settings icon
share icon
ପ୍ରଶ୍ନ

ଯେଉଁମାନେ ମୋ ବିରୁଦ୍ଧରେ ପାପ କରନ୍ତି ମୁଁ କିପରି କ୍ଷମା ଦେଇପାରିବି?

ଉତ୍ତର


ପ୍ରତ୍ୟେକ ବ୍ୟକ୍ତି ଭୁଲ୍ କରିଅଛନ୍ତି, ଅପମାନିତ କରିଅଛନ୍ତି ଏବଂ କିଛି ମାତ୍ରାରେ ପାପ କରିଅଛନ୍ତି । ଏପରି ଅପରାଧସବୁ ଘଟିଲେ ଖ୍ରୀଷ୍ଟିୟାନଙ୍କର ପ୍ରତିକ୍ରିୟା କ'ଣ ହେବା ଉଚିତ୍ । ବାଇବଲ ଅନୁଯାୟୀ, ଆମ୍ଭେମାନେ କ୍ଷମା ଦେବାକୁ ପଡିବ । ଏଫିସୀୟ ୪:୩୨ କୁହେ, "ଆଉ, ପରସ୍ପର ପ୍ରତି ସଦୟ ହୁଅ, କୋମଳହୃଦୟ ହୁଅ, ପୁଣି ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।" ସେହିପରି ଭାବରେ, କଲସୀୟ ୩:୧୩ କୁହେ, "ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର ।" ଏହି ଉଭୟ ପଦରେ ଥିବା ମୁଖ୍ୟ ବିଷୟ ହେଉଛି, ଈଶ୍ବର ଯେପରି ଆମ୍ଭମାନଙ୍କୁ କ୍ଷମା କରିଅଛନ୍ତି (ଓ କରୁଅଛନ୍ତି) ସେହିପରି ଆମ୍ଭେମାନେ ପରସ୍ପରକୁ କ୍ଷମା କରିବା । ଆମେ କାହିଁକି କ୍ଷମା ଦେଉ? କାରଣ ଆମ୍ଭମାନଙ୍କୁ କ୍ଷମା ଦିଆଯାଇଛି! ଅଥଚ, ଯେଉଁମାନେ ଖ୍ରୀଷ୍ଟିୟାନ ନୁହଁନ୍ତି, ସେମାନେ ଈଶ୍ବରଙ୍କ ଦ୍ବାରା କ୍ଷମାପ୍ରାପ୍ତ ହୋଇନାହାନ୍ତି ଏବଂ ଅନ୍ୟମାନଙ୍କୁ କ୍ଷମା ଦେବା ନିମନ୍ତେ ସେମାନଙ୍କର ଶକ୍ତି ନାହିଁ କିମ୍ବା ଇଛା ନାହିଁ ।

କ୍ଷମାଶୀଳତା ସରଳ ହେବ ଯଦି କେହି ଆମ ନିକଟକୁ ଆସି ଦୁଃଖ ଏବଂ ଅନୁତାପ ସହ ଆମ୍ଭମାନଙ୍କୁ କ୍ଷମା ମାଗନ୍ତି । ବାଇବଲ କୁହେ ଯେ ଯେଉଁମାନେ ଆମ ବିରୁଦ୍ଧରେ ପାପ କରନ୍ତି, ବିନା ସର୍ତ୍ତରେ ଆମେ ସେମାନଙ୍କୁ କ୍ଷମା ଦେବା ଉଚିତ୍ । ଜଣେ ବ୍ୟକ୍ତିଙ୍କୁ କ୍ଷମା ଦେବା ନିମନ୍ତେ ବାରଣ କରିବା ଅସନ୍ତୋଷ ଭାବ, ତିକ୍ତତା ଏବଂ କ୍ରୋଧ ପ୍ରଦର୍ଶନ କରେ ଯେଉଁ ସବୁ ଏକ ବାସ୍ତବ ଖ୍ରୀଷ୍ଟିୟାନର ଚରିତ୍ର ନୁହେଁ । ପ୍ରଭୁଙ୍କ ପ୍ରାର୍ଥନାରେ, ଆମ୍ଭେମାନେ ଯେପରି ଅନ୍ୟମାନଙ୍କର ଅପରାଧସବୁ କ୍ଷମା କରିଅଛୁ ସେହିପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କରିବା ନିମନ୍ତେ ଈଶ୍ବରଙ୍କୁ ପ୍ରାର୍ଥନା କରୁ (ମାଥିଉ ୬:୧୨) । ମାଥିଉ ୬:୧୪-୧୫ରେ ଯୀଶୁ କହିଲେ, "କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କର ସ୍ବର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।" ଈଶ୍ବରଙ୍କ କ୍ଷମାଶୀଳତାର ଶାସ୍ତ୍ରାଂଶଗୁଡିକର ତଥ୍ୟ ସାହାଯ୍ୟରେ, ମାଥିଉ ୬:୧୪-୧୫ରେ ସର୍ବୋତ୍ତମ ଭବେ ବୁଝାଯାଇଛି ଯେ, ଯେଉଁ ଲୋକମାନେ ଅନ୍ୟମାନଙ୍କୁ କ୍ଷମା କରିବାକୁ ବାରଣ କରନ୍ତି ସେମାନେ ବାସ୍ତବରେ ନିଜନିଜଠାରେ ଈଶ୍ବରଙ୍କ କ୍ଷମାକୁ ଅନୁଭବ କରିନାହାନ୍ତି ।

