settings icon
share icon
ପ୍ରଶ୍ନ

ଗର୍ଭପାତ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ବାଇବଲ କେବେ ମଧ୍ୟ ନିର୍ଦ୍ଧିଷ୍ଟ ଭାବେ ଗର୍ଭପାତ ବିଷୟରେ କିଛି କୁହେନାହିଁ । ଅଥଚ, ଶାସ୍ତ୍ରରେ ଅନେକ ସଂଖ୍ୟକ ଶିକ୍ଷା ଅଛି ଯାହା ପ୍ରଚୁର ଭାବେ ସ୍ବଷ୍ଟ କରେ ଯେ, ଗର୍ଭପାତ ବିଷୟରେ ଈଶ୍ବରଙ୍କର ମତ କ'ଣ । ଯିରିମିୟ ୧:୫ ଆମ୍ଭମାନଙ୍କୁ କୁହେ ଯେ ଆମ୍ଭେମାନେ ଗର୍ଭରେ ତିଆରି ହେବା ପୂର୍ବରୁ ଈଶ୍ବର ଆମ୍ଭମାନଙ୍କୁ ଜାଣନ୍ତି । ଗୀତ ୧୩୯:୧୩-୧୬ ଆମ୍ଭମାନଙ୍କ ସୃଷ୍ଟି ଏବଂ ଗର୍ଭରେ ଆମ୍ଭମାନଙ୍କର ଗଠନ ବିଷୟରେ ଈଶ୍ବରଙ୍କର ସକ୍ରିୟ ଭୂମିକା ରହିଛି । ଯାତ୍ରା ୨୧:୨୨-୨୫ରେ ନରହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଯେଉଁ ଦଣ୍ଡ ଅର୍ଥାତ୍ ମୃତ୍ୟୁ ରହିଛି ଗର୍ଭରେ ରହିଥିବା ଏକ ଶିଶୁର ମୃତ୍ୟୁ ଘଟାଉଥିବା ବ୍ୟକ୍ତି ନିମନ୍ତେ ମଧ୍ୟ ସେହି ଦଣ୍ଡର ବର୍ଣ୍ଣନା କରେ । ଏହା ସ୍ବଷ୍ଟ ଭାବରେ ଦର୍ଶାଉଅଛି ଯେ, ଗର୍ଭରେ ଥିବା ଏକ ଶିଶୁକୁ ଈଶ୍ବର ଏକ ପୂର୍ଣ୍ଣ ବୃଦ୍ଧିପ୍ରାପ୍ତ ମନୁଷ୍ୟ ଭାବରେ ବିବେଚନା କରନ୍ତି । ଖ୍ରୀଷ୍ଟିୟାନ ନିମନ୍ତେ, ଏକ ମହିଳା ଗର୍ଭପାତ କରିବାକୁ ଚୟନ କରିବାର ଅଧିକାରର ବିଷୟ ନୁହେଁ । ଏହା ଈଶ୍ବରଙ୍କ ସାଦୃଶ୍ୟରେ ଗଢାଯାଇଥିବା ଏକ ମନୁଷ୍ୟର ଜୀବନ ଓ ମରଣର ଖେଳ ଅଟେ (ଆଦି ୧:୨୬-୨୭; ୯:୬) ।

