settings icon
share icon
ପ୍ରଶ୍ନ

ଜଣେ ଖ୍ରୀଷ୍ଟିୟାନ୍ ମାତା ହେବା ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ମା ହେବା ହେଉଛି ଏକ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଯାହା ପ୍ରଭୁ ଅନେକ ମହିଳାଙ୍କୁ ଦେବାର ମନୋନୟନ କରନ୍ତି । ଜଣେ ଖ୍ରୀଷ୍ଟିୟାନ ମା' କୁ ତା' ପିଲାମାନଙ୍କୁ ପ୍ରେମ କରିବା ନିମନ୍ତେ କୁହାଯାଏ (ତିତସ ୨:୪-୫), ଯେପରିକି ସେ ପ୍ରଭୁଙ୍କଠାରେ ଏବଂ ଉଦ୍ଧାରକର୍ତ୍ତାଙ୍କଠାରେ ଅସନ୍ତୋଷ ବ୍ୟକ୍ତ କରେନାହିଁ ଯାହାଙ୍କ ନାମକୁ ସେ ଧାରଣ କରିଥାଏ । ସନ୍ତାନଗଣ ପ୍ରଭୁଙ୍କଠାରୁ ପ୍ରାପ୍ତ ଦାନ (ଗୀତ ୧୨୭:୩-୫) । ତିତସ ୨:୪ରେ ଗ୍ରୀକ୍ ଶବ୍ଦ philoteknos ସନ୍ତାନଗଣଙ୍କୁ ପ୍ରେମ କରୁଥିବା ମା ମାନଙ୍କ ବିଷୟରେ ଥିବା ସମ୍ବନ୍ଧିତ ଲେଖାରେ ଦେଖାଯାଏ । ଏହି ଶବ୍ଦ ଏକ ବିଶେଷ ଧରଣର "ମା ପ୍ରେମ" ବିଷୟକୁ ସୂଚାଏ । ଏହି ଶବ୍ଦରୁ ନିର୍ଗତ ହେଉଥିବା ଧାରଣାଟି ହେଉଛି ଆମ ପିଲାମାନଙ୍କର ଯତ୍ନ ନେବା, ସେମାନଙ୍କୁ ପ୍ରତିପୋଷଣ କରିବା, ସେମାନଙ୍କୁ ସ୍ନେହରେ ଆଲିଙ୍ଗନ କରିବା, ସେମାନଙ୍କ ଆବଶ୍ୟକତାଗୁଡିକୁ ପୂରଣ କରିବା, ଏବଂ ଈଶ୍ବରଙ୍କ ହସ୍ତରୁ ଏକମାତ୍ର ଦାନ ଭାବରେ କୋକଳ ଭାବେ ସେମାନେ ପ୍ରତ୍ୟେକଙ୍କ ସହ ବନ୍ଧୁତା ସ୍ଥାପନ କରିବା ।

ଈଶ୍ବରଙ୍କ ବାକ୍ୟରେ ଖ୍ରୀଷ୍ଟିୟାନ ମା' ମାନଙ୍କ ବିଷୟରେ ଅନେକ ବିଷୟର ଆଦେଶ ଦିଆଯାଇଛି:

ଉପଲବ୍ଧତା - ସକାଳ, ମଧ୍ୟାହ୍ନ, ଏବଂ ରାତ୍ରି (ଦ୍ବିତୀୟ ବିବରଣ ୬:୬-୭)

ସଂଶ୍ଲିଷ୍ଟି - ଆଦାନପ୍ରଦାନ କରିବା, ଆଲୋଚନା କରିବା, ଭାବିବା, ଏବଂ ଜୀବନକୁ ଏକାଠି ଜୀଇଁବାର ପ୍ରକ୍ରିୟା (ଏଫିସୀୟ ୬:୪)

ଶିକ୍ଷାଦାନ - ଶାସ୍ତ୍ର ଏବଂ ବିଶ୍ବ ସମ୍ବନ୍ଧୀୟ ଜଗତ ଦର୍ଶନ (ଗୀତ ୭୮:୫-୬; ଦ୍ବିତୀୟ ବିବରଣ ୪:୧୦; ଏଫିସୀୟ ୬:୪)

ତାଲିମ - ଜଣେ ପିଲାର ଦକ୍ଷତାଗୁଡିକ ବିକାଶ କରିବା ନିମନ୍ତେ ଏବଂ ତା' ଶକ୍ତିକୁ (ହିତୋପଦେଶ ୨୨:୬) ଏବଂ ଆତ୍ମିକ ଦାନଗୁଡିକୁ (ରୋମୀୟ ୧୨:୩-୮; ୧କରିନ୍ଥୀୟ ୧୨) ଆବିଷ୍କାର କରିବା ନିମନ୍ତେ ଜଣେ ପିଲାକୁ ସାହାଯ୍ୟ କରିବା

