settings icon
share icon
ପ୍ରଶ୍ନ

ବିବାହା ପୂର୍ବରୁ ଦମ୍ପତ୍ତି ଏକାଠି ବାସ କରିବା ଭୁଲ୍ ଅଟେ କି?

ଉତ୍ତର


ଏହି ପ୍ରଶ୍ନର ଉତ୍ତର "ଏକାଠି ବାସ କରିବା"ର ଅର୍ଥ କ'ଣ ଏହା ଉପରେ ନିର୍ଭର କରେ । ଯଦି ଏହା ଯୌନ ସମ୍ପର୍କ ରଖିବା ବୁଝାଯାଏ, ତେବେ ନିଶ୍ଚିତ ଭାବରେ ଏହା ଭୁଲ୍ ଅଟେ । ଶାସ୍ତ୍ରରେ ଅନ୍ୟ ପ୍ରକାର ଯୌନଗତ ଅନୈତିକତା ସମେତ ପ୍ରାକ୍-ବିବାହ ଯୌନ ସମ୍ପର୍କକୁ ବାରମ୍ବାର ନିନ୍ଦା କରାଯାଇଛି (ପ୍ରେରିତ ୧୫:୨୦; ରୋମୀୟ ୧:୨୯; ୧କରିନ୍ଥୀୟ ୫:୧; ୬:୧୩, ୧୮; ୭:୨; ୧୦:୮; ୨କରିନ୍ଥୀୟ ୧୨:୨୧; ଗାଲାତୀୟ ୫:୧୯; ଏଫିସୀୟ ୫:୩; କଲସୀୟ ୩:୫; ୧ଥେସଲନିକୀୟ ୪:୩; ଯିହୂଦା ୭) । ବାଇବଲ ବିବାହ ବହିର୍ଭୁତ (କିମ୍ବା ବିବାହ ପୂର୍ବର) ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ବିରତି ରହିବା ନିମନ୍ତେ ଉତ୍ସାହିତ କରେ । ବିବାହ ପୂର୍ବରୁ ଯୌନସମ୍ପର୍କ ବ୍ୟଭିଚାର ଓ ଅନ୍ୟ ପ୍ରକାର ଯୌନ ସମ୍ପର୍କ ପରି ଭୁଲ୍ ଅଟେ, କାରଣ ସେ ସମସ୍ତ ବିବାହ କରିନଥିବା ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିଥାନ୍ତି ।

ଯଦି "ଏକାଠି ବାସ କରିବା" ଗୋଟିଏ ଗୃହରେ ବାସ କରିବା ବୁଝାଏ, ତାହା ବୋଧହୁଏ ଏକ ଭିନ୍ନ ବିଷୟ ଅଟେ । ପରିଶେଷରେ, ଜଣେ ମହିଳା ଓ ଜଣେ ପୁରୁଷ ଗୋଟିଏ ଗୃହରେ ବାସ କରିବାରେ ଭୁଲ୍ ନାହିଁ - ଯଦି ସେଠାରେ କୌଣସି ଅନୈତିକ କାର୍ଯ୍ୟ ଚାଲୁନାହିଁ । ଅଥଚ, ସମାସ୍ୟାଟି ହେଉଛି, ସେଠାରେ ତଥାପି ଦେଖିବାର ଅନୈତିକତା ଅଛି (୧ଥେସଲନିକୀୟ ୫:୨୨; ଏଫିସୀୟ ୫:୩), ଏବଂ ଏହା ଅନୈତିକତା ନିମନ୍ତେ ଏକ ଭୟଙ୍କର ପ୍ରଲୋଭନ ହୋଇପାରେ । ବାଇବଲ ଆମ୍ଭମାନଙ୍କୁ ଅନୈତିକତା ବା ବ୍ୟଭିଚାରର ପ୍ରତିରୋଧ ନ କରି ସେଥିରୁ ପଳାୟନ କରିବା ନିମନ୍ତେ ଆମ୍ଭମାନଙ୍କୁ କୁହେ (୧କରିନ୍ଥୀୟ ୬:୧୮) । ତେବେ, ଦେଖିବାର ସମାସ୍ୟା ରହିଛି । ଯେଉଁ ଦମ୍ପତ୍ତି ଏକାଠି ବାସ କରନ୍ତି, ସେମାନେ ଏକାଠି ଶୟନ କରିବାର ମଧ୍ୟ ସମ୍ଭାବନା ଅଛି ଯାହାକି ସେପରି ବିଷୟଗୁଡିକର ପ୍ରକୃତି । ଯଦିଓ ଗୋଟିଏ ଗୃହରେ ବାସ କରିବା ପାପପୂର୍ଣ୍ଣ ନୁହେଁ, ତଥାପି ସେଠାରେ ଦେଖିବାର ପାପ ରହିଛି । ବାଇବଲ ଆମ୍ଭମାନଙ୍କୁ ଦେଖିବାର ମନ୍ଦରୁ (୧ଥେସଲନିକୀୟ ୫:୨୨; ଏଫିସୀୟ ୫:୩), ବ୍ୟଭିଚାର ବା ଅନୈତିକତାରୁ ପଳାୟନ କରିବା ନିମନ୍ତେ, ଏବଂ କାହାକୁ ମଧ୍ୟ ଝୁଣ୍ଟିବାର କାରଣ ନ ହେବା ବା କାହାକୁ ଅପମାନିତ ନ କରିବା ନିମନ୍ତେ କୁହେ । ଫଳ ସ୍ବରୂପ, ବିବାହ ବର୍ହିଭୂତ କୌଣସି ଏକ ପୁରୁଷ ଓ କୌଣସି ଏକ ମହିଳା ଏକାଠି ବାସ କରିବା ଈଶ୍ବରଙ୍କୁ ଗୌରବ ଦିଏନାହିଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବିବାହା ପୂର୍ବରୁ ଦମ୍ପତ୍ତି ଏକାଠି ବାସ କରିବା ଭୁଲ୍ ଅଟେ କି?
© Copyright Got Questions Ministries