settings icon
share icon
ପ୍ରଶ୍ନ

ଆଦି ୬:୧-୪ରେ ବର୍ଣ୍ଣିତ ପରମେଶ୍ବରଙ୍କ ପୁତ୍ରଗଣ ଓ ମନୁଷ୍ୟମାନଙ୍କ ସନ୍ତାନଗଣ କେଉଁମାନେ ?

ଉତ୍ତର


ଆଦି ୬:୧-୪ରେ ପରମେଶ୍ବରଙ୍କ ପୁତ୍ରଗଣ ଓ ମନୁଷ୍ୟମାନଙ୍କ କନ୍ୟାଗଣ ବିଷୟରେ ଉଲ୍ଲେଖ କରାଯାଇଛି । ପରମେଶ୍ବରଙ୍କ ସନ୍ତାନଗଣ କିଏ ଥିଲେ ଏବଂ ସେମାନଙ୍କଠାରୁ ଜାତ ସନ୍ତାନଗଣ ମନୁଷ୍ୟମାନଙ୍କ କନ୍ୟାଗଣଙ୍କ ସହିତ ସହବାସରୁ ହୋଇଥିବା କାହିଁକି ବୀର ବା ରାକ୍ଷସ ଥିଲେ (ଯାହା Nephilim ଶବ୍ଦ ଦର୍ଶାଇବା ଭଳି ମନେହୁଏ) ।

ପରମେଶ୍ବରଙ୍କ ସନ୍ତାନଗଣଙ୍କ ଚିହ୍ନଟ ବିଷୟରେ ଥିବା ତିନିଗୋଟି ମୁଖ୍ୟ ମତବାଦ ହେଲା (୧) ସେମାନେ ପତିତ ଦୂତ ଥିଲେ, (୨) ସେମାନେ ଶକ୍ତିଶାଳି ମାନବ ଶାସନକର୍ତ୍ତା ଥିଲେ, (୩) ସେମାନେ ଶେଥଙ୍କର ଈଶ୍ବର ପରାୟଣ ବଂଶଧର ଥିଲେ ଯେଉଁମାନେ କି କୟିନଙ୍କ ଦୁଷ୍ଟ ବଂଶଧରଙ୍କୁ ବିବାହ କରିଥିଲେ । ପ୍ରଥମ ମତବାଦ ଉପରେ ଜୋର୍ ଦେବାର ବାସ୍ତବତା ହେଉଛି ବାଇବଲରେ "ପରମେଶ୍ବରଙ୍କ ପୁତ୍ରଗଣ" ସର୍ବଦା ଦୂତମାନଙ୍କୁ ବୁଝାଏ (ଆୟୁବ ୧:୬; ୨:୧; ୩୮:୭) । କିନ୍ତୁ ଏ ବିଷୟରେ ମାଥିଉ ୨୨:୩୦ରେ ଏକ ସାମ୍ଭାବ୍ୟ ସମାସ୍ୟା ଦେଖାଦେଇଛି, ଯାହା ଦର୍ଶାଏ ଯେ, ଦୂତମାନେ ବିବାହ କରନ୍ତି ନାହିଁ । ଆମ୍ଭମାନଙ୍କର ବିଶ୍ବାସ ନିମନ୍ତେ ବାଇବଲରେ ସେପରି କୌଣସି କାରଣ ବା ଉଲ୍ଲେଖ ନାହିଁ ଯେ ଦୂତମାନଙ୍କର ଲିଙ୍ଗ ଅଛି କିମ୍ବା ସେମାନେ ସନ୍ତାନ ଉତ୍ପନ୍ନ କରିବା ନିମନ୍ତେ ସକ୍ଷମ ଅଟନ୍ତି । ଅନ୍ୟ ଦୁଇଟି ମତବାଦରେ ଏହି ସମାସ୍ୟା ଉପୁଜେ ନାହିଁ ।

