settings icon
share icon
ପ୍ରଶ୍ନ

ସୁସ୍ଥତା ବିଷୟରେ ବାଇବଲ କ'ଣ କୁହେ? ପ୍ରାୟଶ୍ଚିତରେ ସୁସ୍ଥତା ଅଛି କି?

ଉତ୍ତର


୧ପିତର ୨:୨୪ରେ ଉଦ୍ଧୃତ ହୋଇଥିବା ଯିଶାଇୟ ୫୩:୫ ହେଉଛି ସୁସ୍ଥତା ଉପରେ ଥିବା ମୁଖ୍ୟ ପଦ, କିନ୍ତୁ ଏହାକୁ ଅନେକ ସମୟରେ ଭୁଲ୍ ବୁଝାଯାଇଛି ଏବଂ ଭୁଲ୍ ଭାବେ ପ୍ରୟୋଗ କରାଯାଇଛି । "ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ ।" "ସୁସ୍ଥ" ଶବ୍ଦଟି ଏକେତ ଆତ୍ମିକ ନ ହେଲେ ଶାରିରୀକ ସୁସ୍ଥତା ବିଷୟକୁ ବୁଝାଯିବ । ଅଥଚ, ଯିଶାଇୟ ୫୩: ଏବଂ ୧ପିତର ୨ରେ ଥିବା ପ୍ରସଙ୍ଗରୁ ସ୍ବଷ୍ଟ ଯେ, ଏହା ଆତ୍ମିକ ସୁସ୍ଥତା ଅଟେ । "...ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ" (୧ପିତର ୨:୨୪) । ଏହି ପଦ ଅସୁସ୍ଥତା ଏବଂ ରୋଗ ବିଷୟରେ ନ କହି ପାପ ଏବଂ ଧାର୍ମିକତା ବିଷୟରେ କୁହେ । ଅତଏବ, ଏହି ଉଭୟ ପଦରେ "ସୁସ୍ଥ" ହେବା ବିଷୟଟି କ୍ଷମାପ୍ରାପ୍ତ ଏବଂ ଉଦ୍ଧାରପ୍ରାପ୍ତ ହେବା ବିଷୟରେ କୁହେ, ଏବଂ ଏହା ଶାରିରୀକ ସୁସ୍ଥତା ବିଷୟରେ କୁହେନାହିଁ ।

ବାଇବଲ ନିର୍ଦ୍ଧିଷ୍ଟ ଭାବେ ଶାରିରୀକ ସୁସ୍ଥତା ସହ ଆତ୍ମିକ ସୁସ୍ଥତାକୁ ସମ୍ବନ୍ଧ କରେନାହିଁ । ଅନେକ ସମୟରେ ଲୋକେ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ବିଶ୍ବାସ ରଖନ୍ତି ସେତେବେଳେ ସେମାନେ ଶାରିରୀକ ଭାବେ ସୁସ୍ଥତା ପାଆନ୍ତି, କିନ୍ତୁ ଏହା ସବୁବେଳେ ଘଟେନାହିଁ । ବେଳେବେଳେ ସୁସ୍ଥତା ଦେବା ନିମନ୍ତେ ଈଶ୍ବରଙ୍କର ଇଛା ଥିଲା ବେଳେ ବେଳେବେଳେ ଏଥିପ୍ରତି ଈଶ୍ବରଙ୍କର ଇଛା ନ ଥାଏ । ପ୍ରେରିତ ଯୋହନ ଆମ୍ଭମାନଙ୍କୁ ସଠିକ୍ ଦୃଷ୍ଟିକୋଣ ପ୍ରଦାନ କରନ୍ତି: "ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି । ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ନାମରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଉଅଛୁ, ଏହା ମଧ୍ୟ ଜାଣୁ" (୧ଯୋହନ ୫:୧୪-୧୫) । ଈଶ୍ବର ଏବେ ସୁଦ୍ଧା ଆଶ୍ଚର୍ଯ୍ୟକର୍ମ ସାଧନ କରୁଅଛନ୍ତି । ଈଶ୍ବର ଏବେ ସୁଦ୍ଧା ଲୋକମାନଙ୍କୁ ସୁସ୍ଥତା ପ୍ରଦାନ କରୁଅଛନ୍ତି । ଅସୁସ୍ଥତା, ରୋଗ, ଯନ୍ତ୍ରଣା, ଏବଂ ମୃତ୍ୟୁ ତଥାପି ଏହି ଜଗତର ବାସ୍ତବତା ହୋଇ ରହିଛି । ଯେପର୍ଯ୍ୟନ୍ତ ପ୍ରଭୁ ନ ଫେରନ୍ତି, ଏପର୍ଯ୍ୟନ୍ତ ବଞ୍ଚିଥିବା ସମସ୍ତେ ମୃତ୍ୟୁଭୋଗ କରିବେ, ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ (ଖ୍ରୀଷ୍ଟିୟାନମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି) ଶାରିରୀକ ସମାସ୍ୟା (ରୋଗ, ଅସୁସ୍ଥତା, କ୍ଷତ)ର ଫଳ ସ୍ବରୂପ ମୃତ୍ୟୁଭୋଗ କରିବେ । ଆମ୍ଭମାନଙ୍କୁ ଶାରିରୀକ ଭାବେ ସୁସ୍ଥ କରିବା ନିମନ୍ତେ ଈଶ୍ବର ସର୍ବଦା ଇଛା କରିନଥାନ୍ତି ।

