ପ୍ରଶ୍ନ
ମଣ୍ଡଳୀରେ ଯୋଗଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ?
ଉତ୍ତର
ମଣ୍ଡଳୀରେ ଯୋଗଦାନ ଦେବାର ଆବଶ୍ୟକତା ବୁଷାୟ ଆମକୁ କୁହେ ଯେପରିକି ଆମେ ଅନ୍ୟ ବିଶ୍ଵାସୀମାନଙ୍କ ସହ ଈଶ୍ଵରଙ୍କର ଉପାସନା କରିପାରିବା ଏବଂ ଆତ୍ମିକ ବୃଦ୍ଧି ନିମନ୍ତେ ତାହାଙ୍କ ବାକ୍ୟର ଶିକ୍ଷାପ୍ରାପ୍ତ କରିବା । ଆଦ୍ୟ ମଣ୍ଡଳୀ ନିଜକୁ “ପ୍ରେରିତମାନଙ୍କ ଶିକ୍ଷାରେ, ସହଭାଗୀତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟଚିତ୍ତ ହୋଇରହିଲେ” (ପ୍ରେରିତ ୨:୪୨) । ଆମକୁ ସେହି ଉଦାହରଣର ଉପାସନାକୁ ଅନୁକରଣ କରିବା ଆବଶ୍ୟକ । ସେ ସମୟରେ ସେମାନଙ୍କ କୌଣସି ଉପାସନା ଗୃହ ନ ଥିଲା, କିନ୍ତୁ ସେମାନେ “ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ଵରଙ୍କ ପ୍ରଶଂସା କରୁଥିଲେ” (ପ୍ରେରିତ ୨:୪୬) । ଯେତେବେଳେ ମଧ୍ୟ ସହଭାଗିତା ହେଉଥିଲା ବିଶ୍ଵାସୀମାନେ ଅନ୍ୟ ବିଶ୍ଵାସୀମାନଙ୍କ ସହଭାଗୀତା ଓ ଶିକ୍ଷା ନିମନ୍ତେ ତୃଷିତ ଥିଲେ ।
ଉପାସନାରେ ଯୋଗଦେବା କେବଳ ଏକ “ଉତ୍ତମ ପ୍ରସ୍ତାବ” ନୁହଁ; ଏହା ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଛା । ଏବ୍ରୀ ୧୦:୨୫ରେ ଲେଖାଯାଏ “କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ, ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇଆସୁଅଛି ବୋଲି ଦେଖୁଅଛ ।” ଏପରିକି ଆଦ୍ୟ ମଣ୍ଡଳୀରେ, କେତେକଙ୍କ ଅନ୍ୟ ବିଶ୍ଵାସୀ ମାନଙ୍କ ସହ ନ ମିଶିବାର ଏକ ମନ୍ଦ ଅଭ୍ୟାସ ଥିଲା । ଏବ୍ରୀ ପୁସ୍ତକର ଲେଖକ ଲେଖନ୍ତି ଯେ ସେପରି ହେବା ଉଚିତ ନୁହେଁ । ଆମେ ଉତ୍ସାହିତ ହେବା ଯେ ମଣ୍ଡଳୀରେ ଯୋଗଦେବାକୁ ଅର୍ଥ ଦେବାକୁ ପଡ଼େ ନାହିଁ । ଏବଂ ଶେଷ ସମୟ ପାଖେଇ ଆସୁଥିବାରୁ ଉପାସନାରେ ଯୋଗ ଦେବା କାର୍ଯ୍ୟରେ ପୂର୍ବ ଅପେକ୍ଷା ଅଧିକ ବିଶ୍ଵସ୍ତ ହେବା ଉଚିତ ।
ମଣ୍ଡଳୀ ଏପରି ଏକ ସ୍ଥାନ ଯେଉଁଠି ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି (୧ଯୋହନ ୪:୧୨), ପରସ୍ପରକୁ ଉତ୍ସାହିତ କରନ୍ତି (ଏବ୍ରୀ ୩:୧୩), ପ୍ରେମ ଓ ସତ୍କ୍ରିୟା କରିବା ନିମନ୍ତେ ପରସ୍ପରକୁ ପ୍ରବର୍ତ୍ତାଇଥାନ୍ତି (ଏବ୍ରୀ ୧୦:୨୪), ପରସ୍ପରର ସେବା କରନ୍ତି (ଗାଲାତୀୟ ୫:୧୩), ପରସ୍ପରକୁ ଶିକ୍ଷା ଦିଅନ୍ତି (ରୋମୀୟ ୧୫:୧୪), ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କରନ୍ତି (ରୋମୀୟ ୧୨:୧୦) ଏବଂ ପରସ୍ପର ପ୍ରତି ଦୟାଳୁ ହୋଇପାରନ୍ତି (ଏଫିସୀୟ ୪:୩୨ ) ।
