settings icon
share icon
ପ୍ରଶ୍ନ

ସ୍ବର୍ଗରେ ଥିବା ଲୋକେ ନିମ୍ନ ଦୃଷ୍ଟି କରି ପୃଥିବୀରେ ଏ ପର୍ଯ୍ୟନ୍ତ ଥିବା ଆମ୍ଭମାନଙ୍କୁ ଦେଖିପାରିବେକି?

ଉତ୍ତର


ଏବ୍ରୀ ୧୨:୧ ଦର୍ଶାଏ, "ଅତଏବ, ଏତେ ବଡ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ବାରା ପରିବେଷ୍ଟିତ ହେବାରୁ..." କିଛି ଲୋକ "ମେଘ ତୁଲ୍ୟ ସାକ୍ଷୀମାନ"ଙ୍କୁ ସ୍ବର୍ଗରେ ରହି ଆମ୍ଭମାନଙ୍କୁ ଦେଖୁଥିବା ଲୋକ ବୋଲି ବୁଝନ୍ତି । ତାହା ଏକ ସଠିକ୍ ବ୍ୟାଖ୍ୟା ନୁହେଁ । ଏବ୍ରୀ ୧୧ ଅଧ୍ୟାୟ ଅନେକ ଲୋକଙ୍କ ବିଷୟ ଉଲ୍ଲେଖ କରେ ଯେଉଁମାନଙ୍କୁ ଈଶ୍ବର ସେମାନଙ୍କର ବିଶ୍ବାସ ଯୋଗୁଁ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହି ଲୋକମାନେ ହିଁ "ମେଘ ତୁଲ୍ୟ ସାକ୍ଷୀମାନେ" ଅଟନ୍ତି । ସେମାନେ ସାକ୍ଷୀ ଏଇଥିଯୋଗୁଁ ନୁହେଁ ଯେ, ସେମାନେ ଆମ୍ଭମାନଙ୍କୁ ନିରୀକ୍ଷଣ କରୁଅଛନ୍ତି, ବରଂ ସେମାନେ ଆମ୍ଭମାନଙ୍କ ନିମନ୍ତେ ଏକ ଉଦାହରଣ ଛାଡି ଦେଇଯାଇଅଛନ୍ତି । ସେମାନେ ଖ୍ରୀଷ୍ଟ, ଈଶ୍ବର ଏବଂ ସତ୍ୟ ନିମନ୍ତେ ସାକ୍ଷୀ ଅଟନ୍ତି । ଏବ୍ରୀ ୧୨:୧ ଆହୁରି କୁହେ, "ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ବାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।" ଆମ୍ଭମାନଙ୍କ ପୂର୍ବରୁ ଯାଇଥିବା ଖ୍ରୀଷ୍ଟିୟାନମାନଙ୍କ ବିଶ୍ବାସ ଓ ଧୈର୍ଯ୍ୟ ଯୋଗୁଁ, ଆମେ ସେମାନଙ୍କର ଉଦାହରଣ ଅନୁକରଣ କରିବାକୁ ପ୍ରେରଣା ପାଇବା ଉଚିତ୍ ।

ଆମେ ଯେଉଁମାନେ ଏପର୍ଯ୍ୟନ୍ତ ପୃଥିବୀରେ ଅଛୁ ସେମାନଙ୍କୁ ସ୍ବର୍ଗରେ ଥିବା ଲୋକେ ଦେଖନ୍ତି କି ନାହିଁ ସେ ବିଷୟରେ ବାଇବଲ ନିର୍ଦ୍ଧିଷ୍ଟ ଭାବେ କିଛି କୁହେନାହିଁ । ସେମାନେ ଯେ ପୃଥିବୀରେ ଥିବା ଲୋକମାନଙ୍କୁ ଦେଖିବେ ସେପରି ହୋଇଥିବା ପରି ଲାଗେନାହିଁ । କାହିଁକି? ପ୍ରଥମତଃ, ବେଳେବେଳେ ସେମାନେ କିଛି ବିଷୟ ଦେଖିପାରନ୍ତି ଯାହା ସେମାନଙ୍କୁ ଦୁଃଖିତ ଓ ଯନ୍ତ୍ରଣା ଦେବ, ଯେପରିକି ପାପ ଏବଂ ମନ୍ଦ କାର୍ଯ୍ୟସକଳ । ଯେହେତୁ ସ୍ବର୍ଗରେ ଦୁଃଖ, ଅଶ୍ରୁ, କିମ୍ବା ଅସୁଖ ନାହିଁ (ପ୍ରକାଶିତ ୨୧:୪), ପୃଥିବୀରେ ଘଟୁଥିବା ଘଟନାଗୁଡିକ ସମ୍ଭବ ପରି ଜଣାଯାଏନାହିଁ । ଦ୍ବିତୀୟତଃ, ସ୍ବର୍ଗରେ ଥିବା ଲୋକେ ଈଶ୍ବରଙ୍କୁ ଉପାସନା କରିବା ଏବଂ ସ୍ବର୍ଗର ଗୌରବ ଉପଭୋଗ କରିବାରେ ଏତେ ମଜ୍ଜିରହିଥାନ୍ତି ଯେ, ସେମାନେ ପୃଥିବୀରେ କ'ଣ ଘଟୁଛି ସେଥିରେ ସ୍ବଷ୍ଟ ଆଗ୍ରହ ପ୍ରକାଶ କରିବା ପରି ଜଣାଯାଏନାହିଁ । ବାସ୍ତବତାଟି ହେଉଛି ସେମାନେ ପାପରୁ ମୁକ୍ତ ଅଟନ୍ତି ଏବଂ ସ୍ବର୍ଗରେ ଈଶ୍ବରଙ୍କ ଉପସ୍ଥିତିକୁ ଅନୁଭବ କରୁଅଛନ୍ତି ଯାହା ପୃଥିବୀ ବିଷୟରେ ସେମାନଙ୍କର ମନୋନିବେଶକୁ ବନ୍ଦୀ କରିବାଠାରୁ ଅଧିକ ଅଟେ । ଈଶ୍ବର ସ୍ବର୍ଗରେ ଥିବା ଲୋକମାନଙ୍କୁ ପୃଥିବୀରେ ଥିବା ସେମାନଙ୍କ ପ୍ରିୟଜନଙ୍କୁ ଦୃଷ୍ଟିପାତ କରିବା ସମ୍ଭବ ହେଉଥିବା ସ୍ଥଳେ ଏହା ଯେ ବାସ୍ତବରେ ଘଟେ ତାହା ବିଶ୍ବାସ କରିବା ନିମନ୍ତେ ଆମ୍ଭମାନଙ୍କୁ କୌଣସି କାରଣ ପ୍ରଦାନ କରେନାହିଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ସ୍ବର୍ଗରେ ଥିବା ଲୋକେ ନିମ୍ନ ଦୃଷ୍ଟି କରି ପୃଥିବୀରେ ଏ ପର୍ଯ୍ୟନ୍ତ ଥିବା ଆମ୍ଭମାନଙ୍କୁ ଦେଖିପାରିବେକି?
© Copyright Got Questions Ministries