settings icon
share icon
ପ୍ରଶ୍ନ

ମୃତ୍ୟୁ ପରେ କଅଣ ହୁଏ?

ଉତ୍ତର


ମୃତ୍ୟୁ ପରେ କଅଣ ହୁଏ, ଏ ସମ୍ପର୍କରେ ଖ୍ରୀଷ୍ଟିଆନ ବିଶ୍ଵାସ ମଧ୍ୟରେ ଅନେକ ମତଭେଦ ରହିଅଛି I କେତକ ଏହି ମତ ରଖନ୍ତି ଯେ ମୃତ୍ୟୁ ପରେ, ଅନ୍ତିମ ବିଚାର ପର୍ଯ୍ୟନ୍ତ ସମସ୍ତେ “ନିଦ୍ରା” ଯାଆନ୍ତି, ତତ୍ପରେ ସେମାନଙ୍କ ଗନ୍ତବ୍ୟ ସ୍ଥାନ ସ୍ଵର୍ଗ ବା ନର୍କକୁ ପଠା ଜୀବ I ଆଉ କେତେକ ବିଶ୍ଵାସ କରନ୍ତି ଯେ ମୃତ୍ୟୁ ସମୟରେ ହିଁ ଲୋକମାନେ ବିଚାରିତ ହୁଅନ୍ତି ଏବଂ ସେମାନଙ୍କ ଅନନ୍ତକାଳୀନ ଗନ୍ତବ୍ୟ ସ୍ଥାନକୁ ପଠାଯାନ୍ତି I ଅନ୍ୟମାନେ ଦାବି କରନ୍ତି ଯେ ଯେତେବେଳେ ଲୋକେ ମୃତ୍ୟୁବରଣ କରନ୍ତି, ସେମାନଙ୍କ ଆତ୍ମାକୁ “ଅସ୍ଥାୟୀ” ସ୍ଵର୍ଗ ବା ନର୍କକୁ ପଠା ଯାଏ ଯେଉଁଠାରେ ସେମାନେ ଅନ୍ତିମ ପୁନରୁଥାନ, ଅନ୍ତିମ ବିଚାର ଏବଂ ସେମାନଙ୍କ ଅନନ୍ତକାଳୀନ ଗନ୍ତବ୍ୟ ସ୍ଥାନ ପାଇଁ ଅପେକ୍ଷା କରନ୍ତି I ତେବେ ମୃତ୍ୟୁ ଉତ୍ତାରେ ପ୍ରକୃତରେ କଅଣ ହୁଏ ବୋଲି ବାଇବଲ କହେ I

ପ୍ରଥମତଃ, ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନଙ୍କ ପାଇଁ, ବାଇବଲ ଆମକୁ କହେ ଯେ ମୃତ୍ୟୁ ଉତ୍ତାରେ ବିଶ୍ଵାସୀଙ୍କ ଆତ୍ମା ସ୍ଵର୍ଗ କୁ ଯାଏ, କାରଣ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସେମାନଙ୍କ ପାପ କ୍ଷମା କରାଯାଇଅଛି (ଯୋହନ ୩:୧୬, ୧୮, ୩୬) I କାରଣ ବିଶ୍ଵାସୀଙ୍କ ପାଇଁ ମୃତ୍ୟୁ ହେଉଛି “ଇହୋଲକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବା ” (୨ କରନ୍ଥୀୟ ୫:୬-୮; ଫିଲିପୀୟ ୧:୨୩) I ୧ କରନ୍ଥୀୟ ଓ ୧ ଥେସଲନୀକୀୟ ୪:୧୩-୧୭ ବର୍ଣ୍ଣନା କରେ ଯେ ବିଶ୍ଵାସୀମାନେ ପୁନରୁଥିତ ହୁଅନ୍ତି ଓ ସେମାନଙ୍କୁ ଗୌରବମୟ ଶରୀର ପ୍ରଦତ୍ତ ହୁଏ I ଯଦି ମୃତ୍ୟୁ ଉତ୍ତାରେ ତତକ୍ଷଣାତ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ନିକଟକୁ ଯିବେ, ତେବେ ଏହି ପୁନରୁଥାନର ଉଦ୍ଦେଶ୍ୟ କଅଣ? ଏହିପରି ଜଣା ପଡ଼େ, ଯେବେ ବିଶ୍ଵାସୀମାନଙ୍କ ଆତ୍ମା ମୃତ୍ୟୁ ଉତ୍ତାରେ ଖ୍ରୀଷ୍ଟଙ୍କ ସହ ବାସ କରିବାକୁ ଯାଏ, ସେମାନଙ୍କ ଭୌତିକ ଶରୀର କବରରେ “ନିଦ୍ରାପ୍ରାପ୍ତ” ହୋଇ ରହିଥାଏ I ବିଶ୍ଵାସୀଙ୍କ ପୁନରୁଥାନରେ, ଭୌତିକ ଶରୀର ପୁନରୁଥିତ ଓ ଗୌରବାନ୍ଵିତ ହୁଏ, ଏବଂ ଆତ୍ମା ସହ ପୁନର୍ମିଳିତ ହୁଏ I ଏହି ଗୌରବାନ୍ଵିତ ଓ ପୁନର୍ମିଳିତ ହୋଇଥିବା ଶରୀର-ପ୍ରାଣ-ଆତ୍ମା, ନୂତନ ସ୍ଵର୍ଗ ଓ ନୂତନ ପୃଥିବୀରେ ଅନନ୍ତକାଳ ପାଇଁ ବିଶ୍ଵାସୀମାନଙ୍କ ଧନ ହେବ (ପ୍ରକାଶିତ ୨୨:୨୨) I

