ପ୍ରଶ୍ନ
ଅବିଜ୍ଞେୟବାଦ କ'ଣ?
ଉତ୍ତର
ଅବିଜ୍ଞେୟବାଦ ହେଉଛି ଏକ ମତବାଦ ଯାହା କୁହେ ଯେ, ଈଶ୍ବରଙ୍କ ଅସ୍ତିତ୍ବ ଜାଣିବା ବା ପ୍ରମାଣ କରିବା ସମ୍ଭବ ନୁହେଁ । "agnostic" [ଆଗନୋଷ୍ଟିକ୍]ଶବ୍ଦଟି ମୂଳତଃ "ଅଜ୍ଞତା" [without knowledge] ବୁଝାଏ । ଅବିଜ୍ଞେୟବାଦ ହେଉଛି ଅବିନଶ୍ବରବାଦର ଅଧିକ ବୁଦ୍ଧିସମ୍ପନ୍ନ ପ୍ରତାରଣାରୁ ମୁକ୍ତ ଏକ ପ୍ରକାର । ଅବିନଶ୍ବରବାଦ ଦାବୀ କରେ ଯେ ଈଶ୍ବର ନାହାନ୍ତି ଯାହା ପ୍ରମାଣକରାଯାଇପାରୁନଥିବା ଏକ ସ୍ଥିତି । ଅବିଜ୍ଞେୟବାଦ ଯୁକ୍ତି କରେ ଯେ ଈଶ୍ବରଙ୍କ ସ୍ଥିତିକୁ ପ୍ରମାଣ କରାଯାଇପାରିବ ନାହିଁ କିମ୍ବା ଈଶ୍ବର ନାହାନ୍ତି ବୋଲି ମଧ୍ୟ ପ୍ରମାଣ କରାଯାଇପାରିବନାହିଁ , ତାହା ହେଉଛି ଈଶ୍ବର ଅଛିନ୍ତି ବୋଲି କିମ୍ବା ଈଶ୍ବର ନାହାନ୍ତି ବୋଲି ଜାଣିବା ଅସମ୍ଭବ । ଏହିପରି ଭାବରେ, ଅବିଜ୍ଞେୟବାଦ ସଠିକ୍ ଅଟେ । ଈଶ୍ବରଙ୍କ ଅସ୍ତିତ୍ବକୁ ପରୀକ୍ଷାସିଦ୍ଧ ଭାବରେ ପ୍ରମାଣ କରାଯାଇପାରିବ ନାହିଁ କିମ୍ବା ପ୍ରମାଣହୀନ କରାଯାଇପାରିବନାହିଁ ।
ବାଇବଲ ଆମ୍ଭମାନଙ୍କୁ କୁହେ ଯେ, ଈଶ୍ବର ଅଛନ୍ତି ବୋଲି ଆମେ ବିଶ୍ବାସରେ ଗ୍ରହଣ କରିବାକୁ ପଡିବ । ଏବ୍ରୀ ୧୧:୬ କୁହେ, "ଆଉ ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ବେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାକ୍ନ ଛାମୁକୁ ଆସିବା ଲୋକର ବିଶ୍ବାସ କରିବା ଆବଶ୍ୟକ ।" ଈଶ୍ବର ଆତ୍ମା ଅଟନ୍ତି (ଯୋହନ ୪:୨୪) ତେଣୁ ତାଙ୍କୁ ଦେଖିହେବନାହିଁ କିମ୍ବା ସ୍ବର୍ଶ୍ବ କରିହେବନାହିଁ । ଈଶ୍ବର ଆପଣାକୁ ପ୍ରକାଶ ନ କଲେ, ସେ ଆମ୍ଭମାନଙ୍କର ଇନ୍ଦ୍ରିୟଗୁଡିକ ଦ୍ବାରା ଅଦୃଷ୍ଟ ଅଟନ୍ତି (ରୋମୀୟ ୧:୨୦) । ବାଇବଲ ଘୋଷଣା କରେ ଯେ, ଈଶ୍ବରଙ୍କ ସ୍ଥିତି ବିଶ୍ବ ବ୍ରହ୍ମାଣ୍ଡରେ ସ୍ବଷ୍ଟ ଭାବେ ଦେଖାଯାଇପାରିବ (ଗୀତ ୧୯:୧-୪), ପ୍ରକୃତିରେ ତାଙ୍କ ସ୍ଥିତିର ବୋଧ ପାଇହେବ (ରୋମୀୟ ୧:୧୮-୨୨), ଏବଂ ଆମ୍ଭମାନଙ୍କ ନିଜ ଅନ୍ତରରେ ନିଶ୍ଚିତ ବୋଧ କରାଯାଇପାରିବ (ଉପଦେଶକ ୩:୧୧) ।
ଅବିଜ୍ଞେୟବାଦୀମାନେ ଈଶ୍ବରଙ୍କ ସ୍ଥିତି ସପକ୍ଷରେ କିମ୍ବା ବିପକ୍ଷରେ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଅନିଛୁକ ଅଟନ୍ତି । ଏହା ଚରମ "ଉଭୟ ପକ୍ଷକୁ ସମର୍ଥନ" ସ୍ଥିତି ଅଟେ । ଆସ୍ତିକମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ଅଛନ୍ତି । ନାସ୍ତିକମାନେ ବିଶ୍ବାସ କରନ୍ତି ଯେ, ଈଶ୍ବର ନାହାନ୍ତି । ଅବିଜ୍ଞେୟବାଦୀମାନେ ବିଶ୍ବାସ କରନ୍ତି ଯେ, ଆମେ ଈଶ୍ବରଙ୍କ ସ୍ଥିତିରେ ବିଶ୍ବାସ କିମ୍ବା ଅବିଶ୍ବାସ କରିବା ଅନୁଚିତ, କାରଣ ଏହି ଉଭୟକୁ ଜାଣିବା ସମ୍ଭବ ନୁହେଁ ।
ତର୍କ ଦୃଷ୍ଟିରୁ, ଆସନ୍ତୁ ଈଶ୍ବରଙ୍କ ସ୍ଥିତିର ସ୍ବଷ୍ଟ ଏବଂ ଅସ୍ବୀକୃତ ପ୍ରମାଣଗୁଡିକୁ ବାହାର କରିଦେଉ । ଯଦି ଆମେ ଆସ୍ତିକବାଦ ଏବଂ ଅବିଜ୍ଞେୟବାଦକୁ ସମାନ ଦୂରତ୍ବରେ ରଖିବା, ତେବେ ମୃତ୍ୟୁପରେ ଜୀବନର ସମ୍ଭାବନା ବିଷୟରେ ବିଶ୍ବାସ କରିବା ନିମନ୍ତେ କେଉଁ ବିଷୟର ଅଧିକ "ଯୁକ୍ତିସିଦ୍ଧତା" ଅଛି? ଯଦି ଈଶ୍ବର ନାହାନ୍ତି, ନାସ୍ତିକ ଓ ଅବିଜ୍ଞେୟବାଦୀମାନେ ଯେତେବେଳେ ମରନ୍ତି, ସେମାନେ ସମାନ ଭାବେ ଆଉ ରୁହନ୍ତି ନାହିଁ । ଯଦି ଈଶ୍ବର ଅଛନ୍ତି, ତେବେ ସେମାନଙ୍କର ମୃତ୍ୟୁ ହେଲେ ସେ ବିଷୟରେ କେହିଜଣେ ଉତ୍ତର ଦେବେ । ଏହି ଅନ୍ତର୍ଦ୍ଦୃଷ୍ଟିରୁ, ଜଣେ ଅବିଜ୍ଞେୟବାଦୀ ହେବା ଅପେକ୍ଷା ଜଣେ ଆସ୍ତିକ ହେବାର ନିଶ୍ଚିତ ଭାବେ ଅଧିକ "ଯୁକ୍ତିସିଦ୍ଧ" ବୁଝାଏ । ଯଦି ଉଭୟଟି ମଧ୍ୟରୁ କୌଣସିଟିକୁ ବି ପ୍ରମାଣ କରାଯାଇପାରିବନାହିଁ କିମ୍ବା ପ୍ରମାଣହୀନ କରାଯାଇପାରିବନାହିଁ, ସେଇଥିପାଇଁ ଅସୀମ ଭାବେ ଏବଂ ଅନନ୍ତଭାବରେ ଅଧିକ ବାଞ୍ଚନୀୟ ଶେଷ ଫଳ ରହିଥିବାର ଏକ ସ୍ଥିତିକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବା ଅଧିକ ବୁଦ୍ଧିମାନର କାର୍ଯ୍ୟ ପରି ଜଣାଯାଏ ।
ସନ୍ଦେହ ଉପୁଜିବା ସ୍ବାଭାବିକ । ଜଗତରେ ଅନେକ ବିଷୟ ଅଛି ଯାହା ଆମେ ଜାଣିପାରୁନାହୁଁ । ଅନେକ ସମୟରେ, ଲୋକେ ଈଶ୍ବରଙ୍କ ଅସ୍ତିତ୍ବ ବିଷୟରେ ସନ୍ଦେହ ପ୍ରକଟ କରିଥାନ୍ତି କାରଣ ସେ (ଈଶ୍ବର) ଯେଉଁ ବିଷୟଗୁଡିକୁ କରନ୍ତି ଏବଂ ହେବାରେ ଅନୁମତି ଦିଅନ୍ତି ସେଗୁଡିକୁ ସେମାନେ ବୁଝିପାରନ୍ତି ନାହିଁ କିମ୍ବା ସେଥି ସହିତ ଏକମତ ନୁହଁନ୍ତି । ଅଥଚ, ସସୀମ ମାନବ ଭାବରେ ଆମେ ଏକ ଅସୀମ ଈଶ୍ବରଙ୍କୁ ବୁଝିବା ନିମନ୍ତେ ସକ୍ଷମ ହେବାର ଆଶା ରଖିବା ଉଚିତ୍ ନୁହେଁ । ରୋମୀୟ ୧୧:୩୩-୩୪ ଆଶ୍ଚର୍ଯ୍ୟ ପ୍ରକଟ କରି କୁହେ "ଆହା! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ବିଧି କେଡେ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥ ସବୁ କିପରି ଅନନୁସନ୍ଦେହ । କାରଣ ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ମନ୍ତ୍ରି କିଏ ଜାଣିଅଛି? କିମ୍ବା ତାହାଙ୍କର ମନ୍ତ୍ରୀ କିଏ ହୋଇଅଛି?" ଆମେ ବିଶ୍ବାସରେ ଈଶ୍ବରଙ୍କୁ ବିଶ୍ବାସ କରିବା ଉଚିତ୍ ଏବଂ ବିଶ୍ବାସରେ ତାଙ୍କ ପଥସବୁକୁ ବିଶ୍ବାସ କରିବା ଉଚିତ୍ । ଯେଉଁମାନେ ତାଙ୍କୁ ବିଶ୍ବାସ କରିବେ ସେ ଆଶ୍ଚର୍ଯ୍ୟ ଉପାୟରେ ଆପଣାକୁ ପ୍ରକାଶ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ଏବଂ ଇଛା କରୁଅଛନ୍ତି । ଦ୍ବିତୀୟ ବିବରଣ ୪:୨୯ କୁହେ "ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଅନ୍ବେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ବେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ ।"
English
ଅବିଜ୍ଞେୟବାଦ କ'ଣ?