ପ୍ରଶ୍ନ
ବିଲୋପବାଦ ବାଇବଲ ସମ୍ମତକି?
ଉତ୍ତର
ବିଲୋପବାଦ ହେଉଛି ଏକ ବିଶ୍ବାସ ଯାହା କୁହେ ଯେ, ଅବିଶ୍ବାସୀମାନେ ନରକରେ ଅନନ୍ତକାଳ କ୍ଲେଶ ଭୋଗିବେନାହିଁ, କିନ୍ତୁ ତା' ବଦଳରେ ସେମାନେ ମୃତ୍ୟୁପରେ "ନିର୍ବାପିତ" ହୋଇଯାଆନ୍ତି । ଅନେକଙ୍କ ନିମନ୍ତେ, ବିଲୋପବାଦ ହେଉଛି ଲୋକମାନେ ଅନନ୍ତକାଳ ନରକରେ କ୍ଷେପଣ କରିବାର ଭୟଙ୍କର ଧାରଣାରୁ ମୁକ୍ତ କରିବା ନିମନ୍ତେ ଏହା ଏକ ଆକର୍ଷକ ବିଶ୍ବାସ ମତ । ଯଦିଓ ବିଲୋପବାଦକୁ ସମର୍ଥନ କଲାପରି ଶାସ୍ତ୍ରରେ କିଛି ଅଂଶ ରହିଛି, ତଥାପି ଦୁଷ୍ଟର ଶେଷ ସ୍ଥାନ କେଉଁଠି ସେ ବିଷୟରେ ବାଇବଲ କ'ଣ କୁହେ ତାହାର ଏକ ବ୍ୟାପକ ଦୃଷ୍ଟିପାତ କଲେ ଜଣାଯାଏ ନରକରେ ଥିବା ଦଣ୍ଡ ଅନନ୍ତକାଳୀନ । ବିଲୋପବାଦରେ ବିଶ୍ବାସ କରିବା ବିଷୟଟି ନିମ୍ନ ଲିଖିତ ତତ୍ତ୍ବଗୁଡିକ ମଧ୍ୟରୁ ଗୋଟିଏ କିମ୍ବା ଏକାଧିକ ତତ୍ତ୍ବର ଭୁଲ୍ ବୁଝାମଣାର ଫଳ: (୧) ପାପର ଫଳ, (୨) ଈଶ୍ବରଙ୍କ ନ୍ୟାୟ, (୩) ନରକର ପ୍ରକୃତି ।
ନରକର ପ୍ରକୃତି ସମ୍ବନ୍ଧିରେ, ବିଲୋପବାଦୀମାନେ ଅଗ୍ନିମୟ ହ୍ରଦର ଅର୍ଥକୁ ଭୁଲ୍ ବୁଝିଛନ୍ତି । ସ୍ବଷ୍ଟ ଭାବେ, ଯଦି ଜଣେ ମନୁଷ୍ୟ ଅଗ୍ନିମୟ ଏକ ଲାଭା ବା ଆଗ୍ନେୟ ଉଦଗୀରଣରେ ପକାଯାଏ, ସେ ସାଙ୍ଗେ ସାଙ୍ଗେ ପୋଡି ପାଉଁଶ ହୋଇଯିବ । ଅଥଚ, ଅଗ୍ନିମୟ ନରକ ଉଭୟ ଭୌତିକ ବା ଶାରିରୀକ ଏବଂ ଆତ୍ମିକ ସ୍ଥାନ ଅଟେ । ଏହା କେବଳ ଜଣେ ମନୁଷ୍ୟର ଶରୀର ଅଗ୍ନିମୟ ହ୍ରଦରେ ନିକ୍ଷେପ କରିବା ବୁଝାଏନାହିଁ; ଏହା ମନୁଷ୍ୟର ଶରୀର, ପ୍ରାଣ ଏବଂ ଆତ୍ମା ନିକ୍ଷେପ କରାଯିବା ବୁଝାଏ । ଏକ ଆତ୍ମିକ ପ୍ରକୃତି ଭୌତିକ ଅଗ୍ନିରେ ଶେଷ ହୋଇଯିବନାହିଁ । ଜଣାଯାଏ ଯେ, ଉଦ୍ଧାରପ୍ରାପ୍ତ ବ୍ୟକ୍ତିମାନେ ଯେପରି ଅନନ୍ତକାଳ ନିମନ୍ତେ ଉତ୍ଥିତ ହେବେ ଠିକ୍ ସେହିଭଳି ଭାବରେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନେ ମଧ୍ୟ ଅନନ୍ତକାଳ ନିମନ୍ତେ ପୁନଃଉତ୍ଥିତ ହେବେ (ପ୍ରକାଶିତ ୨୦:୧୩; ପ୍ରେରିତ ୨୪:୧୫) । ଏହି ସମସ୍ତ ଶରୀର ଅନନ୍ତକାଳୀନ ସ୍ଥାନରେ ରହିବା ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି ।
