ପ୍ରଶ୍ନ
ପ୍ରାର୍ଥନା କିପରି ଈଶ୍ବରଙ୍କ ସହ ସମ୍ପର୍କ ରଖେ?
ଉତ୍ତର
ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ସମ୍ପର୍କ ରଖିବା ଏବଂ ଆମ୍ଭେମାନେ ତାଙ୍କୁ ସମ୍ପର୍କ କରିବାର ପ୍ରକୃତି ବୁଝିବା ନିମନ୍ତେ ଆମ୍ଭେମାନେ ଅଳ୍ପକିଛି ମୁଖ୍ୟ ଆଚରଣବିଧି ସହ ଆରମ୍ଭ କରିବାକୁ ପଡିବ । ପ୍ରଥମଟି ହେଉଛି ଯେ, କେବଳ ଈଶ୍ବରହିଁ ସତ୍ୟ କହିଥାନ୍ତି । ସେ କେବେ ମିଥ୍ୟା କୁହନ୍ତି ନାହିଁ, ଏବଂ ସେ କେବେବି ପ୍ରତାରଣପୂର୍ଣ୍ଣ ନୁହଁନ୍ତି । ଆୟୁବ ୩୪:୧୨ ପ୍ରକାଶ କରେ, "ନିଶ୍ଚୟ ପରମେଶ୍ବର ଦୁଷ୍ଟାଚରଣ କରିବେ ନାହିଁ, ସର୍ବଶକ୍ତିମାନ୍ ବିଚାର ବିପରୀତ କରିବେ ନାହିଁ ।" ଦ୍ବିତୀୟ ବିଚାରଧାରା ହେଉଛି ବାଇବଲ ଈଶ୍ବରଙ୍କ ସତ୍ୟ ବାକ୍ୟ । "ଶାସ୍ତ୍ର" (Scripture) ନିମନ୍ତେ ବ୍ୟବହୃତ ଗ୍ରୀକ୍ ଶବ୍ଦ graphe ପୁରାତନ ନିୟମ ଲେଖାସକଳକୁ ବର୍ଣ୍ଣନା କରିବା ନିମନ୍ତେ ନୂତନ ନିୟମରେ ୫୧ ଥର ଲେଖାଯାଇଛି । ୨ତିମଥି ୩:୧୬ରେ ପାଉଲ ଦୃଢ କରନ୍ତି ଯେ, ଏହି ସମସ୍ତ ବାକ୍ୟ ଆକ୍ଷରିକ ଭାବେ "ଈଶ୍ବର ନିଶ୍ବସିତ ।" graphe ଶବ୍ଦଟି ମଧ୍ୟ ନୂତନ ନିୟମରେ ପ୍ରୟୋଗ ହେଉଛି, ବିଶେଷତଃ ଯେତେବେଳେ ୨ପିତର ୩:୧୬ରେ ପିତର ପାଉଲଙ୍କ ପତ୍ରଗୁଡିକୁ "ଶାସ୍ତ୍ର" ବୋଲି ଅଭିହିତ କରନ୍ତି, ଏବଂ ଯେତେବେଳେ ପାଉଲ (୧ତିମଥି ୫:୧୮ରେ) ଲୂକ ୧୦:୭ରେ ଯୀଶୁଙ୍କ ବାକ୍ୟ ସମୂହକୁ ଉଦ୍ଧୃତ କରି ସେଗୁଡିକୁ "ଶାସ୍ତ୍ର" ବୋଲି ଅଭିହିତ କରନ୍ତି । ଏହିପରି ଭାବରେ, "ଶାସ୍ତ୍ର" ଭାବେ ସ୍ବତନ୍ତ୍ର ବିଭାଗରେ ଆମେ ନୂତନ ନିୟମର ଲେଖାସକଳକୁ ଥରେ ଗୃହୀତ କଲାପରେ ଆମେ ୨ତିମଥି ୩:୧୬ରେ ସେହି ଲେଖାକୁ ପ୍ରୟୋଗ କରି ଠିକ୍ କରୁ, ଏବଂ କହୁ ଯେ, ସେହି ଲେଖା ମଧ୍ୟ ସେହି ସମସ୍ତ ବୈଶିଷ୍ଟ୍ୟ ବହନ କରେ ଯାହାକୁ ପାଉଲ "ସମସ୍ତ ଶାସ୍ତ୍ର" ଭାବେ ଆରୋପ କରନ୍ତି । ଏହା "ଈଶ୍ବର-ନିଶ୍ବସିତ", ଏବଂ ଏଥିରେ ଥିବା ସମସ୍ତ ବାକ୍ୟ ଈଶ୍ବରଙ୍କର ପ୍ରକୃତ ବାକ୍ୟ ଅଟେ ।
