ମୃତ୍ୟୁ ପରେ କଅଣ ଜୀବନ ଅଛି?


ପ୍ରଶ୍ନ: ମୃତ୍ୟୁ ପରେ କଅଣ ଜୀବନ ଅଛି?

ଉତ୍ତର:
ମୃତ୍ୟୁ ପରେ ଜୀବନ ଅଛି ନା ନାହିଁ, ଏହା ଏକ ସାର୍ବଜନୀନ ପ୍ରଶ୍ନ ଅଟେ । ଆୟୁବଙ୍କ ଭଳି ଆମେ ସମସ୍ତେ ଏହି ପ୍ରଶ୍ନ ଦ୍ବାରା ବିଚଳିତ ହୋଇଆସୁଅଛୁ । ଆମେ ମୃତ୍ୟୁବରଣ କଲା ପରେ, ବାସ୍ତବରେ ଆମ ପ୍ରତି କଅଣ ହୁଏ? ସାମାନ୍ୟ ଭାବରେ ଆମ ସ୍ଥିତି ବା ବିଦ୍ୟମାନ ହେବା ଶେଷ ହୋଇଯାଏ କି? ଜୀବନ କଅଣ ବୁଲୁଥିବା, ପ୍ରସ୍ଥାନ କରୁଥିବା କବାଟ ସଦୃଶ ଯଥା: - ଏହା କି କେବଳ ଜଗତକୁ ଆସି ନିଜର ମହାନତାକୁ ପ୍ରାପ୍ତ କରିବା? ସମସ୍ତେ କଅଣ ସମାନ ସ୍ଥାନକୁ ଯାଆନ୍ତି ନା, ଆମେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇଥାଉ? ବାସ୍ତବରେ କଅଣ ସ୍ବର୍ଗ ଓ ନର୍କ ଅଛି?

ବାଇବଲ ଆମକୁ ଶିକ୍ଷା ଦିଏ ଯେ, ମୃତ୍ୟୁ ଉତ୍ତାରେ କେବଳ ଜୀବନ ଅଛି ତାହା ନୁହଁ, କିନ୍ତୁ ଏକ ଅନନ୍ତ ଜୀବନ ରହିଅଛି ଯାହାକି ଅତ୍ୟନ୍ତ ଗୌରବମୟ, ଯାହା “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟ ହୃଦୟରେ ଯାହା ଜାତ ହୋଇନାହିଁ, ଯେସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି” (୧ କରିନ୍ଥୀୟ ୨: ୯) । ଯୀଶୁ ଖ୍ରୀଷ୍ଟ ଯେ କି ଦେହବନ୍ତ-ଈଶ୍ବର, ସେ ଅନନ୍ତ ଜୀବନର ଉପହାର ଦେବା ନିମନ୍ତେ ଏହି ଜଗତକୁ ଆସିଥିଲେ । “ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ” (ଯିଶାୟ ୫୩:୫) । ଆମର ପାପର ଦଣ୍ଡକୁ ଯୀଶୁ ବୋହିଲେ ଏବଂ ପାପର ମୂଲ୍ୟ ପରିଶୋଧ ପାଇଁ ସେ ନିଜ ଜୀବନ ବଳିଦାନ କଲେ । ତିନିଦିନ ଉତ୍ତାରେ, କବରରୁ ଉତଥିତ ହୋଇ ମୃତ୍ୟୁ ଉପରେ ବିଜୟ ହାସଲ କରିବାର ସେ ପ୍ରମାଣ ଦେଲେ । ପୃଥିବୀରେ ୪୦ ଦିନ ବିତାଇଲେ ଏବଂ ସ୍ବର୍ଗାରୋହଣ ପୂର୍ବରୁ ହଜାର ହଜାର ଲୋକଙ୍କୁ ସେ ନିଜର ଦର୍ଶନ ଦେଲେ । ରୋମୀୟ ୪:୨୫ କହେ ଯେ, “ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତଥାପିତ ହେଲେ” ।

ଖ୍ରୀଷ୍ଟଙ୍କର ପୁନରୁଥାନ ହେଉଛି ଏକ ପ୍ରମାଣସିଦ୍ଧ ଘଟଣା । ପ୍ରେରିତ ପାଉଲ, ଲୋକମାନଙ୍କୁ ବାଜିମାରି ଆହ୍ବାନ କରୁଥିଲେ ଯେ, ସେମାନେ ବିଧିସିଦ୍ଧତା ପାଇଁ ଚାକ୍ଷୁଷ ମାନଙ୍କୁ ପ୍ରଶ୍ନ କରନ୍ତୁ । କିନ୍ତୁ କେହି ସୁଦ୍ଧା ଏହି ସତ୍ୟତାକୁ ପ୍ରତିରୋଧ କରିପାରିଲେ ନାହିଁ । ପୁନରୁଥାନ ହେଉଛି ଖ୍ରୀଷ୍ଟିଆନ ଜୀବନର ପ୍ରସ୍ତରଭୂମି । କାରଣ ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁଥିତ ହୋଇଥବା ହେତୁ, ଆମେ ବିଶ୍ବାସ କରିପାରିବା ଯେ, ଆମେମାନେ ମଧ୍ୟ ପୁନରୁଥିତ ହେବା । ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ ହେଉଛି ମୃତ୍ୟୁ ଉତ୍ତାରେ ଜୀବନର ଏକ ମୌଳିକ ପ୍ରମାଣ । ଖ୍ରୀଷ୍ଟ ହେଉଛନ୍ତି ଶସ୍ୟ ସଂଗ୍ରହର ପ୍ରଥମ ଫଳ, ଅର୍ଥାତ୍ ମୃତ ମାନଙ୍କ ମଧ୍ୟରୁ ପ୍ରଥମ ଜାତ । ଶାରୀରିକ ମୃତ୍ୟୁ ଆଦମଙ୍କ ଦ୍ବାରା ଏହି ଜଗତକୁ ଆସିଲା ଯାହା ଆମ ସମସ୍ତଙ୍କ ଉପରେ ବର୍ତ୍ତିଲା । କିନ୍ତୁ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରି ପରମେଶ୍ବରଙ୍କ ପରିବାର ଭୁକ୍ତ ହୋଇଅଛନ୍ତି, ସେମାନେ ନୂତନ ଜୀବନ ପ୍ରାପ୍ତ ହେବେ (୧ କରିନ୍ଥୀୟ ୧୫:୨୦-୨୨) । ଯେପରି କି ପରମେଶ୍ବର, ଯୀଶୁଙ୍କର ଶରୀରକୁ ଉତଥିତ କଲେ, ସେହିପରି ଯୀଶୁଙ୍କ ଆଗମନରେ ଆମ ଶରୀର ପୁନରୁଥିତ ହେବ (୧ କରନ୍ଥୀୟ ୬:୧୪) ।

ଯଦିଓ, ଆମେ ସମସ୍ତେ ଶେଷ ସମୟରେ ପୁନରୁଥିତ ହେବୁ, ସମସ୍ତେ ସ୍ବର୍ଗକୁ ଯିବେ ନାହିଁ । ଏହି ଜୀବନରେ ପ୍ରତ୍ୟକ ବ୍ୟକ୍ତିକୁ ଏକ ନିଷ୍ପତି ନେବାକୁ ହେବ, ଏବଂ ଏହି ନିଷ୍ପତି ସେହି ବ୍ୟକ୍ତିର ଲକ୍ଷ୍ୟସ୍ଥାନକୁ ନିର୍ଦ୍ଧାରଣ କରିବ । ବାଇବଲ୍ କହେ ଯେ, “ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, ଆଉ ତାପରେ ବିଚାର ନିରୂପିତ ଅଛି” (ଏବ୍ରୀ ୯:୨୭) । ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ରଖି ଧାର୍ମିକ ଗଣିତ ହୋଇଅଛନ୍ତି, ସେମାନେ ସ୍ବର୍ଗରେ ଅନନ୍ତ ଜୀବନରେ ପ୍ରବେଶ କରିବେ, କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୁପେ ଅଗ୍ରାହ୍ୟ କରିଅଛନ୍ତି, ସେମାନେ ନର୍କରେ ଅନନ୍ତକାଳୀନ ଦଣ୍ଡ ଭୋଗ କରିବେ (ମାଥିଉ ୨୫:୪୬) । ସ୍ବର୍ଗ ଭଳି ନର୍କ କେବଳ ଏକ ରହିବାର ସ୍ଥିତି ନୁହେଁ, କିନ୍ତୁ ଏହା ଏକ ବାସ୍ତବ ସ୍ଥାନ ଅଟେ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଦୁଷ୍ଟ, ଈଶ୍ବରଙ୍କ ଚିରକାଳ ଓ ଅନନ୍ତ କ୍ରୋଧର ଦଣ୍ଡ ଭୋଗ କରିବ । ନର୍କକୁ ପାତଳ କୁଣ୍ଡ (ଲୂକ ୮:୩୧; ପ୍ରକାଶିତ ୯:୧), ଅଗ୍ନି ଓ ଗନ୍ଧକମୟ ହ୍ରଦ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଠାରେ କି ଦୁଷ୍ଟମାନେ ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ (ପ୍ରକାଶିତ ୨୦:୧୦) । ନର୍କରେ, ରୋଦନ ଓ ଦନ୍ତର କିଡିମିଡି ହେବ, ଏହା ଗଭୀର ଦୁଃଖ, ଶୋକ ଓ କ୍ରୋଧକୁ ବର୍ଣ୍ଣନା କରେ (ମାଥିଉ ୧୩:୪୨) ।

ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଂଚଇ, ଏଥିରେ ହିଁ ଆମର ସନ୍ତୋଷ ଅଛି (ଯିହିଜିକଲ ୩୩:୧୧) । କିନ୍ତୁ ସେ ଆମକୁ ତାହାଙ୍କ ବଶୀଭୂତ ହେବାକୁ ବାଧ୍ୟ କରିବେ ନାହିଁ; ଯଦି ଆମେ ତାହାଙ୍କୁ ଅଗ୍ରାହ୍ୟ କରିବାର ନିଷ୍ପତିକୁ ନେବୁ, ସେ ଆମର ନିଷ୍ପତିକୁ ଗ୍ରହଣ କରିବେ ଓ ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ବିନା ଆମେ ଆମ ଜୀବନକୁ ବିତାଇବାକୁ ପଡ଼ିବ । ପୃଥିବୀ ଉପରେ ଆମ ଜୀବନ ହେଉଛି ଏକ ପରୀକ୍ଷା, ଓ ଆଗାମୀ ବିଷୟର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତି । ବିଶ୍ବାସୀମାନଙ୍କ ପାଇଁ ମୃତ୍ୟୁ ଉତ୍ତାରେ ଜୀବନର ଅର୍ଥ ହେଉଛି ସ୍ବର୍ଗରେ ଈଶ୍ବରଙ୍କ ସହ ଅନନ୍ତ ଜୀବନ । ଅବିଶ୍ବାସୀମାନଙ୍କ ପାଇଁ, ମୃତ୍ୟୁ ଉତ୍ତାରେ ଜୀବନ ହେଉଛି ଅନନ୍ତକାଳୀନ ଅଗ୍ନିମୟ ହ୍ରଦ । ମୃତ୍ୟୁ ଉତ୍ତାରେ ଆମେ କିପରି ଜୀବନ ପାଇପାରିବା ଓ ଅନନ୍ତକାଳୀନ ଅଗ୍ନିମୟ ହ୍ରଦରୁ କିପରି ରକ୍ଷା ପାଇପାରିବା? ଏହାର କେବଳ ଏକମାତ୍ର ରାସ୍ତା ହେଉଛି, ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ଓ ଭରସା ରଖିବା । ଯୀଶୁ କହିଲେ, “ମୁଁ ପୁନରୁଥାନ ଓ ଜୀବନ; ଯେ ମୋ’ଠାରେ ବିଶ୍ବାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଂଚିବ; ପୁଣି ଯେକେହି ବଂଚେ ଓ ମୋ’ଠାରେ ବିଶ୍ବାସ କରେ, ସେ କଦାପି କେବେ ହେଁ ମରିବ ନାହିଁ” (ଯୋହନ ୧୧:୨୫,୨୬) ।

ବିନାମୂଲ୍ୟର ଉପହାର- ଅନନ୍ତଜୀବନ ସମସ୍ତଙ୍କ ପାଇଁ ଉପଲବଧ ଅଛି । “ଯେ ପୁତ୍ରଙ୍କଠାରେ ବିଶ୍ବାସ କରେ, ସେ ଅନନ୍ତଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ,କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ” (ଯୋହନ ୩:୩୬) । ମୃତ୍ୟୁ ଉତ୍ତାରେ ଈଶ୍ବରଙ୍କ ପରିତ୍ରାଣର ଉପହାର ଗ୍ରହଣ କରିବାକୁ ଆମକୁ ଆଉ ସୁଯୋଗ ଦିଆଯିବ ନାହିଁ । ଆମ ଅନନ୍ତକାଳୀନ ଭବିଷ୍ୟତ, ଆମେ ଏହି ଜଗତରେ ଜୀବିତ ଥିବା ସମୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ ଅବା ଅଗ୍ରାହ୍ୟ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । “ଦେଖ, ଏବେ ମହା ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ” (୨ କରିନ୍ଥୀୟ ୬:୨) । ଯଦି ଆମେ ବିଶ୍ବାସ କରୁ ଯେ, ଈଶ୍ବରଙ୍କ ବିରୋଧରେ ଆମ ପାପର ସମ୍ପୂର୍ଣ୍ଣ ମୂଲ୍ୟ ପରିଶୋଧ ହେଉଛି ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ, ତେବେ, ଆମକୁ କେବଳ ଏହି ପୃଥିବୀରେ ଏକ ଅର୍ଥପୂର୍ଣ୍ଣ ଜୀବନ ପ୍ରଦତ୍ତ ହେବ ତାହା ନୁହେଁ, କିନ୍ତୁ ମୃତ୍ୟୁ ଉତ୍ତାରେ ଖ୍ରୀଷ୍ଟଙ୍କ ଗୌରବମୟ ଉପସ୍ଥିତିରେ ଆମେ ଅନନ୍ତ ଜୀବନ ପାଇବା । ଆମେନ୍ ।

ଆପଣ ଏଠାରେ ଯାହା ପଢିଲେ, ସେଥି ସକାଶେ ଆପଣ ଖ୍ରୀଷ୍ଟଙ୍କୁ ଅନୁଗମନ କରିବାର ନିଷ୍ପତି ନେଇଅଛନ୍ତି କି? ଯଦି “ହଁ”, ତେବେ “ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି” ବଟନ୍ ରେ କ୍ଲିକ୍ କରନ୍ତୁ ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ମୃତ୍ୟୁ ପରେ କଅଣ ଜୀବନ ଅଛି?