(୨) ଓ (୩) ମତବାଦର ଦୁର୍ବଳତା ହେଉଛି, ସାଧାରଣ ପୁରୁଷ ସାଧାରଣ ସ୍ତ୍ରୀଙ୍କୁ ବିବାହ କଲେ ସେମାନଙ୍କର ବଂଶଧରମାନେ କାହିଁକି "ବୀରଗଣ ବା ରାକ୍ଷସ" କିମ୍ବା "ପୂର୍ବ କାଳର ପ୍ରସିଦ୍ଧ ବୀର" ରହିବେ ସେ ବିଷୟରେ କିଛି ବିବରଣୀ ପ୍ରଦାନ କରେନାହିଁ । ପୁନଶ୍ଚ, ଈଶ୍ବର କାହିଁକି ପୃଥିବୀରେ ଜଳପ୍ଳାବନ ଘଟାଇଥାନ୍ତେ (ଆଦି ୬:୫-୭) ଯଦି ଈଶ୍ବର ସେଥଙ୍କର ଶକ୍ତିଶାଳୀ ପୁରୁଷ ବଂଶଧରମାନେ କୟିନଙ୍କ ବଂଶଧରର ସାଧାରଣ ସ୍ତ୍ରୀମାନଙ୍କୁ ବିବାହ କରିବା ନିମନ୍ତେ ନିଷେଧ କରିନଥିଲେ? ଆଦି ୬:୫-୭ରେ ଥିବା ଆଗାମୀ ବିଚାର ଆଦି ୬:୧-୪ରେ ଘଟିଥିବା ବିଷୟ ସହ ସମ୍ପର୍କ ଅଛି । କେବଳ ପତିତ ଦୂତମାନଙ୍କ ମନୁଷ୍ୟମାନଙ୍କ କନ୍ୟାମାନଙ୍କ ସହ ଅଶ୍ଲିଳ ଏବଂ ଉଚ୍ଛୃଙ୍ଖୁଳ ବିବାହ ଏପରି ଏକ କଠିନ ବିଚାର ପାଇଁ ଯୁକ୍ତିଯୁକ୍ତ ହେଲାପରି ଜଣାପଡେ ।

ଯେପରି ପୂର୍ବରେ ଉଲ୍ଲେଖ କରାଯାଇଛି, ପ୍ରଥମ ମତବାଦରେ ଥିବା ଦୁର୍ବଳତା ହେଉଛି ମାଥିଉ ୨୨:୩୦ ଯାହା ଘୋଷଣା କରେ , "କାରଣ ପୁନରୁତ୍ଥାନରେ ଲୋକମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ବର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି ।" ଅଥଚ, ଏହି ଶାସ୍ତ୍ରାଂଶ କୁହେନାହିଁ ଯେ, "ଦୂତମାନେ ବିବାହ କରିବା ନିମନ୍ତେ ଅକ୍ଷମ ଅଟନ୍ତି" । ବରଂ, ଏହା କେବଳ ସୂଚାଏ ଯେ, ଦୂତମାନେ ବିବାହ କରନ୍ତି ନାହିଁ । ଦ୍ବିତୀୟତଃ, ମାଥିଉ ୨୨:୩୦ "ସ୍ବର୍ଗରେ ଥିବା ଦୂତମାନଙ୍କ" ବିଷୟରେ ଉଲ୍ଲେଖ କରେ । ଏହା ପତିତ ଦୂତମାନଙ୍କ ବିଷୟରେ କୁହେନାହିଁ ଯେଉଁମାନେ କି ଈଶ୍ବରଙ୍କ ସୃଷ୍ଟିର ନିୟମକୁ ଭ୍ରୂକ୍ଷେପ କରନ୍ତି ନାହିଁ ଏବଂ ଈଶ୍ବରଙ୍କ ଯୋଜନାରେ ବ୍ୟାଘାତ ସୃଷ୍ଟି କରିବା ନିମନ୍ତେ ନିଜ ନିଜକୁ ସକ୍ରିୟ ଭାବେ ଉପାୟ ଖୋଜନ୍ତି । ବାସ୍ତବତା ହେଉଛି ଈଶ୍ବରଙ୍କ ପବିତ୍ର ଦୂତମାନେ ବିବାହ କରନ୍ତି ନାହିଁ କିମ୍ବା ଯୌନ ସମ୍ପର୍କରେ ସଂଶ୍ଲିଷ୍ଟ ରୁହନ୍ତି ନାହିଁ - ଏହାର ଅର୍ଥ ଏହା ନୁହେ ଯେ ଏହା ଶୟତାନ ଓ ତା'ର ପାପାତ୍ମାଗଣଙ୍କ କ୍ଷେତ୍ରରେ ମଧ୍ୟ ସତ୍ୟ ଅଟେ ।

(୧) ମତବାଦ ସବୁଠାରୁ ଅଧିକ ସମ୍ଭାବନା ସ୍ଥିତିରେ ଅଛି । ହଁ, ଦୂତମାନେ ଯୌନହୀନ ଅଟନ୍ତି ଏବଂ ତା'ପରେ "ପରମେଶ୍ବରଙ୍କ ପୁତ୍ରଗଣ" ପତିତ ଦୂତ ଥିଲେ ଯେଉଁମାନେ ମାନବ ମହିଳାମାନଙ୍କ ସହ ସହବାସ କଲେ ବୋଲି କହିବା ଏକ ମଜାଦାର "ବିରୋଧାଭାଷ" । ଅଥଚ, ଦୂତମାନେ ଆଧ୍ୟାତ୍ମିକ ବାସ୍ତବତା ହୋଇଥିବା ସ୍ଥଳେ (ଏବ୍ରୀ ୧:୧୪), ସେମାନେ ମାନବ, ଶାରିରୀକ ଆକାରରେ ଦେଖାଦେଇପାରନ୍ତି (ମାର୍କ ୧୬:୫) । ସଦୋମ ଓ ହମୋରାର ଲୋକମାନେ ଲୋଟଙ୍କ ସହ ଥିବା ଦୁଇଜଣ ଦୂତଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାହିଁଲେ (ଆଦି ୧୯:୧-୫) । ଏକ ସମ୍ଭାବନାମୟ ବିଷୟ ହେଉଛି ଦୂତମାନେ ମାନବ ରୂପ ଧାରଣ କରିବାରେ ଏପରି ସକ୍ଷମ ଅଟନ୍ତି ଯେ, ସେମାନେ ମାନବ ଯୌନ କାର୍ଯ୍ୟସବୁ କରିବାର ନକଲ କରିପାରିବେ ଏପରିକି ସମ୍ଭବତଃ ସନ୍ତାନ ଉତ୍ପନ୍ନ କରିପାରନ୍ତି । ପତିତ ଦୂତମାନେ ଏହି ବିଷୟକୁ କାହିଁକି ଅନେକ ଥର କଲେନାହିଁ ? ଜଣାଯାଏ ଯେ, ଯେଉଁ ପତିତ ଦୂତମାନେ ଏହି ପାପ କଲେ ଈଶ୍ବର ସେମାନଙ୍କୁ ବନ୍ଦୀ କଲେ, ଯେପରିକି ଅନ୍ୟ ପତିତ ଦୂତମାନେ ସେହି ପାପ କରିବା ନିମନ୍ତେ ଆଉ ସାହସ କରିପାରିବେ ନାହିଁ (ଯେପରି ଯିହୂଦା ୬ ପଦରେ ବର୍ଣ୍ଣିତ) । ଆଦି ୬:୧-୪ରେ ଲିଖିତ "ପରମେଶ୍ବରଙ୍କ ସନ୍ତାନଗଣ" ଯେ ପତିତ ଦୂତମାନେ ସେହି ମତବାଦକୁ ଆଦ୍ୟ ହିବ୍ରୁ ଭାବାନୁବାଦକଗଣ ଏବଂ ସନ୍ଦେହଜନକ ଓ କ୍ରୁତ୍ରିମ ଲେଖାସକଳ ସର୍ବସମ୍ମତକ୍ରମେ ପୋଷଣ କଲେ । ଏହା କୌଣସିମତେ ଏହି ତର୍କକୁ ବନ୍ଦ କରେନାହିଁ । ଅଥଚ, ଆଦି ୬:୧-୪ରେ ସଂଶ୍ଲିଷ୍ଟ ଥିବା ପତିତ ଦୂତମାନେ ମାନବ ମହିଳାମାନଙ୍କ ସହ ସହବାସ କରିବା ମତବାଦର ଏକ ଦୃଢ ପ୍ରାସଙ୍ଗିକ, ବ୍ୟାକରଣଗତ, ଏବଂ ଐତିହାସିକ ଆଧାର ଅଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆଦି ୬:୧-୪ରେ ବର୍ଣ୍ଣିତ ପରମେଶ୍ବରଙ୍କ ପୁତ୍ରଗଣ ଓ ମନୁଷ୍ୟମାନଙ୍କ ସନ୍ତାନଗଣ କେଉଁମାନେ ?
© Copyright Got Questions Ministries