ପ୍ରଶ୍ନ
ଦଳଗତ ପ୍ରାର୍ଥନା ଗୁରୁତ୍ବପୂର୍ଣ୍ଣ କି? ଦଳଗତ ପ୍ରାର୍ଥନା କୌଣସି ବ୍ୟକ୍ତି ଏକାକୀ ପ୍ରାର୍ଥନା କରିବାଠାରୁ ଅଧିକ ଶକ୍ତିଶାଳୀ କି?
ଉତ୍ତର
ଉପାସନା, ସୁବିବେଚିତ ଧର୍ମତତ୍ତ୍ବ, ପ୍ରଭୁଭୋଜ ଏବଂ ସହଭାଗୀତା ସହ ଦଳଗତ ପ୍ରାର୍ଥନା ମଣ୍ଡଳୀ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ । ଆଦ୍ୟ ମଣ୍ଡଳୀ ପ୍ରେରିତମାନଙ୍କ ତତ୍ତ୍ବସମୂହ, ରୋଟୀ ଭାଙ୍ଗିବା ଏବଂ ଏକତ୍ର ପ୍ରାର୍ଥନା କରିବା (ପ୍ରେରିତ ୨:୪୨) କୁ ଶିଖିବାକୁ ନିୟମିତ ଭାବେ ଏକତ୍ର ହେଉଥିଲେ । ଆମେ ଯେତେବେଳେ ଅନ୍ୟ ବିଶ୍ବାସୀମାନଙ୍କ ସହ ଏକତ୍ର ମିଳି ପ୍ରାର୍ଥନା କରୁ, ଏହାର ଫଳାଫଳ ଅତି ସାକାରାତ୍ମକ ହେବ । ଦଳଗତ ପ୍ରାର୍ଥନା ଆମ୍ଭମାନଙ୍କର ନିଷ୍ଠା ଜନ୍ମାଇଥାଏ ଏବଂ ଆମ୍ଭମାନଙ୍କୁ ଏକତ୍ର କରିଥାଏ ଯେତେବେଳେ ଆମେ ଆମ୍ଭେମାନେ ଆମ୍ଭମାନଙ୍କର ସାଧାରଣ ବିଶ୍ବାସକୁ ବିତରଣ କରିଥାଉ । ପ୍ରତି ବିଶ୍ବାସୀଙ୍କ ଅନ୍ତରରେ ବାସ କରୁଥିବା ସେହି ପବିତ୍ରଆତ୍ମା ଆମ୍ଭମାନଙ୍କର ହୃଦୟକୁ ଆନନ୍ଦ କରିବାକୁ ଦେଇଥାନ୍ତି ଯେତେବେଳେ ଆମେ ଆମ୍ଭମାନଙ୍କର ପ୍ରଭୁ ଏବଂ ଉଦ୍ଧାରକର୍ତ୍ତାଙ୍କର ପ୍ରଶଂସା ଶୁଣିଥାଉ, ଏବଂ ଏହା ଆମ୍ଭମାନଙ୍କୁ ସହଭାଗୀତାର ଏକ ବିଶେଷ ବନ୍ଧନରେ ଗୁନ୍ଥି ଦେଇଥାଏ ଯାହା ଜୀବନରେ କେବେ ଦେଖିବାକୁ ମିଳେନାହିଁ ।
ଯେଉଁମାନେ ଏକାକୀ ହୋଇଥାଇ ପାରନ୍ତି ଏବଂ ଜୀବନର ବୋଝ ସହ ସଂଘର୍ଷ କରୁଅଛନ୍ତି, ଅନ୍ୟମାନଙ୍କୁ ଅନୁଗ୍ରହର ସିଂହାସନକୁ ଉତ୍ତୋଳିତ କରୁଥିବାର ଶୁଣୁଅଛନ୍ତି ତାହା ଏକ ମହାନ୍ ଉତ୍ସାହର ବିଷୟ ହେବ । ଏହା ଆମ୍ଭମାନଙ୍କୁ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ଅନ୍ୟ ନିମନ୍ତେ ଚିନ୍ତା କରିବାରେ ଗଢିଥାଏ ଯେତେବେଳେ ଆମେ ସେମାନଙ୍କ ପ୍ରତି ନିବେଦନ ବା ମଧ୍ୟସ୍ଥି ପ୍ରାର୍ଥନା କରିଥାଉ । ଠିକ୍ ସେହି ସମୟରେ, ଦଳଗତ ପ୍ରାର୍ଥନାରେ ଯେଉଁମାନେ ଅଂଶଗ୍ରହଣ କରିଥାନ୍ତି, ଏହା ସେମାନଙ୍କର ହୃଦୟର ପ୍ରତିଫଳନ ମାତ୍ର ହେବ । ଆମେ ନମ୍ରତା ସହକାରେ (ଯାକୁବ ୪:୧୦), ସତ୍ୟତାରେ (ଗୀତ ୧୪୫:୧୮), ବାଧ୍ୟତାରେ (୧ଯୋହନ ୩:୨୧-୨୨), ଧନ୍ୟବାଦାର୍ପଣରେ (ଫିଲିପ୍ପୀୟ ୪:୬) ଏବଂ ଦୃଢ ମନରେ (ଏବ୍ରୀ ୪:୧୬) ଈଶ୍ବରଙ୍କ ନିକଟକୁ ଆସିବା ଉଚିତ୍ । ଦୁଃଖର ବିଷୟ ଯେ, ଯେଉଁମାନେ ଈଶ୍ବରଙ୍କୁ ପ୍ରାର୍ଥନା ନ କରି ଶ୍ରୋତାମାନେ ଶୁଣନ୍ତି ବୋଲି ପ୍ରାର୍ଥନା କରନ୍ତି, ସେମାନଙ୍କ ନିମନ୍ତେ ଦଳଗତ ପ୍ରାର୍ଥନା ଏକ ପ୍ରଦର୍ଶନର ସ୍ଥାନ ହେବ । ମାଥିଉ ୬:୫-୮ରେ ଏପରି ବ୍ୟବହାର ବିଷୟରେ ଚେତାବନୀ ଦେଇଛନ୍ତି ଯେଉଁଠିକି ସେ ଦେଖାଇ ନ ହେବା ନିମନ୍ତେ, ଲମ୍ବା ପ୍ରାର୍ଥନା କିମ୍ବା ଆମ୍ଭମାନଙ୍କ ପ୍ରାର୍ଥନାରେ କପଟୀ ପରି ନ ହେବା ନିମନ୍ତେ, କିନ୍ତୁ କପଟୀ ଭାବରେ ପ୍ରାର୍ଥନା କରିବାର ପ୍ରଲୋଭନରୁ ଦୂରେଇ ରହିବା ନିମନ୍ତେ ଆମ୍ଭମାନଙ୍କ ନିଜ କୋଠରୀରେ ଗୁପ୍ତ ଭାବରେ ପ୍ରାର୍ଥନା କରିବାକୁ କହିଅଛନ୍ତି ।
ଈଶ୍ବରଙ୍କ ହସ୍ତ ଚାଳିତ କରିବା ବିଷୟରେ ଦଳଗତ ପ୍ରାର୍ଥନା ଯେ ବ୍ୟକ୍ତିଗତ ପ୍ରାର୍ଥନା ଅପେକ୍ଷା "ଅଧିକ ଗୁରୁତ୍ବପୂର୍ଣ୍ଣ" ସେ ବିଷୟରେ ଶାସ୍ତ୍ର କିଛି ମଧ୍ୟ ଆଭାସ ଦିଏନାହିଁ । ଅତ୍ୟଧିକ ପରିମାଣର ଖ୍ରୀଷ୍ଟିୟାନ "ଈଶ୍ବରଙ୍କଠାରୁ ବିଷୟଗୁଡିକ ପାଇବା" ସହ ସମ୍ପର୍କିତ କରନ୍ତି ଏବଂ ଦଳଗତ ପ୍ରାର୍ଥନା ମୁଖ୍ୟତଃ ଆମ୍ଭମାନଙ୍କର ଆବଶ୍ୟକତାର ଏକ ତାଲିକାକୁ ବାରମ୍ବାର କହିବାର ଏକ ସମୟ ହୋଇଥାଏ । ଅଥଚ, ବାଇବଲ ସମ୍ମତ ପ୍ରାର୍ଥନା ବହୁ ବିଷୟକ, ଆମ୍ଭମାନଙ୍କର ପବିତ୍ର, ସିଦ୍ଧ ଏବଂ ଧାର୍ମିକ ଈଶ୍ବରଙ୍କ ସହ ଚେତନାଗତ ଏବଂ ଘନିଷ୍ଠ ସମ୍ପର୍କ ରଖିବା ବିଷୟକ ସମଗ୍ର ଇଛାକୁ ପରିବେଷ୍ଟନ କରିବା । ଯେପରିକି ଏପରି ଏକ ଈଶ୍ବର ତାଙ୍କ ସୃଷ୍ଟି ପ୍ରତି କର୍ଣ୍ଣ ଡେରନ୍ତି ଏବଂ ପ୍ରଚୁର ବୃଷ୍ଟି କରିବା ନିମନ୍ତେ ପ୍ରଶଂସା ଏବଂ ଉପାସନା କରାନ୍ତି (ଗୀତ ୨୭:୪; ୬୩:୧-୮), ଯାହା ହୃଦୟସ୍ବର୍ଶୀ ଅନୁତାପ ଏବଂ ପାପ ସ୍ବୀକାର କରାଇଥାଏ (ଗୀତ ୫୧; ଲୂକ ୧୮:୯-୧୪) , କୃତଜ୍ଞତା ଏବଂ ଧନ୍ୟବାଦାର୍ପଣର ଏକ ବୃଷ୍ଟି ବର୍ଷାନ୍ତି (ଫିଲିପ୍ପୀୟ ୪:୬; କଲସୀୟ ୧:୧୨), ଏବଂ ଅନ୍ୟମାନଙ୍କ ପକ୍ଷରୁ ଏକ ସତ୍ୟ ନିବେଦନ ଯାଚନା କରାଇଥାଏ (୨ଥେସଲନିକୀୟ ୧:୧୧; ୨:୧୬) ।
ତେବେ, ପ୍ରାର୍ଥନା ହେଉଛି, ଆମ ଇଛା ପ୍ରତି ତାଙ୍କ କର୍ଣ୍ଣ ଡେରାଇବାକୁ ଚେଷ୍ଟା ନ କରି ତାଙ୍କ ଯୋଜନାକୁ ସଫଳ କରିବା ନିମନ୍ତେ ଈଶ୍ବରଙ୍କୁ ସହଯୋଗ କରିବା । ଆମେ ଆମ ନିଜ ପରିସ୍ଥିତିଗୁଡିକ ବିଷୟରେ ଯେତେ ପରିମାଣରେ ଜାଣୁ ତା' ଅପେକ୍ଷା ଅତ୍ୟଧିକ ପରିମାଣରେ ଜାଣିଥିବ ଏବଂ "ଆମ୍ଭମାନଙ୍କର କ'ଣ ପ୍ରୟୋଜନ ମାଗିବା ପୂର୍ବରୁ" ଜାଣୁଥିବା (ମାଥିଉ ୬:୮) ବ୍ୟକ୍ତିଙ୍କଠାରେ ନିଜର ଇଛାଗୁଡିକୁ ସମର୍ପଣ କରି ଆମେ ଯେତେବେଳେ ଆମେ ଆମ ଇଛାଗୁଡିକୁ ପରିତ୍ୟାଗ କରୁ, ସେତେବେଳେ ଆମ୍ଭମାନଙ୍କର ପ୍ରାର୍ଥନାସବୁ ସେଗୁଡିକର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥାନ୍ତି । ଅତଏବ, ପ୍ରାର୍ଥନା ଜଣେ ବ୍ୟକ୍ତି ଦ୍ବାରା କରାଯାଇଥାଉ କିମ୍ବା ଏକ ହଜାର ବ୍ୟକ୍ତି ଦ୍ବାରା ହେଉ, ସ୍ବର୍ଗୀୟ ଇଛା ପ୍ରତି ସମର୍ପଣ ଭାବ ରଖି କରାଯାଉଥିବା ପ୍ରାର୍ଥନାର ଉତ୍ତର ସର୍ବଦା ସାକାରାତ୍ମକ ଅଟେ ।
ଦଳଗତ ପ୍ରାର୍ଥନା ଅପେକ୍ଷାକୃତ ଭାବେ ଈଶ୍ବରଙ୍କ ହସ୍ତକୁ ଅଧିକ ଚାଳନା କରିଥାଏ ବୋଲି ଥିବା ଧାରଣା ମୁଖ୍ୟତଃ ମାଥିଉ ୧୮:୧୯-୨୦ର ଭୁଲ୍ ବ୍ୟାଖ୍ୟାରୁ ଆସିଛି, "ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ବର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ । କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ' ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି ।" ଜଣେ ପାପ କରୁଥିବା ମଣ୍ଡଳୀ ସଭ୍ୟକୁ ଶୃଙ୍ଖଳିତ କରୁଥିବା ଘଟନାରେ ପ୍ରୟୋଗ କରାଯିବାକୁ ଥିବା କେତେକ ପଦ୍ଧତି ବିଷୟରେ ଉଲ୍ଲେଖ କରିଥିବା ଶାସ୍ତ୍ରର ଅପେକ୍ଷାକୃତ ବୃହତ୍ ଶାସ୍ତ୍ରାଂଶରୁ ଏହି ଶାସ୍ତ୍ରାଂଶ ଆନୀତ । ଏକ ବିଷୟ କେତେ ପାପପୂର୍ଣ୍ଣ କିମ୍ବା ମୂର୍ଖତା ହେଉପଛେ ତାହାକୁ ବିଶ୍ବାସୀମାନେ ଈଶ୍ବରଙ୍କୁ ମାଗି ତାଙ୍କୁ ସହମତ କରାଇବାର ପ୍ରତିଜ୍ଞାଯୁକ୍ତ ଏକ ଖାଲି ଚେକ୍ (ବ୍ୟାଙ୍କ୍ ଚେକ୍) ଭାବେ ଭାବାନୁବାଦ କରିବା, କେବଳ ମଣ୍ଡଳୀ ଅନୁଶାସନର ପ୍ରସଙ୍ଗରେ ଉପଯୁକ୍ତ ହୁଏନାହିଁ, କିନ୍ତୁ ଏହା ଶାସ୍ତ୍ରର ଅନ୍ୟ ଅଂଶଗୁଡିକୁ ମଧ୍ୟ ଅସ୍ବୀକାର କରେ, ବିଶେଷତଃ ଏହା ଈଶ୍ବରଙ୍କର ସାର୍ବଭୌମତ୍ବକୁ ଅସ୍ବୀକାର କରେ ।
ପ୍ରାର୍ଥନା କରିବା ନିମନ୍ତେ ଯେତେବେଳେ "ଦୁଇ କିମ୍ବା ତିନି ଏକତ୍ର ହୁଅନ୍ତି"କୁ ବିଶ୍ବାସ କରିବା ସମେତ, କିଛି ଧରଣର ଯାଦୁବିଦ୍ୟା ଶକ୍ତି ସ୍ବତଃପ୍ରବୃତ୍ତ ଭାବରେ ଆମ୍ଭମାନଙ୍କର ପ୍ରାର୍ଥନାରେ ଯୋଡି ହୋଇଯାଇଥାଏ, ଯାହା ବାଇବଲ ସମ୍ମତ ନୁହେଁ । ପ୍ରକୃତରେ, ଯେଉଁଠି ଦୁଇ କିମ୍ବା ତିନି ଜଣ ଅଛନ୍ତି ଯୀଶୁ ସେଠାରେ ଉପସ୍ଥିତ ଅଛନ୍ତି, କିନ୍ତୁ ଜଣେ ବିଶ୍ବାସୀ ମଧ୍ୟ ପ୍ରାର୍ଥନା କରିବା ସମୟରେ ସେ ଉପସ୍ଥିତ ଅଛନ୍ତି, ଏପରିକି ଯଦି ସେହି ବ୍ୟକ୍ତି ଅନ୍ୟମାନଙ୍କଠାରୁ ହଜାର ହଜାର ମାଇଲ୍ ଦୂରରେ ଅବସ୍ଥିତ । ଦଳଗତ ପ୍ରାର୍ଥନା ଗୁରୁତ୍ବପୂର୍ଣ୍ଣ କାରଣ ଏହା ଏକତା ସୃଷ୍ଟି କରେ (ଯୋହନ ୧୭:୨୨-୨୩), ଏବଂ ବିଶ୍ବାସୀମାନେ ପରସ୍ପରକୁ ଉତ୍ସାହ ଦେବାର ଏହା ଏକ ମୁଖ୍ୟ ଦିଗ ଅଟେ (୧ଥେସଲନିକୀୟ ୫:୧୧) ଏବଂ ପ୍ରେମ ଏବଂ ଉତ୍ତମ କାର୍ଯ୍ୟରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗୀ କରାଏ (ଏବ୍ରୀ ୧୦:୨୪) ।
English
ଦଳଗତ ପ୍ରାର୍ଥନା ଗୁରୁତ୍ବପୂର୍ଣ୍ଣ କି? ଦଳଗତ ପ୍ରାର୍ଥନା କୌଣସି ବ୍ୟକ୍ତି ଏକାକୀ ପ୍ରାର୍ଥନା କରିବାଠାରୁ ଅଧିକ ଶକ୍ତିଶାଳୀ କି?