ଖ୍ରୀଷ୍ଟଙ୍କ ଈଶ୍ବରତ୍ବ କଅଣ ବାଇବଲଭିତ୍ତିକ ଶିକ୍ଷା?


ପ୍ରଶ୍ନ: ଖ୍ରୀଷ୍ଟଙ୍କ ଈଶ୍ବରତ୍ବ କଅଣ ବାଇବଲଭିତ୍ତିକ ଶିକ୍ଷା?

ଉତ୍ତର:
ଯୀଶୁ ଖ୍ରୀଷ୍ଟଙ୍କ ସ୍ବଂୟ ଦାବି ସହ, ତାହାଙ୍କ ଶିଷ୍ୟମାନେ ଖ୍ରୀଷ୍ଟଙ୍କ ଈଶ୍ବରତ୍ବକୁ ସ୍ବୀକାର କରିଥିଲେ । ସେମାନେ ଦାବି କରିଥିଲେ ଯେ ପାପ କ୍ଷମାକରିବାକୁ ଯୀଶୁଙ୍କ ଅଧିକାର ଥିଲା- ଯାହା କେବଳ ଈଶ୍ବର ଏକାକୀ କରିପାରିବେ- କାରଣ ଈଶ୍ବର ପାପକୁ ଘୃଣା କରନ୍ତି (ପ୍ରେରିତ ୫:୩୧; କଲସୀୟ ୩:୧୩; ଗୀତସଂହିତା ୧୩୦:୪; ଯିରିମିୟ ୩୧:୩୪) । ଏହି ଶେଷ ଦାବିର ସଂଯୋଗରେ, ଏହା କୁହାଯାଇଛି ଯେ ଯୀଶୁ “ମୃତ ଓ ଜୀବିତର ବିଚାର କରିବେ” (୨ ତୀମଥି ୪:୧) । ଥୋମା ଯୀଶୁଙ୍କୁ ଡାକ ପକାଇ କହିଲେ, “ମୋର ପ୍ରଭୁ ଓ ମୋର ଈଶ୍ବର” (ଯୋହନ ୨୦:୨୮) । ପାଉଲ, ଯୀଶୁଙ୍କୁ ସମ୍ବୋଧନ କରନ୍ତି, “...ମହାନ ଈଶ୍ବର ଓ ତ୍ରାଣକର୍ତ୍ତା” (ତୀତସ ୨:୧୩) ଏବଂ ଏହା ଶିକ୍ଷା ଦିଅନ୍ତି ଯେ ଯୀଶୁଙ୍କ ଦେହବନ୍ତ ହେବା ପୂର୍ବରୁ ଯୀଶୁ “ଈଶ୍ବର ରୂପ” ହୋଇ ବିଦ୍ୟମାନ ଥିଲେ (ଫିଲୀପୀୟ ୨:୫-୮) । ଯୀଶୁଙ୍କ ବିଷୟରେ ପିତା ଈଶ୍ବର କହନ୍ତି, “ହେ, ଈଶ୍ବର, ତୁମର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ” (ଏବ୍ରୀ ୧:୮) । ଯୋହନ ଲେଖନ୍ତି, “ବାକ୍ୟ ଈଶ୍ବର ଥିଲେ” (ଯୋହନ ୧:୧) । ବାଇବଲରେ ଖ୍ରୀଷ୍ଟଙ୍କ ଈଶ୍ବରତ୍ବ ସମ୍ପର୍କରେ ଅନେକ ବିଷୟ ଲେଖାଯାଇଛି (ଦେଖନ୍ତୁ ପ୍ରକାଶିତ ୧:୧୭; ୨:୮; ୨୨:୧୩; ୧ କରନ୍ଥୀୟ ୧୦:୪; ୧ ପିତର ୨:୬-୮; ଗୀତସଂହିତା ୧୮:୨; ୯୫:୧; ୧ ପିତର ୫:୪; ଏବ୍ରୀ ୧୩:୨୦) । କିନ୍ତୁ ଶିଷ୍ୟମାନେ ଖ୍ରୀଷ୍ଟଙ୍କୁ ଈଶ୍ବରରୂପେ ବିଶ୍ବାସ କରୁଥିଲେ, ଏହା ପ୍ରମାଣ କରିବା ପାଇଁ ଗୋଟିଏ ପଦ ମଧ୍ୟ ଯଥେଷ୍ଟ ।

