settings icon
share icon
ପ୍ରଶ୍ନ

ପୃଥିବୀର ବୟସ କେତେ? ପୃଥିବୀ କେତେ ବର୍ଷ ପୁରୁଣା?

ଉତ୍ତର


ବାଇବଲରେ ଦିଆଯାଇଥିବା ଘଟନା ଅନୁସାରେ, ଆମ୍ଭମାନଙ୍କ ଗ୍ରହ ପୃଥିବୀର ସ୍ଥିତିର ଷଷ୍ଠ ଦିନରେ ଆଦମ ନିର୍ମିତ ହୋଇଥିଲେ, ଆମେ ଏକ ବାଇବଲ-ପର୍ଯ୍ୟବେସିତ ପୃଥିବୀର ଆନୁମାନିକ ବୟସ ମାନବ ଜାତିର ବଂଶାନୁଗତ ସବିଶେଷ ବିବରଣୀ ଦେଖି ନିର୍ଦ୍ଧାରଣ କରିପାରିବା । ମନରେ ପୋଷଣ କରାଯାଇଛି ଯେ, ଆଦିପୁସ୍ତକରେ ଥିବା ବିବରଣୀ ସଠିକ୍ ଅଟେ, ଏବଂ ଷଷ୍ଠ ଦିବସ ସୃଷ୍ଟି ବିବରଣୀ ଆକ୍ଷରିକ ଭାବେ ୨୪ ଘଣ୍ଟା ଅଟେ, ଏବଂ ଆଦିପୁସ୍ତକରେ ବଂଶାବଳୀରେ କୌଣସି ଏକାଧିକ ଅର୍ଥ ପ୍ରକାଶ କରୁଥିବା ବ୍ୟବଧାନ ନାହିଁ ।

ଆଦି ପୁସ୍ତକ ୫ ଏବଂ ୧୧ ପର୍ବରେ ଥିବା ବଂଶାବଳୀ ଆଦମଙ୍କଠାରୁ ଅବ୍ରହାମଙ୍କ ପର୍ଯ୍ୟନ୍ତ ଏକ ଆନୁକ୍ରମିକ ପୈତୃକ ବଂଶରେ ପ୍ରତ୍ୟେକେ ପରବର୍ତ୍ତୀ ବଂଶାବଳୀର ପିତା ହୋଇଥିଲ । ଅବ୍ରହାମ ବଂଶାନୁକ୍ରମିକ ଭାବେ ଏବଂ ଆଦିପୁସ୍ତକ ୫ ଓ ୧୧ ପର୍ବରେ ଦତ୍ତ ବୟସ ସହ ଯୋଡିଲେ ଅବ୍ରହାମ ଇତିହାସର କେଉଁଠି ରୁହନ୍ତୁ ତାହା ନିର୍ଦ୍ଧାରଣ କଲେ ସ୍ବଷ୍ଟ ହୋଇଯାଏ ଯେ ପୃଥିବୀର ବୟସ ଯେ, ଅଳ୍ପ କିଛି ଶହ ଏପଟ ବା ସେପଟ ହୋଇ ଏହା ଆନୁମାନିକ ୬୦୦୦ ବର୍ଷର ହୋଇଥିବା ବାଇବଲ ଶିକ୍ଷା ଦିଏ ।

ଅଧିକାଂଶ ବୈଜ୍ଞାନିକଙ୍କ ଦ୍ବାରା ଗ୍ରହଣୀୟ ଏବଂ ଆମ୍ଭମାନଙ୍କର ଅଧିକାଂଶ ଶିକ୍ଷା ଅନୁଷ୍ଠାନରେ ଦିଆଯାଉଥିବା ଶିକ୍ଷାନୁସାରେ ପୃଥିବୀର ବୟସ ଯେ କୋଟି କୋଟି ବର୍ଷ ସେ ବିଷୟରେ କ'ଣ? ଏହି ବୟସ ମୁଖ୍ୟତଃ ଦୁଇଗୋଟି ସମୟ ଗଣନା କୌଶଳରୁ ଆନୀତ : ରେଡିଓମେଟ୍ରିକ୍ ସମୟ ଗଣନା ଏବଂ ଜିଓଲୋଜିକାଲ୍ ସମୟ ପରିମାପ । ଯେଉଁ ବୈଜ୍ଞାନିକମାନେ ପୃଥିବୀର ବୟସ ପ୍ରାୟ ୬୦୦୦ ବର୍ଷ ବୋଲି କହି ଏକ ତରୁଣ ପୃଥିବୀ ମତବାଦ ସପକ୍ଷରେ ଅଛନ୍ତି, ସେମାନେ ଜିଦ୍ ଧରି ବସିଛନ୍ତି ଯେ, ଏହି ରେଡିଓମେଟ୍ରିକ୍ ସମୟ ଗଣନାରେ ଏକ ତ୍ରୁଟି ରହିଛି ଏବଂ ଏହି ତ୍ରୁଟି ହେଉଛି ଯେ, ଏହା ଅନେକ ପ୍ରର୍ଯ୍ୟାୟର ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବେସିତ, ଯେତେବେଳେ କି ଜିଓଲୋଜିକାଲ୍ ସମୟ ପରିମାପରେ ଏକ ତ୍ରୁଟି ରହିଛି ଯାହା ହେଉଛି ଯେ, ଏହା ବର୍ତ୍ତୁଳ ବୁଦ୍ଧି ବିଚାରକୁ ଉପଯୋଗ କରେ । ଅଧିକନ୍ତୁ, ସେମାନେ ପୁରାତନ ପୃଥିବୀ କିମ୍ବଦନ୍ତୀର ଅତିରଞ୍ଜିତ ବିଷୟକୁ ସୂଚିତ କରନ୍ତି, ଯେପରି ଏକ ସୁବିଦିତ ଭ୍ରାନ୍ତ ଧାରଣ ରହିଛି ଯେ, ହୀରା, କୋଇଲା, ତୈଳ, ଗୁମ୍ଫା ଛାତ ଇତ୍ୟାଦିରୁ ତଳକୁ ଝୁଲି ରହିଥିବା କ୍ୟାଲସିୟମ୍ କାର୍ବନେଟ୍ ଖଣ୍ଡ, ଗୁମ୍ଫା ଚଟାଣରୁ ଉଠିଥିବା କ୍ୟାଲସିୟମ୍ ଖଣ୍ଡ ଇତ୍ୟାଦିର ସ୍ତର ବିନ୍ୟାସ, ପ୍ରସ୍ତରୀଭୂତ ଦେହାବଶେଷ ଏବଂ ଗଠନ ହେବା ନିମନ୍ତେ ଦୀର୍ଘ ସମୟ ନେଇଥାଏ । ପରିଶେଷରେ, ତରୁଣ ପୃଥିବୀ ମତବାଦର ସମର୍ଥକମାନେ ସେମାନେ ମିଥ୍ୟା ବୋଲି ପ୍ରଚାର କରୁଥିବା ପୁରାତନ ପୃଥିବୀ ପ୍ରମାଣଗୁଡିକ ସ୍ଥାନରେ ଏକ ତରୁଣ ପୃଥିବୀର ବୟସ ନିମନ୍ତେ ଥିବା ସାକାରାତ୍ମକ ପ୍ରମାଣଗୁଡିକ ଉପସ୍ଥାପିତ କରିଥାନ୍ତି । ତରୁଣ ପୃଥିବୀ ମତବାଦୀ ବୈଜ୍ଞାନିକମାନେ ସ୍ବୀକାର କରନ୍ତି ଯେ, ସେମାନଙ୍କ ସଂଖ୍ୟା ବର୍ତ୍ତମାନ ପୃଥିବୀରେ ହ୍ରାସ ପାଇଛି କିନ୍ତୁ ସେମାନେ ଜିଦ୍ ଧରି ବସନ୍ତି ଯେ, ଯେତେବେଳେ ଅଧିକରୁ ଅଧିକ ବୈଜ୍ଞାନିକ ଏ ବିଷୟକୁ ପୁନଃପୁନଃ ପରୀକ୍ଷା କରନ୍ତି ଏବଂ ଅଧୁନା ଗ୍ରହଣୀୟ ଥିବା ପୁରାତନ ପୃଥିବୀ ନମୁନାକୁ ଅତି ନିକଟରୁ ଦେଖିବେ ସେମାନଙ୍କ ସ୍ଥାନ ସମୟ ସ୍ରୋତରେ ବୃଦ୍ଧିପାଇବ ।

