ଖ୍ରୀଷ୍ଟିଆନ୍ ଜୀବନରେ ମୁଁ କିପରି ପାପ ଉପରେ ବିଜୟ ହାସଲ କରିବି?


ପ୍ରଶ୍ନ: ଖ୍ରୀଷ୍ଟିଆନ୍ ଜୀବନରେ ମୁଁ କିପରି ପାପ ଉପରେ ବିଜୟ ହାସଲ କରିବି?

ଉତ୍ତର:
ପାପ ଉପରେ ବିଜୟ ହାସଲ କରିବା ପାଇଁ ବାଇବଲ ଅନେକ ତଥ୍ୟ ପ୍ରକାଶ କରେ । ଏହି ଜୀବନରେ, ଆମେ କଦାପି ପାପ ଉପରେ ବିଜୟସିଦ୍ଧ ହୋଇପାରିବା ନାହିଁ (୧ ଯୋହନ ୧:୮), କିନ୍ତୁ ତାହା ଆମର ଉଦ୍ଦେଶ୍ୟ ହେବ ଆବଶ୍ୟକ । ଈଶ୍ବରଙ୍କ ସାହାଯ୍ୟରେ ଓ ତାହାଙ୍କ ବାକ୍ୟକୁ ପାଳନ କରିବା ଦ୍ବାରା, ଆମେ ସମୟକ୍ରମେ ପାପକୁ ଜୟ କରିବା ଓ ଅଧିକରୁ ଖ୍ରୀଷ୍ଟଙ୍କ ପରି ହେବା ।

ପାପକୁ ଜୟ କରିବା ପାଇଁ ବାଇବଲ ଯେଉଁ ପ୍ରଥମ ସୁତ୍ର ପ୍ରକାଶ କରେ, ତାହା ହେଉଛି ପବିତ୍ର ଆତ୍ମା । ଈଶ୍ବର ଆମକୁ ପବିତ୍ର ଆତ୍ମା ଦେଇଅଛନ୍ତି ଯଦ୍ବାରା ଆମେ ଖ୍ରୀଷ୍ଟିଆନ ଜୀବନରେ ବିଜୟୀ ହୋଇପାରିବା । ଗାଲାତୀୟ ୫:୧୬-୨୫ରେ ଶରୀରର କାର୍ଯ୍ୟ ଓ ଆତ୍ମାଙ୍କ ଫଳର ବିଭେଦ ଦିଆଯାଇଛି । ସେହି ଶାସ୍ତ୍ରାଂସରେ, ଆମକୁ ଆତ୍ମରେ ଗମନାଗମନ କରିବାକୁ କୁହାଯାଇଛି । ସମସ୍ତ ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇଅଛି, କିନ୍ତୁ ଏହି ଶାସ୍ତ୍ରାଂସ ଶିକ୍ଷା ଦିଏ ଯେ ଆମେ ତାହାଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେଇ ଆତ୍ମାରେ ଆଚରଣ କରିବା ଆବଶ୍ୟକ । ଏହାର ଅର୍ଥ ହେଉଛି ଶାରୀରିକ ଅଭିଳାଷକୁ ତ୍ୟାଗ କରି ଅବିରତ ଭାବେ ପବିତ୍ର ଆତ୍ମାଙ୍କ ରବକୁ ନିଜ ଜୀବନରେ ପାଳନ କରିବା ।

ପବିତ୍ର ଆତ୍ମା କେଉଁ ପ୍ରକାର ପ୍ରଭାବ ସୃଷ୍ଟି କରନ୍ତି, ତାହା ଆମେ ପିତରଙ୍କ ଜୀବନରେ ଦେଖି ପାରିବା । ପବିତ୍ର ଆତ୍ମାଙ୍କ ଦ୍ବାରା ପରିପୂର୍ଣ୍ଣ ହେବା ପୂର୍ବରୁ, ସେ ଯୀଶୁଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଅନୁଗମନ କରିବେ ବୋଲି ପ୍ରତିଜ୍ଞା କରିଥିଲେ କିନ୍ତୁ ସେ ତିନିଥର ଯୀଶୁଙ୍କୁ ଅସ୍ବୀକାର କଲେ । କିନ୍ତୁ ପବିତ୍ର ଆତ୍ମାଙ୍କ ଦ୍ବାରା ପରିପୂର୍ଣ୍ଣ ହେଲାପରେ, ପିତର ସମସ୍ତଙ୍କ ସମ୍ମୁଖରେ ଓ ପେନଟିକଷ୍ଟ ଦିବସରେ ଯିହୂଦୀମାନଙ୍କୁ କଠୋର ଭାବରେ ବାକ୍ୟ କହିଥିଲେ ।