ଆମେ ଈଶ୍ବରଙ୍କ ଆଜ୍ଞାଗୁଡିକ ମଧ୍ୟରୁ ଯଦି ଗୋଟିଏ ଆଦେଶ ଅମାନ୍ୟ କରୁ, ଆମେ ତାଙ୍କ ବିରୁଦ୍ଧରେ ପାପ କରୁ । ଯେତେବେଳେ ଆମେ ଅନ୍ୟ ବ୍ୟକ୍ତି ବିରୁଦ୍ଧରେ ପାପ କରୁ, ଆମେ ସେହି ଲୋକ ବିରୁଦ୍ଧରେ କେବଳ ଆମେ ପାପ କରୁନାହୁଁ କିନ୍ତୁ, ଆମେ ଈଶ୍ବରଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁ । ଈଶ୍ବର ଆମ୍ଭମାନଙ୍କୁ ଆମ୍ଭମାନଙ୍କର ସମସ୍ତ ଅପରାଧରୁ କ୍ଷମା କରିବାର ବିଶାଳ ପରିସର ବିଷୟରେ ଯେତେବେଳେ ବିବେଚନା କରୁ, ଆମେ ହୃଦୟଙ୍ଗମ କରିପାରିବା ଯେ, ଅନ୍ୟମାନଙ୍କଠାରୁ ସେହି ଅନୁଗ୍ରହକୁ ଅଟକାଇ ରଖିବାର ଆମର କୌଣସି ଅଧିକାର ନାହିଁ । ଯେକୌଣସି ବ୍ୟକ୍ତି ଆମ ବିରୁଦ୍ଧରେ ଯେତେ ପାପ କରିପାରିବେ ତା'ଠାରୁ ଆମେ ଅସୀମ ଭାବରେ ଈଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛି । ଯଦି ଈଶ୍ବର ଆମ୍ଭମାନଙ୍କୁ ଏତେ ଅଧିକ ପରିମାଣରେ କ୍ଷମାଦାନ କରିଅଛନ୍ତି ଆମେ କାହିଁକି ଅନ୍ୟମାନଙ୍କୁ ଏତେ ଅଳ୍ପ ପରିମାଣରେ କ୍ଷମାଦାନ କରିବାକୁ ବାରଣ କରୁ? ମାଥିଉ ୧୮:୨୩-୩୫ରେ ଥିବା ଯୀଶୁଙ୍କ ଦୃଷ୍ଟାନ୍ତ ଏହି ସତ୍ୟତାର ଏକ ଶକ୍ତିଶାଳୀ ବ୍ୟାଖ୍ୟା । ଈଶ୍ବର ପ୍ରତିଜ୍ଞା କରନ୍ତି ଯେ, ଆମେ ଯେତେବେଳେ ତାଙ୍କ କ୍ଷମା ନିମନ୍ତେ ତାଙ୍କ ନିକଟକୁ ଆସୁ, ସେ ମୁକ୍ତ ଭାବରେ ଆମ୍ଭମାନଙ୍କୁ ଏହା ଦିଅନ୍ତି (୧ଯୋହନ ୧:୯) । ଈଶ୍ବରଙ୍କ କ୍ଷମାଶୀଳତା ଯେପରି ସୀମାହୀନ (ଲୂକ ୧୭:୩-୪) ଠିକ୍ ସେହିପରି ଆମେ ଦେଉଥିବା କ୍ଷମାରେ କୌଣସି ସୀମା ରହିବା ଉଚିତ୍ ନୁହେଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯେଉଁମାନେ ମୋ ବିରୁଦ୍ଧରେ ପାପ କରନ୍ତି ମୁଁ କିପରି କ୍ଷମା ଦେଇପାରିବି?
© Copyright Got Questions Ministries