settings icon
share icon
ପ୍ରଶ୍ନ

ଶେଷ ସମୟର preterist ମତବାଦ କ'ଣ?

ଉତ୍ତର


ଶାସ୍ତ୍ରର ପ୍ରିଟେରିଷ୍ଟ୍ (preterist) ବ୍ୟାଖ୍ୟା ପ୍ରକାଶିତ ପୁସ୍ତକକୁ ଆଦ୍ୟ ମଣ୍ଡଳୀର କଳହ ଗୁଡିକ ବିଷୟକ ଏକ ପ୍ରତୀତାତ୍ମକ ଛବି, ପୁଣି ଏହା ଶେଷ ସମୟରେ କ'ଣ ଘଟିବ ତାହାର ଏକ ବର୍ଣ୍ଣନ ନୁହେଁ ବୋଲି ଧରିନିଏ । ପ୍ରିଟେରିଷ୍ଟ୍ ମତବାଦ (preterism) ମତବାଦ ପ୍ରକାଶିତ ପୁସ୍ତକର ଅଧିକାଂଶ ଭବିଷ୍ୟତ ଭାବବାଣୀ ଗୁଣକୁ ଅସ୍ବୀକାର କରେ । ବିଭିନ୍ନ ପରିମାଣରେ , ପ୍ରକାଶିତ ପୁସ୍ତକ ଯେ ନିର୍ଦ୍ଧିଷ୍ଟ ଭବିଷ୍ୟତ ଘଟନାଗୁଡିକ ସହ ସଂଶ୍ଲିଷ୍ଟ ନୁହେଁ ସେହି ଧାରଣା ନେଇ ପ୍ରିଟେରିଷ୍ଟ୍ ମତବାଦ (preterism) ରୂପକ ଏବଂ ପ୍ରତୀତାତ୍ମକ ବ୍ୟାଖ୍ୟାକୁ ଏକତ୍ର କରେ । ପ୍ରିଟେରିଷ୍ଟ୍ (preterist) ଧାରା ମୂଳତଃ ଶିକ୍ଷା ଦିଏ ଯେ ନୂତନ ନିୟମରେ ଥିବା ସମସ୍ତ ଶେଷ ସମୟ ଭାବବାଣୀଗୁଡିକ ୭୦ ଖ୍ରୀଷ୍ଟାବ୍ଦରେ ସଫଳ ହୋଇଥିଲା ଯେତେବେଳେ କି ରୋମୀୟମାନେ ଯିରୁଶାଲମ ଏବଂ ଇଶ୍ରାୟେଲକୁ ଧ୍ବଂସ କଲେ ।

