settings icon
share icon
ପ୍ରଶ୍ନ

ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ଅବା, ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି?
ବୋଧ ହୁଏ ଏହା ଖ୍ରୀଷ୍ଟିଆନ ଧର୍ମଶିକ୍ଷାରେ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ପ୍ରଶ୍ନ ଅଟେ | ଏହି ପ୍ରଶ୍ନ ହେଉଛି ସଂଶୋଧନର, ପ୍ରଟେଷ୍ଟାଣ୍ଟ ଚର୍ଚ୍ଚ ଓ କାଥୋଲିକ୍ ଚର୍ଚ୍ଚ ମଧ୍ୟରେ ଫାଟର ମୁଖ୍ୟ କାରଣ | ଏହି ପ୍ରଶ୍ନ, ବାଇବଲଭିତ୍ତିକ ଖ୍ରୀଷ୍ଟିଆନ ଧର୍ମ ଓ ଅନେକ “ଖ୍ରୀଷ୍ଟିଆନ” ପଦ୍ଧତିର ପାର୍ଥକ୍ୟ ବୁଝିବା ପାଇଁ ଚାବିକାଠି ଅଟେ | ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ନା ବିଶ୍ଵାସ ସହ କର୍ମ ମଧ୍ୟ ଆବଶ୍ୟକ ? ମୁଁ ଯୀଶୁଙ୍କୁ ବିଶ୍ଵାସ କରିବା ଦ୍ଵାରା ଉଦ୍ଧାର ପାଇଛି ନା ମୋତେ ଯୀଶୁଙ୍କୁ ବିଶ୍ଵାସ କରିବା ସହ ଆଉ କିଛି ନିର୍ଦ୍ଧିଷ୍ଟ ବିଷୟ କରିବାକୁ ପଡ଼ିବ?

କେତେକ କଠିନ ବାଇବଲ ଅନୁଚ୍ଚେଦ ସକାଶୁ- କେବେଳ ବିଶ୍ଵାସ ବା ବିଶ୍ଵାସ ସହ କର୍ମର ପ୍ରଶ୍ନ ଜଟିଳ ହୋଇଅଛି | ରୋମୀୟ ୩:୨୮;୫:୧ ଏବଂ ଗାଲାତୀୟ ୩:୨୪ କୁ ଯାକୁବ ୨:୨୪ ସହ ତୁଳନା କର | କେତେକ, ପାଉଲ (ପରିତ୍ରାଣ କେବଳ ବିଶ୍ଵାସ ଦ୍ଵାରା) ଓ ଯାକୁବଙ୍କ (ପରିତ୍ରାଣ ନିମନ୍ତେ ବିଶ୍ଵାସ ସହ କର୍ମ) ଶିକ୍ଷା ମଧ୍ୟରେ ବିଭେଦତା ପାଅନ୍ତି | ପାଉଲ ଦୃଢ ଭାବରେ ଶିକ୍ଷା ଦିଅନ୍ତି ଯେ ପରିତ୍ରାଣ କେବେଳ ବିଶ୍ଵାସ ଦ୍ଵାରା ସମ୍ଭବ (ଏଫିସୀୟ ୨:୮-୯), ଯେବେ କି ଯାକୁବଙ୍କ ଶିକ୍ଷାରେ ପରିଲିକ୍ଷିତ ହୁଏ ଯେପରି ଜଣେ ଧାର୍ମିକ ହେବ ପାଇଁ ବିଶ୍ଵାସ ସହ କର୍ମ ଆବଶ୍ୟକ କରେ | ଏହି ଦେଖାଯାଉଥିବା ସମସ୍ୟାକୁ ଯାକୁବ କହିଥିବା ବିଷୟକୁ ନିରୀକ୍ଷଣ କରିବା ଦ୍ଵାରା ଉତ୍ତର ମିଳି ପାରିବ | ଯାକୁବଙ୍କ ଅନୁସାରେ ଯଦି ଜଣେ ବ୍ୟକ୍ତି ଉତ୍ତମ କାର୍ଯ୍ୟ କରୁ ନାହିଁ ତେବେ ତାଠାରେ ବିଶ୍ଵାସ ନାହିଁ (ଯାକୁବ ୨:୧୭-୧୮) | ଯାକୁବ ଗୁରୁତ୍ତ୍ଵ ଦେଉଛନ୍ତି ଯେ ଖ୍ରୀଷ୍ଟଙ୍କଠାରେ ପ୍ରକୃତ ବିଶ୍ଵାସ ହିଁ ଜୀବନ ପରିବର୍ତ୍ତନ ଓ ଉତ୍ତମ କାର୍ଯ୍ୟ କରିପାରିବ (ଯାକୁବ ୨:୨-୨୬) | ଯାକୁବ କହୁ ନାହାଁନ୍ତି ଯେ ପରିତ୍ରାଣ ପାଇଁ ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି, ବରଂ କୁହନ୍ତି ଯେ ଯେଉଁ ବ୍ୟକ୍ତି ବାସ୍ତବରେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୋଇଅଛି, ସେ ଉତ୍ତମ କାର୍ଯ୍ୟ ନିଷ୍କିତ ଭାବରେ କରିବେ | ଯଦି ଜଣେ ବ୍ୟକ୍ତି ନିଜକୁ ବିଶ୍ଵାସୀ ବୋଲି ଦାବି କରେ, କିନ୍ତୁ ତାହାଠାରେ କୌଣସି ଉତ୍ତମ କାର୍ଯ୍ୟ ନ ଥାଏ, ତେବେ ସେ ଖ୍ରୀଷ୍ଟଙ୍କୁ ପ୍ରକୃତ ବିଶ୍ଵାସ କରେନାହିଁ (ଯାକୁବ ୨:୧୪,୧୭,୨୦,୨୬) |

ପାଉଲ ସମାନ ବିଷୟ ତାହାଙ୍କ ପତ୍ରରେ ଉଲ୍ଲେଖ କରନ୍ତି | ଯେଉଁ ଉତ୍ତମ ଫଳ ବିଶ୍ଵାସୀମାନେ ଫଳିବା ଆବଶ୍ୟକ, ତାହା ଗାଲାତୀୟ ୫:୨୨-୨୩ରେ ଉଲ୍ଲେଖ କରଯାଇଅଛି | ଏଫିସୀୟ ୨:୮-୯ରେ କର୍ମ ଦ୍ଵାରା ନୁହେଁ, କିନ୍ତୁ ବିଶ୍ଵାସ ଦ୍ଵାରା ଜଣେ ଉଦ୍ଧାର ପାଏ, ଏହି ଶିକ୍ଷା ଦେବା ଉତ୍ତାରେ, ପାଉଲ ଆମକୁ କହନ୍ତି ଯେ ଆମେ ଉତ୍ତମ କର୍ମ କରିବାକୁ ନିର୍ମିତ ହୋଇଅଛୁ (ଏଫିସୀୟ ୨:୧୦) | ପାଉଲ ମଧ୍ୟ ଯାକୁବଙ୍କ ଭଳି ପରିବର୍ତ୍ତିତ ଜୀବନଠାରୁ ଉତ୍ତମ କର୍ମ ଆଶା କରନ୍ତି: “...ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି; ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟ ସବୁ ହୋଇଅଛି”(୨ କରନ୍ଥୀୟ ୫:୧୭) | ପାଉଲ ଓ ଯାକୁବ, ସେମାନଙ୍କ ପରିତ୍ରାଣ ବିଷୟକ ଶିକ୍ଷାରେ ଅସମ୍ମତି ହୁଅନ୍ତି ନାହିଁ | ସେମାନେ ଏକ ବିଷୟକୁ ଦୁଇଟି ଦୃଷ୍ଟି କୋଣରୁ ଦେଖନ୍ତି | ପାଉଲ ଗୁରୁତ୍ତ୍ଵ ଦିଅନ୍ତି ଯେ ଖ୍ରୀଷ୍ଟଙ୍କୁ ପ୍ରକୃତ ବିଶ୍ଵାସ କରିବାର ଅର୍ଥ ଉତ୍ତମ କାର୍ଯ୍ୟ କରିବା |

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ଅବା, ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି?

© Copyright Got Questions Ministries