ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା କ’ଣ ଅଟେ?


ପ୍ରଶ୍ନ: ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା କ’ଣ ଅଟେ?

ଉତ୍ତର:
ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା”ର ଧାରଣା ମାର୍କ 3:22-30 ଓ ମାଥିଉ 12:22-32ରେ ଲେଖାଯାଇଛି । ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବାକୁ ସାଧାରଣତଃ “ଅବମାନନା ସହ ଅସମ୍ମାନ” ଭାବରେ ବୁଝାଯାଇଛି । ଏହି ଶବ୍ଦ ଈଶ୍ବରଙ୍କୁ ଅଭିଶାପ ଦେବା କିମ୍ବା ଜାଣିଶୁଣି ଈଶ୍ବରଙ୍କ ବିଷୟରେ ଥିବା କୌଣସି ବିଷୟକୁ ନୀଚ୍ଚ ଦୃଷ୍ଟିରେ କହିବା । ଏହା ଈଶ୍ବର ମନ୍ଦ ବୋଲି ଦର୍ଶାଇବା, କିମ୍ବା ସେ ଯେଉଁ ସମସ୍ତ ଉତ୍ତମ ବିଷୟରେ ଭରପୂର ସେ ସେପରି ନୁହଁନ୍ତି ବୋଲି ଦର୍ଶାଇବା । ଅଥଚ, ଏହି ପ୍ରକାର ଈଶ୍ବର ନିନ୍ଦା ମାଥିଉ 12:31ରେ ଥିବା “ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହିବା” ନାମକ ଏକ ନିର୍ଦ୍ଧିଷ୍ଟ ଈଶ୍ବର ନିନ୍ଦା ଅଟେ । ମାଥିଉ 12:31-32ରେ ଯୀଶୁ ଯେ ପବିତ୍ରଆତ୍ମାଙ୍କ ଶକ୍ତିରେ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି ଫାରୁଶୀମାନେ ତାହାର ଅକାଟ୍ୟ ପ୍ରମାଣ ଦେବା ପରିବର୍ତ୍ତେ ପ୍ରଭୁ “ବାଆଲ୍‍ଜିବୂଲ୍‍” ନାମକ ଏକ ଭୂତ ଦ୍ବାରା ଆକ୍ରାନ୍ତ ବୋଲି ସେମାନେ ଦାବୀ କଲେ (ମାଥିଉ 12:24) । ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଯେ “ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା”କୁ ସେମାନେ କ’ଣ କଲେ ତାହା ଯୀଶୁ ଅତି ନିର୍ଦ୍ଧିଷ୍ଟ ଭାବରେ କହିଲେ ।

ଏହି ଈଶ୍ବର ନିନ୍ଦାରେ କେହି ଜଣେ ଯୀଶୁଙ୍କୁ ଆତ୍ମାରେ ପରିପୂର୍ଣ୍ଣ ବୋଲି ନ କହି ଭୂତଗ୍ରସ୍ତ ହୋଇଥିବାର କହିବାର ମାନେ ଅଛି । ଏହାର ଫଳ ସ୍ବରୂପ, ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବାର ନିର୍ଦ୍ଧିଷ୍ଟ ଘଟନାକୁ ଆଜି ନକଲ କରାଯାଇପାରିବ ନାହିଁ । ଯୀଶୁଖ୍ରୀଷ୍ଟ ପୃଥିବୀରେ ନାହାନ୍ତି – ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ ଉପବେଶନ କରିଅଛନ୍ତି । କୌଣସି ଲୋକ ଯୀଶୁଖ୍ରୀଷ୍ଟଙ୍କୁ ଏକ ଆଶ୍ଚର୍ଯ୍ୟକର୍ମ କରିବାର ସାକ୍ଷୀ ହୋଇପାରିବେ ନାହିଁ ଓ ତା’ପରେ ସେହି ଶକ୍ତି ପବିତ୍ରଆତ୍ମାଙ୍କର ବୋଲି ନ କହି ଶୟତାନର ବୋଲି କହିପାରିବ ନାହିଁ । ଆଜି ଏହାର ପାଖାପାଖି ଉଦାହରଣ ଏପରି ହେବ – କୌଣସି ଉଦ୍ଧାର ପାଇଥିବା ବ୍ୟକ୍ତିଙ୍କର ପରିବର୍ତ୍ତିତ ଜୀବନକୁ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ଫଳ ବୋଲି ନ କହି ଶୟତାନର ଶକ୍ତି ବୋଲି କହିବା ।

ଆଜି ଅକ୍ଷମଣୀୟ ପାପ ପରି ଥିବା ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା ହେଉଛି ନିରନ୍ତର ଅବିଶ୍ବାସ କରିଚାଲିବା । ଯେଉଁ ବ୍ୟକ୍ତି ଅବିଶ୍ବାସରେ ମରିଯାଇଛି ତାହା ପାଇଁ ଆଉ କ୍ଷମା ନାହିଁ । ଯୀଶୁଖ୍ରୀଷ୍ଟଙ୍କଠାରେ ଭରସା କରିବାକୁ ପବିତ୍ରଆତ୍ମାଙ୍କର କଥାକୁ ବାରମ୍ବାର ଏଡାଇ ଦେବା ହେଉଛି ତାହାଙ୍କ ବିରୁଦ୍ଧରେ ଅକ୍ଷମଣୀୟ ପାପ । ଯୋହନ 3:16ରେ କ’ଣ କୁହାଯାଇଛି ତାହା ମନେ ପକାନ୍ତୁ: “କାରଣ ଈଶ୍ବର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ବାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” ପୁନଶ୍ଚ ସେହି ଅଧ୍ୟାୟର ଆଉ ଏକ ପଦରେ ଲେଖାଯାଏ “ଯେ ପୁତ୍ରଙ୍କଠାରେ ବିଶ୍ବାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି । ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ । କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ“ (ଯୋହନ 3:36) । ଜଣେ କ୍ଷମା ନ ପାଇବାର ଏକମାତ୍ର ସର୍ତ୍ତ ହେଉଛି ଯଦି ସେ “ଯେକେହି ତାହାଙ୍କଠାରେ ବିଶ୍ବାସ କରେ” ମଧ୍ୟରେ ନାହିଁ, କାରଣ ସେ ହିଁ “ପୁତ୍ରଙ୍କୁ ଏଡାଇ ଦେଉଛି ।”



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହିବା କ’ଣ ଅଟେ?