ଏହି ସୂଚନା କାହିଁକି ପ୍ରାର୍ଥନା ବିଷୟ ସହ ପ୍ରାସଙ୍ଗିକ ଅଟେ? ବର୍ତ୍ତମାନ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, କେବଳ ଈଶ୍ବର ହିଁ ସତ୍ୟ କୁହନ୍ତି ଏବଂ ବାଇବଲ ଈଶ୍ବରଙ୍କ ପ୍ରକୃତ ବାକ୍ୟ ଅଟେ, ଈଶ୍ବରଙ୍କ ସହ ସମ୍ପର୍କ ରଖିବା ବିଷୟରେ ଆମେ ଯୁକ୍ତିଯୁକ୍ତ ଭାବରେ ନିମ୍ନ ଲିଖିତ ଦୁଇଗୋଟି ସିଦ୍ଧାନ୍ତରେ ପହଞ୍ଚିଲୁ । ପ୍ରଥମ, ଯେହେତୁ ବାଇବଲ କୁହେ ଯେ ଈଶ୍ବର ମନୁଷ୍ୟମାନଙ୍କ କଥା ଶୁଣନ୍ତି (ଗୀତ ୧୭:୬; ୭୭:୧; ଯିଶାଇୟ ୩୮:୫), ତେଣୁ ଈଶ୍ବରଙ୍କ ସହ ମନୁଷ୍ୟର ଯେତେବେଳେ ଏକ ସୁସମ୍ପର୍କ ଅଛି ଏବଂ ସେ ବାଇବଲ ପାଠ କରେ, ସେତେବେଳେ ସେ ଯାହା ଈଶ୍ବରଙ୍କୁ କୁହେ, ଈଶ୍ବର ଯେ, ତା' କଥା ଶୁଣିବେ ତାହା ମନୁଷ୍ୟ ବିଶ୍ବାସ କରେ, ଏବଂ ସେ ଆକ୍ଷରିକ ଭାବରେ ଈଶ୍ବରଙ୍କ କଥିତ ବାକ୍ୟ ଶୁଣୁଅଛି । ଈଶ୍ବର ଓ ମନୁଷ୍ୟ ମଧ୍ୟରେ ଥିବା ଏକ ସୁନ୍ଦର ସମ୍ପର୍କ ରଖିବାକୁ ଆବଶ୍ୟକ ହେଉଥିବା ଏକ ସୁସମ୍ପର୍କ ତିନିଗୋଟି ଉପାୟରେ ପ୍ରକାଶିତ ହୋଇଛି । ପ୍ରଥମଟି ହେଉଛି ପାପରୁ ଫେରିବା ବା ଅନୁତାପ । ଉଦାହରଣ ସ୍ବରୂପ, ଗୀତସଂହିତା ୨୭:୯ ହେଉଛି ଈଶ୍ବରଙ୍କ ନିମନ୍ତେ ଦାଉଦଙ୍କର ଏକ ଅନୁନୟ ଯେଉଁଥିରେ ସେ ତାଙ୍କ କଥା ଶୁଣିବାକୁ ଏବଂ କ୍ରୋଧରେ ତାଙ୍କୁ ଦୂର ନ କରିବା ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏଥିରୁ ଆମେ ଜାଣିଲୁ ଯେ, ଈଶ୍ବର ମନୁଷ୍ୟର ପାପରୁ ଆପଣା ମୁଖ ଫେରାଇ ନିଅନ୍ତି ଏବଂ ପାପ ଈଶ୍ବର ଏବଂ ମନୁଷ୍ୟ ମଧ୍ୟରେ ଥିବା ସମ୍ପର୍କର ଏକ ପ୍ରତିବନ୍ଧକ ଅଟେ । ଏହାର ଆଉ ଏକ ଉଦାହରଣ ଯିଶାଇୟ ୫୯:୨ରେ ଦେଖାଯାଏ, ଯେଉଁଠି ଯିଶାଇୟ ଲୋକମାନଙ୍କୁ କୁହନ୍ତି "ମାତ୍ର ତୁମ୍ଭମାନଙ୍କର ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ବରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଉଅଛି, ଏଥିପାଇଁ ସେ ଶୁଣିବେ ନାହିଁ ।" ତେଣୁ ଯେତେବେଳେ ଆମ୍ଭମାନଙ୍କ ଜୀବନରେ ଅସ୍ବୀକାର ପାପ ରହିଥାଏ, ଏହା ଆମ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କରେ ଏକ ପ୍ରତିବନ୍ଧକ ହେବ । ପୁଣି, ସମ୍ପର୍କ ନିମନ୍ତେ ଏକ ନମ୍ର ହୃଦୟର ଆବଶ୍ୟକତା ରହିଛି । ଈଶ୍ବର ଯିଶାଇୟ ୬୬:୨ରେ ନିମ୍ନ ବାକ୍ୟଗୁଡିକ କୁହନ୍ତି, "ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍, ଯେଉଁ ଲୋକ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା ।" ତୃତୀୟ ବିଷୟ ହେଉଛି ଏକ ଧାର୍ମିକ ଜୀବନ । ପାପରୁ ଫେରିବାର ଏହା ହେଉଛି ଏକ ସାକାରାତ୍ମକ ଦିଗ ଏବଂ ଏହା ବିଶେଷତଃ ପ୍ରାର୍ଥନାରେ ଫଳପ୍ରଦତା ଦ୍ବାରା ଚିହ୍ନିତ ହୁଏ । ଯାକୁବ ୫:୧୬ କୁହେ, "ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ ।"
ଈଶ୍ବରଙ୍କ ପ୍ରତି ଆମ୍ଭମାନଙ୍କର କଥନ କଣ୍ଠରେ ହୋଇପାରେ, ଏହା ଆମ୍ଭମାନଙ୍କ ମନରେ ହୋଇପାରେ, କିମ୍ବା ଲେଖା ମାଧ୍ୟମରେ ହୋଇପାରେ । ଆମେ ଦୃଢ ନିଶ୍ଚିତ ହୋଇପାରିବା ଯେ ସେ ଆମ୍ଭମାନଙ୍କର କଥା ଶୁଣିବେ ଏବଂ ଆମେ କ'ଣ ପ୍ରାର୍ଥନା କରିବା ଉଚିତ୍ ସେପରି ପ୍ରାର୍ଥନା କରିବାକୁ ପବିତ୍ରଆତ୍ମା ଆମ୍ଭମାନଙ୍କୁ ସାହାଯ୍ୟ କରିବେ । ରୋମୀୟ ୮:୨୬ କୁହେ, "ଆଉ, ସେହିପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି, କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁନାହୁଁ, କିନ୍ତୁ ଆତ୍ମା ସ୍ବଂୟ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;" ଆମର ପ୍ରାର୍ଥନାର ଉତ୍ତର ସ୍ବରୂପେ ଆମକୁ ଈଶ୍ବର ସମ୍ପର୍କ କରିବାର ପଦ୍ଧତି ଅନୁଯାୟୀ, କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ବା ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ତାଙ୍କ ଚାଳନା ଈଶ୍ବର ସିଧାସଳଖ ଆମ ମନରେ ସର୍ବଦା ଦେବେ ବୋଲି ବିଶ୍ବାସ କରିବା ଅପେକ୍ଷା ବରଂ ଈଶ୍ବର ଆମକୁ ମୁଖ୍ୟତଃ ଶାସ୍ତ୍ର ମାଧ୍ୟମରେ କହିବେ ସେଥିର ପ୍ରତ୍ୟାଶ୍ୟାରେ ରହିବା ଉଚିତ୍ । ଆମ୍ଭମାନଙ୍କ ଆତ୍ମ ଭ୍ରମର ସକ୍ଷମତା ରହିଥିବା ଯୋଗୁଁ ଆମ ମନରେ ଯେକୌଣସି ଚିନ୍ତା ବା ପ୍ରତ୍ୟେକ ଚିନ୍ତା ଈଶ୍ବରଙ୍କଠାରୁ ଆସିଥିବାର ଧାରଣାକୁ ଗ୍ରହଣ କରିବା ଏକ ବୁଦ୍ଧିମାନର କାର୍ଯ୍ୟ ନୁହେଁ । ବେଳେବେଳେ, ଆମ ଜୀବନରେ ଥିବା ନିର୍ଦ୍ଧିଷ୍ଟ ବିଷୟରେ ଈଶ୍ବର ଶାସ୍ତ୍ର ମାଧ୍ୟମରେ ସିଧାସଳଖ ଆମ୍ଭମାନଙ୍କୁ କୁହନ୍ତି ନାହିଁ, ଏବଂ ଏହି ସମସ୍ତ କ୍ଷେତ୍ରରେ ବାଇବଲ ବାହାରର ପ୍ରକାଶନ ଗୁଡିକୁ ଖୋଜିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରଲୋଭିତ କରିବ । ଅଥଚ, ଏହିପରି ସମୟରେ, ଈଶ୍ବର ଆମ୍ଭମାନଙ୍କୁ ପୂର୍ବରୁ ଦେଇସାରିଥିବା ବାଇବଲ ନୀତିନିୟମଗୁଡିକୁ ଉଲ୍ଲେଖ କରି ଉତ୍ତର ପାଇବା ନିମନ୍ତେ କିଛି ବାକ୍ୟକୁ ଈଶ୍ବରଙ୍କ ମୁଖରେ ଆମେ ନିଜେ ପ୍ରବେଶ କରାଇ ଏବଂ/କିମ୍ବା ନିଜକୁ ନିଜେ ଭ୍ରମ ମଧ୍ୟରେ ପ୍ରବେଶ କରିବାର ଦୂର କରିବା ସବୁଠାରୁ ଅଧିକ ବୁଦ୍ଧିମାନର କାର୍ଯ୍ୟ ହେବ ।
ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବା ନିମନ୍ତେ ଆବଶ୍ୟକ ବୁଦ୍ଧି ପାଇବା ନିମନ୍ତେ ସତ୍ୟ ଭାବେ ପ୍ରାର୍ଥନା କରିବା ବାଞ୍ଚନୀୟ, କାରଣ ଯେଉଁମାନେ ଜ୍ଞାନ ମାଗନ୍ତି, ସେମାନଙ୍କୁ ଜ୍ଞାନ ଦେବା ନିମନ୍ତେ ସେ ପ୍ରତିଜ୍ଞା କରିଅଛନ୍ତି । "କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯଦି କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ" (ଯାକୁବ ୧:୫) । ପ୍ରାର୍ଥନା କିପରି ଈଶ୍ବରଙ୍କ ସହ ସମ୍ପର୍କ କରେ? ପ୍ରାର୍ଥନା ହେଉଛି ଆମ୍ଭମାନଙ୍କର ସ୍ବର୍ଗସ୍ଥ ପିତାଙ୍କୁ ଆମ୍ଭମାନଙ୍କ ହୃଦୟରେ କହିବା ଏବଂ ପ୍ରତିବଦଳରେ ଈଶ୍ବର ତାଙ୍କ ବାକ୍ୟ ମାଧ୍ୟମରେ ଆମ୍ଭମାନଙ୍କୁ କଥା କହିବା ଏବଂ ତାଙ୍କ ଆତ୍ମାଙ୍କ ଚାଳନାରେ ଆମ୍ଭମାନଙ୍କୁ ପଥପ୍ରଦର୍ଶନ କରାଇବା ।
English
ପ୍ରାର୍ଥନା କିପରି ଈଶ୍ବରଙ୍କ ସହ ସମ୍ପର୍କ ରଖେ?