ଗର୍ଭପାତ ଉପରେ ଖ୍ରୀଷ୍ଟିୟାନର ଦୃଷ୍ଟିକୋଣ ବିରୁଦ୍ଧରେ ସର୍ବଦା ଉତ୍ଥିତ ଯୁକ୍ତି ହେଲା ? "ଦୁଷ୍କର୍ମ (ଧର୍ଷଣ) ଏବଂ/କିମ୍ବା ନିକଟ ଜ୍ଞାତି ଯୌନ ସମ୍ପର୍କ ବିଷୟରେ କ'ଣ କୁହାଯିବ?" ଧର୍ଷଣ ଏବଂ/କିମ୍ବା ଜ୍ଞାତି ଯୌନ ସମ୍ପର୍କର ଫଳରୁ ଗର୍ଭବତୀ ହେଉଥିବା ଭୟଙ୍କରତା ବିଷୟରେ ଏକ ଶିଶୁର ହତ୍ୟା କ'ଣ ତା'ର ଉତ୍ତର? ଦୁଇଗୋଟି ଭୁଲ୍ ବିଷୟରୁ ଗୋଟିଏ ଠିକ୍ ବିଷୟ ହୁଏନାହିଁ । ଧର୍ଷଣ କିମ୍ବା ଜ୍ଞାତି ସମ୍ପର୍କରୁ ଜନ୍ମ ନେଉଥିବା ପିଲାକୁ ଏକ ପ୍ରେମିକ ପରିବାରକୁ ପୋଷ୍ୟ ସନ୍ତାନ ଭାବରେ ଦିଆଯିବା ଉଚିତ୍ ଯେଉଁମାନଙ୍କର ନିଜର ସନ୍ତାନ ନାହିଁ କିମ୍ବା ସେହି ପିଲାକୁ ଏହାର ମା ଦ୍ବାରା ଲାଳନପାଳନ କରାଯାଇପାରିବ । ପୁନଶ୍ଚ, ଶିଶୁଟି ସମ୍ପୂର୍ଣ୍ଣରୂପେ ନିର୍ଦ୍ଦୋଷ ଅଟେ ଏବଂ ପିତାଙ୍କ ମନ୍ଦ କାର୍ଯ୍ୟ ଯୋଗୁଁ ଦଣ୍ଡପ୍ରାପ୍ତ ହେବା ଉଚିତ୍ ନୁହେଁ ।

ଗର୍ଭପାତ ବିଷୟ ଉପରେ ଖ୍ରୀଷ୍ଟିୟାନ ମନୋଭାବ ବିରୁଦ୍ଧରେ ଉଠୁଥିବା ଆଉ ଏକ ଯୁକ୍ତି ହେଉଛି "ଯଦି ମା'ର ଜୀବନ ବିପଦପୂର୍ଣ୍ଣ ଅଟେ ତେବେ ଗର୍ଭପାତ କରାଯିବ ନା ନାହିଁ?" ସଚ୍ଚୋଟ ଭାବରେ କହିବାକୁ ଗଲେ, ଗର୍ଭପାତ ବିଷୟରେ ଉତ୍ତର ଦେବା ନିମନ୍ତେ ଏହା ହେଉଛି ସବୁଠାରୁ ଅଧିକ କଷ୍ଟକର ପ୍ରଶ୍ନ । ପ୍ରଥମ, ଆସୁ, ଆମେ ସ୍ମରଣ କରିବା ଯେ ଜଗତରେ ଆଜିକାଲିକା ଘଟୁଥିବା ଗର୍ଭପାତର ଶତକଡା ଏକ ଭାଗର ଦଶ ଭାଗରୁ ଏକ ଭାଗ କ୍ଷେତ୍ରରେ ଏହି କାରଣ ରହିଛି । ଯେଉଁ ମହିଳାମାନେ ସେମାନଙ୍କ ଜୀବନ ବଞ୍ଚାଇବା ନିମନ୍ତେ ଗର୍ଭପାତ ହୁଅନ୍ତି, ସେମାନଙ୍କଠାରୁ ଯଥେଷ୍ଟ ସଂଖ୍ୟକ ମହିଳାମାନେ ସେମାନଙ୍କ ସୁବିଧା ପାଇଁ ହିଁ ଗର୍ଭପାତ କରିଥାନ୍ତି । ଦ୍ବିତୀୟତଃ, ଆସୁ, ଆମେ ସ୍ମରଣ କରୁ ଯେ, ଈଶ୍ବର ଆଶ୍ଚର୍ଯ୍ୟକର୍ମର ଈଶ୍ବର । ଏହା ବିରୁଦ୍ଧରେ ସମସ୍ତ ଡାକ୍ତରୀ ସମ୍ଭାବନା ସତ୍ତ୍ବେ ସେ ଏକ ଶିଶୁ ଓ ମା'ର ଜୀବନ ରକ୍ଷା କରିପାରନ୍ତି । ପରିଶେଷରେ, ଏହି ପ୍ରଶ୍ନ କେବଳ ସ୍ବାମୀ, ସ୍ତ୍ରୀ ଏବଂ ଈଶ୍ବରଙ୍କ ମଧ୍ୟରେ ହିଁ ନିଷ୍ପତ୍ତି ନିଆଯିବା ଉଚିତ୍ । ଏପରି ଅତି କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ଯେକୌଣସି ସ୍ବାମୀ ସ୍ତ୍ରୀ ପ୍ରଭୁଙ୍କୁ ବୁଦ୍ଧି ନିମନ୍ତେ ପ୍ରାର୍ଥନା କରିବା ଉଚିତ୍ (ଯାକୁବ ୧:୫) ଯେପରି ସେମାନେ ସେ ବିଷୟରେ କ'ଣ କରିବା ଉଚିତ୍ ହେବ ।

