settings icon
share icon
ପ୍ରଶ୍ନ

ଆମେ କେତେବେଳେ / କେବେ ପବିତ୍ରଆତ୍ମା ପାଉ?

ଉତ୍ତର


ପ୍ରେରିତ ପାଉଲ ସ୍ପଷ୍ଟ ଭାବରେ ଶିକ୍ଷା ଦେଇଅଛନ୍ତି ଯେ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିବାକ୍ଷଣି ପବିତ୍ରଆତ୍ମା ପାଇଥାଉ । ପ୍ରଥମ କରିନ୍ଥୀୟ ୧୨:୧୩ କୁହେ “ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ଵାଧୀନ ହେଉ ସମସ୍ତେ ତ ଏକ ଆତ୍ମାଙ୍କ ଦ୍ଵାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ ।” ରୋମୀୟ ୮:୯ ଆମ୍ଭମାନଙ୍କୁ କୁହେ ଯେ ଯଦି କୌଣସି ବ୍ୟକ୍ତି ପବିତ୍ରଆତ୍ମା ପାଇନଥାଏ, ତେବେ ସେ ଖ୍ରୀଷ୍ଟଙ୍କର ନୁହେଁ: “କିନ୍ତୁ ଈଶ୍ଵରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି ତାହା ହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ । ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ ତେବେ ସେ ତାହାଙ୍କର ନୁହେଁ ।” ଏଫିସୀୟ ୧:୧୩-୧୪ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଯେଉଁମାନେ ବିଶ୍ଵାସ କରନ୍ତି ସେ ସମସ୍ତଙ୍କ ପ୍ରତି ପବିତ୍ରଆତ୍ମା ପରିତ୍ରାଣର ବଇନା ସ୍ଵରୂପ: “ତାହାଙ୍କଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟବାକ୍ୟ ଅର୍ଥାତ୍‍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ଵାସ କରି ପ୍ରତିଜ୍ଞାତ ପବିତ୍ରଆତ୍ମାଙ୍କ ଦ୍ଵାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ । ଈଶ୍ଵରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ଵର ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନା ସ୍ଵରୂପ ।”

ଏହି ସମସ୍ତ ତିନିଗୋଟି ଶାସ୍ତ୍ରାଂଶ ସ୍ପଷ୍ଟ ଭାବରେ କୁହେ ଯେ ପରିତ୍ରାଣ ପାଇବାକ୍ଷଣି ପବିତ୍ରଆତ୍ମା ମଧ୍ୟ ମିଳିଥାଏ । ଯଦି କରିନ୍ଥୀୟ ମଣ୍ଡଳୀରେ ଥିବା ସମସ୍ତ ବିଶ୍ଵାସୀ ପବିତ୍ରଆତ୍ମା ପାଇନଥାନ୍ତେ, ତେବେ ଆମେ ସମସ୍ତେ ଏକ ଆତ୍ମାରେ ବାପ୍ତିଜିତ ଓ ଏକ ଆତ୍ମାରୁ ପାନ କରୁଅଛୁ ବୋଲି ପାଉଲ କହିପାରିନଥାନ୍ତେ । ରୋମୀୟ ୮:୯ ଏହାଠାରୁ ଅଧିକ ଦୃଢ ନିଶ୍ଚିତ ଅଟେ ଯାହା ଦର୍ଶାଏ ଯେ ଯଦି ଜଣେ ବ୍ୟକ୍ତି ପରିତ୍ରାଣ ପାଇନଥାଏ, ତେବେ ସେ ଖ୍ରୀଷ୍ଟଙ୍କର ନୁହେଁ । ଅତଏବ, ପବିତ୍ରଆତ୍ମା ପାଇବା ହେଉଛି ପରିତ୍ରାଣ ପାଇବାର ଏକ ଚିହ୍ନ । ଅଧିକନ୍ତୁ, ଯଦି ଜଣେ ବ୍ୟକ୍ତି ପରିତ୍ରାଣ ପାଇବାକ୍ଷଣି ପବିତ୍ରଆତ୍ମା ପାଇନଥାନ୍ତେ, ତେବେ ପବିତ୍ରଆତ୍ମା “ପରିତ୍ରାଣର ବଇନା” (ଏଫିସୀୟ ୧:୧୩-୧୪) ହୋଇନଥାନ୍ତା । ଅଧିକ ଶାସ୍ତ୍ରାଂଶ ସ୍ବଷ୍ଟ ଭାବେ କୁହେ ଯେ ଆମେ ଖ୍ରୀଷ୍ଟଙ୍କୁ ଆମର ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିବାକ୍ଷଣି ଆମ୍ଭମାନଙ୍କର ପରିତ୍ରାଣ ସୁରକ୍ଷିତ ହୋଇଥାଏ ।

ଏହି ଆଲୋଚନା ବିରୋଧାଭାସ ଅଟେ କାରଣ ପବିତ୍ରଆତ୍ମାଙ୍କର ସେବାକାର୍ଯ୍ୟକୁ ବୁଝିବାରେ ମନୁଷ୍ୟମାନେ ଅନେକ ସମୟରେ ଦ୍ଵନ୍ଦରେ ପଡ଼ିଥାନ୍ତି । ପରିତ୍ରାଣ ପାଇବାକ୍ଷଣି ଆମେ ପବିତ୍ରଆତ୍ମା ପାଇଥାଉ ଓ ସେ ଆମ ମଧ୍ୟରେ ବାସ କରିଥାନ୍ତି । ଖ୍ରୀଷ୍ଟିୟ ଜୀବନରେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ଏକ ନିରନ୍ତର କାର୍ଯ୍ୟ ଅଟେ । ପରିତ୍ରାଣ ପାଇବାକ୍ଷଣି ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ଘଟିଥିବା ବିଷୟକୁ ଆମେ ଧରିନେଉଥିବା ସମୟରେ କିଛି ଖ୍ରୀଷ୍ଟିୟାନ ଏହାକୁ ସେପରି ଭାବନ୍ତି ନାହିଁ । ଏହା ଦ୍ଵାରା ପବିତ୍ରଆତ୍ମାରେ ବାପ୍ତିଜିତ ହେବା ବିଷୟକୁ ପରିତ୍ରାଣ ପାଇବା ପରେ “ପବିତ୍ରଆତ୍ମା ପାଇବା”ର ଏକ କାର୍ଯ୍ୟ ଭାବରେ ଭୁଲ୍‍ ବୁଝାଯାଇଥାଏ ।

ପରିଶେଷରେ, ଏତିକି କୁହାଯାଇପାରିବ, ଆମେ କିପରି ଭାବରେ ପବିତ୍ରଆତ୍ମା ପାଉ? ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିବା କାର୍ଯ୍ୟକୁ ସରଳରେ ପବିତ୍ରଆତ୍ମାରେ ବାପ୍ତିଜିତ ହେବା ବୁଝାଏ (ଯୋହନ ୩:୫-୧୬) । ଆମେ କେତେବେଳେ ପବିତ୍ରଆତ୍ମା ପାଉ? ଆମେ ବିଶ୍ଵାସ କରିବାକ୍ଷଣି ପବିତ୍ରଆତ୍ମାଙ୍କୁ ସ୍ଥାୟୀ ଭାବରେ ପାଇଥାଉ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆମେ କେତେବେଳେ / କେବେ ପବିତ୍ରଆତ୍ମା ପାଉ?
© Copyright Got Questions Ministries