settings icon
share icon
ପ୍ରଶ୍ନ

ପାପୀର ପ୍ରାର୍ଥନା କଅଣ?

ଉତ୍ତର


ପାପୀର ପ୍ରାର୍ଥନା ଏହିପରି ଏକ ପ୍ରାର୍ଥନା ଯାହା, ଯେବେ ଜଣେ ବ୍ୟକ୍ତି ସେତେବେଳେ କରିଥାଏ ଯେତେବେଳେ ସେ ଜାଣେ ଓ ବୁଝିପାରେ ଯେ, ସେ ଏକ ପାପୀ ଓ ତାକୁ ଏକ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକ ଅଛି | କେବଳ ପାପୀର ପ୍ରାର୍ଥନା କରିବା ଦ୍ଵାରା ଉଦ୍ଧାର ଆସେ ନାହିଁ | ଏକ ପ୍ରକୃତ ପାପୀର ପ୍ରାର୍ଥନା କେବଳ ଏହା ପ୍ରକାଶ କରେ ଯେ ଜଣେ ବ୍ୟକ୍ତି ନିଜ ପାପମୟ ଦୁର୍ଦ୍ଦଶା ଓ ପରିତ୍ରାଣର ଆବଶ୍ୟକତା ବିଷୟରେ କଅଣ ଜାଣେ, ବୁଝେ, ଓ ବିଶ୍ଵାସ କରେ |

ପାପୀର ପ୍ରାର୍ଥନାର ପ୍ରଥମ ଭାଗ ହେଉଛି ଆମେ ସମସ୍ତେ ନିଜକୁ ପାପୀ ବୋଲି ବୁଝିବା | ରୋମୀୟ ୩:୧୦ କହେ, “ ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ” | ବାଇବଲ, ସ୍ପଷ୍ଟରୂପେ କହେ ଯେ, ଆମେ ସମସ୍ତେ ପାପ କରିଅଛୁ | ଆମେ ସମସ୍ତେ ପାପୀ ଅଟୁ ଓ ଆମେ ଈଶ୍ଵରଙ୍କ ଦୟା ଓ ପାପକ୍ଷମା ଆବଶ୍ୟକ କରୁ (ତୀତସ ୩:୫-୭) | ଆମ ପାପ ସକାଶୁ, ଆମେ ଅନନ୍ତଦଣ୍ଡର ପାତ୍ର ଅଟୁ (ମାଥିଉ ୨୫:୪୬) | ପାପୀର ପ୍ରାର୍ଥନା ହେଉଛି ଦଣ୍ଡଜ୍ଞା ବଦଳରେ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା | ଏହା ହେଉଛି କ୍ରୋଧ ପରିବର୍ତ୍ତେ ଈଶ୍ଵରଙ୍କ ଦୟା ପାଇବା ପାଇଁ ଅନୁରୋଧ |

ପାପୀର ପ୍ରାର୍ଥନାର ଦ୍ଵିତୀୟ ଭାଗ ହେଉଛି ଆମ ପାପମୟ ପରିସ୍ଥିତିରୁ ଆମକୁ ଉଦ୍ଧାର କରିବା ପାଇଁ ଈଶ୍ଵର ଯାହା କରିଅଛନ୍ତି ତାହା ଜାଣିବା | ଈଶ୍ଵର ଦେହବନ୍ତ ହେଲେ ଓ ଯୀଶୁ ଖ୍ରୀଷ୍ଟଙ୍କ ରୁପରେ ଆସିଲେ (ଯୋହନ ୧:୧,୧୪) | ଯୀଶୁ ଆମକୁ ଈଶ୍ଵରଙ୍କ ସତ୍ୟତା ବିଷୟରେ ଶିକ୍ଷା ଦେଲେ ଏବଂ ସେ ଏକ ସମ୍ପୂର୍ଣ୍ଣ ଧାର୍ମିକ ଓ ପାପଶୂନ୍ୟ ଜୀବନଯାପନ କରିଥିଲେ (ଯୋହନ ୮:୪୬; ୨ କରିନ୍ଥୀୟ ୫:୨୧) | ତାପରେ, ଆମକୁ ଯେଉଁ ଦଣ୍ଡର ଭୋଗିବାକୁ ଥିଲା ତାହା ନେଇ ଯୀଶୁ ଆମ ସ୍ଥାନରେ କୃଶ ଉପରେ ମୃତ୍ୟୁଭୋଗ କଲେ, (ରୋମୀୟ ୫:୮) | ପାପ, ନର୍କ ଓ ମୃତ୍ୟୁ ଉପରେ ନିଜ ବିଜୟର ପ୍ରମାଣ ଦେବା ପାଇଁ ଯୀଶୁ ପୁନରୁଥିତ ହେଲେ (କଲସୀୟ ୨:୧୫; ୧ କରନ୍ଥୀୟ ୧୫ ପର୍ବ) | ଏଥି ସକାଶୁ, ଆମ ପାପ କ୍ଷମା କରାଯିବ ଓ ସ୍ଵର୍ଗରେ ଅନନ୍ତକାଳ ଜୀବନର ପ୍ରତିଜ୍ଞା ଆମକୁ ମିଳିପାରିବ- ଯଦି ଯୀଶୁ ଖ୍ରଷ୍ଟଙ୍କଠାରେ ଆମେ ବିବିଶ୍ଵାସସ କରୁ | ଆମକୁ କେବଳ ବିବିଶ୍ଵାସସ କରିବାକୁ ହେବ ଯେ ସେ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ ଓ ମୃତରୁ ଉତଥିତ ହେଲେ (ରୋମୀୟ ୧୦:୯-୧୦) | କେବଳ ଅନୁଗ୍ରହରେ, କେବଳ ବିଶ୍ଵାସରେ, କେବଳ ଯୀଶୁଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଆମେ ଉଦ୍ଧାର ପାଇପାରିବା | ଏଫିସୀୟ ୨:୮ଘୋଷଣା କରେ ଯେ, “କାରଣ ଅନୁଗ୍ରହରେ ବିଶ୍ଵାସ କରିବା ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ” |

ପାପୀର ପ୍ରାର୍ଥନା ଯୀଶୁଙ୍କୁ ଭରସା କରିବା ଓ ତାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୁପେ ବିଶ୍ଵାସ କରିବା ବିଷୟକୁ ଈଶ୍ଵରଙ୍କଠାରେ ଘୋଷଣା କରିବାବାର ଏକ ତରିକା । ଏହି ପ୍ରାର୍ଥନାରେ କୌଣସି ଅଲୌକିକ ଶକ୍ତି ନାହିଁ ଯଦ୍ଵାରା ପରିତ୍ରାଣ ସମ୍ଭବ ହୋଇପାରିବ | କେବଳ ଯୀଶୁଙ୍କ ମୃତ୍ୟୁ ଓ ପୁନରୁଥାନରେ ବିଶ୍ଵାସ କରିବା ଦ୍ଵାରା ଆମେ ଉଦ୍ଧାର ପାଇପାରିବା | ଯଦି ତୁମେ ବୁଝିପାରୁଛ ଯେ ତୁମେ ଜଣେ ପାପୀ ଅଟ ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ତୁମେ ପରିତ୍ରାଣ ଆବଶ୍ୟକ କର, ତେବେ ଏକ ପାପୀର ପ୍ରାର୍ଥନା ଦିଆଯାଇଛି ଯାହା ତୁମେ ଈଶ୍ଵରଙ୍କ ନିକଟରେ କହିପାରିବ: “ହେ ଈଶ୍ଵର, ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ ଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପାପୀର ପ୍ରାର୍ଥନା କଅଣ?
© Copyright Got Questions Ministries