settings icon
share icon
ପ୍ରଶ୍ନ

ଅନନ୍ତ ସୁରକ୍ଷା କ’ଣ ପାପ କରିବା ନିମନ୍ତେ ଏକ “ଲାଇସେନ୍ସ” ଅଟେ?

ଉତ୍ତର


ଅନନ୍ତ ସୁରକ୍ଷା ତତ୍ତ୍ବ ବିରୁଦ୍ଧରେ ଅଧିକ ସମୟ ଆପତ୍ତି କରୁଥିବା ବିଷୟ ହେଉଛି ଲୋକମାନେ ସେମାନଙ୍କ ଇଛାନୁସାରେ ଜୀବନଯାପନ କଲେ ସୁଦ୍ଧା ଏହା ସେମାନଙ୍କୁ ଉଦ୍ଧାର କରିଥାଏ । ଯଦିଓ ଏହା “ତତ୍ତ୍ଵ ଅନୁଯାୟୀ” ସତ ଅଟେ, ତଥାପି ଏହା ବାସ୍ତବତା ଦୃଷ୍ଟିକୋଣରୁ ସତ ନୁହେଁ । ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ପ୍ରକୃତରେ ମୁକ୍ତି ପାଇଥିବା ଜଣେ ବ୍ୟକ୍ତି ସବୁବେଳେ ଜାଣିଶୁଣି ଜୀବନଯାପନ କରିବ ନାହିଁ । ଜଣେ ଖ୍ରୀଷ୍ଟିୟାନ କିପରି ଜୀବନଯାପନ କରିବା ଉଚିତ ଓ ପରିତ୍ରାଣ ପାଇବା ନିମନ୍ତେ ଜଣେ ବ୍ୟକ୍ତି ନିହାତି କେଉଁ ବିଷୟଗୁଡିକ କରିବାକୁ ହେବ ସେଥିମଧ୍ୟରେ ଆମେ ନିହାତି ପାର୍ଥକ୍ୟ ଦେଖିବାକୁ ହେବ ।

ବାଇବଲ ସ୍ପଷ୍ଟ ଭାବରେ କୁହେ ଯେ କେବଳ ଅନୁଗ୍ରହରେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ପରିତ୍ରାଣ ମିଳିଥାଏ (ଯୋହନ ୩:୧୬ ; ଏଫିସୀୟ ୨:୮-୯; ଯୋହନ ୧୪:୧୬) । ଜଣେ ବ୍ୟକ୍ତି ପ୍ରକୃତରେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାକ୍ଷଣି ଉଦ୍ଧାର ପାଇଥାଏ ଓ ସେହି ପରିତ୍ରାଣରେ ସୁରକ୍ଷିତ ହୋଇଥାଏ । ପରିତ୍ରାଣ ବିଶ୍ଵାସ ଦ୍ଵାରା ମିଳିଲା ଉତ୍ତାରେ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟ ଦ୍ଵାରା ରକ୍ଷା ହୋଇ ନଥାଏ । ପାଉଲ ଗାଲାତୀୟ ମଣ୍ଡଳୀକୁ ଲେଖନ୍ତି ସେ ପଚାରନ୍ତି, " ତୁମ୍ଭେମାନେ କ’ଣ ଏପରି ନିର୍ବୋଧ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ?" ଯଦି ଆମେ ବିଶ୍ଵାସ ଦ୍ଵାରା ପରିତ୍ରାଣ ପାଇଛୁ, ତେବେ ଆମର ପରିତ୍ରାଣ ରକ୍ଷା କରିବା ମଧ୍ୟ ବିଶ୍ଵାସ ଦ୍ଵାରା ହିଁ ହେବ । ଆମେ ନିଜ ପରିତ୍ରାଣକୁ ଅର୍ଜନ କରିପାରିବା ନାହିଁ । ଅତଏବ, ଆମେ ପରିତ୍ରାଣ ଅର୍ଜନ କରିପାରିବା ନାହିଁ କିମ୍ବା ଏହାକୁ ରକ୍ଷା କରିପାରିବା ନାହିଁ । ଈଶ୍ଵର ହିଁ ଆମ୍ଭମାନଙ୍କର ପରିତ୍ରାଣକୁ ରକ୍ଷା କରିଥାନ୍ତି (ଯିହୂଦା ୨୪) । ଈଶ୍ଵରଙ୍କ ହସ୍ତ ହିଁ ତାହାଙ୍କ ହସ୍ତ ମୁଠାରେ ଆମ୍ଭମାନଙ୍କୁ ଦୃଢ ଭାବରେ ରଖିଥାଏ (ଯୋହନ ୧୦:୨୮-୨୯) । କେବଳ ଈଶ୍ଵରଙ୍କ ପ୍ରେମ ହିଁ ଆମ୍ଭମାନଙ୍କୁ ତାହାଙ୍କଠାରୁ ଅଲଗା କରିପାରିବ ନାହିଁ (ରୋମୀୟ ୮:୩୮-୩୯) ।

ସାର ଭାବରେ କହିବାକୁ ଗଲେ, ଅନନ୍ତ ସୁରକ୍ଷା ବିଷୟରେ ଅସ୍ଵୀକାର କରିବା ହେଉଛି ଆମେ ଆମ୍ଭମାନଙ୍କ ନିଜ ଉତ୍ତମ କର୍ମ ଓ ଚେଷ୍ଟା ଦ୍ଵାରା ନିଜର ପରିତ୍ରାଣକୁ ରକ୍ଷା କରିବା ବୋଲି ବିଶ୍ଵାସ କରିବା । ଏହା ଅନୁଗ୍ରହରେ ପରିତ୍ରାଣ ବିଷୟରେ ଥିବା ବିଷୟର ବିପରୀତ ଅଟେ । ଆମେ ନିଜର ଗୁଣଗୁଡ଼ିକ ଦ୍ଵାରା ଉଦ୍ଧାର ନ ପାଇ ଖ୍ରୀଷ୍ଟଙ୍କ ଗୁଣଗୁଡ଼ିକ ଦ୍ଵାରା ଉଦ୍ଧାର ପାଇଛୁ (ରୋମୀୟ 4:3-8) । ଆମ୍ଭମାନଙ୍କ ପରିତ୍ରାଣକୁ ରକ୍ଷା କରିବା ନିମନ୍ତେ ଆମେ ନିହାତି ଈଶ୍ଵରଙ୍କ ବାକ୍ୟ ପାଳନ କରିବାକୁ ହେବ କିମ୍ବା ଈଶ୍ଵରୀୟ ଜୀବନଯାପନ କରିବାକୁ ହେବ ବୋଲି ଦାବୀ କରିବା ହେଉଛି ଆମ୍ଭମାନଙ୍କ ପାପର ଦଣ୍ଡର ପାଉଣାକୁ ପରିଶୋଧ କରିବା ନିମନ୍ତେ ଯୀଶୁଙ୍କ ମରଣ ଯଥେଷ୍ଟ ନୁହେଁ ବୋଲି କହିବା । ଯୀଶୁଙ୍କ ମରଣ ସମ୍ପୂର୍ଣ୍ଣରୂପେ ଆମ୍ଭମାନଙ୍କ ପୂର୍ବ ପାପ, ବର୍ତ୍ତମାନ ପାପ, ଭବିଷ୍ୟତ ପାପ, ପରିତ୍ରାଣ ପୂର୍ବରେ କରିଥିବା ପାପ ଓ ପରିତ୍ରାଣ ପରେ କରୁଥିବା ପାପର ପାଉଣା ପରିଶୋଧ କରିବା ନିମନ୍ତେ ଯଥେଷ୍ଟ ଥିଲା (ରୋମୀୟ ୫:୮; ୧କରିନ୍ଥୀୟ ୧୫:୩ ; ୨କରିନ୍ଥୀୟ ୫:୨୧) ।

