settings icon
share icon
ପ୍ରଶ୍ନ

ଏକ ପୁନର୍ବାର ଜନ୍ମ ହେବା ଖ୍ରୀଷ୍ଟିଆନର ଅର୍ଥ କଅଣ?

ଉତ୍ତର


ଏକ ପୁନର୍ବାର ଜନ୍ମ ହେବା ଖ୍ରୀଷ୍ଟିଆନର ଅର୍ଥ କଅଣ? ବାଇବଲର ଅନୁଚ୍ଛେଦ ଏହି ପ୍ରଶ୍ନର ଉତ୍ତର ଦିଏ ଯୋହନ ୩:୧-୨୧ । ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିକଦିମ ଏକ ବିଶିଷ୍ଟ ଫାରୁଶୀ ଏବଂ ମହାସଭାର ସଦସ୍ୟ (ଶାସିତ ସଂଗଠନ ) । ନିକଦିମ ରାତିରେ କେତେକ ପ୍ରଶ୍ନ ନେଇ ଯୀଶୁଙ୍କ ପାଖକୁ ଆସିଥିଲା

ନିକଦିମଙ୍କ ସହିତ କଥାବାର୍ତ୍ତାରେ, ସେ ଉତ୍ତର ଦେଲେ “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟ ଦେଖି ପାରେ ନାହିଁ । ନିକଦିମ ତାହାଙ୍କୁ ପଚାରିଲେ ବୃଦ୍ଧ ହେଲେ ମନୁଷ୍ୟ କିପ୍ରକାର ହୋଇ ପାରେ? ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁ ଅଛି ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ । ମାଂସରୁ ଯାହା ଜାତ, ତାହା ମାଂସ : ଆତ୍ମାରୁ ଯାହା ଜାତ ତାହା ଆତ୍ମା” (ଯୋହନ ୩:୩-୭) ।

“ପୁନର୍ବାର ଜନ୍ମ” ହେବା ଶବ୍ଦର ପ୍ରକୃତ ଅର୍ଥ ହେଲା “ଉର୍ଦ୍ଧରୁ ଜନ୍ମ ହେବା” । ନିକଦିମଙ୍କ ପ୍ରକୃତ ଆବଶ୍ୟକ ଥିଲା । ତାଙ୍କ ହୃଦୟର ପରିବର୍ତନର ଆବଶ୍ୟକ ଥିଲା – ଏକ ଆତ୍ମିକ ପରିବର୍ତ୍ତନ । ନୂତନ ଜନ୍ମ, ପୁନର୍ବାର ଜନ୍ମ, ପରମେଶ୍ଵରଙ୍କ କାର୍ଯ୍ୟ ଯାହା ଦ୍ଵାରା ଯିଏ ବିଶ୍ଵାସ କରେ ତାକୁ ନୂତନ ଜୀବନ ପ୍ରଦାନ କରା ଯାଉଥିଲା (୨ କରନ୍ଥିୟ ୫:୧୭; ତୀତସ ୩:୫ ୧ ପିତର ୧:୩ ; ୧ ଯୋହନ ୨:୨୯; ୩:୯; ୪:୭; ୫:୧-୪,୧୮ ) । ଯୋହନ ୧:୧୨, ୧୩ ରେ “ପୁନର୍ବାର ଜନ୍ମ ହେବା” ଅର୍ଥ ଖ୍ରୀଷ୍ଟଙ୍କ ଦ୍ଵାରା ବିଶ୍ଵାସ କରି “ଈଶ୍ଵରଙ୍କ ସନ୍ତାନ” ହେବା ଅର୍ଥକୁ ସୁଚାଏ ।

ତର୍କ ସଙ୍ଗ ଭାବରେ ପ୍ରଶ୍ନ ଆସେ, ଯେ “ଜଣେ ବ୍ୟକ୍ତିକୁ କାହିଁକି ପୁନର୍ଜନ୍ମର ଆବଶ୍ୟକତା ଅଛି?” ପ୍ରେରିତ ପାଉଲ ଏଫିସୀୟ ୨:୧ କୁହେ, “ ତୁମ୍ଭମାନଙ୍କୁ ଜୀବିତ କରି ଅଛନ୍ତି ତୁମ୍ଭେମାନେ ଯେବେ ପାପ ଓ ଅପରାଧରେ ମୃତ ଥିଲ” । ରୋମୀୟ ୩:୨୩ ରେ ଲେଖନ୍ତି, ସମସ୍ତେ ତ ପାପ କରିଛନ୍ତି, ପୁଣି ଈଶ୍ଵରଙ୍କ ଗୌରବରହିତ ହୋଇଛନ୍ତି” । ପାପୀ ଆତ୍ମିକ ଭାବରେ “ମୃତ” ; ଯେତେବେଳେ ଯୀଶୁଙ୍କୁ ବିଶ୍ଵାସ କରି ନୂତନ କରେ ବାଇବଲ ଏହାକୁ ନୂତନ ଜନ୍ମ କହେ । କେବଳ ସେମାଙ୍କ ପାପ କ୍ଷମା ହୋଇ ଥାଏ ଯେଉଁମାନଙ୍କ ପୁନର୍ବାର ଜନ୍ମ ହୋଇଥାନ୍ତି ଓ ଯୀଶୁଙ୍କ ସହିତ ଏକ ସମ୍ବନ୍ଧ ସ୍ଥାପିତ କରିଥାନ୍ତି ।

