ଆମେ କାହିଁକି ଆମର ପାପସବୁ ସ୍ବୀକାର କରିବାର ଆବଶ୍ୟକ ହେଉଛି ଯଦି ସେଗୁଡିକ ପୂର୍ବରୁ କ୍ଷମା ହୋଇସାରିଛି (୧ଯୋହନ୧:୯)?



ପ୍ରଶ୍ନ: ଆମେ କାହିଁକି ଆମର ପାପସବୁ ସ୍ବୀକାର କରିବାର ଆବଶ୍ୟକ ହେଉଛି ଯଦି ସେଗୁଡିକ ପୂର୍ବରୁ କ୍ଷମା ହୋଇସାରିଛି (୧ଯୋହନ୧:୯)?

ଉତ୍ତର:
ପ୍ରେରିତ ପାଉଲ ଲେଖିଲେ, "ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି, ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ବାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି | ତାହାଙ୍କ ଅନୁଗ୍ରହରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ବାରା ମୁକ୍ତି, ଅର୍ଥାତ୍ ଅପରାଧସବୁର କ୍ଷମା ପ୍ରାପ୍ତ ହୋଇଅଛୁ | ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି" (ଏଫିସୀୟ ୧:୬-୮) | ଏହି କ୍ଷମା ପରିତ୍ରାଣକୁ ସୂଚାଏ, ଯେଉଁଥିରେ ଈଶ୍ବର ଆମ୍ଭମାନଙ୍କର ପାପସବୁ ନେଇଯାଇ "ପୂର୍ବରୁ ପଶ୍ଚିମ ଯେତେଦୂର" (ଗୀତ ୧୦୩:୧୨) ସେତେ ଦୂର ଆମ୍ଭମାନଙ୍କର ପାପ ଦୂର କରିଅଛନ୍ତି | ଏହା ହେଉଛି ବିଚାର ସମ୍ବନ୍ଧୀୟ କ୍ଷମା ଯାହା ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମର ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କଲାପରେ ଈଶ୍ବର ପ୍ରଦାନ କରିଅଛନ୍ତି | ବିଚାର ସମ୍ବନ୍ଧୀୟ ଆଧାରରେ ଆମ୍ଭମାନଙ୍କର ଭୂତ, ବର୍ତ୍ତମାନ ଏବଂ ଭବିଷ୍ୟଦର ସମସ୍ତ ପାପ କ୍ଷମା ହୋଇଛି, ତାହାର ଅର୍ଥ ହେଉଛି, ଆମେ ଆମ୍ଭମାନଙ୍କ ପାପ ନିମନ୍ତେ ଅନନ୍ତ ଦଣ୍ଡ ଭୋଗିବା ନାହିଁ | ତଥାପି ଆମେ ଏହି ପୃଥିବୀରେ ଥିଲା ସମୟରେ ପାପର ପରିଣାମ ଭୋଗିବାକୁ ପଡିବ, ଅଥଚ, ଯାହା ବର୍ତ୍ତମାନ ପରିସ୍ଥିତିରେ ଏହି ପ୍ରଶ୍ନ ଆଣିଦେଇଥାଏ |

ଏଫିସୀୟ ୧:୬-୮ ଏବଂ ୧ଯୋହନ ୧:୯ ମଧ୍ୟରେ ଥିବା ଭିନ୍ନତା ହେଉଛି ଯେ ଆମେ "ସମ୍ପର୍କଗତ" ବା "ପାରିବାରିକ" କ୍ଷମା ବୋଲି ଯାହାକୁ କହୁ ଯୋହନ ସେଥି ସହିତ ସଂପୃକ୍ତ ଅଛନ୍ତି - ଯେପରିକି ଏକ ପିତା ବା ପୁତ୍ରର କ୍ଷମା | ଉଦାହରଣ ସ୍ବରୂପ, ଯଦି ଜଣେ ପୁତ୍ର ତା' ପିତାଙ୍କ ଆଶା ବା ନୀତିନିୟମଗୁଡିକରୁ ଊଣା ପଡି କିଛି ଭୁଲ୍ କଲା ପୁତ୍ର ଜଣକ ତା' ପିତା ସହ ଥିବା ସମ୍ପର୍କକୁ ପ୍ରତିବାଧା କରିଅଛି | ସେ ତା' ପିତାଙ୍କ ପୁତ୍ର ହୋଇ ରହିଥାଏ, କିନ୍ତୁ ସେମାନଙ୍କ ସମ୍ପର୍କ ଠିକ୍ ରୁହେନାହିଁ | ସେମାନଙ୍କର ସହଭାଗୀତା ସେତେ ସମୟ ପର୍ଯ୍ୟନ୍ତ ପ୍ରତିବାଧିତ ହୋଇ ରହିଥିବ ଯେପର୍ଯ୍ୟନ୍ତ ପୁତ୍ର ପିତାଙ୍କୁ ସ୍ବୀକାର କରିନାହିଁ ଯେ ସେ (ପୁତ୍ର) ତାଙ୍କ ବିରୁଦ୍ଧରେ ଭୁଲ୍ କରିଛି | ଏହି ବିଷୟଟି ଠିକ୍ ଏହିପ୍ରକାରେ ଈଶ୍ବରଙ୍କ କ୍ଷେତ୍ରରେ ଘଟିଥାଏ; ଆମେ ଆମ୍ଭମାନଙ୍କର ପାପ ସ୍ବୀକାର ନ କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ସହଭାଗୀତା ପ୍ରତିବନ୍ଧକରେ ଅଟକି ରହିଥାଏ | ଯେତେବେଳେ ଆମେ ଈଶ୍ବରଙ୍କ ନିକଟରେ ଆମ ପାପ ସ୍ବୀକାର କରୁ, ଆମ୍ଭମାନଙ୍କ ସହଭାଗୀତା ପୁନଃସ୍ଥାପିତ ହୋଇଥାଏ | ଏହା ହେଉଛି ସମ୍ପର୍କଗତ କ୍ଷମା |

