settings icon
share icon
ପ୍ରଶ୍ନ

ଖ୍ରୀଷ୍ଟିଆନ୍ କିଏ?

ଉତ୍ତର


ଏକ ଅଭିଧାନ ଅନୁସାରେ ଜଣେ ଖ୍ରୀଷ୍ଟିଆନର ସଂଜ୍ଞା ଏହି ପ୍ରକାର ହୋଇ ପାରେ, ଯଥା “ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରେ ବୋଲି ସ୍ଵୀକାର କରେ” ଅବା “ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଉପରେ ଆଧାରିତ ଧର୍ମ ଉପରେ ବିଶ୍ଵାସ କରେ” | ଯଦିଓ ଅନେକ ଅଭିଧାନର ସଂଜ୍ଞା ଭଳି, ଏହା ବୁଝିବା ପାଇଁ ଏକ ଉତ୍ତମ ଆରମ୍ଭ କିନ୍ତୁ ଜଣେ ଖ୍ରୀଷ୍ଟିଆନ୍ ପ୍ରକୃତରେ କିଏ ଏହି ବିଷୟରେ ବାଇବଲ ଯାହା ଶିକ୍ଷା ଦିଏ, ତାହା ଠାରୁ ଏହି ସଂଜ୍ଞା ଗୁଡ଼ିକର ଅର୍ଥ ଅଲଗା ଅଟେ | ନୂତନ ନିୟମରେ “ଖ୍ରୀଷ୍ଟିଆନ୍” ଶବ୍ଦଟିକୁ ତିନି ଥର ବ୍ୟବହାର କରାଯାଇଅଛି (ପ୍ରେରିତ ୧୧:୨୬; ୨୬:୨୮; ୧ ପିତର ୪:୧୬) | ଆନ୍ତିୟଖିଆରେ ଯୀଶୁଖ୍ରୀଷ୍ଟଙ୍କ ଅନୁଗାମୀମାନେ ପ୍ରଥମ ଥର ପାଇଁ “ଖ୍ରୀଷ୍ଟିଆନ୍” ନାମରେ ପରିଚିତ ହେଲେ (ପ୍ରେରିତ ୧୧:୨୬) କାରଣ ସେମାନଙ୍କ ବ୍ୟବହାର, କାର୍ଯ୍ୟକଳାପ ଏବଂ ବାକ୍ୟ ଖ୍ରୀଷ୍ଟଙ୍କ ପରି ଥିଲା | “ଖ୍ରୀଷ୍ଟିଆନ୍” ଶବ୍ଦର ଆକ୍ଷରିକ ଅର୍ଥ ହେଉଛି, “ଖ୍ରୀଷ୍ଟଙ୍କ ଦଳର ସମ୍ପତ୍ତି ଭୁକ୍ତ ହେବା” ଅବା “ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ” |

ଦୁର୍ଭାଗ୍ୟବଶତଃ, ସମୟ ଅନୁକ୍ରମେ, “ଖ୍ରୀଷ୍ଟିଆନ୍” ଶବ୍ଦଟି ତାହାର ଗୁରୁତ୍ଵ ହରେଇ ବସିଛି ଏବଂ ଏହାକୁ ସାଧାରଣତଃ ସେହି ବ୍ୟକ୍ତି ନିମନ୍ତେ ବ୍ୟବହାର କରାଯାଏ ଯିଏ ଧର୍ମପରାୟଣ ଅଟେ ଅବା ଯାହା ପାଖରେ ଉଚ୍ଚ ନୌତିକ ଗୁଣ ସମୂହ ରହିଅଛି | କିନ୍ତୁ ସେ ଯୀଶୁ ଖ୍ରୀଷ୍ଟଙ୍କ ସତ୍ୟ ଅନୁଗାମୀ ହୋଇ ପାରେ ଅବା ହୋଇ ନ ପାରେ | ବହୁସଂଖ୍ୟକ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରନ୍ତି ନାହିଁ ଅବା ତାହାଙ୍କ ଠାରେ ଭରସା ରଖନ୍ତି ନାହିଁ, ସେମାନେ ନିଜକୁ ଖ୍ରୀଷ୍ଟିଆନ୍ ବୋଲି ପରିଚୟ ଦିଅନ୍ତି କାରଣ ସେମାନେ ଗିର୍ଜାକୁ ଯାଆନ୍ତି ବା ସେମାନେ ଖ୍ରୀଷ୍ଟିଆନ୍ ଦେଶରେ ବାସ କରନ୍ତି । କିନ୍ତୁ ଗିର୍ଜାକୁ ଯିବା, ନିଜ ଠାରୁ ନିମ୍ନତର ଲୋକଙ୍କ ସେବା କରିବା, ଅବା ଜଣେ ଉତ୍ତମ ବ୍ୟକ୍ତି ହେବା ତୁମକୁ ଖ୍ରୀଷ୍ଟିଆନ୍ କରେ ନାହିଁ | ଗିର୍ଜାକୁ ଯିବା ଦ୍ଵାରା କେହି ଖ୍ରୀଷ୍ଟିଆନ୍ ହୋଇ ପାରିବ ନାହିଁ | ଯେପରି ଜଣେ ବ୍ୟକ୍ତି ଗ୍ୟାରେଜକୁ ଯିବା ଦ୍ଵାରା ଗୋଟେ ଗାଡ଼ି ହୋଇ ଯାଏ ନାହିଁ, ସେହିପରି ଗିର୍ଜାର ସଦସ୍ୟ ହେବା, ସର୍ବଦା ଉପାସନାରେ ଯୋଗ ଦେବା ଦ୍ଵାରା ଓ ଗିର୍ଜାର କାର୍ଯ୍ୟ ପାଇଁ ଦାନ ଦେବା, ତୁମକୁ ଖ୍ରୀଷ୍ଟିୟାନ୍ କରି ପାରେ ନାହିଁ |

ବାଇବଲ୍ ଶିକ୍ଷା ଦିଏ ଯେ ଉତ୍ତମ କାର୍ଯ୍ୟ ଦ୍ଵାରା ଆମେ ଈଶ୍ବରଙ୍କ ଗ୍ରହଣୀୟ ହୋଇପାରିବା ନାହିଁ | ତୀତସ ୩:୫ରେ ଲେଖାଯାଏ, “ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟା ଅନୁସାରେ ପୁନରଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ଵାରା ଆମ୍ଭମାନଙ୍କ ପରିତ୍ରାଣ କରିଅଛନ୍ତି” | ଯେଉଁ ବ୍ୟକ୍ତି ଈଶ୍ବରଙ୍କ ଦ୍ଵାରା ପୁନରଜନ୍ମ ଲାଭ କରିଅଛି (ଯୋହନ ୩:୩; ୩:୭; ୧ ପିତର ୧:୨୩) ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନିଜର ବିଶ୍ଵାସ ଓ ଭରସା ରଖିଅଛି, ସେହି ବ୍ୟକ୍ତି ଖ୍ରୀଷ୍ଟିଆନ୍ ଅଟେ | ଏଫିସୀୟ ୨:୮ ଆମକୁ ଶିକ୍ଷା ଦିଏ ଯେ, “କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜ ଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ”|

ଜଣେ ପ୍ରକୃତ ଖ୍ରୀଷ୍ଟିଆନ୍ ହେଉଛି ସେହି ବ୍ୟକ୍ତି ଯିଏ ତାହାର ବିଶ୍ଵାସ ଓ ଭରସା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଓ ତାହାଙ୍କ କାର୍ଯ୍ୟରେ ରଖିଅଛି, ଯେଉଁଠାରେ କି ପାପର ମୂଲ୍ୟ ପରିଶୋଧ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶିୟ ମୃତ୍ୟୁ ଓ ତୃତୀୟ ଦିନରେ ଯୀଶୁ ଖ୍ରୀଷ୍ଟଙ୍କ ପୂନରୁଥାନ ସାମିଲ୍ ଅଟେ | “ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ଵରଙ୍କ ଠାରୁ ଜାତ ହେଲେ” ଯୋହନ ୧:୧୨ |

ଜଣେ ପ୍ରକୃତ ଖ୍ରୀଷ୍ଟିଆନର ଚିହ୍ନ ହେଉଛି ଅନ୍ୟମାନଙ୍କୁ ପ୍ରେମ କରିବା ଏବଂ ଈଶ୍ଵରଙ୍କ ବାକ୍ୟର ଆଜ୍ଞାବହ ହେବା (୧ ଯୋହନ ୨:୪,୧୦) | ଜଣେ ପ୍ରକୃତ ଖ୍ରୀଷ୍ଟିଆନ୍ ହେଉଛି ଈଶ୍ଵରଙ୍କ ସନ୍ତାନ, ଈଶ୍ଵରଙ୍କ ପରିବାରର ଜଣେ ସଦସ୍ୟ ଏବଂ ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନୂତନ ଜୀବନ ପାଇଅଛି | ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଖ୍ରୀଷ୍ଟିଆନ୍ କିଏ?
© Copyright Got Questions Ministries