settings icon
share icon
ପ୍ରଶ୍ନ

ଶେଷ ସମୟର ଲକ୍ଷଣଗୁଡିକ କ'ଣ?

ଉତ୍ତର


ମାଥିଉ ୨୪:୫-୭ ଆମ୍ଭମାନଙ୍କୁ କେତେକ ଆଭାସ ପ୍ରଦାନ କରେ ଯଦ୍ଦ୍ବାରା କି ଆମେ ଶେଷ ସମୟ ଆସିବାର ଜାଣିପାରିବା, "କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ । ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅନାହିଁ । କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ । କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । " ଭଣ୍ଡ ମଶୀହମାନଙ୍କର ବୃଦ୍ଧି, ଯୁଦ୍ଧରେ ବୃଦ୍ଧି, ଦୁର୍ଭିକ୍ଷ, ମହାମାରୀ, ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ବୃଦ୍ଧି - ଏହି ସମସ୍ତ ଶେଷ ସମୟର ଲକ୍ଷଣମାନ । ଅଥଚ ଏହି ଶାସ୍ତ୍ରାଂଶରେ ଆମ୍ଭମାନଙ୍କୁ ସତର୍କବାଣୀ ଦିଆଯାଉଛି: ଆମେ ଯେପରି ଭ୍ରାନ୍ତ ନ ହେଉ , କାରଣ ଏହି ସମସ୍ତ ଘଟନାଗୁଡିକ କେବଳ ପ୍ରସବବେଦନାର ଆରମ୍ଭ ମାତ୍ର; ଶେଷ ବିଷୟ ଆଗକୁ ବାକି ଅଛି ।

କେତେକ ବ୍ୟାଖ୍ୟାକାରୀ ପ୍ରତ୍ୟେକ ଭୂମିକମ୍ପ, ପ୍ରତ୍ୟେକ ରାଜନୈତିକ ଅସ୍ଥିରତା, ଏବଂ ଇଶ୍ରାୟେଲ ଉପରେ ହେଉଥିବା ପ୍ରତ୍ୟେକ ଆକ୍ରମଣକୁ ନିଶ୍ଚିତ ଲକ୍ଷଣ ବୋଲି ସୂଚୀତ କରନ୍ତି ଯାହା ସୂଚୀତ କରେ ଯେ, ଶେଷ ସମୟ ଦ୍ରୁତଗତିରେ ନିକଟବର୍ତ୍ତୀ ହେଉଛି । ଯଦିଓ ଏହି ସମସ୍ତ ଲକ୍ଷଣଗୁଡିକ ଶେଷଦିନଗୁଡିକର ପାଖେଇ ଆସିବା ଲକ୍ଷଣର ଘଟନାବଳୀ ହୋଇପାରେ, ସେ ସବୁ ଅପରିହାର୍ଯ୍ୟ ଭାବେ ସୂଚୀତ କରେନାହିଁ ଯେ, ଶେଷ ସମୟ ଆସିଯାଇଛି । ପ୍ରେରିତ ପାଉଲ ସତର୍କ କରିଦେଇଛନ୍ତି ଯେ, ଶେଷଦିନଗୁଡିକ ଭ୍ରାନ୍ତ ଶିକ୍ଷାର ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିବ । "ଆତ୍ମା ସ୍ବଷ୍ଟ ରୂପେ କହୁଅଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟ ବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ବାସ ପରିତ୍ୟାଗ କରିବେ;" (୧ତିମଥି ୪:୧-୨) ମନୁଷ୍ୟମାନଙ୍କ ମନ୍ଦ ଚରିତ୍ରରେ ବୃଦ୍ଧି ଓ ଯେଉଁ ଲୋକମାନେ ସକ୍ରିୟ ଭାବରେ "ସତ୍ୟର ପ୍ରତିରୋଧ" କରିବା କାରଣରୁ ଶେଷ ସମୟକୁ "ଭୀଷଣ ସମୟ" ଭାବରେ ବର୍ଣ୍ଣନା କରାଯାଇଛି (୨ତିମଥି ୩:୧-୯; ୨ଥେସଲନିକୀୟ ୨:୩ ଦେଖନ୍ତୁ) ।

ଅନ୍ୟ ସାମ୍ଭାବ୍ୟ ଲକ୍ଷଣଗୁଡିକ ଯିରୁଶାଲମରେ ଏକ ଯିହୂଦୀ ମନ୍ଦିର ନିର୍ମାଣ କରିବା, ଇଶ୍ରାୟେଲ ପ୍ରତି ଶତୃତାର ବୃଦ୍ଧି, ଏବଂ ଏକ ଏକ-ବିଶ୍ବ ସରକାର ଗଠନ ପ୍ରତି ବିକାଶଶୀଳତା । ଅଥଚ, ସବୁଠାରୁ ଅଧିକ ସୁପ୍ରସିଦ୍ଧ ଲକ୍ଷଣ ହେଉଛି ଇଶ୍ରାୟେଲ ଜାତି । ୧୯୪୮ରେ ୭୦ ଖ୍ରୀଷ୍ଟାବ୍ଦ ପରଠାରୁ ପ୍ରଥମ ଥର ନିମନ୍ତେ ଇଶ୍ରାୟେଲ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ଚିହ୍ନିତ ଥିଲା । ଈଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା କଲେ ଯେ, ଏକ "ଅନନ୍ତକାଳୀନ ଅଧିକାର" ଭାବରେ ତାଙ୍କ ବଂଶଧରମାନେ କିଣାନ ଅଧିକାର କରିବେ ବୋଲି ଈଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲେ (ଆଦି ୧୭:୮), ଏବଂ ଯିହିଜିକଲ ଇଶ୍ରାୟେଲର ଏକ ଶାରିରୀକ ଏବଂ ଆଧ୍ୟାତ୍ମିକ ପୁନଃଉଦ୍ଧାର ପ୍ରକ୍ରିୟା ବିଷୟରେ ଭାବବାଣୀ କରିଥିଲେ (ଯିହିଜିକଲ ୩୭ ଅଧ୍ୟାୟ) । eschatologyରେ ଇଶ୍ରାୟେଲର ଉତ୍କର୍ଷତା ଯୋଗୁଁ ଶେଷ ସମୟ ଭାବବାଣୀ ସାହାଯ୍ୟରେ ଇଶ୍ରାୟେଲକୁ ଏକ ଜାତି ଭାବରେ ଏହାର ନିଜ ଦେଶରେ ପାଇବା ଗୁରୁତ୍ବପୂର୍ଣ୍ଣ ଅଟେ (ଦାନିୟେଲ ୧୦:୧୪; ୧୧:୪୧; ପ୍ରକାଶିତ ୧୧:୮) ।

ଏହି ସମସ୍ତ ଲକ୍ଷଣଗୁଡିକ ମନରେ ରଖି, ଶେଷ ସମୟକୁ ଆଶା କରିବା ବିଷୟରେ ଆମେ ବୁଦ୍ଧିମାନ୍ ହୋଇ ଚିହ୍ନି ପାରିବା । ଅଥଚ, ଆମେ ଏଥିମଧ୍ୟରୁ ଆମେ କୌଣସି ଗୋଟିଏ ଘଟନାକୁ ଦେଖି ଏହା ଶେଷ ସମୟର ତ୍ବରିତ ଆଗମନର ଏକ ସ୍ବଷ୍ଟ ସୂଚନା ବୋଲି ବ୍ୟାଖ୍ୟା କରିବା ଉଚିତ୍ ନୁହେଁ । ଆମେ ପ୍ରସ୍ତୁତ ହୋଇପାରିବା ଭଳି ଈଶ୍ବର ଆମ୍ଭମାନଙ୍କୁ ଯଥେଷ୍ଟ ସୂଚନା ଦେଇଛନ୍ତି, ଏବଂ ଏଇଥିଯୋଗୁଁ ହିଁ ଆହ୍ବାନପ୍ରାପ୍ତ ହୋଇଛୁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଶେଷ ସମୟର ଲକ୍ଷଣଗୁଡିକ କ'ଣ?
© Copyright Got Questions Ministries