ପରିଶେଷରେ, ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଶାରିରୀକ ସୁସ୍ଥତା ସ୍ବର୍ଗରେ ଆମ୍ଭମାନଙ୍କର ଅପେକ୍ଷାରେ ରହିଛି । ସ୍ବର୍ଗରେ, ଆଉ ଯନ୍ତ୍ରଣା, ଅସୁସ୍ଥତା, ରୋଗ, କ୍ଲେଶ, କିମ୍ବା ମୃତ୍ୟୁ ରହିବନାହିଁ (ପ୍ରକାଶିତ ୨୧) । ଆମେ ଏହି ଜଗତରେ ଆମ୍ଭମାନଙ୍କର ଶାରିରୀକ ଅବସ୍ଥା ବିଷୟରେ କମ୍ ଚିନ୍ତିତ ରହିବା ଏବଂ ଆମ ଆତ୍ମିକ ଅବସ୍ଥା ପ୍ରତି ଅଧିକ ପରିମାଣରେ ଚିନ୍ତିତ ରହିବା ଉଚିତ୍ (ରୋମୀୟ ୧୨:୧-୨) । ତେବେ ହିଁ ଆମେ ଆମ ହୃଦୟ ମଧ୍ୟରେ ସ୍ବର୍ଗକୁ କେନ୍ଦ୍ରୀଭୂତ କରିପାରିବା ଯେଉଁଠି ଆମେ ଶାରିରୀକ ସମାସ୍ୟା ସହ ଆଉ ଜଡିତ ହୋଇ ରହିବାକୁ ପଡିବନାହିଁ । ଆମ୍ଭେମାନେ ଯେଉଁ ପ୍ରକୃତ ସୁସ୍ଥତାର ପ୍ରତୀକ୍ଷାରେ ରହିଛି ସେହି ସୁସ୍ଥତାକୁ ପ୍ରକାଶିତ ୨୧:୪ ବର୍ଣ୍ଣନା କରେ: "ପୁଣି ଈଶ୍ବର ସ୍ବୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବନାହିଁ; କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସୁସ୍ଥତା ବିଷୟରେ ବାଇବଲ କ'ଣ କୁହେ? ପ୍ରାୟଶ୍ଚିତରେ ସୁସ୍ଥତା ଅଛି କି?
© Copyright Got Questions Ministries