ପ୍ରକାଶିତ ୨ ଏବଂ ୩ ଅଧ୍ୟାୟରେ ଉଲ୍ଲିଖିତ ମଣ୍ଡଳୀଗୁଡିକୁ ପତ୍ର ପ୍ରଥମ ଶତାବ୍ଦୀରେ ଥିବା ବାସ୍ତବ ମଣ୍ଡଳୀ ଗୁଡିକୁ ଲେଖାଯାଇଥିଲା, ଏବଂ ସେମାନେ ଆଜିକାଲିକା ମଣ୍ଡଳୀଗୁଡିକ ନିମନ୍ତେ ବ୍ୟବହାରିକ ପ୍ରୟୋଗ ଅଟେ । କିନ୍ତୁ ୬-୨୨ ଅଧ୍ୟାୟକୁ ଯଦି ବାଇବଲର ଅବଶିଷ୍ଟାଂଶ ଭାବବାଣୀଗୁଡିକ ଭାବବାଣୀଗୁଡିକ ସହ ବ୍ୟାଖ୍ୟା କରାଯାଏ, ତେବେ ଯେଉଁ ଘଟନାଗୁଡିକ ଏପର୍ଯ୍ୟନ୍ତ ଭବିଷ୍ୟତ୍ ଅଟେ ସେଗୁଡିକୁ ମଧ୍ୟ ଲେଖାଯାଇଥାନ୍ତା । ପ୍ରକାଶିତରେ ଥିବା ଭାବବାଣୀଗୁଡିକୁ ରୂପକ ଭାବରେ ବ୍ୟାଖ୍ୟା କରିବାର କୌଣସି କାରଣ ନାହିଁ । ପୂର୍ବବର୍ତ୍ତୀ ସଫଳୀକୃତ ଭାବବାଣୀଗୁଡିକ ଆକ୍ଷରିକ ଭାବରେ ସଫଳ ହୋଇଥିଲା । ଉଦାହରଣ ସ୍ବରୂପ, ସମସ୍ତ ପୁରାତନ ନିୟମ ପଦଗୁଡିକ ଯାହା ଖ୍ରୀଷ୍ଟଙ୍କ ପ୍ରଥମ ଆଗମନ ବିଷୟରେ ଭାବବାଣୀ କରାଯାଇଛି ତାହା ସବୁ ଯୀଶୁଙ୍କଠାରେ ସଫଳ ହୋଇଛି । ଯୀଶୁ ଏପରି ଏକ ସମୟରେ ଆସିଲେ ଯେଉଁ ସମୟରେ ସେ ଆସିବେ ବୋଲି ଭାବବାଣୀ ହୋଇଥିଲା (ଦାନିୟେଲ ୯:୨୫-୨୬) । ଖ୍ରୀଷ୍ଟ ଏକ କୁମାରୀ ଗର୍ଭରୁ ଜନ୍ମ ହେଲେ (ଯିଶାଇୟ ୭:୧୪) । ସେ ଆମ୍ଭମାନଙ୍କ ପାପ ନିମନ୍ତେ କ୍ଲେଶ ଭୋଗି ମୃତ୍ୟୁଭୋଗ କଲେ (ଯିଶାଇୟ ୫୩:୫-୯) । ଏହି ସମସ୍ତ ହେଉଛି ଶହ ଶହ ପୁରାତନ ନିୟମ ଭାବବାଣୀଗୁଡିକ ମଧ୍ୟରୁ ଅଳ୍ପ କିଛି ଉଦାହରଣ ଅଟେ ଯାହା ଈଶ୍ବର ଭାବବାଦୀମାନଙ୍କୁ ଦେଇଥିଲେ ଓ ଯାହା ଶାସ୍ତ୍ରରେ ଲିପିବଦ୍ଧ ହୋଇଥିଲା ଏବଂ ଆକ୍ଷରିକ ଭାବେ ସଫଳ ହୋଇଥିଲା । ଏହା ସରଳ ଭାବେ ସଫଳ ହୋଇନଥିବା ଭାବବାଣୀକୁ ରୂପକ କରିବା ନିମନ୍ତେ ଚେଷ୍ଟା କରିବାର କିଛି ମାନେ ନାହିଁ କିମ୍ବା ଏକ ସାଧାରଣ ପଠନ ଛଡା ଅନ୍ୟ କୌଣସି ଉପାୟରେ ସଫଳ ହୋଇନଥିବା ଭାବବାଣୀକୁ ବୁଝିବାକୁ ଚେଷ୍ଟା କରିବାର କିଛି ମାନେ ନାହିଁ ।

