settings icon
share icon
ପ୍ରଶ୍ନ

ଭୂତଗ୍ରସ୍ତ/ଶାୟତାନିକ ଶକ୍ତି ଦ୍ବାରା ଆବିଷ୍ଟ ହେବା ବିଷୟରେ ବାଇବଲ କ'ଣ କୁହେ? ଏହା ଆଜି ବି ସମ୍ଭବ କି? ଯଦି ସେପରି ଅଟେ, ଏଗୁଡିକର ଲକ୍ଷଣସବୁ କ'ଣ୍?

ଉତ୍ତର


ଲୋକମାନେ ଭୂତମାନଙ୍କ ଦ୍ବାରା ଆବିଷ୍ଟ ହେବା ବା ପ୍ରଭାବିତ ହେବାର କେତୋଟି ଉଦାହରଣ ବାଇବଲ ପ୍ରଦାନ କରେ । ଏହି ସମସ୍ତ ଉଦାହରଣରୁ ଆମେ ଶାୟତନିକ ପ୍ରଭାବର କେତେକ ଲକ୍ଷଣ ଦେଖିପାରୁଛୁ ଏବଂ ଏକ ଭୂତ କିପରି ଜଣେ ବ୍ୟକ୍ତିକୁ ଆବିଷ୍ଟ କରେ ସେ ବିଷୟରେ ଏକ ଅନ୍ତର୍ଦୃଷ୍ଟି ପ୍ରାପ୍ତ ହେଉ । ନିମ୍ନରେ କେତେକେ ବାଇବଲ ଶାସ୍ତ୍ରାଂଶ ଦତ୍ତ ହେଲା: ମାଥିଉ ୯:୩୨-୩୩; ୧୨:୨୨; ୧୭:୧୮; ମାର୍କ ୫:୧-୨୦; ୭:୨୬-୩୦; ଲୂକ ୪:୩୩-୩୬; ଲୂକ ୨୨:୩; ପ୍ରେରିତ ୧୬:୧୬-୧୮ । ଏହି ସମସ୍ତ ଶାସ୍ତ୍ରାଂଶଗୁଡିକ ମଧ୍ୟରୁ କେତୋଟିରେ, ଭୂତଗ୍ରସ୍ତ ହେବା ଶାରିରୀକ ଯନ୍ତ୍ରଣା ଘଟାଏ ଯେପରିକି କଥା କହିବାରେ ଅକ୍ଷମତା, epileptic ଲକ୍ଷଣଗୁଡିକ, ଦୃଷ୍ଟିହୀନତା ଇତ୍ୟାଦି । ଅନ୍ୟ ଘଟନାଗୁଡିକରେ, ଏହା ବ୍ୟକ୍ତିକୁ ମନ୍ଦ କାର୍ଯ୍ୟ କରିବାର ଘଟାଏ, ଯିହୂଦା ଏହାର ମୁଖ୍ୟ ଉଦାହରଣ । ପ୍ରେରିତ ୧୬:୧୬-୧୮ରେ, ସ୍ବଷ୍ଟ ଭାବେ ଆତ୍ମା (ମନ୍ଦ ଆତ୍ମା) ଜଣେ ଦାସୀକୁ ତାହାର ନିଜ ଶିକ୍ଷାର ବାହାରେ ଥିବା ବିଷୟଗୁଡିକ ଜାଣିବାର ସକ୍ଷମତାକୁ ପ୍ରଦାନ କରିଥିଲା । ଅନେକ ଭୂତ (ବାହିନୀ) ଦ୍ବାରା ଆବିଷ୍ଟ ଗରାଶୀୟ ଅଞ୍ଚଳର ଭୂତଗ୍ରସ୍ତ ବ୍ୟକ୍ତିର ଅତିମାନବୀୟ ଶକ୍ତି ଥିଲା ଏବଂ ସମାଧିସ୍ଥାନରେ ଉଲଗ୍ନ ହୋଇ ବାସ କରୁଥିଲା । ଶାଉଲ ରାଜା ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲାପରେ ଏକ ସ୍ବଷ୍ଟ ଅବସନ୍ନ ମନରେ ଏବଂ ଦାଉଦଙ୍କୁ ହତ୍ୟା କରିବାର ଏକ ବୃଦ୍ଧିପ୍ରାପ୍ତ ଇଛାର ଏକ ମନ୍ଦ ଆତ୍ମା ଦ୍ବାରା କଷ୍ଟ ପାଉଥିଲେ (୧ଶାମୁୟେଲ ୧୬:୧୪-୧୫; ୧୮:୧୦-୧୧; ୧୯:୯-୧୦) ।