ପୂରାତନ ନିୟମରେ ଯେଉଁ ଅଦ୍ବିତୀୟ ଉପାଧିଗୁଡିକ ଯିହୋବା ଈଶ୍ବରଙ୍କ ନାମ ସହ ଯୋଡାଯାଇଛି, ଯୀଶୁଙ୍କୁ ସୁଧା ତାହା ଦିଆଯାଇଅଛି । ପୂରାତନ ନିୟମର ଉପାଧି “ତ୍ରାଣକର୍ତ୍ତା” (ଗୀତସଂହିତା ୧୩୦:୭; ହୋଶେୟ ୧୩:୧୪), ନୂତନ ନିୟମରେ ଯୀଶୁଙ୍କ ପାଇଁ ବ୍ୟବହାର କରାଯାଇଅଛି (ତୀତସ ୨:୧୩; ପ୍ରକାଶିତ ୫:୯) । ଯୀଶୁଙ୍କୁ ଇମ୍ମାନୁୟେଲ ବୋଲି କୁହାଯାଇଅଛି- “ଆମ୍ଭମାନଙ୍କ ସହ ଈଶ୍ବର”- ମାଥିଉ ୧ । ଯିଖରିୟ ୧୨:୧୦ ରେ, ଯିହୋବା କହନ୍ତି, “...ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ...”। କିନ୍ତୁ ନୂତନ ନିୟମରେ ଏହା ଯୀଶୁଙ୍କ କ୍ରୁଶ ସହ ତୁଳନା କରାଯାଇଅଛି (ଯୋହନ ୧୯:୩୭; ପ୍ରକାଶିତ ୧:୭) । ଯଦି ଯିହୋବାଙ୍କୁ ବିଦ୍ଧ ଓ ଦୃଷ୍ଟିପାତ କରାଯାଇଅଛି, ଏବଂ ଯୀଶୁ ବିଦ୍ଧ ହେଲେ ଓ ଲୋକେ ତାହାଙ୍କୁ ଦୃଷ୍ଟିପାତ କଲେ, ତେବେ ଯୀଶୁ ହିଁ ଯିହୋବା ଅଟନ୍ତି । ଯିଶାୟ ୪୫:୨୨-୨୩ କି ପାଉଲ ଯୀଶୁଙ୍କ ପାଇଁ ଫିଲିପିୟ ୨:୧୦-୧୧ ରେ ପ୍ରୟୋଗ କରନ୍ତି । ଅଧିକତଃ, ଈଶ୍ବରଙ୍କ ନିକଟରେ ପ୍ରାର୍ଥନାରେ ସୁଧା ଯୀଶୁଙ୍କ ନାମ ବ୍ୟବହାର କରାଯାଇଅଛି, “.....” (ଗାଲାତୀୟ ୧:୩; ଏଫିସୀୟ ୧:୨) । ଯଦି ଯୀଶୁ ଖ୍ରୀଷ୍ଟ ଈଶ୍ବର ନୁହଁନ୍ତି, ତେବେ ଏହା ଈଶ୍ବର ନିନ୍ଦା ହେବ । ଯୀଶୁଙ୍କ ନାମକ ଈଶ୍ବରଙ୍କ ସହ ବ୍ୟବହାର କରାଯାଇଅଛି, ଯୀଶୁ ଆଦେଶ ଦେଲେ, “...ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବପ୍ତିସ୍ମ ଦେଇ...” (ମାଥିଉ ୨୮:୧୯; ଦେଖନ୍ତୁ ୨ କରନ୍ଥୀୟ ୧୩:୧୪) ।

ଯେଉଁ କାର୍ଯ୍ୟ କେବଳ ଈଶ୍ବରଙ୍କ ଦ୍ବାରା ସମ୍ଭବ, ତାହା ଯୀଶୁଙ୍କୁ ନିର୍ଦ୍ଦେଶିତ କରାଯାଇଅଛି । ଯୀଶୁ କେବଳ ମୃତମାନଙ୍କୁ ଜୀବିତ କଲେ (ଯୋହନ ୫:୨୧; ୧୧:୩୮-୪୪) ଓ ପାପକ୍ଷମା କଲେ (ପ୍ରେରିତ ୫:୩୧; ୧୩:୩୮) ତାହା ନୁହେଁ, ସେ ସାରା ବ୍ରହ୍ମାଣ୍ଡକୁ ସୃଷ୍ଟି କଲେ ଓ ସେ ଚାଳନ କରନ୍ତି (ଯୋହନ ୧:୨; କଲସୀୟ ୧:୧୬-୧୭) । ଏହା ଆହୁରି ସୁଧା ସ୍ପଷ୍ଟ ହୁଏ ଯେବେ ଜଣେ ଏହା ବିଚାର କରିବ ଯେ ସୃଷ୍ଟି କରିବା ସମୟରେ ଯିହୋବା ଏକାକୀ ଥିଲେ (ଯିଶାୟ ୪୪:୨୪) । ଆହୁରି, ଖ୍ରୀଷ୍ଟଙ୍କ’ଠାରେ ଏପରି ଚରିତ୍ରମାନ ରହିଅଛି, ଯାହା କେବଳ ଈଶ୍ବରଙ୍କ ପାଖରେ ହିଁ ରହିପାରେ: ଅନନ୍ତକାଳୀନତା (ଯୋହନ ୮:୫୮), ସର୍ବଜ୍ଞାନୀ (ମାଥିଉ ୧୮:୨୦; ୨୮:୨୦), ସର୍ବବ୍ୟାପୀ (ମାଥିଉ ୧୬:୨୧) ଏବଂ ସର୍ବଶକ୍ତିମାନ (ଯୋହନ ୧୧:୩୮-୪୪) ।

ବର୍ତ୍ତମାନ, ଈଶ୍ବର ବୋଲି ଦାବି କରିବା ଅବା ଏହା ସତ୍ୟ ବୋଲି କହି କାହାକୁ ବୋକା ବନାଇବା, ଏହି ବିଷୟ ଏବଂ ଈଶ୍ବରତ୍ବ ପ୍ରମାଣ କରିବା, ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ବିଷୟ । ନିଜର ଈଶ୍ବରତ୍ବର ଦାବିର ପ୍ରମାଣ ଦେଇ, ଖ୍ରୀଷ୍ଟ ଅନେକ ଆଶ୍ଚର୍ଯ୍ୟ କର୍ମ କରିଥିଲେ । ତାହାଙ୍କ କେତେକ ଆଶ୍ଚର୍ଯ୍ୟ କର୍ମ ହେଉଛି ଜଳକୁ ଦ୍ରାକ୍ଷାରସରେ ପରିଣତ କରିବା (ଯୋହନ ୨:୭), ପାଣି ଉପରେ ଚାଲିବା (ମାଥିଉ ୧୪:୧୫), ଶାରୀରିକ ବସ୍ତୁକୁ ବହୁ ସଂଖ୍ୟାରେ ରୂପାନ୍ତରିତ କରିବା (ଯୋହନ ୬:୧୧), ଅନ୍ଧକୁ ଚକ୍ଷୁ ଦେବା (ଯୋହନ ୯:୭), ଛୋଟାକୁ (ମାର୍କ ୨:୩) ଓ ରୋଗୀମାନଙ୍କୁ ସୁସ୍ଥ କରିବା (ମାଥିଉ ୯:୩୫; ମାର୍କ ୧:୪୦-୪୨), ଏବଂ ମୃତମାନଙ୍କୁ ଜୀବିତ କରିବା (ଯୋହନ ୧୧:୪୩-୪୪; ଲୂକ ୭:୧୧-୧୫; ମାର୍କ ୫:୩୫) । ଆହୁରି, ଖ୍ରୀଷ୍ଟ ସୁଦ୍ଧା ମୃତରୁ ଜୀବିତ ହୋଇଥିଲେ । ବିଜାତିମାନଙ୍କର ମୃତଭୋଗ କରିବା ଓ ପୁନରୁଥିତ ହେବା କାହାଣୀ’ଠାରୁ, ପୁନରୁଥାନ ବିଷୟ ଆଉ କେଉଁ ଧର୍ମରେ ଏତେ ଗୁରୁତ୍ବଆରୋପ କରାଯାଇନାହିଁ, ଏବଂ ଖ୍ରୀଷ୍ଟଙ୍କ ପୁନରୁଥାନ ବାଇବଲ ପୁସ୍ତକ ବାହାରେ ସୁଧା ସୁନିଶ୍ଚିତ ହୋଇଅଛି ଯାହା କି ଆଉ କୌଣସି ବିଶ୍ବାସରେ ଦେଖିବାକୁ ମିଳେ ନାହିଁ ।

ଯୀଶୁଙ୍କ ବିଷୟରେ ଅନ୍ତତଃ ୧୨ଟି ଐତିହାସିକ ଘଟଣା ରହିଛି, ଯାହା ଅଣଖ୍ରୀଷ୍ଟିଆନ ପଣ୍ଡିତ ସୁଧା ସ୍ବୀକାର କରିବେ ।