ଅନନ୍ତକାଳ ହେଉଛି ଆଉ ଏକ ଅନ୍ତର୍ଦ୍ଦୃଷ୍ଟି ଯାହା ବିଲୋପମତବାଦୀମାନେ ସମ୍ପୂର୍ଣ୍ଣରୂପେ ବୁଝିବା ନିମନ୍ତେ ଅସମର୍ଥ ଅଟନ୍ତି । ବିଲୋପମତବାଦୀମାନେ ଠିକ୍ କୁହନ୍ତୁ ଯେ, ଗ୍ରୀକ୍ ଶବ୍ଦ aionion, ଯାହାକି ସାଧାରଣତଃ "ଅନନ୍ତ"କୁ ବୁଝାଏ ତାହା ସଂଜ୍ଞାରେ "ଅନନ୍ତ" ନୁହେଁ । ଏହା ନିର୍ଦ୍ଧିଷ୍ଟ ଭାବେ ଏକ "ଯୁଗ" ବା "eon" ବା ଏକ ନିର୍ଦ୍ଧିଷ୍ଟ ସମୟ ଅବଧିକୁ ବୁଝାଏ । ଅଥଚ ନୂତନ ନିୟମରେ ସ୍ବଷ୍ଟ କରାଯାଇଛି ଯେ, aionion ବେଳେବେଳେ ଏକ ଅନନ୍ତ କାଳ ସମୟକୁ ବୁଝାଏ । ପ୍ରକାଶିତ ୨୦:୧୦ ଶୟତାନ, ପଶୁ ଏବଂ ଭଣ୍ଡ ଭାବବାଦୀ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବା ଏବଂ "ଦିବାରାତ୍ର ଯୁଗେ ଯୁଗେ" ଯନ୍ତ୍ରଣା ଭୋଗ କରିବା ବିଷୟରେ କୁହେ । ଏହା ସ୍ବଷ୍ଟ ଯେ, ଏହି ତିନି ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା ପରେ "ନିର୍ବାପିତ" ବା ବିଲୋପ ହୋଇନଥିଲେ । ତେବେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନଙ୍କର ଦଶା କାହିଁକି ଭିନ୍ନ ହେବ (ପ୍ରକାଶିତ ୨୦:୧୪-୧୫)? ଅନନ୍ତକାଳୀନ ନରକ ନିମନ୍ତେ ସବୁଠାରୁ ଅଧିକ ହୃତବୋଧ ହେଉଥିବା ପ୍ରମାଣ ହେଉଛି ମାଥିଉ ୨୫:୪୬: "ଆଉ ସେମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।" ଏହି ପଦରେ, ଦୁଷ୍ଟ ଏବଂ ଧାର୍ମିକମାନଙ୍କର ଶେଷ ପରିଣତି ବିଷୟରେ ସେହି ସମାନ ଗ୍ରୀକ୍ ଶବ୍ଦ ବ୍ୟବହାର କରାଯାଇଛି । ଯଦି ଦୁଷ୍ଟମାନେ କେବଳ ଏକ "ଯୁଗ" ନିମନ୍ତେ ଯନ୍ତ୍ରଣା ଭୋଗ କରିବେ, ତେବେ ଧାର୍ମିକମାନେ ମଧ୍ୟ ସ୍ବର୍ଗରେ ଏକ "ଯୁଗ" ନିମନ୍ତେ ହିଁ ସ୍ବର୍ଗରେ ଜୀବନର ଅନୁଭବ କରିବେ । ଯଦି ବିଶ୍ବାସୀମାନେ ଚିରଦିନ ନିମନ୍ତେ ସ୍ବର୍ଗରେ ରହିବେ, ତେବେ ଅବିଶ୍ବାସୀମାନେ ମଧ୍ୟ ଚିରଦିନ ନିମନ୍ତେ ନରକରେ ରହିବେ ।
ବିଲୋପମତବାଦୀମାନଙ୍କ ଦ୍ବାରା ଅନନ୍ତକାଳୀନ ନରକ ବିରୁଦ୍ଧରେ ଆଉ ଏକ ଆପତ୍ତି ହେଉଛି ଏକ ସସୀମ ପରିମାଣର ପାପ ନିମନ୍ତେ ଈଶ୍ବର ଅବିଶ୍ବାସୀମାନଙ୍କୁ ଅନନ୍ତକାଳ ଦଣ୍ଡ ଦେବା ଅନ୍ୟାୟ ହେବ । ଜଣେ ବ୍ୟକ୍ତିର ୭୦ ବର୍ଷ ଜୀବନରେ କରିଥିବା ପାପ ନିମନ୍ତେ ଈଶ୍ବର ସେହି ବ୍ୟକ୍ତିକୁ ଅନନ୍ତକାଳ ଦଣ୍ଡ ଦେବା କେତେ ନ୍ୟାୟସଙ୍ଗତ ହେବ? ଏହାର ଉତ୍ତର ହେଉଛି ଆମ୍ଭମାନଙ୍କର ପାପ ଅନନ୍ତକାଳ ଦଣ୍ଡର ପରିଣାମ ଧାରଣ କରିଛି କାରଣ ଏହା ଅନନ୍ତକାଳୀନ ଈଶ୍ବରଙ୍କ ବିରୁଦ୍ଧରେ କରାଯାଇଛି । ଯେତେବେଳେ ରାଜା ଦାଉଦ ବ୍ୟଭିଚାର କର୍ମ ଏବଂ ନରହତ୍ୟା କଲେ ସେତେବେଳେ ସେ ଦର୍ଶାଇଲେ, "ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହାହିଁ କରିଅଛି;..." (ଗୀତ ୫୧:୪) । ଦାଉଦ ବଥଶେବା ଏବଂ ଊରୀୟଙ୍କ ବିରୁଦ୍ଧରେ ହିଁ ପାପ କରିଥିଲେ; ଦାଉଦଙ୍କର କିପରି କେବଳ ଈଶ୍ବରଙ୍କ ବିରୁଦ୍ଧରେ ହିଁ ପାପ କରିଥିବାର ଦାବୀ କରନ୍ତି? ଦାଉଦ ବୁଝିପାରିଥିଲେ ଯେ, ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ପାପ ଅନନ୍ତ ଦଣ୍ଡର ଯୋଗ୍ୟ ଅଟେ । ଆମେ କେତେ ସମୟ ପାପ କଲୁ ସେଥିରେ କିଛି ଯାଇଆସେନାହିଁ, କିନ୍ତୁ ଆମେ ଯେ ଈଶ୍ବରଙ୍କ ସ୍ବଭାବ ବିରୁଦ୍ଧରେ ଯେ ଆମେ ପାପ କଲୁ ତାହା ଅଧିକ ଗୁରୁତ୍ବ ବହନ କରେ ।
ବିଲୋପବାଦର ଏକ ଅଧିକ ବ୍ୟକ୍ତିଗତ ଦିଗ ହେଉଛି ନରକରେ ଆମ ପ୍ରିୟଜନମାନେ ଅନନ୍ତକାଳ ନିମନ୍ତେ ଦଣ୍ଡପ୍ରାପ୍ତ ହେଉଥିବା ଯଦି ଆମେ ଜାଣନ୍ତୁ ଆମେ ସ୍ବର୍ଗରେ ସୁଖୀ ହୋଇ ରହିପାରିବା ନାହିଁ । ଅଥଚ, ଆମେ ଯେତେବେଳେ ସ୍ବର୍ଗରେ ପହଞ୍ଚୁ, ଆମେ ଅଭିଯୋଗ କରିବାକୁ କିମ୍ବା ଦୁଃଖ କରିବା ନିମନ୍ତେ କୌଣସି ବିଷୟ ପାଇବା ନାହିଁ । ପ୍ରକାଶିତ ୨୧:୪ ଆମ୍ଭମାନଙ୍କୁ କୁହେ, "ପୁଣି ଈଶ୍ବର ସ୍ବଂୟ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛି ଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବନାହିଁ; କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି ।" ଯଦି ଆମ ପ୍ରିୟଜନଙ୍କ ମଧ୍ୟରୁ କିଛି ସ୍ବର୍ଗରେ ରହିବେନାହିଁ, ଆମେ ୧୦୦ ପ୍ରତିଶତ ସହମତ ହେବା ଯେ ସେମାନେ ଆମର ନୁହଁନ୍ତି ଏବଂ ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନଙ୍କର ଉଦ୍ଧାରକର୍ତ୍ତା ଭାବରେ ଅଗ୍ରାହ୍ୟ କରିବାରୁ ଦଣ୍ଡପ୍ରାପ୍ତ ହେଲେ (ଯୋହନ ୩:୧୬; ୧୪:୬) । ଏହା ବୁଝିବା କଷ୍ଟକର, କିନ୍ତୁ ଆମେ ସେମାନଙ୍କର ଉପସ୍ଥିତିର ଅଭାବ ଯୋଗୁଁ ଦୁଃଖିତ ହେବାନାହିଁ । ଆମେ ଆମର ପ୍ରିୟଜନମାନଙ୍କ ଅନୁପସ୍ଥିତିରେ ଆମେ କିପରି ସ୍ବର୍ଗକୁ ଉପଭୋଗ କରିପାରିବା ସେଥିଉପରେ ଆମର ଦୃଷ୍ଟି ରହିବ ନାହିଁ କିନ୍ତୁ ଆମେ ଆମ ପ୍ରିୟଜନଙ୍କୁ କିପରି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ସୂଚୀତ କରିପାରିବା ଯେପରି ସେମାନେ ସେଠାରେ ରହିବେ ।
ଈଶ୍ବର ଆମ ପାପର ଦଣ୍ଡକୁ ପରିଶୋଧ କରିବା ନିମନ୍ତେ କାହିଁକି ଈଶ୍ବର ଯୀଶୁଖ୍ରୀଷ୍ଟଙ୍କୁ ପ୍ରେରଣ କଲେ ଏହାର ମୁଖ୍ୟ କାରଣ ବୋଧହୁଏ ନରକ । ମୃତ୍ୟୁପରେ "ନିର୍ବାପିତ" ବା ବିଲୋପ ଘଟିବା ଭୟ ନିମନ୍ତେ ନିୟତି ନୁହେଁ କିନ୍ତୁ ଅଧିକ ନିଶ୍ଚିତ ଭାବେ ଏହା ନରକରେ ଅନନ୍ତକାଳ । ଯୀଶୁଙ୍କ ମୃତ୍ୟୁ ଆମ୍ଭମାନଙ୍କର ଅସୀମ ୠଣ ପରିଶୋଧ କରୁଥିବା ଏକ ଅନନ୍ତ ମୃତ୍ୟୁ ଥିଲା, ଯେପରିକି ଆମେ ନରକରେ ଅନନ୍ତକାଳ ନିମନ୍ତେ ରହି ତାହାକୁ ଶୁଝିବାକୁ ପଡିବନାହିଁ (୨କରିନ୍ଥୀୟ ୫:୨୧) । ଆମେ ଯେତେବେଳେ ତାଙ୍କଠାରେ ଆମ ବିଶ୍ବାସ ସ୍ଥାପନ କରୁ, ଆମେ ଉଦ୍ଧାରପ୍ରାପ୍ତ ହେଉ, କ୍ଷମାପ୍ରାପ୍ତ ହେଉ, ପରିଷ୍କୃତ ଅଟୁ, ଏବଂ ସ୍ବର୍ଗରେ ଏକ ଅନନ୍ତକାଳୀନ ଗୃହର ପ୍ରତିଜ୍ଞାପ୍ରାପ୍ତ ହେଉ । କିନ୍ତୁ ଯଦି ଆମେ ଈଶ୍ବରଙ୍କ ଅନନ୍ତକାଳୀନ ଦାନକୁ ଅଗ୍ରାହ୍ୟ କରୁ, ତେବେ ସେହି ନିଷ୍ପତ୍ତିର ଅନନ୍ତକାଳୀନ ପରିଣାମର ସମ୍ମୁଖୀନ ହେବା ।
English
ବିଲୋପବାଦ ବାଇବଲ ସମ୍ମତକି?