ଏହିପରି ଭାବରେ, ଭୂତଗ୍ରସ୍ତର ଅନେକ ପ୍ରକାରର ସାମ୍ଭାବ୍ୟ ଲକ୍ଷଣଗୁଡିକ ଅଛି, ଯେପରିକି ଏକ ଶାରିରୀକ କ୍ଷତି ଯାହା ଏକ ପ୍ରକୃତ ମନସ୍ତତ୍ତ୍ବ ସମାସ୍ୟାକୁ ଦାୟୀ କରାଯାଇପାରିବ ନାହିଁ , ଏକ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଯେପରିକି ଅବସନ୍ନ ଭାବ କିମ୍ବା କ୍ରୋଧ ଭାବ, ଅଲୌକିକ ଶକ୍ତି, ଅଶ୍ଲିଳ, ଅସାମାଜିକ ବ୍ୟବହାର ଏବଂ ବୋଧହୁଏ ଜଣେ ଜାଣିବାର କୌଣସି ପ୍ରାକୃତିକ ଉପାୟ ନ ଥିବା ସୂଚନାକୁ ବଣ୍ଟନ କରିବାର ସକ୍ଷମତା । ଉଲ୍ଲେଖଯୋଗ୍ୟ ଯେ, ଏହି ସମସ୍ତ ବୈଶିଷ୍ଟ୍ୟର ଯଦି ସମସ୍ତ ନୁହ୍ଁ, ଏହାର ପାଖାପାଖି ସମସ୍ତ ବୈଶିଷ୍ଟ୍ୟର ଅନ୍ୟ ବ୍ୟାଖ୍ୟାଗୁଡିକ ଅଛି, ତେଣୁ ପ୍ରତ୍ୟେକ ମାନସିକ ଅବସାଦରେ ଥିବା ବ୍ୟକ୍ତି କିମ୍ବା epileptic ବ୍ୟକ୍ତିମାନଙ୍କୁ ଭୂତଗ୍ରସ୍ତ ନ କରିବା ଗୁରୁତ୍ବପୂର୍ଣ୍ଣ ଅଟେ । ଅନ୍ୟ ପକ୍ଷରେ, ପାଶ୍ଚାତ୍ୟ ସଂସ୍କୃତି ଲୋକମାନଙ୍କ ଜୀବନ ଗୁରୁତର ଭାବେ ଅବସନ୍ନ ହେଲେ ମଧ୍ୟ ସମ୍ଭବତଃ ସେମାନେ ଏହାକୁ ଶାୟତାନିକ ସଂପୃକ୍ତି ବୋଲି ଧରି ନିଅନ୍ତି ନାହିଁ ।

ଏହି ସମସ୍ତ ଶାରିରୀକ କିମ୍ବା ଭାବପ୍ରବଣଗତ ଭିନ୍ନତା ସମେତ, ଜଣେ ଶୟତାନିକ ପ୍ରଭାବ ଦେଖାଉଥିବା ଆତ୍ମିକ ଗୁଣଗୁଡିକ ଉପରେ ମଧ୍ୟ ଦେଖିବା ଉଚିତ୍ । ଏହା କ୍ଷମା ଦେବା ନିମନ୍ତେ ବାରଣ କରିବା (୨କରିନ୍ଥୀୟ ୨:୧୦-୧୧) ଏବଂ ଭ୍ରାନ୍ତ ତତ୍ତ୍ବରେ ବିଶ୍ବାସ ଓ ଏହାର ପ୍ରସାରରେ, ବିଶେଷତଃ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଏବଂ ତାଙ୍କ ପ୍ରାୟଶ୍ଚିତ କାର୍ଯ୍ୟ (୨କରିନ୍ଥୀୟ ୧୧:୩-୪, ୧୩-୧୫; ୧ତିମଥି ୪:୧-୫; ୧ଯୋହନ ୪:୧-୩)କୁ ଅନ୍ତର୍ଭୁକ୍ତ କରିପାରେ ।

ଖ୍ରୀଷ୍ଟିୟାନମାନଙ୍କ ଜୀବନରେ ଭୂତମାନଙ୍କର ସଂପୃକ୍ତି ବିଷୟରେ, ଜଣେ ବିଶ୍ବାସୀ ଯେ ଶୟତାନ ଦ୍ବାରା ପ୍ରଭାବିତ ହୋଇପାରିବ ସେ ଘଟନା ବିଷୟରେ ଶିଷ୍ୟ ପିତର ଏକ ବ୍ୟାଖ୍ୟା ଅଟନ୍ତି (ମାଥିଉ ୧୬:୨୩) । ଯେଉଁ ଖ୍ରୀଷ୍ଟିୟାନମାନେ ଏକ ଦୃଢ୍ ଶାୟତାନିକ ପ୍ରଭାବରେ ରହିଛନ୍ତି ସେମାନଙ୍କୁ "ଭୂତାକ୍ରାନ୍ତ" ଭାବେ କହନ୍ତି, କିନ୍ତୁ ଶାସ୍ତ୍ରରେ କେବେ ବି ଏକ ଉଦାହରଣ ନାହିଁ ଯେଉଁଠି ଜଣେ ବିଶ୍ବାସୀ ଭୂତଗ୍ରସ୍ତ ହୋଇଛି । ଅଧିକାଂଶ ଈଶ୍ବର ତତ୍ତ୍ବବିତ୍ ବିଶ୍ବାସ କରନ୍ତି ଯେ, ଜଣେ ଖ୍ରୀଷ୍ଟିୟାନ ଭୂତଗ୍ରସ୍ତ ହୋଇପାରିବ ନାହିଁ କାରଣ ପବିତ୍ରଆତ୍ମା ତା' ଅନ୍ତରରେ ବାସ କରନ୍ତି (୨କରିନ୍ଥୀୟ ୧:୨୨; ୫:୫; ୧କରନ୍ଥୀୟ ୬:୧୯), ଏବଂ ଈଶ୍ବରଙ୍କ ଆତ୍ମା ଜଣେ ଭୂତ ସହିତ ବାସ କରିବେ ନାହିଁ ।

ଜଣେ ଭୂତଗ୍ରସ୍ତ ହେବା ନିମନ୍ତେ ଜଣେ କିପରି ନିଜକୁ ଖୋଲା ରଖେ ସେ ବିଷୟରେ ଆମ୍ଭମାନଙ୍କୁ କୁହାଯାଇନାହିଁ । ଯଦି, ଯିହୂଦାଙ୍କ ଘଟନାକୁ ନିଆଯାଏ, ସେ ତାହାର ଲୋଭ ଯୋଗୁଁ ସେ ତା' ହୃଦୟକୁ ମନ୍ଦ ନିମନ୍ତେ ଖୋଲା ରଖିଲା (ଯୋହନ ୧୨:୬) । ତେଣୁ ଏପରି ସମ୍ଭବ ହୋଇପାରେ, ଯଦି ଜଣେ କିଛି ଅଭ୍ୟାସଗତ ପାପ ତା' ଅନ୍ତରକୁ ଶାସନ କରି ରଖିବା ଅନୁମତି ଦିଏ, ତେବେ ଏକ ଭୂତକୁ ଡାକିବାର ଏହା ଏକ ନିମନ୍ତ୍ରଣ ହୋଇଥାଏ । ମିଶନାରୀମାନଙ୍କ ଅନୁଭୂତିରୁ, ଭୂତଗ୍ରସ୍ତ ମଧ୍ୟ ବିଜାତୀୟ ଦେବତାକୁ ପୂଜା କରିବା ଏବଂ କୁହୁକ ଉପକରଣଗୁଡିକ ରଖିଥିବାର ସମ୍ପର୍କିତ ହୋଇଥାଏ । ଶାସ୍ତ୍ର ବାରମ୍ବାର ପ୍ରତିମାପୂଜାକୁ ଭୂତମାନଙ୍କର ପୂଜା ଭାବରେ ବର୍ଣ୍ଣନା କରେ (ଲେବୀୟ ୧୭:୭; ଦ୍ବିତୀୟ ବିବରଣ ୩୨:୧୭; ଗୀତସଂହିତା ୧୦୬:୩୭; ୧କରିନ୍ଥୀୟ ୧୦:୨୦), ତେଣୁ ପ୍ରତିମାପୂଜା ସହ ସଂପୃକ୍ତି ଭୂତଗ୍ରସ୍ତ ହେବାକୁ ଯେ ଦେଇଥାଏ, ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ।

