୍ତେ ଯୀଶୁ “ଈଶ୍ଵରଙ୍କ ଦ୍ଵାରା ମନୋନୀତ” ହୋଇଥିଲେ (୧ ପିତର ୨:୪) | ଯୀଶୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ସ୍ଵର୍ଗରୁ ଅବତରଣ ଓ ସେଠାକୁ ପ୍ରତ୍ୟାବର୍ତ୍ତନ କରିଥିଲେ (ଯୋହନ ୩:୧୩) | ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ସମ୍ପୁର୍ଣ୍ଣରୁପେ ମାନବ ଜୀବନ ଅତିବାହିତ କରିଥିଲେ (ଏବ୍ରୀ ୪:୧୫) | ପାପ କ୍ଷମା ନିମନ୍ତେ ସେ ହିଁ ଏକମାତ୍ର ବଳିଦାନ ଅଟନ୍ତି (୧ ଯୋହନ ୨:୨; ଏବ୍ରୀ ୧୦:୨୬) | ସେ ହିଁ କେବଳ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କ ଦ୍ୱାରା କୁହାଯାଇଥିବା ବାକ୍ୟକୁ ସଫଳ କରିଥିଲେ (ମାଥିଉ ୫:୧୭) | କେବଳ ସେ ହିଁ ମୃତ୍ୟୁ ଉପରେ ଚିର ବିଜୟ ହାସଲ କରିଅଛନ୍ତି (ଏବ୍ରୀ ୨:୧୪, ୧୫) | ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ସେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି (୧ ତୀମଥି ୨:୫) | ସେ ହିଁ ଏକମାତ୍ର ବ୍ୟକ୍ତି ଯାହାଙ୍କୁ ଈଶ୍ଵର “ଅତିଶୟ ଉନ୍ନତ କରିଅଛନ୍ତି...ସର୍ବୋତ୍କୃଷ୍ଟନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି” (ଫିଲିପିୟ ୨:୯) |

ଯୋହନ ୧୪:୬ ବ୍ୟତୀତ ଅନେକ ସ୍ଥାନରେ, ଯୀଶୁ ଖ୍ରୀଷ୍ଟ କହିଅଛନ୍ତି ଯେ, ସ୍ଵର୍ଗକୁ ଯିବା ପାଇଁ, ସେ ହିଁ ଏକମାତ୍ର ପଥ ଅଟନ୍ତି | ମାଥିଉ ୭:୨୧-୨୭ରେ ସେ ନିଜକୁ ବିଶ୍ଵାସର ପାତ୍ର ରୁପେ ଉପସ୍ଥାପନା କରିଥିଲେ | ସେ କହିଲେ, ତାହାଙ୍କ ବାକ୍ୟଗୁଡ଼ିକ ହେଉଛି ଜୀବନ (ଯୋହନ ୬:୬୩) | ସେ ପ୍ରତିଜ୍ଞା ଦେଇଛନ୍ତି ଯେ, ଯେଉଁମାନେ ତାହାଙ୍କୁ ବିଶ୍ଵାସ କରିବେ, ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ (ଯୋହନ ୩:୧୪,୧୫) | ମେଷଗୁଡ଼ିକ ପାଇଁ ସେ ହେଉଛନ୍ତି ଏକମାତ୍ର ଦ୍ଵାର (ଯୋହନ ୧୦:୭); ସେ ଜୀବନଦାୟକ ଆହାର (ଯୋହନ ୬:୩୫) ଏବଂ ସେ ପୁନରୁତଥାନ ଅଟନ୍ତି (ଯୋହନ ୧୧:୨୫) | ଏହି ଉପାଧି ଗୁଡ଼ିକ ଅନ୍ୟ କେହି ଅଧିକାରର ସହ ଦାବି କରିବା ପାରିବେ ନାହଁ |

ପ୍ରେରିତମାନଙ୍କ ପ୍ରଚାର ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତଥାନ ଉପରେ କେନ୍ଦ୍ରିତ ଥିଲା | ମହାସଭାରେ ପିତର ପ୍ରଚାର କରୁଥିବା ସମୟରେ, ସ୍ପଷ୍ଟଭାବରେ କହିଥିଲେ ଯେ, ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ: “ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ” (ପ୍ରେରିତ ୪:୧୨) | ଆନ୍ତଃଖିୟର ସମାଜଗୃହରେ, ପାଉଲ କହୁଥିବା ସମୟରେ, ସେ ଯୀଶୁଙ୍କୁ ଏକମାତ୍ର ଉଦ୍ଧାରକର୍ତ୍ତା ରୁପେ ଉପସ୍ଥାପନା କରିଥିଲେ: “ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଅନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ଵାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଛି | ବିଶ୍ଵାସକାରୀ ପ୍ରତ୍ୟକ ଲୋକ ତାହାଙ୍କ ଦ୍ଵାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି” (ପ୍ରେରିତ ୧୩:୩୮,୩୯) | ଯୋହନ ମଣ୍ଡଳୀ ସମୂହଙ୍କୁ ପତ୍ର ଲେଖିବା ସମୟରେ ନିର୍ଦ୍ଧିଷ୍ଟରୁପେ କହନ୍ତି ଯେ, ଯୀଶୁ ଖ୍ରୀଷ୍ଟଙ୍କ ନାମ ହେଉଛି ପାପକ୍ଷମାର ଏକମାତ୍ର ଆଧାର: “ପ୍ରିୟଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କ ପାପକ୍ଷମା ହୋଇଅଛି” (୧ ଯୋହନ ୨:୧୨) | ଯୀଶୁଙ୍କ ଛଡ଼ା ଆଉ କେହି ପାପକ୍ଷମା କରିପାରିବେ ନାହିଁ |

ସ୍ଵର୍ଗରେ ଅନନ୍ତ ଜୀବନ କେବଳ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତଥାନ ଦ୍ଵାରା ହିଁ ସମ୍ଭବ ଅଟେ | ଯୀଶୁ ପ୍ରାର୍ଥନା କାଲେ , “ଆଉ, ଏକମାତ୍ର ସତ୍ୟ ଈଶ୍ଵର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ” (ଯୋହନ ୧୭:୩) | ଈଶ୍ଵରଙ୍କ ପରିତ୍ରାଣର ଦାନକୁ ବିନାମୂଲ୍ୟରେ ଗ୍ରହଣ କରିବା ପାଇଁ, ଆମେ କେବଳ ଓ ଏକମାତ୍ର ଯୀଶୁଙ୍କୁ ଚାହିଁବା ଆବଶ୍ୟକ । ଆମ ପାପର ମୂଲ୍ୟ ଦେବା ପାଇଁ ଯୀଶୁଙ୍କ କୃଶୀୟ ମୃତ୍ୟୁଭୋଗ ଏବଂ ପୁନରୁତ୍ଥାନକୁ ଆମେ ନିଶ୍ଚିତ ରୂପେ ବିଶ୍ଵାସ କରିବାକୁ ପଡ଼ିବ | “ଈଶ୍ଵରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସମସ୍ତ ବିଶ୍ଵାସୀଙ୍କ ପ୍ରତି ବର୍ତ୍ତେ ”(ରୋମୀୟ ୩:୨୨) |

ଯୀଶୁଙ୍କ ସେବାକାର୍ଯ୍ୟର ଏକ ପର୍ଯ୍ୟାୟରେ, ଅନେକ ଲୋକମାନେ ଆଉ ଏକ ଉଦ୍ଧାରକର୍ତ୍ତାର ଆଶାରେ ତାହାଙ୍କୁ ପରିତ୍ୟାଗ କରି ଚାଲିଯାଉଥିଲେ, ଓ ପାଇବା ଆଶାରେ ସେମାନେ ଅପେକ୍ଷା କରୁଥିଲେ | ଯୀଶୁ ଦ୍ଵାଦଶ ଶିଷ୍ୟଙ୍କୁ ପଚାରିଲେ, “ତୁମେ ବି କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?” (ଯୋହନ ୬:୬୭) ପିତରଙ୍କ ପ୍ରତ୍ୟୁତ୍ତର ସମ୍ପୂର୍ଣ୍ଣରୂପେ ଠିକ୍ ଥିଲା: “ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତଜୀବନର ବାକ୍ୟ ଅଛି; ଆଉ, ଆପଣ ଯେ ଈଶ୍ଵରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ଵାସ କରିଅଛୁ ଓ ଜାଣିଅଛୁ” (ଯୋହନ ୬:୬୮,୬୯) | ଆସନ୍ତୁ, ଆମେ ପିତରଙ୍କ ଭଳି ବିଶ୍ଵାସ ରଖୁ ଯେ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅନନ୍ତ ଜୀବନ କେବଳ ଯୀଶୁଙ୍କଠାରେ ଅଛି | ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କଅଣ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ?
© Copyright Got Questions Ministries