settings icon
share icon
ପ୍ରଶ୍ନ

ପାଳିତ ପଶୁ ସ୍ଵର୍ଗକୁ ଯାଆନ୍ତି କି? ପାଳିତ ପଶୁମାନଙ୍କ ଆତ୍ମା ଥାଏ କି?

ଉତ୍ତର


ବାଇବଲ ନିର୍ଦ୍ଧିଷ୍ଟଭବାରେ ଶିକ୍ଷା ଦିଏ ନାହିଁ ଯେ ପାଳିତ ପଶୁମାନଙ୍କ “ଆତ୍ମା” ଅଛି ବା ନାହିଁ ଏବଂ ସେମାନେ ସ୍ଵର୍ଗକୁ ଯିବେ ନା ନାହିଁ I ତଥାପି, ଆମେ ସାଧାରଣ ବାଇବଲ ଶିଦ୍ଧାନ୍ତ ବ୍ୟବହାର କରି ଏହି ବିଷୟ ଉପରେ କିଛି ସ୍ପଷ୍ଟତା ପାଇପାରିବା I ବାଇବଲ କହେ ଯେ ମନୁଷ୍ୟ (ଆଦିପୁସ୍ତକ ୨:୭) ଓ ପଶୁ (ଆଦିପୁସ୍ତକ ୧:୩୦; ୬:୧୭; ୭:୧୫,୨୨) ଦୁହିଁଙ୍କ ଠାରେ “ପ୍ରାଣବାୟୁ” ରହିଅଛି; ଅର୍ଥାତ୍ ସେମାନେ ଜୀବିତ ପ୍ରାଣୀ ଅଟନ୍ତି I ସେମାନଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ହେଉଛି ଯେ ମାନବ ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ (ଆଦିପୁସ୍ତକ ୧:୨୬-୨୭) ନିର୍ମିତ ହୋଇଥିବା ବେଳେ ପଶୁମାନେ ନୁହଁନ୍ତି I ପରମେଶ୍ଵରଙ୍କ ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ନିର୍ମିତ ହେବାର ଅର୍ଥ ହେଉଛି ମନୁଷ୍ୟ ଈଶ୍ଵରଙ୍କ ଭଳି ଆଧ୍ୟାତ୍ମିକ କ୍ଷମତା,ମନ, ଭାବନା ଓ ଇଚ୍ଛା ଧାରଣ କରେ ଏବଂ ସେମାନେ ମୃତ୍ୟୁବରଣ କଲା ଉତ୍ତାରେ ସୁଧା ସେମାନଙ୍କ ଅସ୍ଥିତ୍ଵର କିଛି ଅଂଶ ଅବସ୍ଥାପିତ ହୋଇ ରହେ I ଯଦି ପାଳିତ ପଶୁମାନଙ୍କ “ପ୍ରାଣ” ବା ଶରୀର ବାହାରେ କୌଣସି ଉପାଦାନ ରହିଥାଏ, ଏହା ଅତି ଭିନ୍ନ ଓ କମ୍ “ଗୁଣ”ର ନିଶ୍ଚିତ ହୋଇଥିବ I ଏହି ପାର୍ଥକ୍ୟତାର ଅର୍ଥ ଯେ ପାଳିତ ପଶୁମାନଙ୍କ “ପ୍ରାଣ” ମୃତ୍ୟୁ ଉତ୍ତାରେ ବିଦ୍ୟମାନ ହୁଅନ୍ତି ନାହିଁ I

ଆଉ ଏକ କାରଣ ଯାହାକୁ ବିଚାରରେ ରଖା ଯାଇପାରିବ, ତାହା ହେଉଛି ଯେ ଆଦିପୁସ୍ତକରେ ପଶୁମାନେ ଈଶ୍ଵରଙ୍କ ସୃଷ୍ଟି ପ୍ରକ୍ରିୟାର ଏକ ଅଂଶ I ଈଶ୍ଵର ପଶୁମାନଙ୍କୁ ସୃଷ୍ଟି କଲେ ଏବଂ କହିଲେ ତାହା ଉତ୍ତମ (ଆଦିପୁସ୍ତକ ୧:୨୫) I ଏଣୁ, ନୂତନ ପୃଥିବୀରେ ପଶୁମାନେ ନ ରହିବାର କୌଣସି କାରଣ ନାହିଁ (ପ୍ରକାଶିତ ୨୧:୧) I ହଜାରବର୍ଷ ଖ୍ରୀଷ୍ଟଙ୍କ ଶାସନ ସମୟରେ ନିଶ୍ଚିତରୂପେ ପଶୁମାନେ ରହିବେ (ଯିଶାୟ ୧୧:୬; ୬୫:୨୫) I ନିଶ୍ଚିତରୂପେ ଏହା କହିବା ଅସମ୍ଭବ ଯେ ଆମେ ଯେଉଁ ପଶୁମାନଙ୍କୁ ପାଳିତ ଭାବରେ ରଖିଥିଲୁ, ସେମାନେ ନୂତନ ପୃଥିବୀରେ ପାଳିତ ହୋଇରହିଥିବେ I ଆମେ ଜାଣୁ ଯେ ଈଶ୍ଵର ନ୍ୟାୟବାନ ଏବଂ ଆମେ ଯେବେ ସ୍ଵର୍ଗକୁ ଯିବା, ଏହି ବିଷୟରେ ଯାହା ତାହାଙ୍କ ନିଷ୍ପତି ହେବ ଆମେ ତାହା ସହ ସମ୍ପୂର୍ଣ୍ଣରୂପେ ଏକମତ ହେବା I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପାଳିତ ପଶୁ ସ୍ଵର୍ଗକୁ ଯାଆନ୍ତି କି? ପାଳିତ ପଶୁମାନଙ୍କ ଆତ୍ମା ଥାଏ କି?
© Copyright Got Questions Ministries