settings icon
share icon
ପ୍ରଶ୍ନ

ପ୍ରାର୍ଥନା ଯାତ୍ରା କ'ଣ? ପ୍ରାର୍ଥନା ଯାତ୍ରା କରିବା ବାଇବଲ ସମ୍ମତ କି?

ଉତ୍ତର


ପ୍ରାର୍ଥନା ପଦଯାତ୍ରା ହେଉଛି (ଭୌଗୋଳିକ) ସ୍ଥାନଗୁଡିକ ଉପରେ ପ୍ରାର୍ଥନା କରିବାର ଅଭ୍ୟାସ, ଯାହା ଏକ ମଧ୍ୟସ୍ଥି ପ୍ରାର୍ଥନା କରୁଥିବା ସମୟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ବା ସ୍ଥାନର ନିକଟକୁ ଯିବା ବୁଝାଏ । କିଛି ବ୍ୟକ୍ତି ବିଶ୍ବାସ କରନ୍ତି ଯେ, ଏକ ସ୍ଥାନର ନିକଟବର୍ତ୍ତୀ ହେବା "ଅଧିକ ନିକଟବର୍ତ୍ତୀ ପ୍ରାର୍ଥନା ଅଧିକ ସ୍ବଷ୍ଟ ପ୍ରାର୍ଥନା" କରିବାକୁ ଦିଏ । ପ୍ରାର୍ଥନା ପଦଯାତ୍ରା ବ୍ୟକ୍ତିବିଶେଷଗଣ, ଦଳଗୁଡିକ ଦ୍ବାରା, ଏପରିକି ସମଗ୍ର ମଣ୍ଡଳୀ ଦ୍ବାରା ପ୍ରାର୍ଥନା ପଦଯାତ୍ରା କରାଯାଏ । ସେଗୁଡିକ କ୍ଷୁଦ୍ର ହୋଇପାରନ୍ତି କିମ୍ବା ଅନେକ ମାଇଲ୍ ପରି ଅତି ଦୀର୍ଘ ହୋଇପାରନ୍ତି । ଧାରଣାଟି ହେଉଛି ପ୍ରାର୍ଥନାର ଆବଶ୍ୟକତାଗୁଡିକୁ ମଧ୍ୟସ୍ଥି ପ୍ରାର୍ଥନାକାରକ ବୋଧ ଜ୍ଞାନର ବୃଦ୍ଧି ଘଟାଇବା ନିମନ୍ତେ ପାଞ୍ଚଗୋଟି ଇନ୍ଦ୍ରିୟ, ଅର୍ଥାତ୍ ଦୃଶ୍ୟ, ଶ୍ରବଣ, ଘ୍ରାଣ, ସ୍ବାଦ ଏବଂ ସ୍ବର୍ଶ୍ବର ବ୍ୟବହାର କରିବା ।

ଉଦାହରଣ ସ୍ବରୂପ, ଆପଣ ପ୍ରାର୍ଥନା କରିବା ନିମନ୍ତେ ବିଷୟଗୁଡିକୁ ଖୋଜି ଖୋଜି ଆପଣଙ୍କ ସମୀପବର୍ତ୍ତୀ ଅଞ୍ଚଳକୁ ଚାଲି ଚାଲି ଯାଆନ୍ତି, ତେବେ ଆପଣ ଏକ କ୍ଷେତ ମଧ୍ୟ ଦେଇ ଚାଲିଯିବେ ଯାହାକି ଅତ୍ୟଧିକ ଛିନ୍ ଛତ୍ର ହୋଇ ଅବହେଳିତ ହୋଇଛି । ଏହା ଆପଣଙ୍କୁ ଉଭୟ ଶାରିରୀକ ଏବଂ ଆତ୍ମିକ ସ୍ବାସ୍ଥ୍ୟ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ଦ୍ରୁତକରାଇବ । କେତେକ ଦଳ ବିଦ୍ୟାଳୟଗୁଡିକର ଚାରିପାଖରେ ବୁଲି ପ୍ରାର୍ଥନା କରିବାକୁ ପସନ୍ଦ କରନ୍ତି ସେମାନଙ୍କୁ ପ୍ରାର୍ଥନା କରିବାର ପ୍ରବର୍ତ୍ତନାକାରକ ହେଉଛନ୍ତି ସ୍କୁଲର ଭିତରେ ଶିକ୍ଷକମାନେ ଓ ଛାତ୍ରଛାତ୍ରୀମାନେ, ସେମାନଙ୍କର ସୁରକ୍ଷା ଓ ଶାନ୍ତି, ଓ ସେମାନଙ୍କର ସ୍କୁଲ ମଧ୍ୟକୁ ବାଧା ଦେବାକୁ ଥିବା ଶୟତାନର ଚାତୁରୀଗୁଡିକ ।