ଉପରୋକ୍ତ ଶାସ୍ତ୍ରୀୟ ଅଂଶଗୁଡିକ ଏବଂ ମିଶନାରୀମାନଙ୍କ କେତେକ ଅନୁଭୂତିଗୁଡିକର ଆଧାରରେ ଆମେ ସ୍ଥିର କରି କହିପାରିବା ଯେ, ଅନେକ ଲୋକ କିଛି ପାପକୁ ଆଦରି ନେଇ କିମ୍ବା କିଛି ବିଷୟର ପୂଜା କରି (ଜାଣତରେ କିମ୍ବା ଅଜାଣତରେ) ସେମାନଙ୍କ ଜୀବନରେ ଭୂତର ସଂପୃକ୍ତିକୁ ଆମନ୍ତ୍ରଣ କରନ୍ତି । ଏହାର ଉଦାହରଣ ଗୁଡିକ ଅଶୁଚିତା, ଡ୍ରଗ୍/ଆଲକୋହଲର ଅପବ୍ୟବହାର ଯାହା ଜଣେ ବ୍ୟକ୍ତିର ସଂଜ୍ଞାହୀନର ଅବସ୍ଥାକୁ ନେଇଥାଏ, ବିଦ୍ରୋହ, ତିକ୍ତତା ଏବଂ କାଳ୍ପନିକ ଧ୍ୟାନ ହୋଇପାରେ ।

ଏକ ଅତିରିକ୍ତ ସଯତ୍ନ ବିଚାର ଅଛି । ଶୟତାନ ଏବଂ ତା'ର ମନ୍ଦ ଶକ୍ତିଗଣ ପ୍ରଭୁ ସେମାନଙ୍କୁ କରିବା ନିମନ୍ତେ ଅନୁମତି ନ ଦେଲେ ତାହା କରିପାରିବେ ନାହିଁ (ଆୟୁବ ୧ ରୁ ୨ ଅଧ୍ୟାୟ) । ଏହି ଘଟନାରେ ଶୟତାନ ଭାବେ ଯେ ତାହାର ନିଜର ଉଦ୍ଦେଶ୍ୟ ସଫଳ କରୁଅଛି, କିନ୍ତୁ ବାସ୍ତବରେ ଶୟତାନ ଈଶ୍ବରଙ୍କ ଉତ୍ତମ ଉଦ୍ଦେଶ୍ୟଗୁଡିକ ସଫଳ କରୁଅଛି, ଯେପରି ଯିହୂଦାଙ୍କ ବିଶ୍ବାସଘାତକତାରେ ହୋଇଥିଲା । କେତେକ ଲୋକ କୁହୁକ ବିଦ୍ୟା ଓ ଶାୟତାନିକ କାର୍ଯ୍ୟକଳାପରେ ଏକ ଅସୁସ୍ଥ ବିମୋହନ ପ୍ରକ୍ରିୟା ବିକଶିତ କରନ୍ତି । ଏହା ବୁଦ୍ଧିହୀନ ଏବଂ ବାଇବଲ ସମ୍ମତ ନୁହେଁ । ଯଦି ଆମେ ଈଶ୍ବରଙ୍କର ଅନୁଧାବନ କରୁ, ଯଦି ଆମେ ତାଙ୍କ ରକ୍ଷା କବଚ ପରିଧାନ କରୁ ଏବଂ ତାଙ୍କ ଶକ୍ତିରେ ନିର୍ଭର ରଖୁ (ଏଫିସୀୟ ୬:୧୦-୧୮), ଆମେ ମନ୍ଦ ଶକ୍ତିଗୁଡିକୁ ଭୟ କରିବାର ନାହିଁ, କାରଣ ସମସ୍ତଙ୍କୁ ଶାସନ କରନ୍ତି!

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଭୂତଗ୍ରସ୍ତ/ଶାୟତାନିକ ଶକ୍ତି ଦ୍ବାରା ଆବିଷ୍ଟ ହେବା ବିଷୟରେ ବାଇବଲ କ'ଣ କୁହେ? ଏହା ଆଜି ବି ସମ୍ଭବ କି? ଯଦି ସେପରି ଅଟେ, ଏଗୁଡିକର ଲକ୍ଷଣସବୁ କ'ଣ୍?
© Copyright Got Questions Ministries