ପରିଶେଷରେ, ପୃଥିବୀର ବୟସକୁ ପ୍ରମାଣ କରାଯାଇପାରିବନାହିଁ । ଏହା ୬୦୦୦ ବର୍ଷର କିମ୍ବା କୋଟି କୋଟି ବର୍ଷର ପୃଥିବୀ ହେଉଥାଉନା କାହିଁକି ଉଭୟ ମତବାଦ (ଏବଂ ଏହା ମଧ୍ୟରେ ଥିବା ପ୍ରତ୍ୟେକ ବିଷୟ) ବିଶ୍ବାସ ଏବଂ ବଦ୍ଧମୂଳ ଧାରଣା ଉପରେ ପର୍ଯ୍ୟବେସିତ । ଯେଉଁମାନେ କୋଟି କୋଟି ବର୍ଷର ପୃଥିବୀ ମତବାଦରେ ବିଶ୍ବାସ କରନ୍ତି ସେମାନେ ବିଶ୍ବାସ କରନ୍ତି ଯେ, ରେଡିଓମେଟ୍ରିକ୍ ସମୟଗଣନା ପରି ପଦ୍ଧତିଗୁଡିକ ବିଶ୍ବାସଯୋଗ୍ୟ ଏବଂ ରେଡିଓ-ଆଇସୋଟୋପର ସାଧାରଣ କ୍ଷୟକୁ ପ୍ରତିଘାତ କରାଇଥିବା ଭଳି କୌଣସି ବିଷୟ ଇତିହାସରେ ଘଟିନାହିଁ । ଯେଉଁମାନେ ୬୦୦୦ ବର୍ଷର ପୃଥିବୀ ମତବାଦରେ ବିଶ୍ବାସ ରଖନ୍ତି, ବାଇବଲ ସତ୍ୟ ଅଟେ ଏବଂ ଏବଂ ଅନ୍ୟ କାରକଗୁଡିକ ପୃଥିବୀର "ସ୍ବଷ୍ଟ" ବୟସ ବର୍ଣ୍ଣନା କରେ, ଯେପରିକି ପୃଥିବୀ ବ୍ୟାପୀ ହୋଇଥିବା ଜଳ ପ୍ଳାବନ, କିମ୍ବା ବିଶ୍ବବ୍ରହ୍ମାଣ୍ଡଙ୍କୁ ଈଶ୍ବର ଏପରି ଏକ ଅବସ୍ଥାରେ ସୃଷ୍ଟି କରିବା ବିଷୟ ଯାହା ଈଶ୍ବରଙ୍କ ସୃଷ୍ଟି ଏହାକୁ ଏକ ଅତି ପୁରାତନ ଯୁଗରୁ ସୃଷ୍ଟି କରିଥିବା ପରି "ଜଣାପଡେ" । ଏକ ଉଦାହରଣ ହେଉଛି, ଈଶ୍ବର ଆଦମ ଏବଂ ହବାଙ୍କୁ ପୂର୍ଣ୍ଣ ବୃଦ୍ଧିପ୍ରାପ୍ତ ମନୁଷ୍ୟ ଭାବରେ ନିର୍ମାଣ କଲେ । ଯଦି ଏକ ଡାକ୍ତର ଆଦମ ଏବଂ ହବାଙ୍କୁ ସେମାନଙ୍କୁ ନିର୍ମାଣ କରାଯିବା ଦିନ ହିଁ ପରୀକ୍ଷା କରିଥାନ୍ତେ, ତେବେ ଡାକ୍ତର ଜଣକ ସେମାନଙ୍କ ବୟସକୁ ୨୦ ବର୍ଷ (କିମ୍ବା ସେମାନେ ସେହି ସମୟରେ ଯେତେ ବୟସର ଦେଖାଯାଉଥିଲେ) ବୋଲି କହିଥାନ୍ତେ, ଯେତେବେଳେ କି ପ୍ରକୃତରେ ଡାକ୍ତର ସେମାନଙ୍କୁ ପରୀକ୍ଷା କଲା ସମୟରେ ସେମାନେ ଏକ ଦିନରୁ ମଧ୍ୟ କମ୍ ବୟସର ଥିଲେ । ଘଟନା ଯାହା ହେଉନା କାହିଁକି, ଏକ ବିବର୍ତ୍ତନବାଦର ତାଲିକା ପ୍ରକାଶ କରୁଥିବା ଈଶ୍ବର-ସ୍ଥିତି ସନ୍ଦେହୀ ବୈଜ୍ଞାନିକମାନଙ୍କ ବାକ୍ୟଗୁଡିକ ଅପେକ୍ଷା ସର୍ବଦା ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କରିବାର ଏକ ଉତ୍ତମ କାରଣ ରହିଛି ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପୃଥିବୀର ବୟସ କେତେ? ପୃଥିବୀ କେତେ ବର୍ଷ ପୁରୁଣା?
© Copyright Got Questions Ministries