ଜୀବନରେ କିପରି ଉଦ୍ଦେଶ୍ୟ ପାଇବକୁ ହେବ ସେ ବିଷୟରେ ବାଇବଲ କ'ଣ କୁହେ?


ପ୍ରଶ୍ନ: ଜୀବନରେ କିପରି ଉଦ୍ଦେଶ୍ୟ ପାଇବକୁ ହେବ ସେ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର:
ଆମ ଜୀବନରେ ଉଦ୍ଦେଶ୍ୟ କ'ଣ ହେବା ଉଚିତ୍ ସେ ବିଷୟରେ ବାଇବଲ ସ୍ବଷ୍ଟ ଭାବରେ କୁହେ | ଉଭୟ ପୁରାତନ ଏବଂ ନୂତନ ନିୟମରେ ଥିବା ଲୋକମାନେ ଜୀବନର ଉଦ୍ଦେଶ୍ୟକୁ ଅନ୍ବେଷଣ କରୁଥିଲେ ପୁଣି ଏହାକୁ ଆବିଷ୍କାର କରିଥିଲେ | ଯେକୌଣସି ସମୟରେ ଥିବା ଲୋକମାନଙ୍କ ମଧ୍ୟରୁ ସବୁଠାରୁ ଜ୍ଞାନୀ ଶଲୋମନ ଜୀବନର ଅସାରତାକୁ ଆବିଷ୍କାର କରିଥିଲେ ଯେତେବେଳେ ଜଗତ ନିମନ୍ତେ ହିଁ ଜୀବନଯାପନ ହୋଇଥାଏ | ସେ ଏହି ଶେଷ ମନ୍ତବ୍ୟକୁ ଉପଦେଶକ ପୁସ୍ତକରେ ଦେଇଛନ୍ତି: "ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର; କାରଣ ଏହାହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ | ଯେହେତୁ ପରମେଶ୍ବର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ" (ଉପଦେଶକ ୧୨:୧୩-୧୪) | ଶଲୋମନ କୁହନ୍ତି ଯେ, ଜୀବନ ହେଉଛି ଜୀବନସାରା ଈଶ୍ବରଙ୍କୁ ଗୌରବ ଦେବା ଏବଂ ଏହିପରି ଭାବରେ ତାଙ୍କ ଆଦେଶସକଳ ପାଳନ କରିବା, ଯେହେତୁ ଦିନେ ଆମେ ବିଚାରରେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବାକୁ ପଡିବ | ଆମ ଜୀବନରେ ଉଦ୍ଦେଶ୍ୟ ମଧ୍ୟରୁ ଏକ ଅଂଶ ହେଉଛି ଈଶ୍ବରଙ୍କୁ ଭୟ କରିବା ଏବଂ ତାଙ୍କର ବାଧ୍ୟ ହେବା |

ଆମ ଉଦ୍ଦେଶ୍ୟର ଅନ୍ୟ ଏକ ଅଂଶ ହେଉଛି ଅନ୍ତର୍ଦ୍ଦୃଷ୍ଟିରେ ଏହି ପୃଥିବୀରେ ଜୀବନକୁ ଦେଖିବା | ଏହି ଜୀବନ ଉପରେ ଯେଉଁମାନେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତି ସେମାନଙ୍କ ପରିପନ୍ଥୀରେ, ରାଜା ଦାଉଦ ତାଙ୍କ ସନ୍ତୋଷଭାବ ଆଗାମୀ ଜୀବନ ବା ଜୀବନ ପରର ସମୟରେ ଦେଖିବାକୁ ଚାହିଁଲେ | ସେ କହିଲେ, "ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବାବେଳେ ପରିତୃପ୍ତ ହେବି" (ଗୀତ ୧୭:୧୫) | ଦାଉଦଙ୍କ ନିମନ୍ତେ, ପୂର୍ଣ୍ଣ ସନ୍ତୋଷଭାବ ସେହି ଦିନ ଆସିବ ଯେଉଁ ଦିନ ସେ ଜାଗ୍ରତ ହେବେ (ପରବର୍ତ୍ତୀ ଜୀବନରେ) ଯେତେବେଳେ ସେ ଈଶ୍ବରଙ୍କ ମୁଖ ଦର୍ଶନ କରିବେ (ତାଙ୍କ ସହ ସହଭାଗୀତା) ଓ ତାଙ୍କ ପରି ହେବେ (୧ଯୋହନ ୩:୨) |

ଗୀତସଂହିତା ୭୩ରେ ଆସଫ୍ କୁହନ୍ତି ଯେ, ସେ ଦୁଷ୍ଟମାନଙ୍କୁ ଈର୍ଷା କରିବା ନିମନ୍ତେ ପ୍ରଲୁବ୍ଧ ହୋଇଥିଲେ ଯେଉଁମାନେ ଜୀବନ ପ୍ରତି ଚିନ୍ତିତ ନ ଥିଲା ପରି ଜଣାପଡୁଥିଲେ ଏବଂ ସେମାନେ ସୁଯୋଗର ଅପବ୍ୟବହାର କରିଥିବା ଲୋକମାନଙ୍କ ଉପରେ ସେମାନଙ୍କର ଭାଗ୍ୟ ଗଢିଲେ, କିନ୍ତୁ ତା'ପରେ ସେ ସେମାନଙ୍କର ଶେଷ ଦଶା ବିଷୟରେ ବିବେଚନା କଲେ | ସେମାନେ ଯେଉଁ ବିଷୟଗୁଡିକ ଅନ୍ବେଷଣ କରୁଥିଲେ, ସେଥିର ପରିପନ୍ଥୀରେ, ସେ ୨୫ ପଦରେ ଯାହା ଦର୍ଶାନ୍ତି ତାହା ହିଁ ତାଙ୍କ ନିମନ୍ତେ କିଛି ମାନେ ଥିଲା: "ସ୍ବର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ଡଳରେ ତୁମ୍ଭ ଛଡା ଆଉ କାହାକୁ ମୁଁ ବାଞ୍ଚା କରୁନାହିଁ |" ଆସଫଙ୍କ ନିମନ୍ତେ, ଜୀବନରେ ଥିବା ଯେକୌଣସି ବିଷୟ ଅପେକ୍ଷା ଈଶ୍ବରଙ୍କ ସହ ସମ୍ପର୍କର ମାନେ ରହିଛି | ସେହି ସମ୍ପର୍କ ବ୍ୟତୀତ, ଜୀବନର ପ୍ରକୃତ ଉଦ୍ଦେଶ୍ୟ କିଛି ନୁହେଁ |

ପ୍ରେରିତ ପାଉଲ ପୁନରୁତ୍ଥିତ ଖ୍ରୀଷ୍ଟଙ୍କ ସହ ଦେଖାସାକ୍ଷାତ୍ ହେବା ପୂର୍ବରୁ ଯେଉଁ ସମସ୍ତ ବିଷୟ ଧର୍ମ ରୀତିନୀତିରେ ପ୍ରାପ୍ତ ହୋଇଥିଲେ ସେ ବିଷୟରେ କହିଥିଲେ ଏବଂ ସେ ଶେଷ କଥା ଭାବରେ କହିଲେ ଯେ, ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ଉତ୍କୃର୍ଷତା ତୁଳନାରେ ଏହି ସମସ୍ତ ଏକ ଖତଗଦା ଥିଲା | ଫିଲିପ୍ପୀୟ ୩:୯-୧୦ରେ ପାଉଲ କୁହନ୍ତି ଯେ ସେ ଖ୍ରୀଷ୍ଟଙ୍କୁ ଜାଣିବା ଏବଂ ତାଙ୍କଠାରେ ବିଶ୍ବାସ କରି ବଞ୍ଚିବା ନିମନ୍ତେ ତାଙ୍କ ଧାର୍ମିକତା ପ୍ରାପ୍ତି ନିମନ୍ତେ "ତାଙ୍କଠାରେ ରହିବାକୁ" ଚାହେଁ, ଏପରିକି ଯଦି ଏହାର ଅର୍ଥ କ୍ସେଶଭୋଗ ଏବଂ ମୃତ୍ୟୁଭୋଗ କରିବା ହୁଏ | ପାଉଲଙ୍କର ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟଙ୍କୁ ଜାଣିବା, ତାଙ୍କଠାରେ ବିଶ୍ବାସ ଦ୍ବାରା ପ୍ରାପ୍ତ ଧାର୍ମିକତା ପ୍ରାପ୍ତ ହେବାକୁ, ଏବଂ ତାଙ୍କ ସହଭାଗୀତାରେ ଜୀବନଧାରଣ କରିବାକୁ, ଯଦିଓ ତାହା କ୍ଲେଶ ଘଟାଏ (୨ତିମଥି ୩:୧୨) | ପରିଶେଷରେ, "ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ"ର ଏକ ଅଂଶୀ ହେବାର ସମୟର ବାଞ୍ଚା କଲେ |