ଅଧିକନ୍ତୁ, ପ୍ରିଟେରିଷ୍ଟ୍ ମତବାଦ (preterism) ପ୍ରକାଶିତ ପୁସ୍ତକର ବ୍ୟାଖ୍ୟାରେ ସମ୍ପୂର୍ଣ୍ଣରୂପେ ଅସଙ୍ଗତ ଅତେ । ଶେଷକାଳ ବିଷୟରେ ପ୍ରିଟେରିଷ୍ଟ୍ (preterist) ମତବାଦ ଅନୁଯାୟୀ, ପ୍ରକାଶିତ ୬-୧୮ ଅଧ୍ୟାୟ ପ୍ରତୀତାତ୍ମକ ଏବଂ ରୂପକ ଅଟେ, ଏବଂ ଏହା ଆକ୍ଷରିକ ଘଟନାଗୁଡିକ ବର୍ଣ୍ଣନା କରେନାହିଁ । ଅଥଚ, ପ୍ରିଟେରିଷ୍ଟ୍ (preterist)ମାନଙ୍କ ଅନୁଯାୟୀ ୧୯ ଅଧ୍ୟାୟ ଆକ୍ଷରିକ ଭାବେ ବୁଝିବାକୁ ପଡିବ । ଯୀଶୁଖ୍ରୀଷ୍ଟ ଶାରିରୀକ ଭାବେ ଏବଂ ଆକ୍ଷରିକ ଭାବେ ଫେରିବେ । ତା'ପରେ ପ୍ରିଟେରିଷ୍ଟ୍ (preterist) ମାନଙ୍କ ଦ୍ବାରା ପୁନଶ୍ଚ ୨୦ ଅଧ୍ୟାୟକୁ ରୂପକ ଭାବେ ବ୍ୟାଖ୍ୟା କରାଯାଇଛି, ଯେତେବେଳେ କି ୨୧-୨୨ ଅଧ୍ୟାୟକୁ ଅନ୍ତତଃ କିଛି ପରିମାଣରେ ଆକ୍ଷରିକ ଭାବେ ବୁଝାଯାଇଛି, ଯାହାକି ପ୍ରକୃତରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ହେବ । କେହି ମଧ୍ୟ ଅସ୍ବୀକାର କରିବେ ନାହିଁ ଯେ ପ୍ରକାଶିତ ଆଶ୍ଚର୍ଯ୍ୟଜନକ ଏବଂ ବେଳେବେଳେ ଦ୍ବନ୍ଦାତ୍ମକ ଦର୍ଶନଗୁଡିକ ଧାରଣ କରେ । ଅଥଚ, ପ୍ରକାଶିତର ମନୋନୀତ ଅଂଶଗୁଡିକର ଆକ୍ଷରିକ ପ୍ରକୃତିକୁ ମନୋମୁଖୀ ଭାବେ ଅସ୍ବୀକାର କରିବା ହେଉଛି ଯେକୌଣସି ପୁସ୍ତକକୁ ବ୍ୟାଖ୍ୟା କରିବାର ଆଧାରକୁ ନଷ୍ଟ କରିବା । ଯଦି ମୁଦ୍ରାଗୁଡିକ, ତୂରୀଗୁଡିକ, ପାତ୍ର ଗୁଡିକ, ସାକ୍ଷୀମାନେ, ୧୪୪୦୦୦, ପଶୁ, ଭଣ୍ଡ ଭାବବାଦୀ, ସହସ୍ର ବର୍ଷ ଇତ୍ୟାଦି ରୂପକ ବା ପ୍ରତୀତାତ୍ମକ ଅଟେ, ତେବେ ଆମେ କେଉଁ ଆଧାରରେ ଖ୍ରୀଷ୍ଟଙ୍କ ଦ୍ବିତୀୟାଗମନ ଏବଂ ନୂତନ ପୃଥିବୀକୁ ଆକ୍ଷରିକ ବୋଲି ଦାବୀ କରୁଛୁ? ତାହା ହେଉଛି ପ୍ରିଟେରିଷ୍ଟ୍ (preterist)ମାନଙ୍କର ବିଫଳତା - ଏବଂ ସେହି ବିଫଳତା ହେଉଛି ପ୍ରକାଶିତର ବ୍ୟାଖ୍ୟାକୁ ବ୍ୟାଖ୍ୟାକାରୀମାନଙ୍କଠାରେ ଛାଡି ଦିଆଯାଏ । ବରଂ, ଆମେ ଏହାକୁ ଆକ୍ଷରିକ ଭାବରେ ଏବଂ ସଠିକ୍ ଭାବରେ ପାଠ କରିବାକୁ ପଡିବ, ବିଶ୍ବାସ କରିବାକୁ ପଡିବ, ଏବଂ ଏହାକୁ ପାଳନ କରିବାକୁ ପଡିବ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଶେଷ ସମୟର preterist ମତବାଦ କ'ଣ?
© Copyright Got Questions Ministries