ପ୍ରଶ୍ନ
ଖ୍ରୀଷ୍ଟିୟାନ ପିତାମାନଙ୍କ ବିଷୟରେ ବାଇବଲ କ'ଣ କୁହେ?
ଉତ୍ତର
ଶାସ୍ତ୍ରରେ ସବୁଠାରୁ ମହାନ୍ ଆଦେଶ ହେଉଛି: "ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କୁ ପ୍ରେମ କରିବ" (ଦ୍ବିତୀୟ ବିବରଣ ୬:୫) । ୨ୟ ପଦକୁ ଗଲେ ଆମେ ପାଠ କରିବା, "ସଦାପ୍ରଭୁ ତୁମ୍ଭ ପ୍ରମେଶ୍ବରଙ୍କର ଯେଉଁ ସକଳ ବିଧି ଓ ଆଜ୍ଞା ମୁଁ ଆଦେଶ କରେ, ତୁମ୍ଭେ ଯାବଜ୍ଜୀବନ ପୁତ୍ରପୌତ୍ରାଦିକ୍ରମେ ତାହା ପାଳନ କରିବା ପାଇଁ ତାଙ୍କୁ ଭୟ କଲେ, ତୁମ୍ଭର ଦୀର୍ଘ ପରମାୟୁ ହେବ ।" ଦ୍ବିତୀୟ ବିବରଣ ୬:୫ ପରର ପଦଦ୍ବୟରେ ଆମେ ପାଠ କରୁ, "ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ । ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେବିଷୟରେ କଥାବାର୍ତ୍ତା କରିବ" (୬-୭ ପଦ) ।
ଇଶ୍ରାୟେଲୀୟ ଇତିହାସ ପ୍ରକାଶ କରେ ଯେ ଇଶ୍ରାୟେଲୀୟ ପିତାମାନେ ସେମାନଙ୍କର ସନ୍ତାନଗଣଙ୍କୁ ସେମାନଙ୍କର ନିଜ ଆତ୍ମିକ ଅଭିବୃଦ୍ଧି ଓ ଆଶିଷ ନିମନ୍ତେ ପ୍ରଭୁଙ୍କ ପଥ ଏବଂ ବାକ୍ୟରେ ଚାଲିବା ନିମନ୍ତେ ନିର୍ଦ୍ଦେଶ ଦେବେ । ଯେଉଁ ପିତାମାନେ ଶାସ୍ତ୍ରର ଆଦେଶର ବାଧ୍ୟ ହେଉଥିଲେ ସେମାନେ ଠିକ୍ ତାହା ହିଁ କରୁଥିଲେ । ଏହା ଆମ୍ଭମାନଙ୍କୁ ହିତୋପଦେଶ ୨୨:୬ ମଧ୍ୟକୁ ଆଣେ, "ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ, ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବନାହିଁ ।" "ଶିକ୍ଷିତ" କରାଇବା ପିତାମାତାମାନେ ସେମାନଙ୍କର ସନ୍ତାନଗଣଙ୍କୁ ଦେଉଥିବା ପ୍ରଥମ ଶିକ୍ଷାକୁ ସୂଚାଏ, ଯେପରିକି ତାହାର ଶୈଶବ ଶିକ୍ଷା । ପିଲାମାନଙ୍କର ଜୀବନ ଯେପରି ହେବା ଉଚିତ୍ ସେପରି ବିଷୟ ଯେପରି ପିଲାମାନେ ସ୍ବଷ୍ଟ ଭାବେ ଜାଣିପାରିବେ, ସେପରି ଭାବେ ତାଲିମଟି ପ୍ରସ୍ତୁତ କରାଯାଇଛି । ଜଣେ ପିଲାର ଶୈଶବ ଶିକ୍ଷାକୁ ଏପରି ଭାବରେ ଆରମ୍ଭ କରିବାର ଏକ ମହତ୍ ବିଷୟ ।
ଏଫିସୀୟ ୬:୪ ପିତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାର ଏକ ସାରାଂଶ ଅଟେ, ଯାହା ଉଭୟ ସାକାରାତ୍ମକ ଓ ନାକାରତ୍ମକ ଭାବରେ ଦର୍ଶାଇ ଦିଆଯାଇଛି । "ପୁଣି ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କରନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ବାରା ପ୍ରତିପାଳନ କର ।" ଜଣେ ପିତା କଠୋରତା, ଅନ୍ୟାୟ, ପକ୍ଷପାତିତା, କିମ୍ବା ଅଧିକାରର ଅସମୁଚିତ ପ୍ରୟୋଗ ଦ୍ବାରା ତାଙ୍କ ପିଲାମାନଙ୍କୁ ନାକାରତ୍ମକ ବିଷୟ ବିକଶିତ କରିବା ନିମନ୍ତେ ପ୍ରଶ୍ରୟ ନ ଦେବା ବିଷୟଟି ହେଉଛି ଏହି ପଦର ନକରାତ୍ମକ ଅଂଶ । ପିଲାମାନଙ୍କ ପ୍ରତି କଠୋର, ଅସମୁଚିତ ବ୍ୟବହାର ହୃଦୟରେ କେବଳ ମନ୍ଦ ପ୍ରକୃତିକୁ ପୋଷଣ କରିବ । "ଚେତନା" ଶବ୍ଦର ଅର୍ଥ ହେଉଛି "କ୍ରୋଧ ଜାତ କରିବା, ବିରକ୍ତି ଜାତ କରିବା, ବିରକ୍ତ କରିବା କିମ୍ବା ଉତ୍ତେଜିତ କରିବା" । ଏହା ଏକ ଭୁଲ୍ ଆତ୍ମା ଦ୍ବାରା ଓ ଭୁଲ୍ ପଦ୍ଧତି ଦ୍ବାରା କରାଯାଏ - କଠୋରତା, ଅପରିମିତତା, ଶଠତା, ରୁକ୍ଷତା, ନିଷ୍ଠୁର ଦାବୀ ଗୁଡିକ, ଆବଶ୍ୟକତାହୀନ ପ୍ରତିବନ୍ଧକସକଳ, ଏବଂ ନିରଙ୍କୁଶଜନିତ ଅଧିକାର ଉପରେ ସ୍ବାର୍ଥପର ଜିଦ୍ । ଏପରି କ୍ରୋଧ ଉଦ୍ଦୀପନା ବିପରୀତ ପ୍ରତିକ୍ରିୟାସକଳ ଜାତ କରାଏ, ପିଲାମାନଙ୍କର ସ୍ନେହଁର ଶକ୍ତିକୁ ନିସ୍ତେଜ କରାଏ, ପବିତ୍ରତା ନିମନ୍ତେ ସେମାନଙ୍କର ଇଛାକୁ ହ୍ରାସ କରାଏ, ଏବଂ ସେମାନଙ୍କୁ ଏପରି ଅନୁଭବ କରାଏ ଯେ, ସେମାନେ ସମ୍ଭବତଃ ସେମାନଙ୍କର ପିତାମାତାଙ୍କୁ ସନ୍ତୋଷ କରିପାରିବେ ନାହିଁ । ଏକ ବୁଦ୍ଧିମାନ୍ ପିତାମାତା ପ୍ରେମ ଏବଂ ଭଦ୍ରତା ଦ୍ବାରା ବାଧ୍ୟତାକୁ ବାଞ୍ଚନୀୟ ଏବଂ ପ୍ରାପ୍ତଯୋଗ୍ୟ କରାଏ ।
ଏଫିସୀୟ ୬:୪ର ସାକାରାତ୍ମକ ଅଂଶ ଏକ ବ୍ୟାପକ ଦିଗରେ ପ୍ରକାଶିତ ହୋଇଛି - ସେମାନଙ୍କୁ ଶିକ୍ଷିତ କରାନ୍ତୁ, ସେମାନଙ୍କୁ ବଢାନ୍ତୁ, ପ୍ରଭୁଙ୍କ ନିର୍ଦ୍ଦେଶ ଓ ଭର୍ସନା ଦ୍ବାରା ଜୀବନ ସାରା ସେମାନଙ୍କ ଆଚରଣକୁ ବିକଶିତ କରନ୍ତୁ । ଏହା ଶିକ୍ଷିତ କରିବା ଏବଂ ଶୃଙ୍ଖଳିତ କରିବାର ସମଗ୍ର କାର୍ଯ୍ୟଧାରା । "ଭର୍ସ୍ରନା" ଶବ୍ଦଟି ତ୍ରୁଟିଗୁଡିକ (ଗଠନାତ୍ମକ ଭାବରେ) ଏବଂ କର୍ତ୍ତବ୍ୟଗୁଡିକ (ଦାୟିତ୍ବଗୁଡିକ)ର ସନ୍ତାନ ବିଷୟରେ ସ୍ମରଣ କରାଇଦେବାର ଧାରଣାକୁ ବହନ କରେ ।
ଖ୍ରୀଷ୍ଟିୟାନ୍ ପିତା ବାସ୍ତବରେ ଈଶ୍ବରଙ୍କ ହସ୍ତରେ ଏକ ଉପକରଣ ଅଟନ୍ତି । ନିର୍ଦ୍ଦେଶ ଏବଂ ଶୃଙ୍ଖଳାର ସମଗ୍ର ଧାରା ଈଶ୍ବର ଆଦେଶ ଦେଉଥିବା ଏବଂ ପରିଚାଳନା କରୁଥିବା ବିଷୟଗୁଡିକରୁ ହେବା ଉଚିତ୍, ଯେପରିକି ତାଙ୍କ ଅଧିକାର ପିଲାମାନଙ୍କର ମନ, ହୃଦୟ ଏବଂ ବିବେକରେ ନିରନ୍ତର ଏବଂ ତାତ୍ କ୍ଷଣିକ ସମ୍ପର୍କ ମଧ୍ୟରୁ ଆଣିପାରିବ । ମାନବ ପିତା କେବେ ସୁଦ୍ଧା ସତ୍ୟତା ଏବଂ କର୍ତ୍ତବ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଚରମ ଅଧିକାର ଭାବରେ ନିଜକୁ ଉପସ୍ଥାପିତ କରିବା ଉଚିତ୍ ନୁହେଁ । ଏହା କେବଳ ଈଶ୍ବରଙ୍କୁ ଶିକ୍ଷକ ଓ ଶାସକ କରିବା ଦ୍ବାରା ହୁଏ ଯାହାଙ୍କ ଅଧିକାରରେ ସମସ୍ତ ବିଷୟ କରାଯାଏ ଯେପରିକି ଶିକ୍ଷାର ଲକ୍ଷ୍ୟ ସର୍ବୋତ୍ତମ ଭାବେ ଲାଭ କରାଯାଇପାରେ ।
ମାର୍ଟିନ୍ ଲୁଥର୍ କହିଲେ, "ପିଲା ଭଲ କାମ କଲେ ତାକୁ ଦେବା ପାଇଁ ବାଡି ପାଖରେ ଗୋଟିଏ ଏପଲ୍ ରଖ" । ଶୃଙ୍ଖଳା ପ୍ରାର୍ଥନା ସହ ଜାଗ୍ରତ ଯତ୍ନ ଓ ଅବିରତ ଅଧିକ ପ୍ରାର୍ଥନା ଦ୍ବାରା କରାଯିବା ନିହାତି ଦରକାର । ଶାସନ, ଶୃଙ୍ଖଳା, ଏବଂ ଈଶ୍ବରଙ୍କ ବାକ୍ୟ ଦେଇ ପରାମର୍ଶ କରିବା ଏବଂ ଉଭୟ ଅନୁଯୋଗ ଏବଂ ଉତ୍ସାହ ଦେବା "ସତର୍କବାଣୀ"ର କେନ୍ଦ୍ରବିନ୍ଦୁର ରହିଛି । ନିର୍ଦ୍ଦେଶ ପ୍ରଭୁଙ୍କଠାରୁ ଆସିଥାଏ, ଏହା ଖ୍ରୀଷ୍ଟିୟ ଅନୁଭୂତିର ବିଦ୍ୟାଳୟରେ ଶିକ୍ଷା କରାଯାଇଥାଏ, ଏବଂ ଏହା ପିତାମାତାଙ୍କ ଦ୍ବାରା ପରିଚାଳିତ ହୋଇଥାଏ - ବିଶେଷତଃ ପିତାଙ୍କ ଦ୍ବାରା ଓ ତାଙ୍କ ନିର୍ଦ୍ଦେଶରେ ମାତାଙ୍କ ଦ୍ବାରା କରାଯାଇଥାଏ । ପିଲାମାନେ ଈଶ୍ବରଙ୍କ ପ୍ରତି ଭକ୍ତି, ପିତାମାତାଙ୍କ ସମ୍ବନ୍ଧୀୟ ଅଧିକାର, ଖ୍ରୀଷ୍ଟିୟ ମାନଦଣ୍ଡର ଜ୍ଞାନ, ଏବଂ ଆତ୍ମ ନିୟନ୍ତ୍ରଣର ଅଭ୍ୟାସରେ ଯେପରି ସକ୍ଷମ ହୋଇପାରିବେ ସେଥିନିମନ୍ତେ ଖ୍ରୀଷ୍ଟିୟ ଶୃଙ୍ଖଳା ଆବଶ୍ୟକ ଅଟେ ।
"ସମସ୍ତ ଶାସ୍ତ୍ର ଈଶ୍ବରନିଶ୍ବସିତ, ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ " (୨ତିମଥି ୩:୧୬-୧୭) । ଜଣେ ପିତାଙ୍କ ପ୍ରଥମ ଦାୟିତ୍ବ ହେଉଛି ତାଙ୍କ ପିଲାମାନଙ୍କୁ ଶାସ୍ତ୍ର ସହିତ ଅଭ୍ୟସ୍ତ କରାଇବା । ପିତାମାନେ ଈଶ୍ବରଙ୍କ ସତ୍ୟତାକୁ ଶିକ୍ଷା ଦେବାର ମାଧ୍ୟମ ଏବଂ ପଦ୍ଧତିଗୁଡିକ ଭିନ୍ନ ଭିନ୍ନ ହୋଇପାରେ । ଯେହେତୁ ପିତା ଭୂମିକା ନିର୍ବାହ କରିବାରେ ବିଶ୍ବସ୍ତ ଅଟନ୍ତି, ତେଣୁ ସେମାନେ ଯାହା କରନ୍ତୁ ନା କାହିଁକି କିମ୍ବା ଯେଉଁଠିକି ଯାଆନ୍ତୁ ନା କାହିଁକି ଈଶ୍ବରଙ୍କ ବିଷୟରେ ପିଲାମାନେ ଯାହା ଶିଖନ୍ତି ତାହା ସେମାନେ ସେମାନଙ୍କ ପାର୍ଥିବ ଜୀବନଯାକ ଉତ୍ତମ ଭାବରେ ଲଗାଇଥାନ୍ତି ।
English
ଖ୍ରୀଷ୍ଟିୟାନ ପିତାମାନଙ୍କ ବିଷୟରେ ବାଇବଲ କ'ଣ କୁହେ?