settings icon
share icon
ପ୍ରଶ୍ନ

ଯୀଶୁଖ୍ରୀଷ୍ଟଙ୍କ ଦ୍ବିତୀୟାଗମନ କ'ଣ?

ଉତ୍ତର


ଯୀଶୁଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନ ହେଉଛି ବିଶ୍ବାସୀମାନଙ୍କର ଏକ ଭରସା ଯେ ଈଶ୍ବର ସମସ୍ତ ବିଷୟକୁ ନିୟନ୍ତ୍ରଣ କରନ୍ତି, ଏବଂ ସେ ତାଙ୍କ ବାକ୍ୟରେ ଥିବା ପ୍ରତିଜ୍ଞା ଏବଂ ଭାବବାଣୀଗୁଡିକରେ ବିଶ୍ବସ୍ତ ଅଟନ୍ତି । ତାଙ୍କ ପ୍ରଥମ ଆଗମନରେ, ଭାବବାଣୀ ଯେପରି କରାଯାଇଥିଲା ଠିକ୍ ସେପରି ଭାବରେ ଯୀଶୁ ଖ୍ରୀଷ୍ଟ ବେଥଲିହିମରେ ଥିବା ଏକ ଗୁହାଳକୁଣ୍ଡରେ ଶିଶୁ ଭାବରେ ଏହି ପୃଥିବୀକୁ ଆସିଥିଲେ । ଯୀଶୁଖ୍ରୀଷ୍ଟ ତାଙ୍କ ଜନ୍ମ, ଜୀବନ, ସେବାକାର୍ଯ୍ୟ, ମୃତ୍ୟୁ ଏବଂ ପୁନରୁତ୍ଥାନରେ ମଶୀହଙ୍କ ଅନେକ ଭାବବାଣୀ ପୂରଣ କରିଥିଲେ । ଅଥଚ, ମଶୀହଙ୍କ ବିଷୟରେ କେତେକ ଭାବବାଣୀ ଯୀଶୁ ଏପର୍ଯ୍ୟନ୍ତ ସଫଳ କରିନାହାନ୍ତି । ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନ ଅବଶିଷ୍ଟାଂଶ ଭାବବାଣୀଗୁଡିକ ସଫଳ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟଙ୍କ ଆଗମନ ହେବ । ତାଙ୍କ ପ୍ରଥମ ଆଗମନରେ ଯୀଶୁ ସବୁଠାରୁ ଅଧିକ ନମ୍ର ପରିସ୍ଥିତିରେ ଆସିଥିଲେ । ତାଙ୍କ ଦ୍ବିତୀୟ ଆଗମନରେ, ଯୀଶୁ ତାଙ୍କ ପାର୍ଶ୍ବରେ ସ୍ବର୍ଗୀୟ ବାହିନୀ ସହ ଆସିବେ ।

