settings icon
share icon
ପ୍ରଶ୍ନ

ଜଣେ ଖ୍ରୀଷ୍ଟିୟାନ ଜଣେ ଅଣ-ଖ୍ରୀଷ୍ଟିୟାନ ସହିତ ଡେଟିଙ୍ଗ୍ କରିବା କିମ୍ବା ବିବାହ କରିବା ଠିକ୍ କି?

ଉତ୍ତର


ଜଣେ ଖ୍ରୀଷ୍ଟିୟାନ ନିମନ୍ତେ, ଅନ୍ୟ ଜଣେ ଅଣ-ଖ୍ରୀଷ୍ଟିୟାନ ସହିତ ଡେଟିଙ୍ଗ୍ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ, ଏବଂ ବିବାହ କରିବା ଏକ ବିକଳ୍ପ ନୁହେଁ । ଦ୍ବିତୀୟ କରିନ୍ଥୀୟ ୬:୧୪ ଆମ୍ଭମାନଙ୍କୁ ଜଣେ ଅବିଶ୍ବାସୀ ସହିତ "ଅସମାନରୂପେ ଯୋଚା ନ ଯିବା" ନିମନ୍ତେ କୁହେ । ଏହି ଉପମା ଗୋଟିଏ ଜୁଆଳିରେ ଦୁଇଗୋଟି ଅସାମଞ୍ଜସ୍ୟ ହେଉଥିବା ବଳଦ ଯୋଚାଯିବା ବିଷୟରେ କୁହେ । ବୋଝକୁ ଏକାଠି କାର୍ଯ୍ୟ କରି ଟାଣିବା ଅପେକ୍ଷା, ସେମାନେ ପରସ୍ପର ବିରୁଦ୍ଧରେ କାର୍ଯ୍ୟ କରିବେ । ଯଦିଓ ଏହି ଶାସ୍ତ୍ରାଂଶ ବିବାହ ବିଷୟରେ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରେନାହିଁ, ବିବାହ ବିଷୟରେ ଏହି ଶାସ୍ତ୍ରାଂଶରେ ଆଭାସ ଦେଖିବାକୁ ମିଳେ । ଶାସ୍ତ୍ରାଂଶଟି ଆହୁରି କୁହେ ଯେ, ଖ୍ରୀଷ୍ଟ ଓ ବିଲିୟର୍ (ଶୟତାନ) ମଧ୍ୟରେ ସଙ୍ଗତି ନାହିଁ । ଜଣେ ଖ୍ରୀଷ୍ଟିୟାନ ଏବଂ ଜଣେ ଅଣ-ଖ୍ରୀଷ୍ଟିୟାନ ମଧ୍ୟରେ କୌଣସି ଆତ୍ମିକ ସଙ୍ଗତି ନାହିଁ । ପାଉଲ ଆହୁରି ବିଶ୍ବାସୀମାନଙ୍କୁ ସ୍ମରଣ କରାଇଦିଅନ୍ତି ଯେ, ସେମାନେ ପବିତ୍ରଆତ୍ମାଙ୍କ ବାସସ୍ଥାନ, ଯିଏକି ପରିତ୍ରାଣ ସମୟରୁ ସେମାନଙ୍କ ହୃଦୟରେ ବାସ କରିଆସୁଛନ୍ତି (୨କରିନ୍ଥୀୟ ୬:୧୫-୧୭) । ସେହି କାରଣରୁ, ସେମାନେ ଜଗତରୁ ପୃଥକ୍ ହେବା ଉଚିତ୍- ସେମାନେ ଜଗତରେ ପୃଥକ୍ ହେବା ଉଚିତ୍ କିନ୍ତୁ ଜଗତ ବିଷୟରେ ପୃଥକ୍ ହେବା ନୁହେଁ - ଏବଂ ବିବାହ ପରି ସବୁଠାରୁ ଅଧିକ ଘନିଷ୍ଠ ସମ୍ପର୍କରୁ ଛିନ୍ନ ହେବା ଉଚିତ୍ ।

ବାଇବଲ ଆହୁରି ମଧ୍ୟ କୁହେ "ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ" (୧କରିନ୍ଥୀୟ ୧୫:୩୩) । ଜଣେ ଅବିଶ୍ବାସୀ ସହିତ ଯେକୌଣସି ପ୍ରକାରର ସମ୍ପର୍କ ରଖିବା କିଛି ବିଷୟରେ ପରିବର୍ତ୍ତିତ ହେବ ଯାହା ଖ୍ରୀଷ୍ଟଙ୍କ ସହିତ ଆପଣଙ୍କ ସମ୍ପର୍କରେ ଏକ ପ୍ରତିବନ୍ଧକ ହେବ । ଆମେ ବିନାଶପ୍ରାପ୍ତମାନଙ୍କଠାରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆହ୍ବାନପ୍ରାପ୍ତ ଅଟୁ, ଆମେ ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବା ନିମନ୍ତେ ଆହ୍ବାନପ୍ରାପ୍ତ ନୋହୁଁ । ଅବିଶ୍ବାସୀମାନଙ୍କ ସହ ଗୁଣାତ୍ମକ ବନ୍ଧୁତାସ୍ଥାପନ କରିବା ଭୁଲ୍ ନୁହେଁ, କିନ୍ତୁ ଏହା ଯେତେ ଦୂର ଯିବା ଉଚିତ୍ ସେତେ ଦୂର ହିଁ ଯିବା ଉଚିତ୍ । ଯଦି ଆପଣ ଜଣେ ଅବିଶ୍ବାସୀ ସହ ଡେଟିଙ୍ଗ କରୁଅଛନ୍ତି ସଚ୍ଚୋଟ ଭାବରେ କହିଲେ ଆପଣଙ୍କ ଅଗ୍ରାଧିକାର ଆଧାରରେ କ'ଣ ହେବ, ତାହା ପ୍ରେମ ଭାବ କିମ୍ବା ଖ୍ରୀଷ୍ଟଙ୍କ ନିମନ୍ତେ ଆତ୍ମା ଲାଭ ହେବ? ଯଦି ଆପଣ ଜଣେ ଅବିଶ୍ବାସୀକୁ ବିବାହ କରିଥାନ୍ତେ, ଆପଣଙ୍କ ବିବାହରେ ଆପଣ ଦୁଇଜଣ କିପରି ଏକ ଆତ୍ମିକ ଘନିଷ୍ଠତା ବିକାଶ କରିଥାନ୍ତେ? ବିଶ୍ବବ୍ରହ୍ମାଣ୍ଡର ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯଦି ଆପଣ ତାଙ୍କ ବିଷୟରେ ସହମତ ହୋଇନପାରନ୍ତି, ତେବେ କିପରି ଏକ ଗୁଣାତ୍ମକ ବିବାହ ଗଠିତ ହେବ ଏବଂ ଏହାକୁ ବଜାୟ ରଖାଯାଇପାରିବ?

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଖ୍ରୀଷ୍ଟିୟାନ ଜଣେ ଅଣ-ଖ୍ରୀଷ୍ଟିୟାନ ସହିତ ଡେଟିଙ୍ଗ୍ କରିବା କିମ୍ବା ବିବାହ କରିବା ଠିକ୍ କି?
© Copyright Got Questions Ministries