୧. ଯୀଶୁ କ୍ରୁଶରେ ହତ ହୋଇଥିଲେ ।
୨. ସେ କବରଶାୟୀ ହେଲେ ।
୩. ତାହାଙ୍କ ମୃତ୍ୟୁ ଶିଷ୍ୟମାନଙ୍କୁ ନିରାଶ ଓ ହତାଶ କରିଥଲା ।
୪. କିଛି ଦିନ ଉତ୍ତାରେ ଯୀଶୁଙ୍କ କବର ଶୂନ୍ୟ ଭାବରେ ଲୋକମାନେ ଦେଖିବାକୁ ପାରିଲେ ।
୫. ଶିଷ୍ୟମାନେ ବିଶ୍ବାସ କଲେ ଯେ ସେମାନେ ପୁନରୁଥିତ ଯୀଶୁଙ୍କୁ ଅନୁଭବ କରିଅଛନ୍ତି ।
୬. ଏହା ଉତ୍ତାରେ, ଶିଷ୍ୟମାନେ ସନ୍ଦେହୀ ହେବା’ଠାରୁ ସାହାସୀ ବିଶ୍ବାସୀଭାବେ ବଦଳିଯାଇଥିଲେ ।
୭. ଆଦ୍ୟ ମଣ୍ଡଳୀରେ, ପୁନରୁଥାନ ପ୍ରଚାରର କେନ୍ଦ୍ରବିନ୍ଦୁ ଥିଲା ।
୮. ଯିରୂଶାଲେମରେ ଏହି ସମ୍ବାଦକୁ ପ୍ରଚାର କରଯାଇଥିଲା ।
୯. ଏହି ପ୍ରଚାରର ଫଳସ୍ବରୂପେ, ମଣ୍ଡଳୀର ଜନ୍ମ ହେଲା ଓ ତାହା ବୃଦ୍ଧି ପାଇଲା ।
୧୦. ପୁନରୁଥିତ ଦିବସ, ରବିବାର, ବିଶ୍ରାମବାରର (ଶନିବାର) ମୁଖ୍ୟ ଆରାଧନାର ଦିବସ ରୁପେ ସ୍ଥାନ ନେଲା ।
୧୧. ଯାକୁବ, ସନ୍ଦେହୀ, ଯେବେ ପୁନରୁଥିତ ଯୀଶୁଙ୍କ ଦର୍ଶନ କଲେ, ସେ ମଧ୍ୟ ମନ ଫେରଣ କଲେ ।
୧୨. ପାଉଲ, ଖ୍ରୀଷ୍ଟିଆନ ଧର୍ମର ଶତ୍ରୁ, ପୁନରୁଥିତ ଯୀଶୁଙ୍କୁ ଦର୍ଶନ କରି ମନ ଫେରଣ କରିଥିଲେ ।

