settings icon
share icon
ପ୍ରଶ୍ନ

Jehovah's Witnesses (ଯିହୋବାଙ୍କ ସାକ୍ଷୀମାନେ) କିଏ ଏବଂ ସେମାନେ କ'ଣ ବିଶ୍ବାସ କରନ୍ତି?

ଉତ୍ତର


ଆଜି Jehovah's Witnesses (ଯିହୋବା'ସ୍ ଓ୍ବିଟନେସ୍) ଭାବେ ଜଣାଶୁଣା ଗୋଷ୍ଠୀ Charles Taze Russellଙ୍କ ଦ୍ବାରା ପରିଚାଳିତ ଏକ ବାଇବଲ କ୍ଲାସ୍ ଭାବରେ ୧୮୭୦ରେ ପେନସିଲଭାନିଆରେ ଆରମ୍ଭ ହୋଇଥିଲା । ରୁଷେଲ୍ ତାଙ୍କ ଗୋଷ୍ଠୀକୁ " Millennial Dawn Bible Study" (ସୁବର୍ଣ୍ଣଯୁଗ ଆଗମନ ବାଇବଲ ଅଧ୍ୟୟନ) ଭାବେ ନାମିତ କଲେ । ଚାରଲେସ୍ ଟି. ରୁଷେଲ୍ ଏକ ପର୍ଯ୍ୟୟ କ୍ରମିକ ପୁସ୍ତକଗୁଡିକ ଲେଖିବାର ଆରମ୍ଭ କଲେ ଯାହାକୁ ସେ "The Millennial Dawn" ଭାବରେ ନାମିତ କଲେ, ଯାହା ତାଙ୍କ ମୃତ୍ୟୁ ପୂର୍ବରୁ ୬ ଭଲ୍ୟୁମ୍ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା ଏବଂ ବର୍ତ୍ତମାନ ଯିହୋବା'ସ୍ ଓ୍ବିଟନେସ୍ ଈଶ୍ବର ତତ୍ତ୍ବ ଯାହା ଧାରଣ କରିଛି ସେହି ସମସ୍ତ ବିଷୟ ମଧ୍ୟରୁ ଅଧିକାଂଶ ବିଷୟ ଧାରଣ କରିଥିଲା । ୧୯୧୬ରେ ରୁଷେଲଙ୍କ ମୃତ୍ୟୁ ପରେ, ରୁଷେଲଙ୍କ ବନ୍ଧୁ ଏବଂ ଉତ୍ତରାଧିକାରୀ ଜଜ୍ ଜେ.ଏଫ୍.ରୁଥରଫୋଲଡ୍ (Judge J. F. Rutherford) "Millennial Dawn"ର ସପ୍ତମ ଏବଂ ଶେଷ ଭଲ୍ୟୁମ୍ "The Finished Mystery" (ଶେଷକୃତ ରହସ୍ୟ) ୧୯୧୭ରେ ଲେଖିଲେ । The Watchtower Bible and Tract Society ୧୮୮୬ରେ ସ୍ଥାପିତ ହେଲା ଏବଂ ଅତି ଶୀଘ୍ର ଏକ ଯାନ ହେଲା ଯଦ୍ଦ୍ବାରା "Millennial Dawn" ଗତିଧାରା ସେମାନଙ୍କର ମତବାଦ ଅନ୍ୟମାନଙ୍କୁ ବାଣ୍ଟିବାକୁ ଲାଗିଲେ । ସେହି ଗୋଷ୍ଠୀ ୧୯୩୧ ପର୍ଯ୍ୟନ୍ତ "Russellites" ଭାବରେ ଜଣାଶୁଣା ଥିଲା, ଯେତେବେଳେ ସେହି ଅନୁଷ୍ଠାନର ବିଭାଜନ ଯୋଗୁଁ ଏହା ଯିହୋବା'ସ୍ ଓ୍ବିଟନେସ୍ ଭାବରେ ପୁନଃନାମିତ ହେଲା । ଯେଉଁ ଗୋଷ୍ଠୀରୁ ଏହା ବିଭାଜନ ହେଲା ତାହା "Bible students" ଅର୍ଥାତ୍ ବାଇବଲ ଛାତ୍ରଗଣ ଭାବରେ ଜଣାଗଲା ।

Jehovah’s Witnesses (ଯିହୋବାଙ୍କ ସାକ୍ଷୀମାନେ) କ'ଣ ବିଶ୍ବାସ କରନ୍ତି? ସେମାନଙ୍କର ଧର୍ମତତ୍ତ୍ବ ସାମାଜିକ ସ୍ଥିତିର ନିବିଡ ତର୍ଜମା ଖ୍ରୀଷ୍ଟଙ୍କ ଈଶ୍ବରତ୍ବ, ପରିତ୍ରାଣ, ତ୍ରିତ୍ବ ଈଶ୍ବର, ପବିତ୍ରଆତ୍ମା ଏବଂ ପ୍ରାୟଶ୍ଚିତ ପରି ବିଷୟ ସନ୍ଦେହ ଊର୍ଦ୍ଧ୍ବରେ ଦେଖାଏ ଯେ ସେମାନେ ଏହି ସମସ୍ତ ବିଷୟ ଉପରେ ପରମ୍ପରାଗତ ଖ୍ରୀଷ୍ଟିୟ ସ୍ଥିତିରେ ମତ ପୋଷଣ କରନ୍ତିନାହିଁ । Jehovah’s Witnesses (ଯିହୋବାଙ୍କ ସାକ୍ଷୀମାନେ) ବିଶ୍ବାସ କରନ୍ତି ଯେ, ଯୀଶୁ ହେଉଛନ୍ତି ପ୍ରଧାନ ଦୂତ ମିଖାଏଲ୍ ଯିଏକି ସର୍ବୋଚ୍ଚ ସୃଷ୍ଟ ବ୍ୟକ୍ତି ଥିଲେ । ଏହା ଯୀଶୁଙ୍କୁ ଈଶ୍ବର ଭାବେ ଘୋଷଣା କରୁଥିବା ବାଇବଲର ଏନେକ ଶାସ୍ତ୍ରାଂଶର ବିରୋଧାଭାସ (ଯୋହନ ୧:୧, ୧୪; ୮:୫୮; ୧୦:୩୦) । Jehovah’s Witnesses (ଯିହୋବାଙ୍କ ସାକ୍ଷୀମାନେ) ବିଶ୍ବାସ କରନ୍ତି ଯେ ବିଶ୍ବାସ, ଉତ୍ତମ କାର୍ଯ୍ୟ ଏବଂ ବାଧ୍ୟତା ଏହି ତିନିଗୋଟି ବିଷୟର ସମ୍ମିଶ୍ରଣରୁ ପରିତ୍ରାଣ ମିଳିଥାଏ । ଏହା ଅସଂଖ୍ୟ ଶାସ୍ତ୍ରାଂଶର ବିରୋଧାଭାସ ଅଟେ ଯାହା ଘୋଷଣା କରେ ଯେ ବିଶ୍ବାସ ଦ୍ବାରା ଅନୁଗ୍ରହରେ ପରିତ୍ରାଣ ମିଳିଥାଏ (ଯୋହନ ୩:୧୬; ଏଫିସୀୟ ୨:୮-୯; ତିତସ ୩:୫) । Jehovah’s Witnesses (ଯିହୋବାଙ୍କ ସାକ୍ଷୀମାନେ) ତ୍ରିତ୍ବ ଈଶ୍ବର ମତବାଦକୁ ଅଗ୍ରାହ୍ୟ କରନ୍ତି, ସେମାନେ ବିଶ୍ବାସ କରନ୍ତି ଯେ ଯୀଶୁ ଜଣେ ସୃଷ୍ଟ ବ୍ୟକ୍ତି ଏବଂ ପବିତ୍ରଆତ୍ମା ହେଉଛନ୍ତି ମୂଳତଃ ଈଶ୍ବରଙ୍କ ଚେତନାହୀନ ଶକ୍ତି ଅଟେ । Jehovah’s Witnesses (ଯିହୋବାଙ୍କ ସାକ୍ଷୀମାନେ) ଖ୍ରୀଷ୍ଟଙ୍କ ପ୍ରତିବଦଳାତ୍ମକ ପ୍ରାୟଶ୍ଚିତ ଧାରଣାକୁ ପ୍ରତ୍ୟାଖ୍ୟାନ କରନ୍ତି ତା ବଦଳରେ ସେମାନେ ମୁକ୍ତିର ମୂଲ୍ୟ ତତ୍ତ୍ବରେ ବିଶ୍ବାସ କରନ୍ତି, ଯାହା କୁହେ ଯେ, ଯୀଶୁଙ୍କ ମୃତ୍ୟୁ ଆଦମଙ୍କ ପାପ ନିମନ୍ତେ ମୁକ୍ତିର ମୂଲ୍ୟ ଅଟେ ।

Jehovah’s Witnesses କାହିଁକି ବାଇବଲ ଆଧାରିତ ହୋଇନଥିବା ତତ୍ତ୍ବଗୁଡିକୁ ଠିକ୍ ବୋଲି ବିଚାର କରନ୍ତି? ପ୍ରଥମତଃ, ସେମାନେ ଦାବୀ କରନ୍ତି ଯେ, ମଣ୍ଡଳୀ ବାଇବଲକୁ ଶହ ଶହ ବର୍ଷ ଧରି କଳୁଷିତ କରି ଆସିଛି; ସେମାନେ ବାଇବଲକୁ ପୁନଃଅନୁବାଦ କରିଛନ୍ତି ଯାହାକୁ ସେମାନେ the New World Translation ବୋଲି କୁହନ୍ତି । ବାଇବଲ ବାସ୍ତବରେ କ'ଣ ଶିକ୍ଷା ଦିଏ ସେ ବିଷୟ ଉପରେ ସେମାନଙ୍କର ଧର୍ମତତ୍ତ୍ବକୁ ଆଧାର ନ କରି ବରଂ ସେମାନଙ୍କର The Watchtower Bible and Tract Society ସେମାନଙ୍କର ଭ୍ରାନ୍ତ ଧର୍ମତତ୍ତ୍ବକୁ ସୁହାଇଲା ଭଳି ବାଇବଲର ଲେଖାକୁ ବଦଳାଇ ଦେଇଛି । The New World Translationର ଅନେକ ସଂସ୍କରଣ ପ୍ରକାଶ ପାଇଛି, ଯେହେତୁ Jehovah’s Witnesses ସେମାନଙ୍କର ଧର୍ମତତ୍ତ୍ବର ବିରୋଧାଭାସ ହେଲା ଭଳି ଅଧିକରୁ ଅଧିକ ଶାସ୍ତ୍ରାଂଶ ଆବିଷ୍କାର କରନ୍ତି ।

The Watchtower ଏହାର ବିଶ୍ବାସ ଏବଂ ଧର୍ମତତ୍ତ୍ବଗୁଡିକୁ Charles Taze Russell, Judge Joseph Franklin Rutherford ଏବଂ ସେମାନଙ୍କର ଉତ୍ତରାଧିକାରୀମାନଙ୍କର ମୂଳ ଏବଂ ପରିବର୍ଦ୍ଧିତ ଶିକ୍ଷାସକଳକୁ ରଖିଛି । Watchtower Bible and Tract Societyର କଳ ସେହି କଲ୍ଟ୍ ର ଏକମାତ୍ର ପରିଚାଳନା ସଦସ୍ୟବୃନ୍ଦ ଯାହା ଶାସ୍ତ୍ର ବ୍ୟାଖ୍ୟା କରିବା ନିମନ୍ତେ କ୍ଷମତା ଦାବୀ କରିଛି । ଅନ୍ୟ ଅର୍ଥରେ କହିଲେ, ସେହି ପରିଚାଳନା କଳ ଶାସ୍ତ୍ର ବିଷୟରେ ଯାହା କୁହେ ତାହାହିଁ ଶେଷ ବାକ୍ୟ ହୋଇ ରହିଥାଏ, ଏବଂ ସ୍ବାଧୀନ ମତବ୍ୟକ୍ତକୁ ଅତି ଦୃଢ ଭାବରେ ନିରୁତ୍ସାହିତ କରାଯାଇଛି । ଏହା ତିମଥିଙ୍କ ପ୍ରତି (ଓ ସେହିପରି ଆମ୍ଭମାନଙ୍କ ପ୍ରତି) ଈଶ୍ବରଙ୍କ ଦ୍ବାରା ଗୃହୀତ ହେବା ନିମନ୍ତେ ଅଧ୍ୟୟନ କରିବା ଯେପରିକି ଆମେ ଆମେ ସଠିକ୍ ଭାବେ ଈଶ୍ବରଙ୍କ ବାକ୍ୟକୁ ପରିଚାଳନା କଲେ ଲଜ୍ଜାବୋଧ କରିବାର ଅବକାଶ ନାହିଁ ବୋଲି କହିଥିବା ପାଉଲଙ୍କ ସତର୍କବାଣୀର ସିଧାସଳଖ ବିରୋଧ ଅଟେ । ୨ତିମଥି ୨:୧୫ରେ ଥିବା ଏହି ସତର୍କବାଣୀ ଈଶ୍ବରଙ୍କ ପ୍ରତି ସନ୍ତାନଙ୍କ ପ୍ରତି ଈଶ୍ବରଙ୍କ ନିର୍ଦ୍ଦେଶ ଅଟେ ଯେପରିକି ସେମାନେ ବେରୟାର ଖ୍ରୀଷ୍ଟିୟାନମାନଙ୍କ ପରି ହେବେ ଯେଉଁମାନେ ପ୍ରଦିଦିନ ବାଇବଲ ଅନୁସନ୍ଧାନ କରୁଥିଲେ ଏବଂ ସେମାନେ ଶିକ୍ଷା ପାଉଥିବା ବିଷୟ ସବୁ ଶାସ୍ତ୍ରାନୁସାରେ ଠିକ୍ ଅଛି କି ନାହିଁ ତାହା ପରୀକ୍ଷା କରି ଦେଖୁଥିଲେ ।

Jehovah’s Witnesses ସେମାନଙ୍କର ବାର୍ତ୍ତାକୁ ଯେତେ ବୁଝିପାରିବାରେ ଯେତେ ବିଶ୍ବସ୍ତ ଅଟନ୍ତି ବୋଧହୁଏ ଅନ୍ୟ କୌଣସି ଧର୍ମିକ ଗୋଷ୍ଠୀ ସେମାନଙ୍କର ବାର୍ତ୍ତା ବିଷୟରେ ସେତେ ବିଶ୍ବସ୍ତ ନୁହନ୍ତି । ଦୁର୍ଭାଗ୍ୟବଶତଃ, ସେମାନଙ୍କର ବାର୍ତ୍ତା ବିକୃତୀକରଣ, ପ୍ରତାରଣା ଏବଂ ଭ୍ରାନ୍ତ ତତ୍ତ୍ବରେ ପରିପୂର୍ଣ୍ଣ । ଈଶ୍ବର Jehovah’s Witnesses ଲୋକମାନଙ୍କର ଚକ୍ଷୁ ସୁସମାଚାରର ସତ୍ୟତା ପ୍ରତି ଏବଂ ଈଶ୍ବରଙ୍କ ବାକ୍ୟର ପ୍ରକୃତ ଶିକ୍ଷା ପ୍ରତି ଚକ୍ଷୁ ଖୋଲି ଦିଅନ୍ତୁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

Jehovah's Witnesses (ଯିହୋବାଙ୍କ ସାକ୍ଷୀମାନେ) କିଏ ଏବଂ ସେମାନେ କ'ଣ ବିଶ୍ବାସ କରନ୍ତି?
© Copyright Got Questions Ministries