settings icon
share icon
ପ୍ରଶ୍ନ

ଈଶ୍ବର ଆଜି ବି ଲୋକମାନଙ୍କୁ ଦର୍ଶନ ଦିଅନ୍ତି କି?

ଉତ୍ତର


ଈଶ୍ବର ଆଜି ଲୋକମାନଙ୍କୁ ଦର୍ଶନ ଦେଇପାରନ୍ତି କି? ହଁ! ଈଶ୍ବର ଆଜି ଲୋକମାନଙ୍କୁ ଦର୍ଶନ ଦିଅନ୍ତି କି? ସମ୍ଭବତଃ ଦିଅନ୍ତି । ଆମେ ସାଧାରଣ ଘଟନା ଭାବରେ ଦର୍ଶନ ପାଇବା ନିମନ୍ତେ ଆଶା ରଖିପାରିବା କି? ନା । ବାଇବଲରେ ଯେପରି ଲିପିବଦ୍ଧ କରାଯାଇଛି, ଈଶ୍ବର ଲୋକମାନଙ୍କୁ ଦର୍ଶନ ଦ୍ବାରା ଅନେକ ଥର କଥା କହିଅଛନ୍ତି । ଉଦାହରଣଗୁଡିକ ହେଉଛି ଯାକୁବଙ୍କ ପୁତ୍ର ଯୋଷେଫ; ମରିୟମଙ୍କ ସ୍ବାମୀ ଯୋଷେଫ; ଶଲୋମନ; ଯିଶାଇୟ; ଯିହିଜିକଲ; ଦାନିୟେଲ; ପିତର ଏବଂ ପାଉଲ । ଭାବବାଦୀ ଯୋୟେଲ ଦର୍ଶନର ବୃଷ୍ଟି ବିଷୟରେ ଭାବବାଣୀ କରିଥିଲେ, ଏବଂ ଏହା ପ୍ରେରିତ ୨ ଅଧ୍ୟାୟରେ ପ୍ରେରିତ ପିତରଙ୍କ ଦ୍ବାରା ସୁନିଶ୍ଚିତ କରାଯାଇଥିଲା । ଉଲ୍ଲେଖ କରିବା ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏକ ଦର୍ଶନ ଓ ଏକ ସ୍ବପ୍ନ ମଧ୍ୟରେ ଥିବା ଭିନ୍ନତା ହେଉଛି ଜଣେ ବ୍ୟକ୍ତି ସଚେତନ ଥିଲା ବେଳେ ଦର୍ଶନ ଦିଆଯାଏ, ଯେତେବେଳେ କି ଜଣେ ବ୍ୟକ୍ତି ଶୋଇଥିଲା ବେଳେ ସ୍ବପ୍ନ ମିଳିଥାଏ ।

ଜଗତର ଅନେକ ଅଂଶରେ, ଈଶ୍ବର ବ୍ୟାପକ ଭାବରେ ଦର୍ଶନ ଏବଂ ସ୍ବପ୍ନ ସବୁ ବ୍ୟବହାର କରୁଅଛନ୍ତି । ଯେଉଁ ଅଞ୍ଚଳରେ ଅତି କମ୍ ସୁସମାଚାର ବାର୍ତ୍ତା ପହଞ୍ଚେ ବା ମୋଟେ ପହଞ୍ଚେ ନାହିଁ, ଏବଂ ଯେଉଁଠି ଲୋକମାନଙ୍କ ନିକଟରେ ବାଇବଲ ନାହିଁ, ଈଶ୍ବର ସ୍ବପ୍ନ ଏବଂ ଦର୍ଶନ ଦ୍ବାରା ତାଙ୍କ ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ପହଞ୍ଚାନ୍ତି । ଆଦ୍ୟ ଖ୍ରୀଷ୍ଟିୟାନ ଯୁଗରେ ଥିବା ଲୋକମାନଙ୍କୁ ଈଶ୍ବର ତାହାଙ୍କ ସତ୍ୟତାକୁ ପ୍ରକାଶ କରିବା ନିମନ୍ତେ ତାଙ୍କ ଦ୍ବାରା ଅନେକ ସମୟରେ ସ୍ବପ୍ନ ଓ ଦର୍ଶନ ବ୍ୟବହାର କରିବା ସହିତ ଏହା ସମ୍ପୂର୍ଣ୍ଣରୂପେ ସଙ୍ଗତ ଅଟେ । ଯଦି ଈଶ୍ବର ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାର୍ତ୍ତା ଦେବାକୁ ଚାହାନ୍ତି, ସେ ଆବଶ୍ୟକ ବୋଲି ଭାବୁଥିବା ଯେକୌଣସି ପ୍ରକାରର ମାଧ୍ୟମକୁ ଏହି କ୍ଷେତ୍ରରେ ବ୍ୟବହାର କରିପାରନ୍ତି, ଯେପରିକି - ଜଣେ ମିଶନାରୀ, ଜଣେ ଦୂତ, ଏକ ଦର୍ଶନ, କିମ୍ବା ଏକ ସ୍ବପ୍ନ । ବାସ୍ତବରେ, ଯେଉଁ ଅଞ୍ଚଳଗୁଡିକରେ ସୁସମାଚାର ବାର୍ତ୍ତା ପୂର୍ବରୁ ରହିଆସିଛି ସେହି ସ୍ଥାନଗୁଡିକରେ ମଧ୍ୟ ଈଶ୍ବର ଦର୍ଶନ ଦେବାକୁ ସକ୍ଷମ ଅଟନ୍ତି । ଈଶ୍ବର କ'ଣ କରିପାରିବେ ତାହାର କୌଣସି ସୀମା ନାହିଁ ।

ସେଥି ସଙ୍ଗେ ସଙ୍ଗେ, ଦର୍ଶନ ଏବଂ ଦର୍ଶନର ବ୍ୟାଖ୍ୟା ବିଷୟରେ ଆମେ ନିହାତି ଯତ୍ନବାନ୍ ହୋଇ ରହିବାକୁ ପଡିବ । ଆମେ ସ୍ମରଣରେ ରଖିବା ନିହାତି ଦରକାର ଯେ, ବାଇବଲ ସମ୍ପୂର୍ଣ୍ଣ ହୋଇସାରିଛି, ଏବଂ ଆମେ ଜାଣିବାକୁ ଥିବା ସମସ୍ତ ବିଷୟ ଆମ୍ଭମାନଙ୍କୁ କୁହେ । ମୁଖ୍ୟ ସତ୍ୟତା ହେଉଛି ଯଦି ଈଶ୍ବର ଦର୍ଶନ ଦେବେ, ତେବେ ସେ ତାଙ୍କ ବାକ୍ୟରେ ପ୍ରକାଶ କରିଥିବା ବିଷୟ ସହ ଏହା ସମ୍ପୂର୍ଣ୍ଣ ଏକମତ ହେବ । ଦର୍ଶନଗୁଡିକ କେବେ ବି ଈଶ୍ବରଙ୍କ ବାକ୍ୟ ସମ କିମ୍ବା ଈଶ୍ବରଙ୍କ ବାକ୍ୟଠାରୁ ଅଧିକ କ୍ଷମତାପନ୍ନ ଭାବେ ନିଆଯିବା ଉଚିତ୍ ନୁହେଁ । ଖ୍ରୀଷ୍ଟିୟ ବିଶ୍ବାସ ଏବଂ କାର୍ଯ୍ୟ ନିମନ୍ତେ ଈଶ୍ବରଙ୍କ ବାକ୍ୟ୍ ହେଉଛି ଆମ୍ଭମାନଙ୍କର ସର୍ବଶେଷ କ୍ଷମତାଧାରୀ ବିଷୟ । ଯଦି ଆପଣ ଏକ ଦର୍ଶନ ପାଆନ୍ତି ଏବଂ ଅନୁଭବ କରନ୍ତି ଯେ, ଏହି ଦର୍ଶନ ଈଶ୍ବର ଆପଣଙ୍କୁ ଦେଇଛନ୍ତି, ତେବେ ଈଶ୍ବରଙ୍କ ବାକ୍ୟ ସହ ଏହାର ସମ୍ମତି ଅଛି ନା ନାହିଁ ତାହା ଜାଣିବା ନିମନ୍ତେ ପ୍ରାର୍ଥନା ପୂର୍ବକୁ ଈଶ୍ବରଙ୍କ ବାକ୍ୟ ଅଧ୍ୟୟନ କରନ୍ତୁ । ତା'ପରେ ଈଶ୍ବର ସେହି ଦର୍ଶନ ଦ୍ବାରା ଆପଣ କ'ଣ କରିବା ଚାହାନ୍ତି ସେ ବିଷୟରେ ପ୍ରାର୍ଥନା ପୂର୍ବକ ବିବେଚନା କରନ୍ତୁ (ଯାକୁବ ୧:୫) । ଈଶ୍ବର ଜଣେ ବ୍ୟକ୍ତିଙ୍କୁ ଏକ ଦର୍ଶନ ଦେଲା ପରେ ସେହି ଦର୍ଶନର ଅର୍ଥକୁ ଗୁପ୍ତ ରଖିବେ ନାହିଁ । ଶାସ୍ତ୍ରରେ, ଯେତେବେଳେ ଜଣେ ବ୍ୟକ୍ତି ଏକ ଦର୍ଶନର ଅର୍ଥ ପଚାରିଛନ୍ତି, ଈଶ୍ବର ସେହି ବ୍ୟକ୍ତିଙ୍କୁ ସେହି ଦର୍ଶନ ବୁଝିବାରେ ସୁନିଶ୍ଚିତ କରିଛନ୍ତି (ଦାନିୟେଲ ୮:୧୫-୧୭) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବର ଆଜି ବି ଲୋକମାନଙ୍କୁ ଦର୍ଶନ ଦିଅନ୍ତି କି?
© Copyright Got Questions Ministries