settings icon
share icon
ପ୍ରଶ୍ନ

ଭୂତମାନଙ୍କ ବିଷୟରେ ବାଇବଲ କ'ଣ କୁହେ?

ଉତ୍ତର


ପ୍ରକାଶିତ ୧୨:୯ ଭୂତମାନଙ୍କ ବିଷୟରେ ଥିବା ସବୁଠାରୁ ସ୍ବଷ୍ଟ ଶାସ୍ତ୍ରାଂଶ, "ସେଥିରେ ସର୍ବ ଜଗତର ପ୍ରବଞ୍ଚକ, ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା ।" ସ୍ବର୍ଗରୁ ଶୟତାନର ପତନ ଯିଶାଇୟ ୧୪:୧୨-୧୫ ଏବଂ ଯିହିଜିକଲ ୨୮:୧୨-୧୫ରେ ପ୍ରତୀତାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି । ପ୍ରକାଶିତ ୧୨:୪ରେ ଶୟତାନ ଯେତେବେଳେ ପାପ କଲା ସେ ଏକ-ତୃତୀୟାଂଶ ଦୂତଙ୍କୁ ତା' ସହିତ ନେବା ବିଷୟରେ ଦର୍ଶାଇବା ଭଳି ଜଣାଯାଏ । ବାଇବଲ ପ୍ରକାଶ କରେ ଯେ, ଭୂତମାନେ ହେଉଛନ୍ତି ପତିତ ଦୂତମାନେ , ଯେଉଁମାନେ ଶୟତାନ ସହିତ ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ।

ଶୟତାନ ଏବଂ ତା'ର ଭୂତ (ଦୂତ)ଗୁଡିକ ଯେଉଁମାନେ ଈଶ୍ବରଙ୍କ ଅନୁଗମନ କରୁଛନ୍ତି ସେସମସ୍ତଙ୍କୁ ବିନାଶ ଓ ପ୍ରତାରଣା କରିବା ଅନ୍ବେଷଣ କରନ୍ତି (୧ପିତର ୫:୮; ୨କରିନ୍ଥୀୟ ୧୧:୧୪-୧୫) । ଭୂତମାନଙ୍କୁ ମନ୍ଦ ଆତ୍ମା (ମାଥିଉ ୧୦:୧), ଅଶୁଚି ଆତ୍ମା (ମାର୍କ ୧:୨୭) ଏବଂ ଶୟତାନର ଦୂତଗଣ (ପ୍ରକାଶିତ ୧୨:୭) ଭାବେ ବର୍ଣ୍ଣନା କରାଯାଇଛି । ଶୟତାନ ଓ ତାହାର ଦୂତଗଣ ଜଗତକୁ ପ୍ରତାରଣା କରନ୍ତି (୨କରିନ୍ଥୀୟ ୪:୪), ଖ୍ରୀଷ୍ଟିୟାନମାନଙ୍କୁ ଆକ୍ରମଣ କରନ୍ତି (୨କରିନ୍ଥୀୟ ୧୨:୭; ୧ପିତର ୫:୮), ଏବଂ ପବିତ୍ର ଦୂତମାନଙ୍କ ସହ ଯୁଦ୍ଧ କରନ୍ତି (ପ୍ରକାଶିତ ୧୨:୪-୯) । ଭୂତମାନେ ଆତ୍ମିକ ଅର୍ଥାତ୍ ଅଶରିରୀଗୁଡିକ, କିନ୍ତୁ ସେମାନେ ଶରୀର ଆକାର ଧାରଣ କରି ଦେଖାଦେଇପାରନ୍ତି (୨କରିନ୍ଥୀୟ ୧୧:୧୪-୧୫) । ଭୂତଗଣ/ପତିତ ଦୂତ ସମସ୍ତେ ହେଉଛନ୍ତି ଈଶ୍ବରଙ୍କ ଶତ୍ରୁ, କିନ୍ତୁ ସେମାନେ ପରାଜୟ ବରଣ କରିସାରିଥିବା ଶତ୍ରୁଗଣ । ଆମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ ଜଗତରେ ଯେ ଅଛି , ତାହାଠାରୁ ମହାନ୍ (୧ଯୋହନ ୪:୪) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଭୂତମାନଙ୍କ ବିଷୟରେ ବାଇବଲ କ'ଣ କୁହେ?
© Copyright Got Questions Ministries