ଜଣେ ବ୍ୟକ୍ତି ଯେତେବେଳେ ପରିତ୍ରାଣ ପାଇଁ ଯୀଶୁଖ୍ରୀଷ୍ଟଙ୍କଠାରେ ଭରସା ରଖେ, ସେ ଖ୍ରୀଷ୍ଟଙ୍କ ଶରୀରର ଜଣେ ସଭ୍ୟ ହୋଇଯାଏ (୧ କରିନ୍ଥୀୟ ୧୨:୨୭) । ମଣ୍ଡଳୀରୂପକ ଶରୀର ଠିକ୍ ଭାବେ କାର୍ଯ୍ୟକ୍ଷମ ହେବା ପାଇଁ, “ଶରୀରର ଅଂଶଗୁଡ଼ିକ” ଉପସ୍ଥିତ ରହି କାମ କରିବାକୁ ପଡ଼ିବ (୧କରିନ୍ଥୀୟ ୧୨:୧୪-୨୦) । କେବଳ ଏକ ମଣ୍ଡଳୀରେ ଯୋଗ ଦେବା ଯଥେଷ୍ଟ ନୁହେଁ; ଈଶ୍ଵର ଆମ୍ଭମାନଙ୍କୁ ଯେଉଁ ଆତ୍ମିକ ଦାନ ଦେଇଅଛନ୍ତି (ଏଫିସୀୟ ୪:୧୧-୧୩) ସେଗୁଡ଼ିକୁ ବ୍ୟବହାର କରି ଆମେ ଅନ୍ୟମାନଙ୍କ ନିକଟରେ ସେବାକାର୍ଯ୍ୟ କରି ଲାଗିରହିବା । ଜଣେ ବିଶ୍ଵାସୀର ଦାନଗୁଡିକ ବାହାରିବାର ସ୍ଥାନ ନ ଥିଲେ ସେ କେବେ ପୂର୍ଣ୍ଣ ଆତ୍ମିକ ପରିପକ୍ବତା ପାଇପାରିବ ନାହିଁ, ଏବଂ ଆମେ ସମସ୍ତେ ଅନ୍ୟ ବିଶ୍ଵାସୀମାନଙ୍କର ସାହାଯ୍ୟ ଓ ଉତ୍ସାହ ପ୍ରଦାନର ଆବଶ୍ୟକ କରୁ (୧କରିନ୍ଥୀୟ ୧୨:୨୧-୨୬) ।
ଏହି ସମସ୍ତ କାରଣ ନିମନ୍ତେ ଓ ଆହୁରି ଉପାସନାରେ ଯୋଗଦେବା, ଏଥିରେ ଭାଗନେବା ଏବଂ ସହଭାଗୀତା ରଖିବା ଜଣେ ବିଶ୍ଵାସୀଙ୍କ ଜୀବନର ନିୟମିତ ଗୁଣ ହେବା ଉଚିତ । ସାପ୍ତାହିକ ଉପାସନାରେ ଯୋଗଦାନ ବିଶ୍ଵାସୀମାନଙ୍କ ନିମନ୍ତେ କୌଣସି ପ୍ରକାରେ “ଆବଶ୍ୟକ” ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କର ହୋଇଥିବା କୌଣସି ବ୍ୟକ୍ତି ଈଶ୍ଵରଙ୍କ ଉପାସନା କରିବାକୁ, ତାହାଙ୍କ ବାକ୍ୟ ଗ୍ରହଣ କରିବାକୁ ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ସହ ସହଭାଗୀତା ରଖିବାକୁ ଇଛା କରିବ ।
ଯୀଶୁ ହେଉଛନ୍ତି ମଣ୍ଡଳୀର ଭିତ୍ତିମୂଳ (୧ପିତର ୨:୬), ଏବଂ ଆମ୍ଭେମାନେ ତାହାଙ୍କ ନିକଟକୁ ଆସି “ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ଵରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହ ରୂପେ ନିର୍ମିତ...” ହୋଇଅଛୁ (୧ପିତର ୨:୫ ) । ଈଶ୍ଵରଙ୍କ “ଆତ୍ମିକ ଗୃହ” ପାଇଁ ଗୃହ ଉପକରଣ ଭାବରେ, ସାଧାରଣତଃ ଆମ୍ଭମାନଙ୍କର ପରସ୍ପର ସହିତ ସମ୍ପର୍କ ରହିଥାଏ, ଏବଂ ମଣ୍ଡଳୀ ଯେତେଥର “ଉପାସନାରେ ଏକତ୍ର ହୋଇଥାଏ” ସେତେଥର ସେହି ସମ୍ପର୍କ ସୃଷ୍ଟ ହୋଇଥାଏ ।
English
ମଣ୍ଡଳୀରେ ଯୋଗଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ?