settings icon
share icon
ପ୍ରଶ୍ନ

ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସତ୍ୟ ଅଟେକି?

ଉତ୍ତର


ଶାସ୍ତ୍ର ନିଶ୍ଚିତ ପ୍ରମାଣ ଦିଏ ଯେ ଯୀଶୁଖ୍ରୀଷ୍ଟ ପ୍ରକୃତରେ ମୃତ୍ୟୁରୁ ଉଠିଥିଲେ । ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ମାଥିଉ 28:1-20; ମାର୍କ 16:1-20; ଲୂକ 24:1-53 ଏବଂ ଯୋହନ 20:1-21:25ରେ ଲେଖାଯାଇଛି । ପୁନରୁତ୍ଥିତ ଯୀଶୁ ପ୍ରେରିତ ପୁସ୍ତକ(ପ୍ରେରିତ 1:1-11)ରେ ମଧ୍ୟ ଦେଖାଯାଇଅଛନ୍ତି । ଏହି ସମସ୍ତ ଶାସ୍ତ୍ରାଂଶରୁ ଆପଣ ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଅନେକ “ପ୍ରମାଣ” ପାଇପାରିବେ । ପ୍ରଥମତଃ, ଶିଷ୍ୟମାନଙ୍କଠାରେ ଦେଖାଯାଇଥିବା ନାଟକୀୟ ପରିବର୍ତ୍ତନ । ସେମାନେ ଭୟରେ ଥରହର ହୋଇ ନିଜନିଜକୁ ଲୁଚାଉଥିବା ଦଳେ ପୁରୁଷ ଥିଲେ କିନ୍ତୁ ପୁନରୁତ୍ଥାନ ପରେ ବଳିଷ୍ଠ, ସାହସିକ ସାକ୍ଷିରେ ପରିଣତ ହୋଇ ଜଗତ ସାରା ସୁସମାଚାର ପ୍ରଚାର କରିଥିଲେ । ମୃତ୍ୟୁରୁ ଉଠିଥିବା ଖ୍ରୀଷ୍ଟ ସେମାନଙ୍କୁ ଦେଖାଦେବା ଘଟନା ଅପେକ୍ଷା ଆଉ କ’ଣ ଏହି ନାଟକୀୟ ପରିବର୍ତ୍ତନ ଆଣିପାରିଥିବ?

ଦ୍ବିତୀୟ ବିଷୟ ହେଉଛି ପ୍ରେରିତ ପାଉଲଙ୍କ ଜୀବନ । ତାହାଙ୍କୁ କେଉଁ ବିଷୟ ମଣ୍ଡଳୀର ତାଡନାକାରୀରୁ ମଣ୍ଡଳୀ ନିମନ୍ତେ ପ୍ରେରିତ ବନାଇଲା? ଦମ୍ମେଶକ ଯିବା ରାସ୍ତାରେ ପୁନରୁତ୍ଥିତ ଖ୍ରୀଷ୍ଟ ଯେତେବେଳେ ତାଙ୍କୁ ଦେଖାଦେଲେ ସେତେବେଳେ ହିଁ ତାଙ୍କୁ ପରିବର୍ତ୍ତନ କଲା (ପ୍ରେରିତ 9:1-6) । ତୃତୀୟ ନିଶ୍ଚିତ ପ୍ରମାଣ ହେଉଛି ଶୂନ୍ୟ ସମାଧି । ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନଥାନ୍ତେ, ତେବେ ତାହାଙ୍କ ଶରୀର କାହିଁ? ତାହାଙ୍କ ଶରୀରକୁ ଯେଉଁଠି ସମାଧି ଦିଆଯାଇଥିଲା ତାହା ଶିଷ୍ୟମାନେ ଓ ଅନ୍ୟମାନେ ଦେଖିଥିଲେ । ସେମାନେ ଯେତେବେଳେ ଫେରିଲେ, ତାହାଙ୍କ ଶରୀର ସେଠାରେ ନ ଥିଲା । ଦୂତମାନେ ଘୋଷଣା କରି କହିଲେ ଯେ ସେ ଯେପରି ପ୍ରତିଜ୍ଞା କରିଥିଲେ, ସେ ସେହିପରି ଉଠିଅଛନ୍ତି (ମାଥିଉ 28:5-7) । ତାହାଙ୍କ ପୁନରୁତ୍ଥାନ ନିମନ୍ତେ ଥିବା ଚତୁର୍ଥ ଅତିରିକ୍ତ ପ୍ରମାଣ ହେଉଛି ସେ ଦେଖାଦେଇଥିବା ଅନେକ ଲୋକ (ମାଥିଉ 28:5, 9, 16-17; ମାର୍କ 16:9; ଲୂକ 24:13-35; ଯୋହନ 20:19, 24, 26-29, 21:1-14; ପ୍ରେରିତ 1:6-8; 1କରିନ୍ଥୀୟ 15:5-7) ।

