ମୃତ୍ୟୁପରେ କ'ଣ ହୁଏ?



ପ୍ରଶ୍ନ: ମୃତ୍ୟୁପରେ କ'ଣ ହୁଏ?

ଉତ୍ତର:
ଖ୍ରୀଷ୍ଟିୟ ବିଶ୍ବାସରେ ମୃତ୍ୟୁ ପରେ କ'ଣ ହୁଏ ସେ ବିଷୟରେ ଅନେକ ପରିମାଣରେ ଦ୍ବନ୍ଦ ଅଛି | କେତେକ ଧରିନିଅନ୍ତି ଯେ ମୃତ୍ୟୁ ପରେ ଶେଷ ବିଚାର ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟ "ଶୟନ" କରିଥାନ୍ତି, ତାହାପରେ ପ୍ରତ୍ୟେକ ଜଣ ସ୍ବର୍ଗକୁ ବା ନରକକୁ ପଠାଯାନ୍ତି | ଅନ୍ୟ କେତେକ ବିଶ୍ବାସ କରନ୍ତି ଯେ, ମୃତ୍ୟୁ ହେବା ସାଙ୍ଗେ ସାଙ୍ଗେ ଲୋକେ ସାଙ୍ଗେ ସାଙ୍ଗେ ବିଚାରିତ ହୁଅନ୍ତି ଏବଂ ସେମାନଙ୍କ ଅନନ୍ତକାଳୀନ ନିର୍ଦ୍ଧାରିତ ଭବିଷ୍ୟତକୁ ପଠାଯାନ୍ତି | ତଥାପି ଅନ୍ୟମାନେ ଦାବୀ କରନ୍ତି ଯେ ଯେତେବେଳେ ଲୋକେ ମୃତ୍ୟୁଭୋଗ କରନ୍ତି, ସେମାନଙ୍କ ପ୍ରାଣ/ଆତ୍ମା ଶେଷ ପୁନରୁତ୍ଥାନ, ଶେଷ ବିଚାର, ଏବଂ ତା'ପରେ ସେମାନଙ୍କ ଅନନ୍ତକାଳୀନ ନିର୍ଦ୍ଧାରିତ ଭବିଷ୍ୟତର ଶେଷ ଅବସ୍ଥାରେ ପହଞ୍ଚିବା ନିମନ୍ତେ ଏକ "ଅସ୍ଥାୟୀ" ସ୍ବର୍ଗ ବା ନରକକୁ ପ୍ରେରିତ ହୁଅନ୍ତି | ତେଣୁ, ମୃତ୍ୟୁପରେ କ'ଣ ହୁଏ ସେ ବିଷୟରେ ବାଇବଲ ସଠିକ୍ କ'ଣ କୁହେ?

ପ୍ରଥମ, ଯୀଶୁଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସୀମାନଙ୍କ ନିମନ୍ତେ ବାଇବଲ ଆମ୍ଭମାନଙ୍କୁ କୁହେ ଯେ ମୃତ୍ୟୁପରେ ବିଶ୍ବାସୀମାନଙ୍କ ପ୍ରାଣ/ଆତ୍ମା ସ୍ବର୍ଗକୁ ନିଆଯାଏ, କାରଣ ଖ୍ରୀଷ୍ଟଙ୍କୁ ସେମାନଙ୍କର ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିଥିବାରୁ ସେମାନଙ୍କର ପାପ କ୍ଷମାପ୍ରାପ୍ତ ହୋଇଛି (ଯୋହନ ୩:୧୬, ୧୮, ୩୬) | କାରଣ ବିଶ୍ବାସୀଗଣଙ୍କ ମୃତ୍ୟୁ ହେଉଛି "ଶରୀରରୁ ପ୍ରସ୍ଥାନ ଓ ପ୍ରଭୁଙ୍କ ସହିତ ରହିବା" (୨କରିନ୍ଥୀୟ ୫:୬-୮; ଫିଲିପ୍ପୀୟ ୧:୨୩) | ଅଥଚ, ୧କରିନ୍ଥୀୟ ୧୫:୫୦-୫୪ ଓ ୧ଥେସଲନିକୀୟ ୪:୧୩-୧୭ ପରି ଶାସ୍ତ୍ରାଂଶସକଳରେ ବିଶ୍ବାସୀମାନେ ପୁନରୁତ୍ଥିତ ହୋଇ ଗୌରବମୟ ଶରୀର ପ୍ରାପ୍ତ ହେବା ବିଷୟରେ ଲେଖାଯାଏ | ଯଦି ବିଶ୍ବାସୀମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁପରେ ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ ସହ ରହିବା ପାଇଁ ଯାଆନ୍ତି, ତେବେ ପୁନରୁତ୍ଥାନର ଆବଶ୍ୟକତା କ'ଣ? ଏହା ଏପରି ଜଣାଯାଏ ଯେ, ଯେତେବେଳେ ବିଶ୍ବାସୀଗଣଙ୍କ ପ୍ରାଣ/ଆତ୍ମା ସେମାନଙ୍କ ମୃତ୍ୟୁ ସାଙ୍ଗେ ସାଙ୍ଗେ ଖ୍ରୀଷ୍ଟଙ୍କ ସହ ରହିବା ପାଇଁ ଯାଆନ୍ତି, ତେବେ ଶରୀର "ଶୟନ କରି" ସମାଧିରେ ରହିଥାଏ | ବିଶ୍ବାସୀଗଣଙ୍କ ପୁନରୁତ୍ଥାନରେ ଶାରିରୀକ ଶରୀର ପୁନରୁତ୍ଥିତ ହୋଇଥାଏ, ଗୌରବାନ୍ମିତ ହୋଇଥାଏ, ଏବଂ ତା'ପରେ ପ୍ରାଣ/ଆତ୍ମା ସହ ପୁନଃମିଳିତ ହୋଇଥାଏ | ଏହି ପୁନଃମିଳିତ ଏବଂ ଗୌରବାନ୍ମିତ ଶରୀର-ପ୍ରାଣ-ଆତ୍ମା ନୂତନ ସ୍ବର୍ଗ ଓ ନୂତନ ପୃଥିବୀରେ ଚିରଦିନ ନିମନ୍ତେ ବିଶ୍ବାସୀଗଣଙ୍କ ଅଧିକାରରେ ଆସିଥାଏ (ପ୍ରକାଶିତ ୨୧-୨୨) |