ଏହା କିପରି ହୋଇଥାଏ ? ଏହପିସିୟ 2:8-9, “କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ ;ତାହା ତୁମ୍ଭ ମାନଙ୍କଠାରୁ ହୋଇ ନାହିଁ , ତାହା ଈଶ୍ଵରଙ୍କ ଦାନ, କ୍ରିୟା କର୍ମ ରୁ ନୁହେଁ, ଯେପରି କେହି ଦର୍ପ ନ କରେ” । ଯେତେବେଳେ ଜଣେ ପରିତ୍ରାଣ ପାଏ, ସେ ପୁନର୍ବାର ଜନ୍ମ ହୋଇ ଥାଏ, ଆତ୍ମିକ ନବୀକୃତ ହୋଇ ଥାଏ, ଏବଂ ନୂତନ ଜନ୍ମ ଲାଭ କରିଥିବାରୁ ସେ ଏବେ ଈଶ୍ଵରଙ୍କ ସନ୍ତାନ ଅଟେ ।

ଯୀଶୁଙ୍କୁ ବିଶ୍ଵାସ କରିବା, ଯିଏ କୃଶୀୟ ମୃତ୍ୟୁ ଦ୍ଵାରା ପାପର ପ୍ରାୟଶ୍ଚିତ କରିଅଛନ୍ତି । ସିଏ ନୂତନ ଜନ୍ମର ଏକ ମାଧ୍ୟମ ଅଟନ୍ତି । “ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି ; ପୁରାତନ ବିଷୟସବୁ ଲୋପ ପାଇ ଅଛି, ଦେଖ, ନୂତନ ବିଷୟ ସବୁ ହୋଇଅଛି” ।

ଯଦି ଆପଣ ଯୀଶୁଙ୍କୁ ନିଜ ତ୍ରାଣକର୍ତ୍ତା ରୂପେ କେବେ ଗ୍ରହଣ କରି ନାହାଁନ୍ତି, ତେବେ କଅଣ ପବିତ୍ର ଆତ୍ମାଙ୍କ ଆପଣଙ୍କ ହୃଦୟରେ ଯାହା କହୁ ଅଛନ୍ତି ତାହା ପ୍ରତି ମନଯୋଗ କରିବେ ? ଆପଣଙ୍କୁ ପୁନର୍ବାର ଜନ୍ମ ଲାଭ କରିବାକୁ ହେବ। ଆପଣ କଅଣ ଅନୁତାପର ପ୍ରାର୍ଥନା କରିବେ ଏବଂ ଆଜି ଖ୍ରୀଷ୍ଟଙ୍କଠାରେ ଏକ ନୂତନ ସୃଷ୍ଟି ହେବେ ? ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କାଲେ, ଅର୍ଥାତ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ , ବରଂ ଈଶ୍ଵରଙ୍କଠାରୁ ଜାତ ହେଲେ” ।

ଯଦି ଆପଣ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଚାହାଁନ୍ତି ତେବେ ନିମ୍ନରେ ଦିଆଯାଇଥିବା ପ୍ରାର୍ଥନାର ଏକ ନମୁନା ଦିଆ ଯାଇଛି । ମନେ ରଖନ୍ତୁ, ଏହି ପ୍ରାର୍ଥନା କରିବା ଦ୍ଵାରା ଆପଣ ପରିତ୍ରାଣ ପାଇବେ ନାହିଁ କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଉଦ୍ଧାର ପାଇପାରିବେ | ଏହି ପ୍ରାର୍ଥନାର ଉଦ୍ଦେଶ୍ୟ ହେଉଛି, ଇଶ୍ଵରଙ୍କଠାରେ ନିଜ ବିଶ୍ଵାକୁ ପ୍ରକାଶ କରିବ। ଓ ସେ ତୁମ ପାଇଁ ପରିତ୍ରାଣ ଯୋଗାଇ ଥିବାରୁ ତାହାଙ୍କ ପ୍ରତି ଧନ୍ୟବାଦୀ ହେବ| । ପ୍ରାର୍ଥନା - “ହେ ଇଶ୍ଵର , ମୁଁ ଜାଣେ ଯେ ମୁଁ ତୁମ ବିରୁଦ୍ଧରେ ପାପ କରିଅଛି ଏବଂ ମୁଁ ଦଣ୍ଡ ପାଇବା ପାଇଁ ଯୋଗ୍ୟ | କିନ୍ତୁ ମୁଁ ବିଶ୍ଵାସ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ପାପର ଦଣ୍ଡକୁ କୃଶରେ ଭୋଗ କରି ଅଛନ୍ତି | ତାହାଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ମୋର ପାପକ୍ଷମା ହୋଇପାରିବ | ପରିତ୍ରାଣ ପାଇବା ପାଇଁ ମୁଁ ତୁମ ଠାରେ ବିଶ୍ଵାସ କରୁଅଛି | ତୁମର ମହା ଅନୁଗ୍ରହ, କ୍ଷମା ଓ ଅନନ୍ତ ଜୀବନ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି” ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଏକ ପୁନର୍ବାର ଜନ୍ମ ହେବା ଖ୍ରୀଷ୍ଟିଆନର ଅର୍ଥ କଅଣ?
© Copyright Got Questions Ministries