ଈଶ୍ବର ମୂଳରୁ ମନୁଷ୍ୟକୁ ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ କଲେ ସେହି ଅନୁଯାୟୀ ଜୀବନରେ ଆମ୍ଭମାନଙ୍କର ଉଦ୍ଦେଶ୍ୟ ହେଉଛି (୧) ଈଶ୍ବରଙ୍କୁ ଗୌରବ ଦେବା ଏବଂ ତାଙ୍କ ସହଭାଗୀତା ଉପଭୋଗ କରିବା, (୨) ଅନ୍ୟମାନଙ୍କ ସହିତ ଉତ୍ତମ ସହଭାଗୀତାରେ ରହିବା, (୩) କାର୍ଯ୍ୟ କରିବା, ଏବଂ (୪) ପୃଥିବୀ ଉପରେ କର୍ତ୍ତୃତ୍ବ କରିବା | କିନ୍ତୁ ମନୁଷ୍ୟର ପାପରେ ପତନ ପରେ, ଈଶ୍ବରଙ୍କ ସହ ଥିବା ସହଭାଗୀତା ଭାଙ୍ଗିଯାଇଥିଲା, ଅନ୍ୟମାନଙ୍କ ସହ ସମ୍ପର୍କ କ୍ରୁତ୍ରିମ ହୋଇଯାଇଥିଲା, କାର୍ଯ୍ୟ ସର୍ବଦା ବୃଥାରେ ଗଲା ପରି ଜଣାଗଲା, ଏବଂ ମନୁଷ୍ୟ ପ୍ରକୃତି ଉପରେ କୌଣସି ବାହ୍ୟ ଆକୃତିର କର୍ତ୍ତୃତ୍ବ ଜାହିର ରଖିବାକୁ ସଂଘର୍ଷ କଲା | କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ମାଧ୍ୟମରେ ଈଶ୍ବରଙ୍କ ସହ ସହଭାଗୀତା ପୁନଃସ୍ଥାପନ କରିବା ଦ୍ବାରା ଜୀବନରେ ଉଦ୍ଦେଶ୍ୟକୁ ପୁନଃଆବିଷ୍କାର କରାଯାଇପାରିବ |

ମନୁଷ୍ୟର ଉଦ୍ଦେଶ୍ୟ ହେଉଛି ଈଶ୍ବରଙ୍କୁ ଗୌରବ ଦେବା ଏବଂ ତାଙ୍କଠାରେ ସର୍ବଦା ଆନନ୍ଦ କରିବା | ଆମେ ଈଶ୍ବରଙ୍କୁ ଭୟ କରିବା ଏବଂ ତାଙ୍କ ଆଜ୍ଞା ପାଳନ କରିବା ଦ୍ବାରା, ସ୍ବର୍ଗରେ ଆମର ଭବିଷ୍ୟତ ଗୃହ ଉପରେ ଆମ ଚକ୍ଷୁ ରଖିବା ନିବିଷ୍ଟ କରିବ ଦ୍ବାରା, ଏବଂ ତାଙ୍କୁ ଘନିଷ୍ଠ ଭାବେ ଜାଣିବା ଦ୍ବାରା ଈଶ୍ବରଙ୍କର ଗୌରବ କରୁ | ଆମେ ଆମ ଜୀବନରେ ତାଙ୍କ ଉଦ୍ଦେଶ୍ୟକୁ ଅନୁକରଣ କରିବା ଦ୍ବାରା ଈଶ୍ବରଙ୍କଠାରେ ଆନନ୍ଦ କରିପାରୁ, ଯାହା ଆମ୍ଭମାନଙ୍କୁ ସତ୍ୟ ଏବଂ ସ୍ଥାୟୀ ଆନନ୍ଦ ଅନୁଭବ କରିବାରେ ସକ୍ଷମ କରେ - ତାହା ହେଉଛି ସେହି ଅନନ୍ତ ଜୀବନ ଯାହା ସେ ଆମ୍ଭମାନଙ୍କ ନିମନ୍ତେ ବାଞ୍ଚା କରନ୍ତି |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଜୀବନରେ କିପରି ଉଦ୍ଦେଶ୍ୟ ପାଇବକୁ ହେବ ସେ ବିଷୟରେ ବାଇବଲ କ'ଣ କୁହେ?