ଦ୍ବିତୀୟ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ସେମାନଙ୍କ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ନିମନ୍ତେ ମୃତ୍ୟୁର ଅର୍ଥ ହେଉଛି ଅନନ୍ତକାଳୀନ ଦଣ୍ଡ | ଅଥଚ, ବିଶ୍ବାସୀଗଣଙ୍କ ନିର୍ଦ୍ଧାରିତ ଭବିଷ୍ୟତ ପରି ଅବିଶ୍ବାସୀମାନେ ମଧ୍ୟ ସେମାନଙ୍କ ଶେଷ ପୁନରୁତ୍ଥାନ, ବିଚାର ଏବଂ ଅନନ୍ତକାଳୀନ ନିର୍ଦ୍ଧାରିତ ଭବିଷ୍ୟତକୁ ଯିବାର ଅପେକ୍ଷା କରି ଅସ୍ଥାୟୀଭାବେ ଧରି ରଖୁଥିବା ଏକ ସ୍ଥାନକୁ ସାଙ୍ଗେ ସାଙ୍ଗେ ପଠାଯାନ୍ତି | ପ୍ରକାଶିତ ୨୦:୧୧-୧୫ ବର୍ଣ୍ଣନା କରେ ଯେ ଅବିଶ୍ବାସ କରିଥିବା ସମସ୍ତ ମୃତ ବ୍ୟକ୍ତି ପୁନରୁତ୍ଥିତ ହୁଅନ୍ତି ଏବଂ ଶ୍ବେତ ସିଂହାସନ ସମ୍ମୁଖରେ ବିଚାରିତ ହୁଅନ୍ତି, ଏବଂ ତା'ପରେ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯାଆନ୍ତି | ଅବିଶ୍ବାସୀଗଣ ତା'ପରେ ମୃତ୍ୟୁର ସାଙ୍ଗେ ସାଙ୍ଗେ, ନରକକୁ (ଅଗ୍ନିମୟ ହ୍ରଦ) ପଠାଯାନ୍ତି ନାହିଁ କିନ୍ତୁ ବିଚାର ଓ ଦଣ୍ଡର ଏକ ଅସ୍ଥାୟୀ ରାଜ୍ୟ ମଧ୍ୟକୁ ଯାଇଥାନ୍ତି | ଅଥଚ, ଯଦିଓ ଅବିଶ୍ବାସୀମାନେ ତତକ୍ଷଣାତ୍ ଅଗ୍ନିମୟ ହ୍ରଦକୁ ପଠାଯାନ୍ତି ନାହିଁ, ସେମାନଙ୍କ ମୃତ୍ୟୁପରେ ଥିବା ସେମାନଙ୍କ ନିକଟବର୍ତ୍ତୀ ନିୟତି ଏକ ସୁଖଦ ସ୍ଥାନ ବିଷୟ ନୁହେଁ | ଧନୀ ଲୋକଟି ଚିତ୍କାର କରି କହିଲା, "ମୁଁ ଏହି ନିଆଁରେ କଲବଲ ହେଉଅଛି" (ଲୂକ ୧୬:୨୪) |

ଅତଏବ, ମୃତ୍ୟୁପରେ ଜଣେ ବ୍ୟକ୍ତି ଏକ "ଅସ୍ଥାୟୀ" ସ୍ବର୍ଗ ବା ନରକରେ ରହିଥାଏ | ଏହି ଅସ୍ଥାୟୀ ରାଜ୍ୟ ପରେ, ଶେଷ ପୁନରୁତ୍ଥାନରେ ଜଣେ ଅନନ୍ତକାଳସ୍ଥାୟୀ ନିର୍ଦ୍ଧାରିତ ଭବିଷ୍ୟତ୍ ପରିବର୍ତ୍ତିତ ହେବନାହିଁ | ସେହି ଅନନ୍ତକାଳସ୍ଥାୟୀ ନିର୍ଦ୍ଧାରିତ ଭବିଷ୍ୟତର ନିର୍ଦ୍ଧିଷ୍ଟ "ସ୍ଥଳ" ହିଁ ପରିବର୍ତ୍ତିତ ହୋଇଥାଏ | ବିଶ୍ବାସୀମାନେ ପରିଶେଷରେ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ମଧ୍ୟକୁ ପ୍ରବେଶ କରିବାର ଅନୁମତି ପ୍ରାପ୍ତ ହେବେ (ପ୍ରକାଶିତ ୨୧:୧) | ଅବିଶ୍ବାସୀମାନେ ପରିଶେଷରେ ଅଗ୍ନିମୟ ହ୍ରଦ ମଧ୍ୟକୁ ପଠାଯିବେ (ପ୍ରକାଶିତ ୨୦:୧୧-୧୫) | ଏହି ସମସ୍ତ ହେଉଛି ସମସ୍ତ ଲୋକଙ୍କର ଚୂଡାନ୍ତ ଓ ଅନନ୍ତକାଳୀନ ନିର୍ଦ୍ଧାରିତ ଭବିଷ୍ୟତ୍ ଓ ଏହା ସେହି ବିଷୟ ଉପରେ ପର୍ଯ୍ୟବେସିତ - ସେମାନେ ପରିତ୍ରାଣ ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ବାସ ରଖିଥିଲେ ବା କରି ନ ଥିଲେ (ମାଥିଉ ୨୫:୪୬; ଯୋହନ ୩:୩୬) |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ମୃତ୍ୟୁପରେ କ'ଣ ହୁଏ?