settings icon
share icon
ପ୍ରଶ୍ନ

ଏକ ଧାର୍ମିକ ଗୋଷ୍ଠୀ (କଲ୍ଟ୍)ର ସଂଜ୍ଞା କ'ଣ?

ଉତ୍ତର


ଆମେ ଯେତେବେଳେ "କଲ୍ଟ୍" (ଧାର୍ମିକ ଗୋଷ୍ଠୀ) ଶବ୍ଦ ଶୁଣୁ, ଆମେ ଅନେକ ସମୟରେ ଏକ ଦଳ ବିଷୟରେ ଭାବୁ ଯେଉଁମାନେ ଶୟତାନର ଉପାସନା କରନ୍ତି, ପଶୁ ବଳିଦାନ କରନ୍ତି, କିମ୍ବା ମନ୍ଦ, ଅଦ୍ଭୁତ କିମ୍ବା ବିଜାତି ଧର୍ମକର୍ମରେ ଅଂଶଗ୍ରହଣ କରନ୍ତି । ଅଥଚ, ବାସ୍ତବରେ, ଅଧିକାଂଶ ଧାର୍ମିକ ଗୋଷ୍ଠୀ ଅଧିକ ପରିମାଣରେ ନିରୀହ ଜଣାପଡନ୍ତି । ଏକ କଲ୍ଟ୍ ର ନିର୍ଦ୍ଧିଷ୍ଟ ସଂଜ୍ଞା ହେଉଛି "ଏକ କିମ୍ବା ଏକାଧିକ ବାଇବଲର ପ୍ରାଥମିକ ସତ୍ୟତାକୁ ଅସ୍ବୀକାର କରୁଥିବା ଏକ ଦଳ" । ଅଧିକ ସହଜ ଅର୍ଥରେ, ଏକ କଲ୍ଟ୍ ହେଉଛି ଏକ ଦଳ ବା ଧାର୍ମିକ ଗୋଷ୍ଠୀ ଯେଉଁମାନେ ଶିକ୍ଷା ଦେଉଥିବା ବିଷୟକୁ ବିଶ୍ବାସ କଲେ ଜଣେ ବ୍ୟକ୍ତିଙ୍କୁ ଅଣ ଉଦ୍ଧାରପ୍ରାପ୍ତ ଅବସ୍ଥାରେ ରଖିଥାଏ । ଯେପରି ଏହା ଧର୍ମମତ ଠାରୁ ଭିନ୍ନ ଅଟେ, ଏକ କଲ୍ଟ୍ ହେଉଛି ଏକ ଦଳ ଯାହା ଏକ ଧର୍ମର ଏକ ଅଂଶ ଭାବେ ଦାବୀ କରେ, ତଥାପି ସେହି ଧର୍ମର ମୂଳ ସତ୍ୟତା(ଗୁଡିକୁ)କୁ ଅସ୍ବୀକାର କରିଥାଏ । ଏକ ଖ୍ରୀଷ୍ଟିୟାନ କଲ୍ଟ୍ ହେଉଛି ଏକ ଦଳ ଯାହା ଖ୍ରୀଷ୍ଟଧର୍ମର ଏକ କିମ୍ବା ଏକାଧିକ ମୌଳିକ ସତ୍ୟତାକୁ ଅସ୍ବୀକାର କରେ, ଯେତେବେଳେ ଏହା ଖ୍ରୀଷ୍ଟିୟାନ ଭାବରେ ଦାବୀ କରେ ।

କଲ୍ଟ୍ ଗୁଡିକର ଦୁଇଟି ସବୁଠାରୁ ଅଧିକ ସର୍ବସାଧାରଣ ଶିକ୍ଷା ହେଉଛି ଯେ, ଯୀଶୁ ଈଶ୍ବର ନ ଥିଲେ ଏବଂ ପରିତ୍ରାଣ କେବଳ ବିଶ୍ବାସରୁ ହୋଇନଥାଏ । ଖ୍ରୀଷ୍ଟଙ୍କ ଈଶ୍ବରତ୍ବର ଅସ୍ବୀକାର ଯୀଶୁଙ୍କ ମୃତ୍ୟୁ ଆମ୍ଭମାନଙ୍କ ପାପ ପାଇଁ ଯଥେଷ୍ଟ ପାଉଣା ହୋଇନଥିବା ଦର୍ଶାଏ । କେବଳ ବିଶ୍ବାସ ଦ୍ବାରା ପରିତ୍ରାଣର ଅସ୍ବୀକାର ଆମ୍ଭମାନଙ୍କ ନିଜର କାର୍ଯ୍ୟ ଦ୍ବାରା ପରିତ୍ରାଣ ପ୍ରାପ୍ତ ହେବାର ଦର୍ଶାଏ, ଯାହା ବାଇବଲ ଦୃଢ ଭାବରେ ଏବଂ ସ୍ଥିର ଭାବରେ ଅସ୍ବୀକାର କରେ । କଲ୍ଟ୍ ଗୁଡିକର ଦୁଇଟି ଅଧିକ ଜଣାଶୁଣା ଉଦାହରଣ ହେଉଛି the Jehovah's Witnesses ଏବଂ Mormons । ଉଭୟ ଗୋଷ୍ଠୀ ବା ଦଳ ଖ୍ରୀଷ୍ଟିୟାନ ହୋଇଥିବାର ଦାବୀ କରନ୍ତି, ତଥାପି ଉଭୟ ଖ୍ରୀଷ୍ଟଙ୍କ ଈଶ୍ବରତ୍ବ ଏବଂ କେବଳ ବିଶ୍ବାସ ଦ୍ବାରା ପରିତ୍ରାଣକୁ ଅସ୍ବୀକାର କରନ୍ତି । Jehovah's Witnesses ଏବଂ Mormons ଅନେକ ବିଷୟ ବିଶ୍ବାସ କରନ୍ତି ଯେଉଁ ସବୁ ବାଇବଲ ଶିକ୍ଷା ଦେଉଥିବା ବିଷୟ ସହ ବା ବାଇବଲ ଶିକ୍ଷା ସଦୃଶ ବିଷୟଗୁଡିକ ସହ ଏକମତ ଅଟନ୍ତି । ଅଥଚ, ଘଟନାଟି ହେଉଛି ସେମାନେ ଖ୍ରୀଷ୍ଟଙ୍କ ଈଶ୍ବରତ୍ବକୁ ଅସ୍ବୀକାର କରନ୍ତି ଏବଂ କାର୍ଯ୍ୟ ଦ୍ବାରା ପରିତ୍ରାଣକୁ ଶିକ୍ଷା ଦିଅନ୍ତି ଯାହା ସେମାନଙ୍କୁ ଏକ କଲ୍ଟ୍ ରେ ପରିଗଣିତ କରେ । ଅନେକ Jehovah's Witnesses, Mormons ଏବଂ ଅନ୍ୟ କଲ୍ଟ୍ ଗୁଡିକରେ ଥିବା ସଭ୍ୟମାନେ "ଉତ୍ତମ ବ୍ୟକ୍ତି" ଅଟନ୍ତି ଯେଉଁମାନେ ବିଶ୍ବାସ କରନ୍ତି ଯେ, ସେମାନେ ସତ୍ୟତାକୁ ପୋଷଣ କରନ୍ତି । ଖ୍ରୀଷ୍ଟିୟାନ ଭାବରେ, ଆମ୍ଭମାନଙ୍କର ଆଶା ଏବଂ ପ୍ରାର୍ଥନା ହେବା ଉଚିତ୍ ଯେ, ଏହି ସମସ୍ତ କଲ୍ଟ୍ ଗୁଡିକରେ ସଂଶ୍ଲିଷ୍ଟ ଥିବା ଲୋକମାନେ ଯେପରି ମିଥ୍ୟାରୁ ବାହାରି ଆସି କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ପରିତ୍ରାଣର ସତ୍ୟତା ପ୍ରତି ଆକର୍ଷିତ ହେବେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଏକ ଧାର୍ମିକ ଗୋଷ୍ଠୀ (କଲ୍ଟ୍)ର ସଂଜ୍ଞା କ'ଣ?
© Copyright Got Questions Ministries