କିଏ ଈଶ୍ବରଙ୍କୁ ସୃଷ୍ଟି କଲେ? ଈଶ୍ବର କେଉଁଠାରୁ ଆସିଲେ?


ପ୍ରଶ୍ନ: କିଏ ଈଶ୍ବରଙ୍କୁ ସୃଷ୍ଟି କଲେ? ଈଶ୍ବର କେଉଁଠାରୁ ଆସିଲେ?

ଉତ୍ତର:
ନାସ୍ତିକ ଓ ସଂଶୟବାଦୀ (ସନ୍ଦେହ କରିବା ଦଳ)ମାନଙ୍କଠାରୁ ଯେଉଁ ସାଧାରଣ ଯୁକ୍ତି ଆସିଥାଏ ତାହା ହେଉଛି ଯେ ଯଦି ସମସ୍ତ ବିଷୟ ଏକ କାରଣର ଆବଶ୍ୟକ କରିଥାଏ, ତେବେ ଈଶ୍ବର (ରହିଥିବାର)ଙ୍କର ମଧ୍ୟ ନିହାତି ଏକ କାରଣ ରହିବ । ଏହାର ସିଦ୍ଧାନ୍ତ ହେଉଛି ଯଦି ଈଶ୍ବର ତାଙ୍କ ଅସ୍ତିତ୍ବ ନିମନ୍ତେ ଏକ କାରଣର ଆବଶ୍ୟକ କରନ୍ତି, ତେବେ ସେ ଈଶ୍ବର ନୁହଁନ୍ତି (ଏବଂ ଯଦି ଈଶ୍ବର, ଈଶ୍ବର ନୁହଁନ୍ତି, ତେବେ ପ୍ରକୃତରେ ଈଶ୍ବର ନାହାନ୍ତି) । “ଈଶ୍ବରଙ୍କୁ କିଏ ନିର୍ମାଣ କଲେ” ମୌଳିକ ପ୍ରଶ୍ନର ଏହା ଅଳ୍ପ କିଛି ଅଧିକ ପରିମାଣର ଜଟିଳ ଆକାର ଅଟେ । ସମସ୍ତେ ଜାଣନ୍ତି ଯେ ଶୂନ୍ୟରୁ କୌଣସି ବିଷୟ ଆସେନାହିଁ । ତେଣୁ, ଯଦି ଈଶ୍ବର “କିଛି” ଅଟନ୍ତି, ତେବେ ତାଙ୍କ କ୍ଷେତ୍ରରେ ଏକ କାରଣ ରହିଥିବ, ଠିକ୍‍ ଅଛି?

ଏହି ପ୍ରଶ୍ନ ଜଟିଳ କାରଣ ଈଶ୍ବର କୌଣସି ସ୍ଥାନରୁ ଆସିଅଛନ୍ତି ଓ ସେହି ସ୍ଥାନ କେଉଁଠାରେ ବୋଲି ପଚାରିବାର ଏକ ଭ୍ରାନ୍ତ କଥାରେ ଏହା ରହିଛି । ଏହାର ଉତ୍ତର ହେଉଛି ଏହି ପ୍ରଶ୍ନର ଅର୍ଥ ମଧ୍ୟ ନାହିଁ । ଏହା ନିମ୍ନ ପ୍ରକାରେ ପଚାରିବା ସମାନ ଅଟେ “ନୀଳ କିପରି ବାସେ?” ନୀଳ ଏପରି ପ୍ରକାରର ନୁହଁ, ଯାହା ବାସିବ ବା ଯାହାର କୌଣସି ଗନ୍ଧ ରହିଛି, ତେଣୁ ପ୍ରଶ୍ନଟିରେ ହିଁ ଭୁଲ୍‍ ରହିଛି । ଠିକ୍‍ ସେହିପରି ଭାବରେ, ଈଶ୍ବର ମଧ୍ୟ ଏପରି ଏକ ପ୍ରକାରର ନୁହଁନ୍ତି, ଯାହାଙ୍କୁ ସୃଷ୍ଟି କରାଯାଇପାରିବ କିମ୍ବା ଯାହାଙ୍କର ଏକ କାରଣ (ବା କାରକ) ରହିଛି । ଈଶ୍ବର ବିନାକାରକ ଓ ସୃଷ୍ଟି ବିହୀନ ଅଟନ୍ତି –ସେ କେବଳ ରହିଆସିଛନ୍ତି ।

ଆମେ ଏହାକୁ କିପରି ଜାଣୁ? ଆମେ ଜାଣୁ ଯେ ଶୂନ୍ୟରୁ ଶୂନ୍ୟ ହିଁ ଆସିଥାଏ । ତେବେ, କୌଣସି ବିଷୟର ଅସ୍ତିତ୍ବ ନ ଥିବାର ଯଦି ଏକ ସମୟ ଥିଲା, ତେବେ କୌଣସି ବିଷୟର ଅସ୍ତିତ୍ବ ହେବନାହିଁ । କିନ୍ତୁ ଅନେକ ବିଷୟ ରହିଛି । ତେଣୁ କୌଣସି ବିଷୟ ନ ଥିବାର ଏକ ସମୟ ନ ଥିବା କାରଣରୁ, କୌଣସି ଏକ ବିଷୟ ସର୍ବଦା ରହିଆସିଛି । ସେହି ସର୍ବଦା ରହିଥିବା ବିଷୟକୁ ଆମେ ଈଶ୍ବର କହୁ । ଈଶ୍ବର ହେଉଛନ୍ତି ଅଣକାରକ ବ୍ୟକ୍ତି ଯିଏ ସମସ୍ତ ବିଷୟର କାରକ ହେଲେ ବା ସମସ୍ତ ବିଷୟକୁ ଅସ୍ତିତ୍ବ ଦେଲେ । ଈଶ୍ବର ହେଉଛନ୍ତି ସୃଷ୍ଟିବିହୀନ ସୃଷ୍ଟିକର୍ତ୍ତା ଯିଏ ବିଶ୍ବବ୍ରହ୍ମାଣ୍ଡ ଓ ଏଥିରେ ଥିବା ସମସ୍ତ ବିଷୟକୁ ସୃଷ୍ଟି କଲେ ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



କିଏ ଈଶ୍ବରଙ୍କୁ ସୃଷ୍ଟି କଲେ? ଈଶ୍ବର କେଉଁଠାରୁ ଆସିଲେ?