settings icon
share icon
ପ୍ରଶ୍ନ

ମଣ୍ଡଳୀର ଅନ୍ତର୍ଧାନ (ରାପଚର୍) କ'ଣ?

ଉତ୍ତର


"rapture" (ରାପଚର୍) ଶବ୍ଦଟି ବାଇବଲରେ ନାହିଁ । ଅଥଚ, ଅନ୍ତର୍ଧାନ (ରାପଚର୍)ର ଧାରଣା ସ୍ବଷ୍ଟଭାବେ ଶାସ୍ତ୍ରରେ ଶିକ୍ଷା ଦିଆଯାଇଛି । ମଣ୍ଡଳୀର ଅନ୍ତର୍ଧାନ (ରାପଚର୍) ହେଉଛି ଏକ ଘଟନା ଯାହା ସମସ୍ତ ବିଶ୍ବାସୀଙ୍କୁ ପୃଥିବୀରୁ ନେଇଯାଇଥାଏ ଯେପରିକି କ୍ଲେଶର ସମୟରେ ପୃଥିବୀ ଉପରେ ଢଳାଯିବାକୁ ଥିବା ତାହାଙ୍କ ବିଚାରରୁ ସେମାନଙ୍କୁ ରକ୍ଷା କରାଯାଇପାରିବ । ଅନ୍ତର୍ଧାନ (ରାପଚର୍) ମୁଖ୍ୟତଃ ୧ଥେସଲନିକୀୟ ୪:୧୩-୧୮ ଏବଂ ୧କରିନ୍ଥୀୟ ୧୫:୫୦-୫୪ରେ ବର୍ଣ୍ଣନା କରାଯାଇଛି । ଯେଉଁ ବିଶ୍ବାସୀମାନେ ମୃତ୍ୟୁଭୋଗ କରିସାରିଛନ୍ତି ଈଶ୍ବର ସେମାନଙ୍କୁ ଉତ୍ଥିତ କରିବେ ଏବଂ ସେମାନଙ୍କୁ ଗୌରବାନ୍ମିତ ଶରୀର ଦେବେ ଏବଂ ସେହି ସମୟ ସୁଦ୍ଧା ଜୀବିତ ଥିବା ବିଶ୍ବାସୀମାନଙ୍କ ସହ ଏହି ପୃଥିବୀରୁ ନେଇଯିବେ ଏବଂ ଶରୀରରେ ଜୀବିତ ଥିବା ବିଶ୍ବାସୀମାନେ ମଧ୍ୟ ସେହି ସମୟରେ ଗୌରବମୟ ଶରୀର ପ୍ରାପ୍ତ ହେବେ । "କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ବର ଓ ଈଶ୍ବରଙ୍କ ତୂରୀବାଦ୍ୟ ସହିତ ସ୍ବର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ୍ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ ।" (୧ଥେସଲନିକୀୟ ୪: ୧୬-୧୭)

ଅନ୍ତର୍ଧାନ (ରାପଚର୍) ପ୍ରକୃତିରେ ତାତକ୍ଷଣିକ ହେବ, ଏବଂ ଆମ୍ଭେମାନେ ସେହି ସମୟରେ ଗୌରବମୟ ଶରୀର ପ୍ରାପ୍ତ ହେବା । "ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବାନାହିଁ, କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ବନୀରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା ।" (୧କରିନ୍ଥୀୟ ୧୫:୫୧-୫୨) ଅନ୍ତର୍ଧାନ ହେଉଛି ଏକ ଗୌରବମୟ ଘଟନା ଯାହା ଆମେ ସମସ୍ତେ ଚାହିଁ ରହିବା ଉଚିତ୍ । ପରିଶେଷରେ ଆମ୍ଭେମାନେ ପାପରୁ ମୁକ୍ତି ପାଇବା । ଆମ୍ଭେମାନ ସର୍ବଦା ଈଶ୍ବରଙ୍କ ଉପସ୍ଥିତିରେ ରହିବା । ଅନ୍ତର୍ଧାନ (ରାପଚର୍)ର ଅର୍ଥ ଓ ପରିସର ଉପରେ ଅନେକ ଗୁଡିଏ ଯୁକ୍ତି ରହିଛି । ଏହା ଈଶ୍ବରଙ୍କ ଉଦ୍ଦେଶ୍ୟ ନୁହେଁ । ବରଂ ଅନ୍ତର୍ଧାନ (ରାପଚର୍) ବିଷୟରେ, ଈଶ୍ବର ଆମ ସମସ୍ତଙ୍କୁ "ଏହି ସମସ୍ତ ବାକ୍ୟ ଦ୍ବାରା ପରସ୍ପରକୁ ସାନ୍ତ୍ବନା" ଦେବା ନିମନ୍ତେ କୁହନ୍ତି (୧ଥେସଲନିକୀୟ ୪:୧୮)

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମଣ୍ଡଳୀର ଅନ୍ତର୍ଧାନ (ରାପଚର୍) କ'ଣ?
© Copyright Got Questions Ministries