ଆମେ ଯେବେ ଆତ୍ମାରେ ଗମନ କରୁ, ଆମେ ତାହାଙ୍କୁ ଦୁଃଖ ନ ଦେବାକୁ ଉଦ୍ୟମ କରିବା ଆବଶ୍ୟକ (୧ ଥେସଲନୀୟ ୫:୧୯) ଓ ଆତ୍ମାରେ ପରିପୂର୍ଣ୍ଣ ହେବାକୁ ଇଚ୍ଛା ରଖିବା ଆବଶ୍ୟକ (ଏଫିସୀୟ ୫:୧୮-୨୧) । ଜଣେ ବ୍ୟକ୍ତି କିପରି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇପାରିବ? ପ୍ରଥମତଃ, ପୂରାତନ ନିୟମ ଭଳି ଏହା ଈଶ୍ବରଙ୍କ ମନୋନୀତ । ସେ କେତେକ ଲୋକକୁ ତାହାଙ୍କ କାର୍ଯ୍ୟକୁ ସଫଳ କରିବା ପାଇଁ ତାହାଙ୍କ ଅତ୍ମାରେ ସେମାନଙ୍କ ପୂର୍ଣ୍ଣ କଲେ (ଆଦି ୪୧:୩୮; ଯାତ୍ରା ୩୧:୩; ଗଣନା ୨୪:୨; ୧ ଶାମୁୟେଲ ୧୦:୧୦) । ଏଫିସୀୟ ୫:୧୮-୨୧ ଓ କଲସୀୟ ୩:୧୬ ପ୍ରମାଣ ଦିଏ ଯେ ଯେଉଁମାନେ ନିଜକୁ ଈଶ୍ବରଙ୍କ ବାକ୍ୟ ଦ୍ବାରା ପୂର୍ଣ୍ଣ କରନ୍ତି, ଈଶ୍ବର ସେମାନଙ୍କୁ ଆତ୍ମାରେ ପୂର୍ଣ୍ଣ କରିବା ପାଇଁ ମନୋନୀତ କରନ୍ତି । ଏହା ଆମକୁ ଆଉ ଏକ ସୁତ୍ରକୁ ଦେଖାଏ ।

ଈଶ୍ବରଙ୍କ ବାକ୍ୟ ବାଇବଲ କହେ ଯେ ଈଶ୍ବର ତାହାଙ୍କ ବାକ୍ୟ ଆମକୁ ଦେଇଅଛନ୍ତି ଯଦ୍ବାରା ଆମେ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହେଉ (୨ ତିମଥୀ ୩:୧୬-୧୭) । ଏହା ଆମକୁ ଶିକ୍ଷା ଦିଏ ଯେ ଆମେ କେଉଁ ପ୍ରକାର ବଂଚିବା ଓ କଅଣ ବିଶ୍ବାସ କରିବା ଆବଶ୍ୟକ । ଏହା ଆମକୁ ଆମର ଭୁଲ ନିଷ୍ପତି ନେଇଥିବା ପ୍ରକାଶ କରେ, ଠିକ୍ ପଥକୁ ଫେରିବା ପାଇଁ ଏହା ଆମକୁ ସାହାଯ୍ୟ କରେ ଓ ସେହି ପଥରେ ଅଗ୍ରସର ହେବା ପାଇଁ ଏହା ଆମକୁ ସାହାଯ୍ୟ କରେ । ଏବ୍ରୀ ୪:୧୨ କହେ ଯେ ଈଶ୍ବରଙ୍କ କହେ ଯେ, “ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ବିଧାର ଖଡଗଠାରୁ ତୀକ୍ଷଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ” । ଗୀତସଂହିତା ୧୧୯ ରେ ଗୀତରଚକ ଏହି ବାକ୍ୟର ଜୀବନ ପରିବର୍ତ୍ତନ କରିବାର ଶକ୍ତି ବିଷୟରେ ସବିଶେଷରେ ଆଲୋଚନା କରନ୍ତି । ଯିହୋଶିୟଙ୍କୁ କୁହଯାଇଥିଲା ଯେ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବାର ଚାବିକାଠି ହେଉଛି ଏହି ବାକ୍ୟକୁ ନ ପଶୋରିବା, ଏବଂ ବରଂ ଏହାକୁ ଦିବାରାତ୍ର ଧ୍ୟାନ କରିବା ଓ ଏହାକୁ ପାଳନ କରିବା । ଯିହୋଶିୟ ଏହା କରିଥିଲେ ଯଦିଓ ଈଶ୍ବର ଯାହା ଆଜ୍ଞା କରିଥିଲେ ତାହା ସୈନ୍ୟ ଯୁଦ୍ଧର ନିୟମାନୁସାରେ ଠିକ୍ ବୋଲି ପରିଲିଖିତ ହେଉନଥିଲା ଏବଂ ପ୍ରତିଜ୍ଞାତ ଦେଶକୁ ପହଂଚିବା ପାଇଁ ଏହା ହିଁ ତାହାଙ୍କ ଯୁଦ୍ଧର ବିଜୟର ଚାବିକାଠି ଥିଲା ।

ବାଇବଲ ଏପରି ଏକ ସମ୍ବଳ ଯାହାକୁ ଆମେ ଲଘୁ ଭାବରେ ନେଇଥାଉ । ଏହାକୁ ଆମେ ଅତି ଲଘୁ ଭାବରେ ବ୍ୟବହାର କରିଥାଉ ଯଥା- ବାଇବଲ କେବଳ ଗୀର୍ଜା ଘରକୁ ନେବା ଅବା ଦୈନିକ ଆହରକୁ ପଢିବା ଅବା ଦିନରେ ଗୋଟିଏ ପର୍ବକୁ ପଢିବା, କିନ୍ତୁ ଏହାକୁ ମୁଖସ୍ତ କରିବା, ଧ୍ୟାନ କରିବା ଅବା ଜୀବନରେ ପ୍ରୋୟାଗ କରିବାରେ ଆମେ ବିଫଳ ହୋଇଥାଉ; ଯେତେବେଳେ ଏହା ଆମ ପାପକୁ ଦେଖାଏ ଆମେ ତାହାକୁ ସ୍ବୀକାର କରିବାରେ ବିଫଳ ହୋଇଥାଉ ଅବା ଯେତେବେଳେ ଏହା ଆମକୁ ଈଶ୍ବରଙ୍କ ପ୍ରଦତ୍ତ ଦାନ ଗୁଡିକୁ ଦେଖାଏ, ଆମେ ପ୍ରଭୁଙ୍କୁ ପ୍ରଶଂସା କରିବାରେ ବିଫଳ ହୋଇଥାଉ । ଯେବେ ଆମେ ବାଇବଲ ପାଖକୁ ଆସୁ, ଆମେ ଅରୁଚି ଦେଖାଇଥାଉ ଅବା ଅତିରିକ୍ତ ଭୋଜନ କରିଥାଉ । ଆତ୍ମିକ ଭାବରେ ଜୀବିତ ରହିବା ପାଇଁ ଯେତିକି ଆବଶ୍ୟକ କେବଳ ସେତିକି ଈଶ୍ବରଙ୍କ ବାକ୍ୟକୁ ଆହରଣ କରିଥାଉ, (କିନ୍ତୁ ସୁସ୍ଥ ରହିବା ପାଇଁ ଆମେ ଯଥେଷ୍ଟ ଆହରଣ କରୁ ନାହୁଁ, ସଫଳ ଖ୍ରୀଷ୍ଟିଆନ) ଅବା ଆମେ ସବୁବେଳେ ଆହରଣ କରିଥାଉ କିନ୍ତୁ କଦାପି ତାହାକୁ ଯଥେଷ୍ଟ ଧ୍ୟାନ କରି ନ ଥାଉ ଯାହା ଫଳରେ ଆମକୁ ଆତ୍ମିକ ପୃଷ୍ଟି ମିଳିପାରିବ ।

ଏହା ଅତିଗୁରୁତ୍ବପୂର୍ଣ୍ଣ, ଯଦି ତୁମେ ଦୈନିକ ବାଇବଲ ଅଧ୍ୟୟନ କରିବା ଓ ଈଶ୍ବରଙ୍କ ବାକ୍ୟକୁ ମୁଖସ୍ତ କରିବା ଅଭ୍ୟାସ କରି ନାହଁ, ତେବେ ତୁମେ ତାହା କରିବା ଆରମ୍ଭ କର । କେତେକଙ୍କ ପାଇଁ ଜର୍ନାଲ୍ ବା ଦୈନିକ ଘଟଣାବଳୀକୁ ଲେଖିବା ସାହାଯ୍ୟକାରୀ ହୋଇଥାଏ । ଏପରି ଏକ ଅଭ୍ୟାସ କର ଯେ ଯେଉଁ ପର୍ଯ୍ୟନ୍ତ ଯାହା ତୁମେ ଈଶ୍ବରଙ୍କ ବାକ୍ୟରୁ ପାଇଅଛ, ତାହା ଖାତାରେ ନ ଲେଖିବା ପର୍ଯ୍ୟନ୍ତ ବାଇବଲକୁ ଛାଡିବ ନାହିଁ । କେତେକ ଈଶ୍ବରଙ୍କୁ କରିଥିବା ପ୍ରାର୍ଥନା ଲେଖନ୍ତି, ଯେଉଁ ବିଷୟଗୁଡିକୁ ଈଶ୍ବର ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି, ସେ ବିଷୟରେ ଈଶ୍ବରଙ୍କୁ ସାହାଯ୍ୟ ମାଗିବା । ବାଇବଲ ହେଉଛି ଏକ ହତିଆର ଯାହାକୁ ପବିତ୍ର ଆତ୍ମା ଆମ ଜୀବନକୁ ବଦଳାଇବା ନିମନ୍ତେ ବ୍ୟବହାର କରନ୍ତି (ଏଫିସୀୟ ୬:୧୭) । ଏହା ଏକ ଆବଶ୍ୟକୀୟ ଓ ଈଶ୍ବରଙ୍କ ସଜ୍ଜାର ଏକ ମୁଖ୍ୟ ଭାଗ ଯାହାକୁ ଈଶ୍ବର ଆମକୁ ପ୍ରଦାନ କରନ୍ତି ଯାହା ଦ୍ବାରା ଆମେ ଆତ୍ମିକ ଯୁଦ୍ଧ ଲଢି ପାରିବୁ (ଏଫିସୀୟ ୬:୧୨-୧୮) ।

ପାପ ବିରୁଦ୍ଧରେ ଆମର ଯୁଦ୍ଧର ତୃତୀୟ ମୁଖ୍ୟ ସମ୍ବଳ ହେଉଛି ପ୍ରାର୍ଥନା । ପୁନର୍ବାର, ଏହା ଏପରି ଏକ ସମ୍ବଳ ଯାହା ଖ୍ରୀଷ୍ଟିଆନମାନେ ଓଷ୍ଠାଧରରେ କହିଥାନ୍ତି କିନ୍ତୁ ଲଘୁ ଭାବରେ ବ୍ୟବହାର କରିଥାନ୍ତି । ପ୍ରାର୍ଥନା ସଭା, ପ୍ରାର୍ଥନାର ସମୟ ଇତ୍ୟାଦି ଆମେ କରିଥାଉ, କିନ୍ତୁ ଆଦ୍ୟ ମଣ୍ଡଳୀ ଭଳି ଆମେ ପ୍ରାର୍ଥନାକୁ ବ୍ୟବହାର କରି ନ ଥାଉ (ପ୍ରେରିତ ୩:୧୩; ୪:୩୧;୬:୪;୧୩:୧-୩) । ପାଉଲ ଅନେକ ଥର ଉଲ୍ଲେଖ କରନ୍ତି ଯେ ଯେଉଁମାନଙ୍କ ନିକଟରେ ସେ ସେବା କରିଥିଲେ କିପରି ସେମାନଙ୍କ ନିମନ୍ତେ ସେ ପ୍ରାର୍ଥନା କରିଥିଲେ । ପ୍ରାର୍ଥନା ସମ୍ପର୍କରେ ଈଶ୍ବର ଆମକୁ ମହାନ ପ୍ରତିଜ୍ଞାଗୁଡିକ ଦେଇଅଛନ୍ତି (ମାଥିଉ ୭:୭-୧୧; ଲୂକ ୧୮:୧-୮; ଯୋହନ ୬:୨୩-୨୭; ୧ ଯୋହନ ୫:୧୪-୧୫) ଏବଂ ପାଉଲ ଉଲ୍ଲେଖ କରନ୍ତି ଯେ ପ୍ରାର୍ଥନା ଆମକୁ ଆତ୍ମିକ ଯୁଦ୍ଧ ପାଇଁ ପ୍ରସ୍ତୁତ କରେ (ଏଫିସୀୟ ୬:୧୮) ।

ଆମ ଜୀବନରେ ପାପ ଉପରେ ବିଜୟ ହାସଲ କରିବା ପାଇଁ ପ୍ରାର୍ଥନା କେତେ ଗୁରୁତ୍ବପୂର୍ଣ୍ଣ? ପିତରଙ୍କ ଅସ୍ବୀକାର ପୁର୍ବରୁ, ଆମେ ଦେଖୁ ଯେ ଗେତଶମାନୀ ଉଦ୍ୟାନରେ ଯୀଶୁ ପିତରଙ୍କୁ କଅଣ କହନ୍ତି । ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ପିତର ନିଦ୍ରାଗସ୍ତ ଥିଲେ । ଯୀଶୁ ତାହାଙ୍କୁ ଜଗାନ୍ତି ଓ କହନ୍ତି, “ପରୀକ୍ଷାରେ ଯେପରି ନ ପଡ, ଏଥିପାଇଁ ଜାଗିରହି ପ୍ରାର୍ଥନା କର; ଆତ୍ମା ଇଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ” (ମାଥିଉ ୨୬:୪୧) । ପିତରଙ୍କ ଭଳି ଆମେ ଯାହା ଠିକ୍, ତାହା କରିବାକୁ ଚାହୁଁ କିନ୍ତୁ ଆମ ପାଖରେ ଶକ୍ତି ନାହିଁ । ଆମେ ଈଶ୍ବରଙ୍କ ଆଜ୍ଞାକୁ ପାଳନ କରିବା ଉଚିତ- ତାହାଙ୍କୁ ଅବିରତ ଖୋଜିବା, ଅବିରତ ଦ୍ବାରରେ ଆଘାତ କରିବା ଓ ଅବିରତ ମାଗିବା, ଏବଂ ଆମେ ଯେଉଁ ଶକ୍ତି ଆବଶ୍ୟକ କରୁ ସେ ଯୋଗାଇବେ (ମାଥିଉ ୭:୭) । ପ୍ରାର୍ଥନା କୌଣସି ଯାଦୁବିଦ୍ୟାର ସୁତ୍ର ନୁହେଁ । ପ୍ରାର୍ଥନା ହେଉଛି ଆମେ ନିଜର ଦୁର୍ବଳତାକୁ ଓ ଈଶ୍ବରଙ୍କ ଅସୀମ ଶକ୍ତିକୁ ସ୍ବୀକାର କରିବା ଏବଂ ତାହାଙ୍କୁ ଚାହିଁ ତାହାଙ୍କ ଶକ୍ତି ଲୋଡିବା, ଯେପରି କି ଆମେ ତାହାଙ୍କ ଇଚ୍ଛା ସାଧନ କରୁ, ଆମ ଇଚ୍ଛା ନୁହେଁ (୧ ଯୋହନ ୫:୧୪-୧୫) ।

ପାପକୁ ଜୟ କରିବାରେ ଚତୁର୍ଥ ସମ୍ବଳ ହେଉଛି ଗୀର୍ଜା, ବିଶ୍ବାସୀମାନଙ୍କର ସହଭାଗିତା । ଯେତେବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରେରଣ କଲେ, ସେ ଦୁଇ ଦୁଇ କରି ପ୍ରେରଣ କଲେ (ମାଥିଉ ୧୦:୧) । ପ୍ରେରିତମାନଙ୍କ କାର୍ଯ୍ୟ ପୁସ୍ତକରେ, ମିଶନାରୀମାନେ ଜଣେ ନ ଯାଇ, ଦଳ ଭାବରେ ବା ଦୁଇ ଜଣ ଭାବରେ କାର୍ଯ୍ୟ କରିଥିଲେ । ଯୀଶୁ ଆଦେଶ ଦିଅନ୍ତି ଯେ ଆମେ ସହଭାଗିତାକୁ ପରିତ୍ୟାଗ ନ କରୁ କିନ୍ତୁ ସେହି ସୁଯୋଗକୁ ଆମେ ଉତ୍ତମ କାର୍ଯ୍ୟ କରିବାରେ ଓ ପରସ୍ପରକୁ ଉତ୍ସାହ ଦେବାରେ ବ୍ୟବହାର କରୁ (ଏବ୍ରୀ ୧୦:୨୪) । ସେ କହନ୍ତି ଯେ ଆମେ ପରସ୍ପରକୁ ନିଜ ନିଜର ପାପ ସ୍ବୀକାର କରୁ (ଯାକୁବ ୫:୧୬) । ପୁରାତନ ନିୟମର ହିତୋପଦେଶ ରେ କୁହାଯାଇଛି ଯେ, ଯେପରି ଲୁହା ଲୁହାକୁ ସତେଜ କରେ, ସେପରି ମନୁଷ୍ୟ ମନୁଷ୍ୟକୁ ଦେଖାଏ (ହିତୋପଦେଶ ୨୭:୧୭) । ସଂଖ୍ୟାରେ ବଳ ଥାଏ (ଉପଦେଶକ ୪:୧୧-୧୨) ।

ଅନେକ ଖ୍ରୀଷ୍ଟିଆନ ଏହା ବିଚାର କରନ୍ତି ଯେ ଯଦି ଜଣକ ପାଖରେ ଉତ୍ତରଦାୟୀ ବନ୍ଧୁ ଥାଏ, ତେବେ ପାପକୁ ଜୟ କରିବା ପାଇଁ ଏହା ଅତି ସାହାଯ୍ୟକାରୀ । ଜଣେ ବ୍ୟକ୍ତି ଯିଏ ତୁମ ସହ ବାର୍ତ୍ତାଳାପ କରିପାରିବ, ତୁମ ସହ ପ୍ରାର୍ଥନା କରିପାରିବ, ତୁମକୁ ଉତ୍ସାହ ଦେଇପାରିବ, ଏହା ଏକ ମୁଲ୍ୟବାନ ବିଷୟ । ଆମ ଜୀବନରେ ପରୀକ୍ଷା ଓ ପ୍ରଲୋଭନ ବହୁବାର ଆସିଥାଏ (୧ କରନ୍ଥୀୟ ୧:୧୩) । ଉତ୍ତରଦାୟୀ ସାଥୀ ବା ଉତ୍ତରଦାୟୀ ଦଳ ଥିବା ଦ୍ବାରା ଆମେ ଉତ୍ସାହ ଓ ପ୍ରେରଣା ପାଇପାରିବା, ଯାହା ଫଳରେ ଆମେ ଶକ୍ତରୁ ଶକ୍ତ ପାପକୁ ସୁଧା ଜୟ କରିପାରିବା ।

କେତେକ ସମୟରେ ପାପ ଉପରେ ବିଜୟ ବହୁତ ଶୀଘ୍ର ଆସିଥାଏ । ଅନ୍ୟ ସମୟରେ, ବିଜୟ ବହୁତ ମଃନ୍ଥର ହୋଇଥାଏ । ଈଶ୍ବର ପ୍ରତିଜ୍ଞା କରନ୍ତି ଯେ ଆମେ ଯେତେବେଳେ ତାହାଙ୍କ ପ୍ରଦତ୍ତ ସମ୍ବଳକୁ ବ୍ୟବହାର କରୁ, ସେ ଆମ ଜୀବନରେ କ୍ରମାଗତ ଭାବରେ ପରିବର୍ତ୍ତନ ଆଣିବେ । ଆମେ ପାପକୁ ବିଜୟ କରିବାରେ ଆମ ଉଦ୍ୟମରେ ଅଗ୍ରସର ହୋଇପାରିବା କାରଣ ଆମେ ଜାଣୁ ଯେ ସେ ତାହାଙ୍କ ପ୍ରତିଜ୍ଞାରେ ବିଶ୍ବସ୍ତ ଅଟନ୍ତି ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଖ୍ରୀଷ୍ଟିଆନ୍ ଜୀବନରେ ମୁଁ କିପରି ପାପ ଉପରେ ବିଜୟ ହାସଲ କରିବି?