ଦ୍ଵିତୀୟତଃ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତାରୂପେ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ପାଇଁ ମୃତ୍ୟୁ ଅର୍ଥାତ୍ ଅନନ୍ତକାଳୀନ ଦଣ୍ଡ ରହିଅଛି I ତଥାପି, ବିଶ୍ଵାସୀଙ୍କ ଗନ୍ତବ୍ୟ ସ୍ଥାନ ପରି, ଅବିଶ୍ଵାସୀମାନେ ସୁଧା ଅସ୍ଥାୟୀ ଭାବରେ ଏକ ସ୍ଥାନକୁ ତତକ୍ଷଣାତ ପ୍ରେରିତ ହେବେ ଯେଉଁଠାରେ ସେମାନେ ଅନ୍ତିମ ପୁନରୁଥାନ, ବିଚାର ଓ ଅନନ୍ତକାଳୀନ ଗନ୍ତବ୍ୟ ସ୍ଥାନର ଅପେକ୍ଷା କରିବେ I ଲୂକ ୧୬:୨୨-୨୩ ବର୍ଣ୍ଣନା କରେ ଯେ ମୃତ୍ୟୁ ଉତ୍ତାରେ ଧନୀ ବ୍ୟକ୍ତି ଯନ୍ତ୍ରଣା ଭୋଗ କରୁଥିଲା I ପ୍ରକାଶିତ ୨୦:୧୧-୧୫ ବର୍ଣ୍ଣନା କରେ ଯେ ସମସ୍ତ ଅବିଶ୍ଵାସୀ ମୃତ ଲୋକମାନେ ପୁନରୁଥିତ ହେବେ, ସେମାନେ ଶ୍ଵେତ ସିଂହାସନ ସମ୍ମୁଖରେ ବିଚାରିତ ହେବେ ଓ ତତ୍ପରେ, ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବେ I ତେବେ, ଅବିଶ୍ଵାସୀମାନେ ମୃତ୍ୟୁର ତତକ୍ଷଣାତ ନର୍କକୁ (ଅଗ୍ନିମୟ ହ୍ରଦକୁ) ପ୍ରେରିତ ହୁଅନ୍ତି ନାହିଁ, କିନ୍ତୁ ଅସ୍ଥାୟୀ ଦୋଷିତ ଓ ଦଣ୍ଡର ସ୍ଥାନରେ ରହିଥାନ୍ତି I ଯଦିଓ, ଅବିଶ୍ଵାସୀମାନେ ତତକ୍ଷଣାତ ଅଗ୍ନିମୟ ହ୍ରଦକୁ ପ୍ରେରିତ ହୁଅନ୍ତି ନାହିଁ, ମୃତ୍ୟୁ ଉତ୍ତାରେ ସେମାନଙ୍କ ତତକ୍ଷଣାତ ପରିସ୍ଥିତି ସନ୍ତୋଷଜନକ ନୁହେଁ, ଧନୀବ୍ୟକ୍ତି ଜଣକ ଚିତ୍କାର କରି କହିବାକୁ ଲାଗିଲା, “ମୁଁ ଏହି ନିଆଁରେ କଲବଲ ହେଉଅଛି” (ଲୂକ ୧୬:୨୪) I

ତେଣୁ ମୃତ୍ୟୁ ଉତ୍ତାରେ, ଜଣେ ବ୍ୟକ୍ତି “ଅସ୍ଥାୟୀ” ସ୍ଵର୍ଗ ଅବା ନର୍କରେ ରହିଥାଏ I ଏହି ଅସ୍ଥାୟୀ ସ୍ଥାନ ଉତ୍ତାରେ, ଅନ୍ତିମ ପୁନରୁଥାନରେ, ସେହି ବ୍ୟକ୍ତିର ଅନନ୍ତକାଳୀନ ସ୍ଥାନ ପରିବର୍ତ୍ତନ ହୁଏ ନାହିଁ I ପ୍ରକୃତ ଗନ୍ତବ୍ୟ “ସ୍ଥାନ” ପରିବର୍ତ୍ତନ ହୋଇଥାଏ । ଶେଷରେ, ବିଶ୍ଵାସୀମାନଙ୍କୁ ନୂତନ ସ୍ଵର୍ଗ ଓ ନୂତନ ପୃଥିବୀରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ (ପ୍ରକାଶିତ ୨୧:୧) I ଅବିଶ୍ଵାସୀମାନେ ଶେଷରେ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବେ (ପ୍ରକାଶିତ ୨୦:୧୧-୧୫) I ଏହା ହେଉଛି ସମସ୍ତ ଲୋକଙ୍କ ପାଇଁ ଅନ୍ତିମ ଓ ଅନନ୍ତକାଳୀନ ସ୍ଥାନ – ସେମାନେ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତାରୂପେ ବିଶ୍ଵାସ କରିଅଛନ୍ତି ନା ନାହିଁ ଏହାର ଆଧାରରେ ହିଁ ନିର୍ଦ୍ଧାରିତ ହେବ (ମାଥିଉ ୨୫:୪୬; ଯୋହନ ୩:୩୬) I

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ମୃତ୍ୟୁ ପରେ କଅଣ ହୁଏ?
© Copyright Got Questions Ministries