settings icon
share icon
ପ୍ରଶ୍ନ

ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବ କ'ଣ?

ଉତ୍ତର


ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବ କୁହେ ଯେ ବୁଦ୍ଧିସମ୍ପନ୍ନ କାରଣଗୁଡିକ ଜଟିଳ, ଜୀବବିଜ୍ଞାନର ତଥ୍ୟପୂର୍ଣ୍ଣ ଗଠନ ବ୍ୟାଖ୍ୟା କରିବା ନିମନ୍ତେ ଆବଶ୍ୟକ ଅଟେ ଏବଂ ଏବି ସମସ୍ତ କାରଣଗୁଡିକୁ ପରୀକ୍ଷାସିଦ୍ଧ ଭାବରେ ଖୋଜି ବାହାର କରାଯାଇପାରିବ । କିଛି ନିର୍ଦ୍ଧିଷ୍ଟ ଜୀବ ସମ୍ବନ୍ଧୀୟ ବୈଶିଷ୍ଟ୍ୟସକଳ ଡାରଓ୍ବିନୀୟ ଲକ୍ଷ୍ୟହୀନ-ସୁଯୋଗ ମାନକୁ ମାନେନାହିଁ, କାରଣ ସେଗୁଡିକ ବିନ୍ୟାସିତ ହୋଇଥିଲା ପରି ଦେଖାଯାଏ । ଯେହେତୁ ବିନ୍ୟାସ ତାର୍କିକ ଭାବେ ଏକ ବୁଦ୍ଧିମାନ୍ ବିନ୍ୟାସକାରୀଙ୍କ ଆବଶ୍ୟକତା କରେ, ବିନ୍ୟାସର ବାହ୍ୟ ରୂପରେଖ ଏକ ବିନ୍ୟାସକାରୀଙ୍କ ନିମନ୍ତେ ପ୍ରମାଣ ହେବା ଭାବେ ଦର୍ଶାଇଦିଆଯାଇଛି । ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବରେ ତିନିଗୋଟି ମୌଳିକ ତର୍କ ରହିଛି: (୧) ହ୍ରାସ ହୋଇପାରୁନଥିବା ଜଟିଳତା, (୨) ନିର୍ଦ୍ଧିଷ୍ଟ ହୋଇଥିବା ଜଟିଳତା, ଏବଂ (୩) ମନୁଷ୍ୟ ସୃଷ୍ଟି ଇତିହାସ (anthropic) ନୀତି ।

ହ୍ରାସ ହୋଇପାରୁନଥିବା ଜଟିଳତାକୁ "...ଏକ ଏକକ ପଦ୍ଧତି ଯାହା ଅନେକଗୁଡିଏ ସଠିକ୍ ଯୋଗସୂତ୍ର ଥିବା ଅନ୍ତର୍କ୍ରିୟା ଅଂଶଗୁଡିକର ସମ୍ମିଶ୍ରଣ ଅଟେ ଯାହା ସେଥିର ମୌଳିକ କାର୍ଯ୍ୟକୁ ସମ୍ପାଦନ କରେ, ଯେଉଁଥିରେ ସେହି ପଦ୍ଧତିର ଯେକୌଣସି ଏକ ଅଂଶକୁ ବାଦ୍ ଦେଲେ ତାହା ସେହି ପଦ୍ଧତିକୁ ଫଳପ୍ରଦଭାବେ କାର୍ଯ୍ୟ କରାଏନାହିଁ ।" ସରଳ ଭାବରେ ଏହାକୁ କହିଲେ, ଜୀବନ ପରସ୍ପର ଗୁନ୍ଥାଯାଇଥିବା ଅଂଶଗୁଡିକୁ ନେଇ ଗଠିତ ଏବଂ ବ୍ୟବହାରଯୋଗ୍ୟ ହେବା ନିମନ୍ତେ ସେମାନେ ପରସ୍ପର ନିର୍ଭରଶୀଳ ଅଟନ୍ତି । ଅନିୟମିତ ମୌଳିକ ଜୈବ ପରିବର୍ତ୍ତନ ଏକ ନୂତନ ଅଂଶର ବିକାଶ ନିମନ୍ତେ ଦାୟୀ ହୋଇପାରେ, କିନ୍ତୁ ଏହା ଏକ କାର୍ଯ୍ୟକ୍ଷମ ପଦ୍ଧତି ନିମନ୍ତେ ଆବଶ୍ୟକ ହେଉଥିବା ବହୁଗୁଣିତ ଅଂଶର ଏକ ସମୟରେ ସଂଗଠିତ ବିକାଶ ନିମନ୍ତେ ଦାୟୀ ହୋଇପାରିବ ନାହିଁ । ଉଦାହରଣ ସ୍ବରୂପ, ମାନବ ଚକ୍ଷୁ ଏକ ଅତି ବ୍ୟବହାରଯୋଗ୍ୟ ପଦ୍ଧତି । ଚକ୍ଷୁଡୋଳା, ଚକ୍ଷୁ ସମ୍ବନ୍ଧୀୟ ପ୍ରଶିରା, ଏବଂ ଚକ୍ଷୁର ବାହ୍ୟାବରଣ ବ୍ୟତୀତ ଲକ୍ଷ୍ୟହୀନ ଭାବେ ଜୈବ ପରିବର୍ତ୍ତନର ବଶବର୍ତ୍ତୀ ହେଉଥିବା ଅସମ୍ପୂର୍ଣ୍ଣ ଚକ୍ଷୁ ବାସ୍ତବରେ ଏକ ଜାତିର ଜୀବିତାବସ୍ଥା ନିମନ୍ତେ ପ୍ରକୃତରେ ବହୁପ୍ରସୂକୁ ବାଧା ଦେଇଥାନ୍ତେ ଏବଂ ସେଇଥିଯୋଗୁଁ ପ୍ରାକୃତିକ ମନୋନୟନ ମାଧ୍ୟମରେ ଏଥିରୁ ବାଦ୍ ପଡିଥାନ୍ତେ । ଏକ ଚକ୍ଷୁ ବ୍ୟବହାରଯୋଗ୍ୟ ଅଙ୍ଗ ନୁହଁ ଯେପର୍ଯ୍ୟନ୍ତ ଏହାର ସମସ୍ତ ଅଂଶ ରହିନାହିଁ ଏବଂ ଗୋଟିଏ ସମୟରେ ସଠିକ୍ ଭାବେ କାର୍ଯ୍ୟ କରେନାହିଁ ।

ସ୍ଥିରୀକୃତ ଜଟିଳତା ହେଉଛି ଏକ ଧାରଣା ଯାହା, ଯେହେତୁ ସ୍ଥିରୀକୃତ ଜଟିଳ ପଦ୍ଧତିଗୁଡିକ ଜୀବନ୍ତ ପ୍ରାଣୀଗୁଡିକଠାରେ ଦେଖାଯାଇପାରିବ, ସେମାନଙ୍କର ସୃଷ୍ଟି ନିମନ୍ତେ ନିହାତି କିଛି ପ୍ରକାରର ପଥ ପ୍ରଦର୍ଶନ ହୋଇଥିବ । ସ୍ଥିରୀକୃତ ଜଟିଳତା ଯୁକ୍ତି ଦର୍ଶାଏ ଯେ ଜଟିଳ ପଦ୍ଧତିଗୁଡିକ ଲକ୍ଷ୍ୟହୀନ ଧାରାଗୁଡିକ ମାଧ୍ୟମରେ ବିକଶିତ ହେବା ଅସମ୍ଭବ । ଉଦାହରଣ ସ୍ବରୂପ, ୧୦୦ ମାଙ୍କଡ ଓ ୧୦୦ କମ୍ପ୍ୟୁଟରରେ ପୂର୍ଣ୍ଣ ଥିବା ଏକ କୋଠରୀ ପରିଶେଷରେ ଅଳ୍ପ କିଛି ଶବ୍ଦ କିମ୍ବା ଏପରିକି ଏକ ବାକ୍ୟ ହିଁ ଉତ୍ପନ୍ନ କରିବ, କିନ୍ତୁ ଏହା କେବେ ବି ଶେକସ୍ପିଅରଙ୍କ ଏକ ଉପନ୍ୟାସ ଉତ୍ପନ୍ନ କରିପାରିବ ନାହିଁ । ଏବଂ ଶେକସ୍ପିଅରଙ୍କ ଉପନ୍ୟାସ ଠାରୁ ଜୀବବିଜ୍ଞାନ ସମ୍ବନ୍ଧୀୟ ଜୀବନ କେତେ ଜଟିଳ ନ ଅଟେ?

ମନୁଷ୍ୟ ସୃଷ୍ଟି ଇତିହାସ (anthropic) ନୀତି ନୀତି ଦର୍ଶାଏ ଯେ, ଜଗତ (ପୃଥିବୀ) ଏବଂ ବିଶ୍ବ ବ୍ରହ୍ମାଣ୍ଡ ପୃଥିବୀରେ ଜୀବନ ସଞ୍ଚାରକୁ ଅନୁମତି ଦେବା ନିମନ୍ତେ ସେହି ଅନୁଯାୟୀ "ସଜାଇ ହୋଇଛି" । ଯଦି ପୃଥିବୀର ବାୟୁରେ ଥିବା ଉପାଦାନଗୁଡିକର ଅନୁପାତରେ ଅଳ୍ପ କିଛି ପରିମାଣରେ ପରିବର୍ତ୍ତନ ହେବ, ତେବେ ଅନେକ ଜୀବ ଅତିଶୀଘ୍ର ଆଉ ଜୀବନଧାରଣ କରିପାରିବେ ନାହିଁ । ଯଦି ପୃଥିବୀ ସୂର୍ଯ୍ୟଠାରୁ ଅଳ୍ପ କିଛି ମାଇଲ୍ ନିକଟ ବା ଦୂରରେ ଥା'ନ୍ତା, ତେବେ ଅନେକ ଜୀବ ଆଉ ଜୀବନ ଧାରଣ କରିପାରିବେନାହିଁ । ପୃଥିବୀରେ ଜୀବସତ୍ତା ଓ ଜୀବନର ବିକାଶ ସିଦ୍ଧ ଭାବରେ ସଜାଇ ହୋଇ ରହୁଥିବା ଅନେକ ପରିବର୍ତ୍ତନଶୀଳ ବିଷୟଗୁଡିକୁ ଆବଶ୍ୟକ କରେ ଯାହା ଲକ୍ଷ୍ୟହୀନ ଭାବରେ ଏବଂ ଅସଂଯୋଜିତ ଘଟନାଗୁଡିକ ଦ୍ବାରା ଏହି ସମସ୍ତ ପରିବର୍ତ୍ତନଶୀଳ ବିଷୟଗୁଡିକ ଆସିବା ଅସମ୍ଭବ ହୋଇଥାନ୍ତା ।