ପ୍ରାର୍ଥନା ପଦଯାତ୍ରା ହେଉଛି ଅପେକ୍ଷାକୃତ ଏକ ନୂତନ ଉଲ୍ଲେଖଯୋଗ୍ୟ ଘଟନା ଓ ଯାହାର ମୂଳ ସ୍ବଷ୍ଟ ନୁହେଁ । ପ୍ରାର୍ଥନା ପଦଯାତ୍ରା ନିମନ୍ତେ ବାଇବଲର କୌଣସି ନମୁନା ପ୍ରଦତ୍ତ ହୋଇନାହିଁ, ଯଦିଓ ବାଇବଲ ସମୟରେ ପଦଯାତ୍ରା ପରିବହନର ମୁଖ୍ୟ ପଦ୍ଧତି ଥିଲା, ଏହା ସ୍ବଷ୍ଟ ଯେ ଲୋକମାନେ ପଦଯାତ୍ରା କରୁଥିଲେ ଏବଂ ଠିକ୍ ସେହି ସମୟରେ ମଧ୍ୟ ପ୍ରାର୍ଥନା କରୁଥିଲେ । ଅଥଚ, ବାଇବଲରେ କୌଣସି ସିଧାସଳଖ ଆଦେଶ ନାହିଁ ଯେ ପ୍ରାର୍ଥନା ପଦଯାତ୍ରା ଆମେ କରୁଥିବା ଉଚିତ୍ । ପ୍ରାର୍ଥନା ଯେକୌଣସି ପରିସ୍ଥିତିରେ, କିମ୍ବା ଯେକୌଣସି ଶାରିରୀକ ଭଙ୍ଗୀରେ କରାଯାଇପାରିବ ତାହା ଅପେକ୍ଷା ଅନ୍ୟମାନେ ଅନ୍ୟ ସମୟରେ କିମ୍ବା ଅନ୍ୟ ଭଙ୍ଗୀରେ କରିଥିଲେ ବୋଲି ଯେ ଅଧିକ ଫଳପ୍ରଦ ଏହା ଶାସ୍ତ୍ରସମ୍ମତ ନୁହେଁ । ଏହା ସମେତ, ଯେତେବେଳେ ଆମେ ଅନୁଭବ କରୁ ଯେ, ଆମେ ଅଧିକ ସ୍ବଷ୍ଟ ଓ ଉତ୍ତମ ଭାବେ ପ୍ରାର୍ଥନା କରିବା ନିମନ୍ତେ କୌଣସି ଭୌଗୋଳିକ ସ୍ଥାନ ବା ପରିସ୍ଥିତିର ଅତି ନିକଟତର ହେବା ଉଚିତ୍, ସେତେବେଳେ ସବୁ ସ୍ଥାନରେ ସର୍ବଦା ଥିବା ଆମ୍ଭମାନଙ୍କର ସ୍ବର୍ଗସ୍ଥ ପିତା ସଠିକ୍ ଭାବେ ଜାଣନ୍ତି ଯେ, କେଉଁ ଆବଶ୍ୟକତା ଗୁଡିକର ଉପସ୍ଥିତି ଅଛି ଏବଂ ସେ ତାଙ୍କ ନିଜ ସିଦ୍ଧ ଇଛା ଏବଂ ସମୟରେ ହିଁ ସେଗୁଡିକର ଉତ୍ତର ଦେବେ । ବାସ୍ତବତା ହେଉଛି ଯେ, ଆମ ପ୍ରାର୍ଥନାସବୁ ଦ୍ବାରା ତାଙ୍କ ଯୋଜନାଗୁଡିକର ଅଂଶୀ ହେବା ଆମର ଲାଭ ନିମନ୍ତେ ଅଟେ, ତାଙ୍କ ଲାଭ ପାଇଁ ନୁହେଁ ।

"ନିରନ୍ତର ପ୍ରାର୍ଥନା" (୧ଥେସଲନିକୀୟ ୫:୧୭) କରିବା ନିମନ୍ତେ ଆମ୍ଭମାନଙ୍କୁ ଆଦେଶ ଦିଆଯାଇଛି, ଏବଂ ଯେହେତୁ ପଦଯାତ୍ରା ହେଉଛି ଏପରି ଏକ ବିଷୟ ଯାହା ଆମେ ପ୍ରତ୍ୟହ୍ୟ ସମ୍ପାଦନ କରୁ, ନିଶ୍ଚୟ ନିରନ୍ତର ପ୍ରାର୍ଥନା କରିବାର ଏକ ଅଂଶ ହେଉଛି ଚାଲୁଥିବା ସମୟରେ ପ୍ରାର୍ଥନା କରିବା । ଯେଉଁମାନେ ଖ୍ରୀଷ୍ଟଙ୍କ ଆଦେଶାନୁଯାୟୀ କାର୍ଯ୍ୟ ସମ୍ପାଦନ କରନ୍ତି ସମୟ, ସ୍ଥାନ ଓ ପରିସ୍ଥିତି ନିର୍ବିଶେଷରେ ସେମାନଙ୍କ ଦ୍ବାରା କରାଯାଉଥିବା ପ୍ରାର୍ଥନା ଈଶ୍ବର ଶୁଣନ୍ତି (ଯୋହନ ୧୫:୭) । ଠିକ୍ ସେହି ସମୟରେ ପ୍ରାର୍ଥନା ପଦଯାତ୍ରା କରିବା ବିରୁଦ୍ଧରେ କୌଣସି ଆଦେଶ ମଧ୍ୟ ନାହିଁ, ଏବଂ ଯେକୌଣସି ବିଷୟ ଯାହା ଆମକୁ ପ୍ରାର୍ଥନା କରିବାକୁ ପ୍ରବର୍ତ୍ତାଏ, ତାହା ବିବେଚନା କରାଯିବା ଯୋଗ୍ୟ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପ୍ରାର୍ଥନା ଯାତ୍ରା କ'ଣ? ପ୍ରାର୍ଥନା ଯାତ୍ରା କରିବା ବାଇବଲ ସମ୍ମତ କି?
© Copyright Got Questions Ministries