settings icon
share icon
ପ୍ରଶ୍ନ

ବିବାହ ପୂର୍ବରୁ ଘନିଷ୍ଠତାର ସଠିକ୍ ସ୍ତର କେତେ?

ଉତ୍ତର


ଏଫିସୀୟ ୫:୩ ଆମ୍ଭମାନଙ୍କୁ କୁହେ, "କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ୍;" ଯେକୌଣସି ବିଷୟ ଯାହା ଏପରିକି ଯୌନଗତ ଅଶୁଚିତାର ଏକ "ଆଭାସ" ଅଟେ, ତାହା ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଅସଙ୍ଗତ ଅଟେ । ବାଇବଲ ଆମ୍ଭମାନଙ୍କୁ ଏକ "ଆଭାସ" ଭାବରେ କେଉଁ ବିଷୟଗୁଡିକ ଯୋଗ୍ୟ କରାଏ, ତାହାର ତାଲିକା ପ୍ରଦାନ କରେନାହିଁ କିମ୍ବା ବିବାହ ପୂର୍ବରୁ ଦମ୍ପତ୍ତି କେଉଁ ପ୍ରକାର ଶାରିରୀକ କାର୍ଯ୍ୟାବଳୀରେ ସଂପୃକ୍ତ ରହିପାରିବେ ବାଇବଲ ତାହାକୁ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରେନାହିଁ । ଅଥଚ, ଯେହେତୁ ବାଇବଲ ସେଗୁଡିକ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରେନାହିଁ ତାହାର ଅର୍ଥ ଏହା ନୁହେଁ ଯେ, ଈଶ୍ବର ସେଗୁଡିକ ବିବାହ ପୂର୍ବରୁ କରିବାର ଅନୁମତି ଦେଇଅଛନ୍ତି । ସାର ଭାବରେ, ପୂର୍ବାଭ୍ୟାସ ଜଣେ ବ୍ୟକ୍ତିଙ୍କୁ ଯୌନ କ୍ରିୟା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଉଦ୍ଧିଷ୍ଟ ଅଟେ । ତେବେ, ତାର୍କିକ ଭାବରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତିଙ୍କ ନିମନ୍ତେ ପୂର୍ବାଭ୍ୟାସକୁ ନିଷେଧ କରାଯିବା ଉଚିତ୍ । ପୂର୍ବାଭ୍ୟାସ ଭାବରେ ଗଣା ଯାଉଥିବା ଯେକୌଣସି ବିଷୟକୁ ବିବାହ ପର୍ଯ୍ୟନ୍ତ ଦୂରେଇ ରଖାଯିବା ଉଚିତ୍ ।

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତିଙ୍କ ନିମନ୍ତେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ କରିବା ଠିକ୍ ନା ନାହିଁ, ସେ ବିଷୟରେ ସନ୍ଦେହ ଥିଲେ ସେପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ (ରୋମୀୟ ୧୪:୨୩) । ଯେକୌଣସି ପ୍ରକାର ଯୌନଗତ କାର୍ଯ୍ୟ ଏବଂ ଯୌନ ପ୍ରବୃତ୍ତି ପୂର୍ବର କାର୍ଯ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତିଙ୍କ ନିମନ୍ତେ ନିଷେଧ କରାଯିବା ଉଚିତ୍ । ଏକ ଅବିବାହିତ ଦମ୍ପତ୍ତି ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ ଯାହା ସେମାନଙ୍କୁ ଯୌନ ଆଚରଣ କରିବା ନିମନ୍ତେ ପ୍ରଲୋଭିତ କରେ, ଯାହା ଅଶୁଚିତାର ଆକାରରେ ଦେଖାଦିଏ, କିମ୍ବା ଯାହା ପୂର୍ବାଭ୍ୟାସ ଭାବରେ ଗଣାଯାଏ । ଅନେକ ପାଳକ ଏବଂ ଖ୍ରୀଷ୍ଟିୟାନ ପରାମର୍ଶଦାତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତିଙ୍କୁ ବିବାହ ପୂର୍ବରୁ ହସ୍ତ ଧରାଧରି ହେବା, ଆଲିଙ୍ଗନ କରିବା, ଏବଂ ନରମ ଚୁମ୍ବନରୁ ଅଧିକ ନ କରିବାକୁ ପରାମର୍ଶ ଦେଇଥାନ୍ତି । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତି ଯେତେ ପରିମାଣରେ ସେମାନଙ୍କ ଦୁହିଁଙ୍କ ମଧ୍ୟରେ ବିଶେଷ ଆଦାନପ୍ରଦାନ କରନ୍ତି, ସେହି ବିବାହରେ ସେତେ ପରିମାଣରେ ବିଶେଷ ପରିମାଣରେ ଏବଂ ଏକମାତ୍ର ଭାବରେ ସେତେ ଯୌନ ସମ୍ପର୍କ ଗଢି ଉଠିଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବିବାହ ପୂର୍ବରୁ ଘନିଷ୍ଠତାର ସଠିକ୍ ସ୍ତର କେତେ?
© Copyright Got Questions Ministries