"ପରିସ୍ଥିତି ସମ୍ବନ୍ଧୀୟ" କ୍ଷମା ବା ବିଚାର ସମ୍ବନ୍ଧୀୟ କ୍ଷମା ହେଉଛି ସେହି କ୍ଷମା ଯାହା ଖ୍ରୀଷ୍ଟଙ୍କଠାରେ ପ୍ରତ୍ୟେକ ବିଶ୍ବାସୀଙ୍କ ଦ୍ବାରା ପ୍ରାପ୍ତ କରାଯାଇଥାଏ | ଖ୍ରୀଷ୍ଟଙ୍କ ଶରୀରର ସଭ୍ୟ ବା ଅଙ୍ଗ ଭାବରେ ଆମର ସ୍ଥିତି ଥିବାରୁ ଆମେ ପୂର୍ବରୁ କରିଥିବା ସମସ୍ତ ପାପ ଏବଂ ଭବିଷ୍ୟଦରେ କରିବାକୁ ଥିବା ସମସ୍ତ ପାପରୁ କ୍ଷମାପ୍ରାପ୍ତ ହୋଇଛୁ | କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ଦ୍ବାରା ପରିଶୋଧ କରାଯାଇଥିବା ପାଉଣା ପାପ ବିରୁଦ୍ଧରେ ଥିବା ଈଶ୍ବରଙ୍କ କ୍ରୋଧ ନିବାରଣ କରିବା ନିମନ୍ତେ ଯଥେଷ୍ଟ ଅଟେ ଏବଂ ଆଉ ଅଧିକ କିଛି ବଳିଦାନ ବା ପାଉଣାର ଆବଶ୍ୟକତା ନାହିଁ | ଯୀଶୁ ଯେତେବେଳେ "ସମାପ୍ତ ହେଲା" ବୋଲି କହିଲେ, ସେ ଏହାକୁ ହିଁ ବୁଝି ସେପରି କହିଥିଲେ | ଆମ୍ଭମାନଙ୍କର ସ୍ଥିତି ସମ୍ବନ୍ଧୀୟ କ୍ଷମା ସେହିକ୍ଷଣି ଓ ସେହିଠାରେ ହିଁ କ୍ଷମା ହୋଇସାରିଥିଲା |

ପାପ ସ୍ବୀକାର ଆମ୍ଭମାନଙ୍କୁ ପ୍ରଭୁଙ୍କ ଶାସନରୁ ଆମ୍ଭମାନଙ୍କୁ ରକ୍ଷା ପାଇବାରେ ସାହାଯ୍ୟ କରିବ | ଯଦି ଆମେ ପାପ ସ୍ବୀକାର କରିବାରେ ଅସଫଳ ହେଉ, ତେବେ ଆମେ ଏହାକୁ ସ୍ବୀକାର କରିବା ପର୍ଯ୍ୟନ୍ତ ପ୍ରଭୁଙ୍କ ଶାସନ ଆସିବା ବିଷୟରେ ନିଶ୍ଚିତ ହେଉ | ଯେପରି ପୂର୍ବରୁ ଦର୍ଶାଇଦିଆଯାଇଛି, ଆମ୍ଭମାନଙ୍କର ପାପ ପରିତ୍ରାଣରେ (ସ୍ଥିତି ସମ୍ପର୍କୀୟ କ୍ଷମା) କ୍ଷମାପ୍ରାପ୍ତ ହୋଇଛି, କିନ୍ତୁ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୈନିକ ସହଭାଗୀତା ଉତ୍ତମ ଭାବେ ପ୍ରତିଷ୍ଠିତ ହୋଇ (ସମ୍ପର୍କଗତ କ୍ଷମା) ରହିବାକୁ ପଡିବ | ଆମ୍ଭମାନଙ୍କ ଜୀବନରେ ସ୍ବୀକାର ହୋଇନଥିବା ପାପ ଥିଲେ ଈଶ୍ବରଙ୍କ ସହ ଆମ୍ଭମାନଙ୍କ ସଠିକ୍ ସହଭାଗୀତା ହୋଇପାରିବ ନାହିଁ | ଅତଏବ, ଈଶ୍ବରଙ୍କ ସହ ଘନିଷ୍ଠ ସହଭାଗୀତା ବଜାୟ ରଖିବା ନିମନ୍ତେ ଆମେ ପାପ କରିବାର ଅବଗତ ହେବା ସଙ୍ଗେ ସଙ୍ଗେ ଈଶ୍ବରଙ୍କ ନିକଟରେ ଆମ୍ଭମାନଙ୍କର ପାପ ସ୍ବୀକାର କରିବାକୁ ପଡିବ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଆମେ କାହିଁକି ଆମର ପାପସବୁ ସ୍ବୀକାର କରିବାର ଆବଶ୍ୟକ ହେଉଛି ଯଦି ସେଗୁଡିକ ପୂର୍ବରୁ କ୍ଷମା ହୋଇସାରିଛି (୧ଯୋହନ୧:୯)?