ଯୀଶୁଙ୍କ ପୁନରୁତ୍ଥାନର ଆଉ ଏକ ପ୍ରମାଣ ହେଉଛି ଶିଷ୍ୟମାନେ ଯୀଶୁଙ୍କ ପୁନରୁତ୍ଥାନ ନିମନ୍ତେ ଅଧିକ ପରିମାଣରେ ଗୁରୁତ୍ବ । ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଏକ ମୁଖ୍ୟ ଶାସ୍ତ୍ରାଂଶ ହେଉଛି 1କରିନ୍ଥୀୟ 15 । ଏହି ଅଧ୍ୟାୟରେ, ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ବୁଝିବା ଓ ସେଥିରେ ବିଶ୍ବାସ କରିବା କାହିଁକି ଅତି ଗୁରୁତ୍ବପୂର୍ଣ୍ଣ ଅଟେ, ତାହା ପ୍ରେରିତ ପାଉଲ ବୁଝାନ୍ତି । ନିମ୍ନ କାରଣଗୁଡିକ ଯୋଗୁଁ ପୁନରୁତ୍ଥାନ ଗୁରୁତ୍ବପୂର୍ଣ୍ଣ ଅଟେ: (1) ଯଦି ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠିବେ ନାହିଁ, ତେବେ ବିଶ୍ବାସୀମାନେ ଆସିବେ ନାହିଁ (1କରିନ୍ଥୀୟ 15:12-15) । (2) ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉଠିନାହାନ୍ତି, ପାପ ପାଇଁ ତାହାଙ୍କ ବଳିଦାନ ଯଥେଷ୍ଟ ହୋଇନଥାନ୍ତା (1କରିନ୍ଥୀୟ 15:16-19) । ଯୀଶୁଙ୍କ ପୁନରୁତ୍ଥାନ ପ୍ରମାଣ କଲା ଯେ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ଭାବରେ ତାହାଙ୍କ ମୃତ୍ୟୁ ଈଶ୍ବରଙ୍କ ଦ୍ବାରା ଗ୍ରହଣ କରାଯାଇଥିଲା । ଯଦି ସେ କେବଳ ମରି ସେମିତି ହିଁ ରହିଥାନ୍ତେ, ତେବେ ତାହାଙ୍କ ବଳିଦାନ ଯଥେଷ୍ଟ ନ ଥିଲା ବୋଲି ଦର୍ଶାଇବ । ଏହାର ଫଳ ସ୍ବରୂପ, ବିଶ୍ବାସୀମାନେ ସେମାନଙ୍କ ପାପରୁ ପାପକ୍ଷମା ପାଇପାରିନଥାନ୍ତେ, ଏବଂ ସେମାନେ ମରିସାରିଲା ପରେ ସେପରି ହିଁ ରହିଥାନ୍ତେ (1କରିନ୍ଥୀୟ 15:16-19) । ଅନନ୍ତ ଜୀବନ ବୋଲି ଏପରି କୌଣସି ବିଷୟ ନ ଥାନ୍ତା (ଯୋହନ 3:16) । “କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଫଳସ୍ବରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି” (1କରିନ୍ଥୀୟ 15:20) ।

ପରିଶେଷରେ, ଶାସ୍ତ୍ର ସ୍ବଷ୍ଟ ଭାବରେ କୁହେ ଯେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି, ସେ ଯେପରି ମୃତ୍ୟୁରୁ ଉଠିଥିଲେ, ସେପରି ସେମାନେ ଉଠି ଅନନ୍ତ ଜୀବନ ପାଇବେ (1କରିନ୍ଥୀୟ 15:20-23) । ଖ୍ରୀଷ୍ଟଙ୍କ ପୁନରୁତ୍ଥାନ କିପରି ପାପ ଉପରେ ଜୟଲାଭ କରେ ଏବଂ ଆମ୍ଭମାନଙ୍କୁ ପାପ ଉପରେ ବିଜୟୀ ହେବାର ଶକ୍ତି ଯୋଗାନ୍ତି ତାହା ପ୍ରଥମ କରିନ୍ଥୀୟ 15 ବର୍ଣ୍ଣନା କରିଥାଏ (1କରିନ୍ଥୀୟ 15:24-34) । ଆମେ ଯେଉଁ ଗୌରବମୟ ପ୍ରକୃତିର ପୁନରୁତ୍ଥିତ ଶରୀର ପାଇବା ସେ ବିଷୟରେ ଏହା ବର୍ଣ୍ଣନା କରେ (1କରିନ୍ଥୀୟ 15:35-49) । ଏହା କୁହେ ଯେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଫଳ ସ୍ବରୂପ, ଯେଉଁ ସମସ୍ତେ ତାହାଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଶେଷରେ ମୃତ୍ୟୁ ଉପରେ ଜୟଲାଭ କରିବେ (1କରିନ୍ଥୀୟ 15:50-58) ।

ପୁନରୁତ୍ଥିତ ଖ୍ରୀଷ୍ଟଙ୍କର କେତେ ଗୌରବମୟ ସତ୍ୟତା ଅଟେ ସତେ! “ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ୍‍ ହୁଅ” (1କରିନ୍ଥୀୟ 15:58) । ବାଇବଲ ଅନୁଯାୟୀ, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଅଧିକ ନିଶ୍ଚିତ ସତ୍ୟ । ବାଇବଲରେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ବିଷୟରେ ଲେଖାଯାଇଛି, 400 ଲୋକରୁ ଅଧିକ ଲୋକ ଏଥିର ସାକ୍ଷ୍ୟ ଦେଇଥିବା ବିଷୟରେ ଏହା ଲେଖେ, ଏବଂ ଯୀଶୁଙ୍କ ପୁନରୁତ୍ଥାନର ଐତିହାସିକ ଘଟନା ଉପରେ ଅତି ଗୁରୁତ୍ବପୂର୍ଣ୍ଣ ଖ୍ରୀଷ୍ଟିୟ ତତ୍ତ୍ବ ଗଠନ କରିବାକୁ ଆଗେଇଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସତ୍ୟ ଅଟେକି?
© Copyright Got Questions Ministries