ଏହାର ଅର୍ଥ କ’ଣ ଏହା ଅଟେ କି ଯେ ଜଣେ ଖ୍ରୀଷ୍ଟିୟାନ ନିଜ ଚାହିଁବା ମୁତାବକ ଜୀବନଯାପନ କରି ସୁଦ୍ଧା ଉଦ୍ଧାର ପାଇବ? ଏହା ମୁଖ୍ୟତଃ ଏକ ପରିକଳ୍ପନା କରିବା ବିଷୟକ ଏକ ପ୍ରଶ୍ନ, କାରଣ ବାଇବଲ ସ୍ପଷ୍ଟ ଭାବରେ କୁହେ ଯେ ଜଣେ ପ୍ରକୃତ ଖ୍ରୀଷ୍ଟିୟାନ “ନିଜ ଇଛା ଅନୁଯାୟୀ” ଜୀବନଯାପନ କରିବାକୁ ଇଛା କରିବ ନାହିଁ । ଖ୍ରୀଷ୍ଟିୟାନମାନେ ନୂତନ ସୃଷ୍ଟି ହୋଇଅଛନ୍ତି (୨କରିନ୍ଥୀୟ ୫:୧୭) । ଖ୍ରୀଷ୍ଟିୟାନମାନେ ଶାରିରୀକ ଅଭିଳାଷ (ଗାଲାତୀୟ ୫:୧୯-୨୧) ପ୍ରକାଶ ନ କରି ଆତ୍ମାଙ୍କ ଫଳ (ଗାଲାତୀୟ ୫:୨୨-୨୩) ପ୍ରକାଶ କରିଥାନ୍ତି । ପ୍ରଥମ ଯୋହନ ୩:୬-୯ ସ୍ପଷ୍ଟ ଭାବରେ ଦେଖାଏ ଯେ ଜଣେ ପ୍ରକୃତ ଖ୍ରୀଷ୍ଟିୟାନ ପାପମୟ ଜୀବନଯାପନ କରିବ ନାହିଁ । ଅନୁଗ୍ରହ ପାପକୁ ପ୍ରୋତ୍ସାହନ କରେ ବୋଲି ଯେଉଁ ଅଭିଯୋଗ କରାଯାଏ, ତାହାର ପ୍ରତିଉତ୍ତରରେ ପ୍ରେରିତ ପାଉଲ ଲେଖନ୍ତି, "ତେବେ ଆମ୍ଭେମାନେ କ’ଣ କହିବା, ଅନୁଗ୍ରହ ଯେପରି ପ୍ରଚୁର ହୁଏ ଏଥିପାଇଁ କି ପାପରେ ରହିଥିବା? ତାହା କେବେହେଁ ନ ହେଉ । ପାପ ପ୍ରତି ମୃତ ଯେ ଆମ୍ଭେମାନେ, ଆମ୍ଭେମାନେ ସେଥିରେ ଆଉ କିପରି ଜୀବନ କାଟିବା?" (ରୋମୀୟ ୬:୧-୨) ।

ଅନନ୍ତ ସୁରକ୍ଷା ପାପ କରିବା ନିମନ୍ତେ ଏକ ଲାଇସେନ୍ସ ନୁହେଁ । ବରଂ, ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖନ୍ତି ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ପ୍ରେମ ଯେ ରହିଛି ତାହା ଜାଣିବାର ସୁରକ୍ଷା । ଈଶ୍ଵରଙ୍କ ପରିତ୍ରାଣର ଆଶ୍ଚର୍ଯ୍ୟଜନକ ଦାନକୁ ଜାଣିବା ଓ ବୁଝିବା ଦ୍ଵାରା ଏହା ପାପ କରିବା ନିମନ୍ତେ ଲାଇସେନ୍ସ ଦେବାର ଠିକ୍‍ ବିପରୀତ ବିଷୟ କରିଥାଏ । ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାପର ପରିଶୋଧ କରିଥିବା ଜାଣିସାରିଲା ପରେ, କୌଣସି ବ୍ୟକ୍ତି କିପରି ପାପରେ ଜୀବନଯାପନ କରିପାରିବ (ରୋମୀୟ ୬:୧୫-୨୩)? ଯେଉଁମାନେ ବିଶ୍ଵାସ କରନ୍ତି ସେମାନଙ୍କୁ ଈଶ୍ଵର ବିନା ସର୍ତ୍ତରେ ଯେ ନିଶ୍ଚିତ ପ୍ରେମ କରନ୍ତି ଏହି ବିଷୟକୁ ଜଣେ ବୁଝିସାରିଲା ପରେ କିପରି ସେହି ପ୍ରେମକୁ ନେଇ ଈଶ୍ଵରଙ୍କ ମୁହଁରେ ଫୋପାଡ଼ି ଦେବ? ଅନନ୍ତ ସୁରକ୍ଷା ଏପରି ଜଣେ ବ୍ୟକ୍ତିକୁ ପାପ କରିବା ନିମନ୍ତେ ଲାଇସେନ୍ସ ଦେଇଛି ବୋଲି ଦେଖାଏ ନାହିଁ, ବରଂ ସେ ପ୍ରକୃତରେ ଯୀଶୁଖ୍ରୀଷ୍ଟଙ୍କଠାରେ ପରିତ୍ରାଣ ପାଇନାହିଁ । "ଯେକେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେକେହି ପାପ କରେ, ସେ ତାହାଙ୍କୁ ଦେଖିନାହିଁ, କିମ୍ବା ତାହାଙ୍କୁ ଜାଣିନାହିଁ" (୧ ଯୋହନ ୩:୬) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଅନନ୍ତ ସୁରକ୍ଷା କ’ଣ ପାପ କରିବା ନିମନ୍ତେ ଏକ “ଲାଇସେନ୍ସ” ଅଟେ?
© Copyright Got Questions Ministries