ଆଜି ଶତକଡା ୯୫ ଭାଗରୁ ଅଧିକ ଗର୍ଭପାତ ଘଟୁଛି ସେଇଥିପାଇଁ କାରଣ ସ୍ତ୍ରୀମାନେ ଏକ ଶିଶୁକୁ ଜନ୍ମ ଦେବାକୁ ଚାହାନ୍ତି ନାହିଁ । ଶତକଡା ୫ ଭାଗରୁ କମ୍ ଗର୍ଭପାତ ଧର୍ଷଣ, ଜ୍ଞାତି ଯୌନ ସମ୍ପର୍କ କିମ୍ବା ମା'ର ସ୍ବାସ୍ଥ୍ୟ ସମାସ୍ୟାର ଭୟ ଯୋଗୁଁ କରାଯାଇଥାଏ । ଏପରିକି ସେହି ଶତକଡା ୫ ଗର୍ଭପାତ କ୍ଷେତ୍ରରେ ମଧ୍ୟ ଗର୍ଭପାତ ପ୍ରଥମ ବିକଳ୍ପ ହେବା ଉଚିତ୍ ନୁହେଁ । ଗର୍ଭରେ ଥିବା ଏକ ମାନବର ମୂଲ୍ୟ ହେଉଛି ସେହି ଶିଶୁ ଜନ୍ମ ହେବାରେ ଅନୁମତି ଦେବା ।

ଯେଉଁମାନେ ଗର୍ଭପାତ ହୋଇଛନ୍ତି, ସେମାନେ ସ୍ମରଣ ରଖନ୍ତୁ ଯେ ଗର୍ଭପାତଜନିତ ପାପ ଅନ୍ୟ କୌଣସି ପାପଠାରୁ କୌଣସି ଗୁଣରେ କମ୍ କ୍ଷମଣୀୟ ନୁହେଁ । ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା, ସମସ୍ତ ପାପ କ୍ଷମା ହେବ (ଯୋହନ ୩:୧୬; ରୋମୀୟ ୮:୧; କଲସୀୟ ୧:୧୪) । ଗର୍ଭପାତ ହୋଇଥିବା ଜଣେ ମହିଳା, ଗର୍ଭପାତକୁ ଉତ୍ସାହିତ କରାଇଥିବା ଜଣେ ପୁରୁଷ, କିମ୍ବା ଏପରିକି ଗର୍ଭପାତ କରାଇଥିବା ଡାକ୍ତର ସମସ୍ତେ କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା କ୍ଷମାପ୍ରାପ୍ତ ହେବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଗର୍ଭପାତ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries