settings icon
share icon
ପ୍ରଶ୍ନ

ମୁଁ କିପରି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବି?

ଉତ୍ତର


ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ବିଷୟକୁ ବୁଝିବା ପାଇଁ ଯୋହନ ୧୪:୧୬, ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ପଦ ଯେଉଁଠି ଯୀଶୁ ପ୍ରତିଜ୍ଞା କଲେ ଯେ ପବିତ୍ରଆତ୍ମା ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରିବେ ଏବଂ ତାହା ସ୍ଥାୟୀ ରୂପେ ହେବ । ପବିତ୍ରଆତ୍ମା ସ୍ଥାୟୀ ରୂପେ ବାସ କରିବା କେବଳ କେତେକ ମନୋନୀତ ଲୋକଙ୍କ ନିମନ୍ତେ ନୁହେଁ, କିନ୍ତୁ ସେ ସମସ୍ତ ବିଶ୍ଵାସୀଙ୍କଠାରେ ସ୍ଥାୟୀ ଭାବରେ ବାସ କରନ୍ତି । ବାଇବଲର ଅନେକ ଶାସ୍ତ୍ରାଂଶ ଏହି ସିଦ୍ଧାନ୍ତକୁ ସମର୍ଥନ କରେ । ପ୍ରଥମତଃ, ବିନା ବାଛବିଚାରରେ ଯିରୁଶାଲମରେ ଥିବା ସମସ୍ତ ବିଶ୍ଵାସୀଙ୍କୁ ପବିତ୍ରଆତ୍ମାଙ୍କ ଦାନ ଦିଆଯାଇଛି, ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଛଡ଼ା ଅନ୍ୟ କୌଣସି ସର୍ତ୍ତ ଲାଗୁକରାଯାଇନାହିଁ (ଯୋହନ ୭:୩୭-୩୯) । ଦ୍ଵିତୀୟତଃ, ପରିତ୍ରାଣ ପାଇବାକ୍ଷଣି ପବିତ୍ରଆତ୍ମା ଦିଆଯାଇଥାଏ (ଏଫିସୀୟ ୧:୧୩) । ଗାଲାତୀୟ ୩:୨ ଏହି ସତ୍ୟତା ଉପରେ ବଳ ଦିଏ, ଏହା କୁହେ ଯେ ବିଶ୍ଵାସ କରିବା ସମୟରେ ହିଁ ପବିତ୍ରଆତ୍ମାଙ୍କ ଦ୍ଵାରା ମୁଦ୍ରାଙ୍କିତ କରାଯାଇଥାଏ ଏବଂ ସେ ଆମ୍ଭମାନଙ୍କଠାରେ ବାସ କରିଥାନ୍ତି । ତୃତୀୟତଃ, ପବିତ୍ରଆତ୍ମା ବିଶ୍ଵାସୀମାନଙ୍କଠାରେ ସ୍ଥାୟୀ ଭାବରେ ବାସ କରିଥାନ୍ତି । ପବିତ୍ରଆତ୍ମାଙ୍କୁ ବିଶ୍ଵାସୀମାନଙ୍କୁ ବଇନା ସ୍ଵରୂପ ଅର୍ଥାତ୍‍ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ଭବିଷ୍ୟତ ଗୌରବର ପ୍ରମାଣ ଭାବରେ ଦିଆଯାଇଛି (୨କରିନ୍ଥୀୟ ୧:୨୨; ଏଫିସୀୟ ୪:୩୦) ।

ଏଫିସୀୟ ୫:୧୮ ରେ ଦିଆଯାଇଥିବା ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ବିଷୟଠାରୁ ଏହି ବିଷୟ ଭିନ୍ନ ଅଟେ । ଆମ୍ଭମାନେ ନିଜକୁ ପବିତ୍ରଆତ୍ମାଙ୍କଠାରେ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେବାକୁ ହେବ ଯେପରି ସେ ଆମକୁ ସଂପୂର୍ଣ୍ଣ ରୂପେ ଆପଣା ଅଧିକାରରେ କରିପାରିବେ, ଅର୍ଥାତ୍‍ ଆମ୍ଭମାନଙ୍କୁ ପରିପୂର୍ଣ୍ଣ କରିବେ । ରୋମୀୟ ୮:୯ ଓ ଏଫିସୀୟ ୧:୧୩-୧୪ ଦର୍ଶାଏ ଯେ ସେ ପ୍ରତ୍ୟେକ ବିଶ୍ଵାସୀଙ୍କଠାରେ ବାସ କରନ୍ତି, କିନ୍ତୁ ତାଙ୍କୁ ଦୁଃଖ ଦିଆଯାଇପାରେ (ଏଫିସୀୟ ୪:୩୦), ଏବଂ ଆମ ମଧ୍ୟରେ ତାହାଙ୍କ କାର୍ଯ୍ୟକୁ ନିର୍ବାଣ ଅର୍ଥାତ୍‍ ହ୍ରାସ କରାଯାଇ ବନ୍ଦ କରାଯାଇପାରେ (୧ଥେସଲନିକୀୟ ୫:୧୯) । ଆମେ ଯେତେବେଳେ ଏହା ହେବାକୁ ଦେଇ ଥାଉ, ତେବେ ଆମେ ପବିତ୍ରଆତ୍ମାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକୁ ଅନୁଭବ କରି ନଥାଉ ଏବଂ ତାହାଙ୍କ ଶକ୍ତି ଆମଠାରେ ଓ ଆମ ଦ୍ଵାରା ପ୍ରକାଶ ହୋଇ ନଥାଏ । ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ହେଉଛି ଆମ ଜୀବନର ସମସ୍ତ ଅଂଶକୁ ସେ ଯେପରି ଅଧିକାର କରିପାରିବେ, ନିୟନ୍ତ୍ରଣ ଓ ମାର୍ଗ ଦର୍ଶନା କରିବେ । ତତଦ୍ୱାରା ତାହାଙ୍କ ଶକ୍ତି ଆମ ଦ୍ଵାରା ଉପଯୋଗ ହୋଇପାରିବ ଓ ଆମେ ଯାହା କରିବା ତାହା ଫଳପ୍ରଦ ହେବ । ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା କେବଳ ବାହ୍ୟ କାର୍ଯ୍ୟରେ ପ୍ରୟୋଗ ହୁଏନାହିଁ; ଏହା ଆମ କାର୍ଯ୍ୟର ଅନ୍ତରସ୍ଥ ଭାବନା ଓ ଉଦ୍ଦେଶ୍ୟରେ ଲାଗୁ ହୁଏ । ଗୀତସଂହିତା ୧୯:୧୪ରେ ଲେଖାଯାଏ "ହେ ସଦାପ୍ରଭୁ ମୋର ଶୈଳ ଓ ମୋହର କାକୁକ୍ତି ଶୁଣିବା ମୁକ୍ତିକର୍ତ୍ତା ତୁମ୍ଭ ଦୃଷ୍ଟିରେ ମୋ ମୁଖର ବାକ୍ୟ ଓ ମୋ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ ।"

ପାପ ହେଉଛି ଏପରି ଏକ ବିଷୟ ଯାହା ଆମ୍ଭମାନଙ୍କୁ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବାକୁ ଦିଏନାହିଁ ଏବଂ ଈଶ୍ଵରଙ୍କ ବାଧ୍ୟ ହେବା ଦ୍ଵାରା ଏହା ପବିତ୍ରଆତ୍ମାରେ ପୂର୍ଣ୍ଣ କରି ରଖେ । ଏଫିସୀୟ ୫:୧୮ ଆମ୍ଭମାନଙ୍କୁ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବାକୁ ଆଦେଶ ଦିଏ; ଅଥଚ, ପବିତ୍ରଆତ୍ମାରେ ପରିପୂର୍ଣ୍ଣ କରାଅ ବୋଲି ପ୍ରାର୍ଥନା କଲେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତା ମିଳିନଥାଏ । କେବଳ ଈଶ୍ଵରଙ୍କ ବାଧ୍ୟ ହେବା ଦ୍ଵାରା ହିଁ ପବିତ୍ରଆତ୍ମା ଆମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଶ୍ଵାଧୀନ ହୋଇଥାନ୍ତି । ଯେହେତୁ, ଆମେ ବର୍ତ୍ତମାନ ସୁଦ୍ଧା ପାପ ଦ୍ଵାରା କଳଙ୍କିତ ହୋଇଛୁ, ସେଥିଯୋଗୁଁ ସବୁବେଳେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇରହିବା ସମ୍ଭବ ନୁହେଁ । ଆମେ ଯେତେବେଳେ ପାପ କରୁ, ସେତେବେଳେ ଆମେ ସାଙ୍ଗେ ସାଙ୍ଗେ ଈଶ୍ଵରଙ୍କ ନିକଟରେ ସ୍ଵୀକାର କରିବା ଏବଂ ଆମେ ଆତ୍ମାଙ୍କ ଦ୍ଵାରା ନୂତନୀକାରଣ ହୋଇ ହୋଇରହିବା ଓ ତାହାଙ୍କ ଦ୍ଵାରା ଚାଳିତ ଓ ପରିପୂର୍ଣ୍ଣ ହେବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୁଁ କିପରି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବି?
© Copyright Got Questions Ministries