ଯଦିଓ, ଏହି ତାଲିକାକୁ କେତେକ ପ୍ରତିରୋଧ କରନ୍ତି, ଅନେକ ଲୋକ ଏହି ପୁନରୁଥାନକୁ ପ୍ରମାଣ କରନ୍ତି ଓ ସୁସମାଚାରକୁ ସ୍ଥାପନ କରନ୍ତି: ଯୀଶୁଙ୍କ ମୃତ୍ୟୁ, କବରଶାୟୀ ଓ ଦର୍ଶନ (୧ କରନ୍ଥୀୟ ୧୫:୧-୫) । ଯଦିଓ, ଉର୍ଦ୍ଧ୍ବରେ ଦିଆଯାଇଥିବା ସତ୍ୟତାକୁ ବ୍ୟାଖ୍ୟା କରିବା କେତକ ତତ୍ତ୍ବ ରହିଥାଇପାରେ, କିନ୍ତୁ ଯୀଶୁଙ୍କ ପୁନରୁଥାନ ସମସ୍ତ ପ୍ରଶ୍ନର ଉତ୍ତର ଦିଏ ଓ ବ୍ୟାଖ୍ୟା କରେ । ସମାଲୋଚକ ଏହି ସତ୍ୟକୁ ମାନନ୍ତି ଯେ ପୁନରୁଥିତ ଯୀଶୁଙ୍କୁ ଦେଖିଥିବା ଶିଷ୍ୟମାନେ ଦାବି କରିଥିଲେ । ମିଥ୍ୟା ଅବା ଅପଭ୍ରାନ୍ତି (ହାଲୁସିନେସନ୍) ଲୋକମାନଙ୍କୁ ବଦଳାଇପାରେ ନାହିଁ, ଯେପରି କି ପୁନରୁଥାନ ବଦଳାଇ ଦେଇଥିଲା । ପ୍ରଥମତଃ, ମିଥ୍ୟା କହିବା ଦ୍ବାରା ଶିଷ୍ୟମାନେ କଅଣ ଲାଭ ପାଇବେ? ଖ୍ରୀଷ୍ଟିଆନ ଧର୍ମ ପ୍ରସିଦ୍ଧ ନ ଥିଲା ଓ ନିଶ୍ଚିତ ରୂପେ, ଏହା ସେମାନଙ୍କୁ ଅର୍ଥ ସଂଚୟ ପାଇଁ ସାହାଯ୍ୟ କରି ନ ଥିଲା । ଦ୍ବିତୀୟତଃ, ମିଥ୍ୟାବାଦୀମାନେ କେବେ ସୁଧା ସହୀଦ ହେବାକୁ ପସନ୍ଦ କରନ୍ତି ନାହିଁ । ଯୀଶୁଙ୍କ ଶିଷ୍ୟମାନେ ସେମାନଙ୍କ ବିଶ୍ବାସ ପାଇଁ ଭୟାନକ ମୃତ୍ୟୁଦଣ୍ଡ ଭୋଗ ପ୍ରସ୍ତୁତ ଥିଲେ, ଏହାର ମୁଖ୍ୟ କାରଣ ହେଉଛି ଯୀଶୁଙ୍କ ପୁନରୁଥାନ । ହଁ, ଅନେକ ଲୋକ ମିଥ୍ୟା ପାଇଁ ମୃତ୍ୟୁଭୋଗ କରନ୍ତି ଯାହାକୁ ସେମାନେ ସତ୍ୟ ବୋଲି ମାନନ୍ତି, କିନ୍ତୁ ଲୋକମାନେ ଯାହାକୁ ମିଥ୍ୟା ବୋଲି ଜାଣନ୍ତି, ସେଥି ସକାଶେ କେବେ ସୁଧା ପ୍ରାଣର ବଳିଦାନ କରନ୍ତି ନାହିଁ ।

ଉପସଂହାରରେ, ଖ୍ରୀଷ୍ଟ ଦାବି କରିଥିଲେ ଯେ ସେ ଯିହୋବା ଅଟନ୍ତି, ସେ ଈଶ୍ବର ଅଟନ୍ତି (ଏକ ଦେବତା ନୁହେଁ, କିନ୍ତୁ ଏକମାତ୍ର ପରମେଶ୍ବର); ତାହାଙ୍କ ଶିଷ୍ୟମାନେ (ଯେଉଁ ଯିହୂଦୀମାନେ ପ୍ରତିମାପୂଜା ଘୃଣା କରୁଥିଲେ ଓ ଅତି ସାବଧାନତା ରକ୍ଷା କରୁଥିଲେ) ବିଶ୍ବାସ କଲେ ଏବଂ ତାହାଙ୍କୁ ଈଶ୍ବର ବୋଲି ଆଖ୍ୟା ଦେଲେ । ଆଶ୍ଚର୍ଯ୍ୟକର୍ମ ଦ୍ବାରା ଖ୍ରୀଷ୍ଟ ନିଜର ଈଶ୍ବରତ୍ବର ପ୍ରମାଣ ଦେଲେ, ଏଥିରେ ପୃଥିବୀକି ଆଚମ୍ବିତ କରିଥିବା ପୁନରୁଥାନ ମଧ୍ୟ ସାମିଲ ଅଟେ । ଆଉ କୌଣସି ତତ୍ତ୍ବ ବା ପରିକଳ୍ପନା, ଏହି ସତ୍ୟତାକୁ ବ୍ୟାଖ୍ୟା କରିପାରିବ ନାହିଁ । ହଁ, ଖ୍ରୀଷ୍ଟଙ୍କ ଈଶ୍ବରତ୍ବ ବାଇବଲଭିତ୍ତିକ ଶିକ୍ଷା ଅଟେ ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ଖ୍ରୀଷ୍ଟଙ୍କ ଈଶ୍ବରତ୍ବ କଅଣ ବାଇବଲଭିତ୍ତିକ ଶିକ୍ଷା?