ଯେତେବେଳେ ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବ ଧୀଶକ୍ତି (ଏହା ଈଶ୍ବରଙ୍କର ବା ଅଜଣା ଉଡନ୍ତା ବସ୍ତୁର ବା ଅନ୍ୟ କିଛି ବିଷୟର ହେଉ ପଛେ)ର ଉତ୍ସକୁ ଚିହ୍ନିତ କରିବାର ସତ୍ୟ ବୋଲି ଗ୍ରହଣ କରିନିଏନାହିଁ, ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବବାଦୀମାନଙ୍କ ମଧ୍ୟରୁ ଅଧିକାଂଶ ଆସ୍ତିକବାଦୀ ଅଟନ୍ତି । ସେମାନେ ବିନ୍ୟାସର ବାହ୍ୟରୂପକୁ ଦେଖନ୍ତି ଯାହା ଈଶ୍ବରଙ୍କ ସତ୍ତାର ଏକ ପ୍ରମାଣ ଭାବରେ ଜୀବ ଜଗତକୁ ବ୍ୟାପେ । ଅଥଚ, କିଛି ନାସ୍ତିକବାଦୀ ଅଛନ୍ତି ଯେଉଁମାନେ ବିନ୍ୟାସ ନିମନ୍ତେ ଦୃଢ ପ୍ରମାଣକୁ ଅସ୍ବୀକାର କରନ୍ତି ନାହିଁ, କିନ୍ତୁ ସେମାନେ ଏକ ସୃଷ୍ଟିକର୍ତ୍ତା ଈଶ୍ବରଙ୍କର ଅସ୍ତିତ୍ବକୁ ସ୍ବୀକାର କରିବାକୁ ଇଛା ପ୍ରକାଶ କରନ୍ତି ନାହିଁ । ପୃଥିବୀଯେ ମହାଜାଗତିକ ପ୍ରାଣୀ (ଅଜଣା ଜୀବ ବା ଏଲୀଏନ୍) ମାନଙ୍କର କିଛି ଧରଣର ମୁଖ୍ୟ ଜାତି ଦ୍ବାରା ପ୍ରାରମ୍ଭ ହୋଇଛି ସେଥିର ପ୍ରମାଣ ଭାବରେ ସେମାନେ (କିଛି ନାସ୍ତିକ) ସେହି ତଥ୍ୟକୁ ବ୍ୟାଖ୍ୟା କରିବାର ଇଛୁକ ହୁଅନ୍ତି । ବାସ୍ତବରେ, ସେମାନେ ସେହି ଅଜଣା ଜୀବ ବା ଏଲୀଏନ୍ ମାନଙ୍କର ସୃଷ୍ଟି ବିଷୟରେ ମଧ୍ୟ କୁହନ୍ତି ନାହିଁ, ତେଣୁ ସେମାନେ କୌଣସି ବିଶ୍ବାସଯୋଗ୍ୟ ଉତ୍ତର ନ ଦେଇ ପୁନର୍ବାର ସେହି ମୂଳ ଯୁକ୍ତିକୁ ଫେରନ୍ତି ।

ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବ ବାଇବଲ ସମ୍ମତ ସୃଷ୍ଟି ମତବାଦ ନୁହେଁ । ଏହି ଦୁଇଟି ସ୍ଥିତି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଭିନ୍ନତା ରହିଛି । ବାଇବଲ ସୃଷ୍ଟି ମତବାଦୀମାନେ ଏକ ସିଦ୍ଧାନ୍ତରୁ ଆରମ୍ଭ କରି କୁହନ୍ତି ଯେ ବାଇବଲ ସୃଷ୍ଟି ବିବରଣୀ ବିଶ୍ବାସଯୋଗ୍ୟ ଏବଂ ସଠିକ୍ ଅଟେ, ପୃଥିବୀରେ ଜୀବସତ୍ତା ଏକ ବୁଦ୍ଧିମାନ୍ କାରକ - ଈଶ୍ବରଙ୍କ ଦ୍ବାରା ବିନ୍ୟାସ ହୋଇଛି । ତା'ପରେ ସେମାନେ ସେହି ସିଦ୍ଧାନ୍ତକୁ ସମର୍ଥନ କରିବା ନିମନ୍ତେ ପ୍ରାକୃତିକ ପରିସରରୁ ପ୍ରମାଣ ଖୋଜନ୍ତି । ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବ ମତବାଦୀମାନେ ପ୍ରଥମେ ପ୍ରାକୃତିକ ପରିସରରୁ ଆରମ୍ଭ କରି ଏକ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଯେ, ପୃଥିବୀରେ ଜୀବସତ୍ତା ଏକ ବୁଦ୍ଧିମାନ୍ କାରକଙ୍କ ଦ୍ବାରା ବିନ୍ୟାସ କରାଯାଇଥିଲା (ସେହି କାରକ କେହି ହୁଅନ୍ତୁ ନା କାହିଁକି) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବୁଦ୍ଧିସମ୍ପନ୍ନ ବିନ୍ୟାସ ତତ୍ତ୍ବ କ'ଣ?
© Copyright Got Questions Ministries