ପୁରାତନ ନିୟମର ଭାବବାଦୀଗଣ ଏହି ଦୁଇଟି ଆଗମନ ମଧ୍ୟରେ ଥିବା ଭିନ୍ନତାକୁ ସ୍ବଷ୍ଟ ଭାବେ ବ୍ୟକ୍ତ କରିନାହାନ୍ତି । ଏହା ଯିଶାଇୟ ୭:୧୪, ୯:୬-୭ ଏବଂ ଯିଖରିୟ ୧୪:୪ । ଏହି ଭାବବାଣୀଗୁଡିକ ଦୁଇଜଣ ବ୍ୟକ୍ତି ବିଷୟରେ କହୁଥିବା ପରି ଜଣାଯିବାର ଫଳସ୍ବରୂପ, ଅନେକ ଯିହୂଦୀ ପଣ୍ଡିତ ବିଶ୍ବାସ କରନ୍ତି ଯେ, ଦୁଇଜଣ ମଶୀହ ଅଛନ୍ତି ଯଥା, କ୍ଲେଶପ୍ରାପ୍ତ ମଶୀହ ଏବଂ ବିଜୟପ୍ରାପ୍ତ ମଶୀହ । ସେମାନେ ଯେଉଁ ବିଷୟ ବୁଝିବାରେ ଅକ୍ଷମ ହୁଅନ୍ତି ତାହା ହେଲା କେବଳ ଜଣେ ହିଁ ମଶୀହ ଅଛନ୍ତି ଏବଂ ସେ ଉଭୟ ଭୂମିକା ତୁଲାଇବେ । ଯୀଶୁ ତାଙ୍କ ପ୍ରଥମ ଆଗମନରେ କ୍ଲେଶପ୍ରାପ୍ତ ଦାସଙ୍କ ଭୂମିକା ନିଭାଇଲେ (ଯିଶାଇୟ ୫୩ ଅଧ୍ୟାୟ) । ଯୀଶୁ ତାଙ୍କ ଦ୍ବିତୀୟ ଆଗମନରେ ଇଶ୍ରାୟେଲର ଉଦ୍ଧାରକର୍ତ୍ତା ଏବଂ ରାଜା ଭାବରେ ତାଙ୍କ ଭୂମିକା ନିଭାଇବେ । ଯିଖରିୟ ୧୨:୧୦ ଏବଂ ପ୍ରକାଶିତ ୧:୭ ଯୀଶୁଙ୍କ ଦ୍ବିତୀୟ ଆଗମନ ବିଷୟରେ ବର୍ଣ୍ଣନା କରେ ଏବଂ ଯୀଶୁଙ୍କୁ ବର୍ଚ୍ଛାଘାତ ହେବାର ପଶ୍ଚାତ୍ ବିଷୟକୁ ଦେଖେ । ଇଶ୍ରାୟେଲ ଏବଂ ସମଗ୍ର ଜଗତ ମଶୀହ ପ୍ରଥମ ଥର ଆସିଥିଲା ସମୟରେ ତାଙ୍କୁ ଗ୍ରହଣ କରିନଥିବା ଯୋଗୁଁ ବିଳାପ କରିବେ ।

ଯୀଶୁ ସ୍ବର୍ଗକୁ ନୀତ ହେଲା ପରେ ଦୂତମାନେ ପ୍ରେରିତମାନଙ୍କୁ ଘୋଷଣା କରି କହିଲେ, "ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡକୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ବର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ବର୍ଗକୁ ଯିବାର ଦେଖିଲ, ସେ ସେହିପ୍ରକାରେ ଆଗମନ କରିବେ " (ପ୍ରେରିତ ୧:୧୧) । ଯିଖରିୟ ୧୪:୪ ଦ୍ବିତୀୟ ଆଗମନର ସ୍ଥାନ ଜୀତ ପର୍ବତ ବୋଲି ଚିହ୍ନିତ କରେ । ମାଥିଉ ୨୪:୩୦ ଘୋଷଣା କରେ, "ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।" ତିତସ ୨:୧୩ ଦ୍ବିତୀୟ ଆଗମନକୁ ଏକ "ଗୌରବର ପ୍ରକାଶ" ଭାବେ ବର୍ଣ୍ଣନା କରେ ।

ପ୍ରକାଶିତ ୧୯:୧୧-୧୬ରେ ଦ୍ବିତୀୟ ଆଗମନକୁ ସବୁଠାରୁ ଅଧିକ ସବିଶେଷ ବିବରଣୀ ପ୍ରଦାନ କରେ, "ତତ୍ପରେ ମୁଁ ସ୍ବର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ବେତବର୍ଣ୍ଣ ଅଶ୍ବ; ତାହାର ଆରୋହୀଙ୍କ ନାମ ବିଶ୍ବସ୍ତ ଓ ସତ୍ୟ; ସେ ନ୍ୟାୟରୂପେ ବିଚାର ଓ ଯୁଦ୍ଧ କରନ୍ତି । ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେନାହିଁ । ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ୍ ଈଶ୍ବରଙ୍କ ବାକ୍ୟ । ସ୍ବର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶ୍ବେତବର୍ଣ୍ଣ ଅଶ୍ବମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାଦଗମନ କଲେ । ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ଦ୍ବାରା ସେ ଜାତିସମୂହକୁ ଆଘାତ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ୍ ଈଶ୍ବରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଦଳନ କରିବେ । ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ।"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁଖ୍ରୀଷ୍ଟଙ୍କ ଦ୍ବିତୀୟାଗମନ କ'ଣ?
© Copyright Got Questions Ministries