ଶୃଙ୍ଖଳା - ପ୍ରଭୁଭୟ ଶିଖାଇବା, ପ୍ରେମରେ ଏବଂ ଦୃଢ ଭାବରେ ରେଖାକୁ ସ୍ଥିର ଭାବରେ ଟାଣିବା (ଏଫିସୀୟ ୬:୪; ଏବ୍ରୀ ୧୨:୫-୧୧; ହିତୋପଦେଶ ୧୩:୨୪; ୧୯:୧୮; ୨୨:୧୫; ୨୩:୧୩-୧୪; ୨୯:୧୫-୧୭)

ପ୍ରକୃତି - ଅବିରତ କଥାଭାଷା ସାହାଯ୍ୟ, ବିଫଳ, ଗ୍ରହଣୀୟତା, ସ୍ନେହ୍ଁ, ସର୍ତ୍ତହୀନ ପ୍ରେମ ନିମନ୍ତେ ସ୍ବାଧୀନତା ପ୍ରଦାନ କରିବା (ତିତସ ୨:୪; ୨ତିମଥି ୧:୭; ଏଫିସୀୟ ୪:୨୯-୩୨; ୫:୧-୨; ଗାଲାତୀୟ ୫:୨୨; ୧ପିତର ୩:୮-୯)

ସଂହତିରେ ଆଦର୍ଶ ହେବା - ଆପଣ ଯାହା କହନ୍ତି ସେହି ଅନୁଯାୟୀ ଜୀବନଯାପନ କରନ୍ତି, ଏବଂ ଆପଣ ଏକ ଆଦର୍ଶ ହେବା ଦ୍ବାରା ଜଣେ ପିଲା ଈଶ୍ବରୀୟ ଜୀବନଯାପନର ମୂଳ ବିଷୟକୁ "ଧରି" ଶିଖିପାରିବ (ଦ୍ବିତୀୟ ବିବରଣ ୪:୯, ୧୫, ୨୩; ହିତୋପଦେଶ ୧୦:୯; ୧୧:୩; ଗୀତ ୩୭:୧୮, ୩୭) ।

ବାଇବଲ କେବେ ବି ଦର୍ଶାଏ ନାହିଁ ଯେ ପ୍ରତ୍ୟେକ ମହିଳା ମା' ହେବେ । ଅଥଚ, ଏହା କୁହେ ଯେ ଯେଉଁମାନଙ୍କୁ ପ୍ରଭୁ ମା' ହେବାର ଆଶୀର୍ବାଦ ପ୍ରଦାନ କରନ୍ତି ସେମାନେ ଗୁରୁତ୍ବପୂର୍ଣ୍ଣ ଭାବେ ସେଥିର ଦାୟିତ୍ବ ନେବା ଉଚିତ୍ । ପିଲାମାନଙ୍କଠାରେ ମା' ମାନଙ୍କର ଏକ ବିଶେଷ ଏବଂ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମାତୃତ୍ବ ଏକ ଅସଙ୍ଗତ ବା ଅସନ୍ତୋଷଜନକ କାର୍ଯ୍ୟ ନୁହେଁ । ଠିକ୍ ଯେପରି ଜଣେ ମା' ଗର୍ଭାବସ୍ଥା ସମୟରେ ଜଣେ ଶିଶୁ ଧାରଣ କରିଥାଏ, ଠିକ୍ ସେହିପରି ଶିଶୁର ଶୈଶବ ସମୟରେ ଜଣେ ମା ସ୍ତନ ପାନ କରାନ୍ତି, ତେଣୁ ସେମାନଙ୍କ ପିଲାମାନେ ଶୈଶବ ଅବସ୍ଥାରେ ଥାଆନ୍ତୁ ବା କୈଶୋରାବସ୍ଥାରେ ଥାଆନ୍ତୁ ବା ଯୁବା ଅବସ୍ଥାରେ ଥାଆନ୍ତୁ କିମ୍ବା ଏପରିକି ନିଜ ସନ୍ତାନ ଥିବା ପୂର୍ଣ୍ଣ ବୟସ୍କ ବ୍ୟକ୍ତି ଥୋଇଥାନ୍ତୁ, ମା' ମାନେ ସେମାନଙ୍କ ପିଲାମାନଙ୍କ ଜୀବନରେ ଏକ ଚାଲୁ ଭୂମିକା ନିର୍ବାହ କରିଥାନ୍ତି । ଯେତେବେଳେ ମାତୃତ୍ବର ଭୂମିକା ନିହାତି ପରିବର୍ତ୍ତନ ଏବଂ ବିକଶିତ ହେବା ଆବଶ୍ୟକ, ସେତେବେଳେ ଜଣେ ମା' ଦେଉଥିବା ପ୍ରେମ, ଯତ୍ନ, ପ୍ରତିପୋଷଣ ଏବଂ ଉତ୍ସାହ କେବେ ବି ବନ୍ଦ ହେବା ଉଚିତ ନୁହେଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଖ୍ରୀଷ୍ଟିୟାନ୍ ମାତା ହେବା ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries